Posted inଖେଳ

ଯୁବ ଭାରତୀୟ ଦଳକୁ ରେକର୍ଡ ଏସିଆ କପ୍‌

କଲମ୍ବୋ,୧୪।୯: ବାମହାତୀ ସ୍ପିନର ଅଥର୍ବ ଆଙ୍କୋଲେକରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଭାରତୀୟ ଦଳ ୧୯ ବର୍ଷରୁ କମ୍‌ କ୍ରିକେଟ ଏସିଆ କପ୍‌ ଜିତିଛି। ସ୍ଥାନୀୟ ଆର. ପ୍ରେମଦାସ ଷ୍ଟାଡିୟମରେ ଅନୁଷ୍ଠିତ ଏକ ଲୋ ସ୍କୋରିଂ ମ୍ୟାଚ୍‌ରେ ଭାରତୀୟ ଦଳ ୫ ରନ୍‌ରେ ବାଂଲାଦେଶକୁ ହରାଇ ଦେଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଭାରତୀୟ ଦଳ ଇନିଂସ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଫଳରେ ଦଳ ମାତ୍ର ୩୨.୪ ଓଭରରେ ୧୦୬ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା। ୩ ଜଣ ବ୍ୟାଟ୍ସମ୍ୟାନ ଖାତା ଖୋଲିପାରି ନ ଥିବାବେଳେ ୫ ଜଣ ଦୁଇ ଅଙ୍କ ସ୍କୋର ଛୁଇଁପାରି ନ ଥିଲେ। କେବଳ କରନ ଲାଲ ୩୭, ଅଧିନାୟକ ଧ୍ରୁବ ଜୁରେଲ ୩୩ ଓ ଶଶ୍ୱାତ ରାଓ୍ବତ ୧୯ ରନ୍‌ କରିଥିଲେ। ବାଂଲାଦେଶ ପକ୍ଷରୁ ମୃତ୍ୟୁଞ୍ଜୟ ଚୌଧାରୀ ଓ ଶାମିମ ହୋସେନ ୩ ଲେଖାଏ ଉଇକେଟ ନେଇଥିଲେ। ଜବାବରେ ବାଂଲାଦେଶ ବ୍ୟାଟିଂ ଲାଇନ ଅଫ୍‌ ମଧ୍ୟ ସମାନ ଦଶା ଭୋଗିଥିଲା। ୧୦୭ ରନ୍‌ର ଛୋଟିଆ ଟାର୍ଗେଟ ନେଇ ଓହ୍ଲାଇଥିବା ବାଂଲାଦେଶ ୩୩ ଓଭରରେ ୧୦୧ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଦଳ ପାଇଁ ଅଧିନାୟକ ଆଖବର ଅଲି ୨୩, ମୃତ୍ୟୁଞ୍ଜୟ ୨୧, ତାନ୍‌ଜିମ ହାସନ ସାକିବ ୧୨ ଓ ରକିବୁଲ ହାସନ ୧୧ ରନ୍‌ କରିଥିଲେ। ୧୮ ବର୍ଷୀୟ ଅଙ୍କୋଲେକର ୮ ଓଭର ବୋଲିଂ କରି ୨୮ ରନ୍‌ କ୍ଷତିରେ ୫ ଉଇକେଟ ନେଇ ହିରୋ ସାଜିଛନ୍ତି। ତାଙ୍କୁ ଭରପୂର ସହାୟତା କରିଥିଲେ ଆକାଶ ସିଂ। ସେ ୩ ଉଇକେଟ ନେଇଥିବାବେଳେ ବିଦ୍ୟାଧର ପାଟିଲ ଓ ସୁଶାନ୍ତ ମିଶ୍ର ଗୋଟିଏ ଲେଖାଏ ସଫଳତା ପାଇଥିଲେ। ଭାରତୀୟ ଦଳ ୭ମଥର ପାଇଁ ଏସିଆ କପ୍‌ ଜିତିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋଭିଡ୍‌ ୧୯ : ଗୋଟିଏ ମାସ ପରେ ନିଷ୍ପତ୍ତି ନେବୁ: ଆଇଓଏ

ନୂଆଦିଲ୍ଲୀ, ୨୪।୩(ପି.ଟି.)- କୋଭିଡ-୧୯ ସଂକ୍ରମଣ କାରଣରୁ ଜାପାନର ଟୋକିଓରେ ଆୟୋଜନ ହେବାକୁ ଥିବା ଅଲିମ୍ପିକ୍ସରେ ଅଂଶଗ୍ରହଣ ନେଇ ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ଚିନ୍ତା ପ୍ରକଟ...

ସୋସିଆଲ ମିଡିଆରେ ଉଡିଲା କୋହଲିଙ୍କ ମଜାକ୍‌: ଜାଣନ୍ତୁ କାହିଁକି

ଲଣ୍ଡନ,୬।୮: ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଜେମ୍ସ ଆଣ୍ଡରସନଙ୍କ ଉପରେ ପ୍ରଶ୍ନ ପଚରାଯାଇଥିଲା।...

ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ, ୨୧ା୫ (ପି.ଟି.)-କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ତରଫରୁ ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ଦରଖାସ୍ତ ଆହ୍ବାନ କରାଯାଇଛି। କୋଭିଡ୍‌ ଯୋଗୁ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ...

ଯୌନ ଶୋଷଣ ମାମଲାରେ ଫସିଗଲେ କ୍ରିକେଟ୍‌ ଦଳର ଅଧିନାୟକ

ଲାହୋର,୧୫।୧: ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ବାବର ଆଜମ ଯୌନ ଶୋଷଣ ମାମଲାରେ ଫସିଯାଇଛନ୍ତି। ଲାହୋରର ଏକ ଅଦାଲତ ତାଙ୍କ ନାଁରେ ମାମଲାରେ ରୁଜୁ କରିବାକୁ...

ଆଜିଠାରୁ ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ଚଟ୍ଟୋଗ୍ରାମ,୧୪।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ୧୪ ଡିସେମ୍ବର ଅର୍ଥାତ୍‌ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ଦୁଇ ଦଳ...

ନରିନ୍ଦର ବାତ୍ରା ସମ୍ମାନିତ

ନୂଆଦିଲ୍ଲୀ, ୧୬ା୧୧ (ପି.ଟି.)-କ୍ରୀଡ଼ା ପାଇଁ ଉଲ୍ଲେଖନୀୟ ଅବଦାନ ଲାଗି ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ସଭାପତି ନରିନ୍ଦର ବାତ୍ରାଙ୍କୁ ସମ୍ମାନିତ କରାଯାଇଛି। ରବିବାର ବିଶିଷ୍ଟ ବିଚାରପତି...

ଡବ୍ଲୁଟିସି ଫାଇନାଲରୁ ବାଦ୍‌ ପଡିଲେ କେ.ଏଲ ରାହୁଲ

ନୂଆଦିଲ୍ଲୀ,୮।୫: ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ (ଡବ୍ଲୁଟିସି)ର ଫାଇନାଲ ମ୍ୟାଚରେ କ୍ରିକେଟର କେ.ଏଲ ରାହୁଲ ଖେଳିବେ ନାହିଁ। ଏନେଇ ସୋମବାର ଭାରତୀୟ କ୍ରିକେଟ ବୋର୍ଡ...

ବେଙ୍ଗାଲୁରୁ ଏଫ୍‌ସି କୋଚ୍‌ ବହିଷ୍କୃତ

ବେଙ୍ଗାଲୁରୁ, ୭।୧(ପି.ଟି.)- ଚଳିତ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌)ରେ ବେଙ୍ଗାଲୁରୁ ଏଫ୍‌ସିର ଖରାପ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ମୁଖ୍ୟ କୋଚ୍‌ କାର୍ଲେସ କ୍ୱାଡ୍ରାଟ୍‌ଙ୍କୁ ବହିଷ୍କାର କରାଯାଇଛି। ପୂର୍ବତନ...

Advertisement
Archives

Model This Week