Posted inରାଜ୍ୟ

ଯାଆଁଳ ଉତ୍ପାଦନ କେନ୍ଦ୍ର ନାହିଁ: ପଡ଼ୋଶୀ ରାଜ୍ୟ ଉପରେ ଚାଷୀ ନିର୍ଭର

ମହାକାଳପଡ଼ା, ୬ା୬ (ଡି.ଏନ୍‌.ଏ.): ଗ୍ରାମାଞ୍ଚଳରେ ମାଛ ଚାଷ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ଋଣ ଯୋଗାଇ ଦିଆଯିବା ସହ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବା ନିମନ୍ତେ ବ୍ୟବସ୍ଥା କରାଯାଇଛି। ମହାକାଳପଡ଼ା ଅଞ୍ଚଳରେ ମତ୍ସ୍ୟଚାଷୀଙ୍କୁ ପୋଖରୀ ଖୋଳାଠାରୁ ଆରମ୍ଭ କରି ଉତ୍ପାଦନ ବୃଦ୍ଧି ଆଦି ପାଇଁ ଚାଷୀମାନଙ୍କୁ ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି। ହେଲେ ଖରା ଦିନରେ ପ୍ରାୟତଃ ନଦୀରେ ପାଣି ଶୁଖିଯିବା ଯୋଗୁ ଯାଆଁଳ ମିଳୁ ନଥିବା ଯୋଗୁ ଇଞ୍ଜେକସନ ଦିଆଯାଇ କୃତ୍ରିମ ଉପାୟରେ ଉତ୍ପାଦିତ ଯାଆଁଳ ଉପରେ ଚାଷୀମାନେ ନିର୍ଭର କରୁଛନ୍ତି। ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଦି ସ୍ଥାନରେ କୃତ୍ରିମ ଉପାୟରେ ମାଛ ଯାଆଁଳ ଉତ୍ପାଦନ କରାଯାଇ ଓଡ଼ିଶାକୁ ଆସୁଛି। ଏଠାକାର ଚାଷୀ ଚଢ଼ା ଦରରେ ସେହି ଯାଆଁଳ କିଣି ଚାଷ କରୁଛନ୍ତି। ପଶ୍ଚିମବଙ୍ଗର କାନ୍ଥି, ହୁଗୁଳି, ନଇହାଟ ଓ ବଡ ତାଲା ବଜାର ଓ ବାଂଲାଦେଶର ବିଭିନ୍ନ ସ୍ଥାନରୁ ଏହି ଯାଆଁଳ ଆସି ମହାକାଳପଡ଼ା ସମେତ ଅନ୍ୟ ଅଞ୍ଚଳରେ ବିକ୍ରି ହେଉଥିବା ଦେଖାଯାଉଛି। ଉକ୍ତ ଅଞ୍ଚଳରେ କୃତ୍ରିମ ପ୍ରଣାଳୀରେ ଯାଆଁଳ ଉତ୍ପାଦନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇନାହିଁ। ଫଳରେ ଚାଷୀମାନଙ୍କୁ ବହାର ଯାଆଁଳ ଉପରେ ନିର୍ଭର କରିବାକୁ ପଡୁଛି। ଏହା କିଲୋଗ୍ରାମ ପ୍ରତି ୨ହଜାରରୁ ଉର୍ଦ୍ଧ୍ୱ ଟଙ୍କାରେ ବିକ୍ରି କରାଯାଉଥିବା ପଶ୍ଚିମବଙ୍ଗର ଜନୈକ ବ୍ୟବସାୟୀ ସୂଚନା ଦେଇଛନ୍ତି। ମହାକାଳପଡ଼ା ବ୍ଲକର ବତୀଘର, ଖରିନାସୀ, ରାମନଗର, ବଉଳକଣୀ, ଜମ୍ବୁ, ସୁନୀତି, ଗଗୁଆ, ପେଟ୍‌ଛେଲା, ବାରଡ଼ାଙ୍ଗ ଆଦି ପଞ୍ଚାୟତରେ ଚାଷୀମାନେ ଏହି ଯାଆଁଳ କିଣି ଚାଷ କରୁଥିବା ଦେଖିବାକୁ ମିଳୁଛି। ବ୍ଲକ ଅଞ୍ଚଳରେ କୃତ୍ରିମ ପଦ୍ଧତିରେ ଯାଆଁଳ ଉତ୍ପାଦନ ପାଇଁ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଗଲେ ଚାଷୀମାନେ ଉପକୃତ ହୋଇପାରନ୍ତେ ବୋଲି ଚାଷୀମାନେ କହିଛନ୍ତି। ଏଥିସହ ଖରାଦିନେ ମତ୍ସ୍ୟଚାଷୀଙ୍କୁ ସରକାରଙ୍କ ତରଫରୁ ରିହାତି ମୂଲ୍ୟରେ ଯାଆଁଳ ଯୋଗାଇଦେବାକୁ ବାବାଜୀ ବେହେରା, ଲକ୍ଷ୍ମୀକାନ୍ତ ସ୍ବାଇଁ, ସୁନ୍ଦର ମୋହନ ସିଂ, ସଦାଶିବ ରାଉତଙ୍କ ସମେତ ବହୁ ଚାଷୀ ଦାବି କରିଛନ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ଗତି ବଢ଼ାଇ ସ୍ଥଳଭାଗ ମୁହାଁ ଅମ୍ଫନ: ପାରାଦୀପଠାରୁ ୩୫୦ କିମି ଦୂରରେ; ଲ୍ୟାଣ୍ଡଫଲ୍‌ ବେଳେ ୧୮୫ କିମି ରହିବ ପବନର ବେଗ

ଭୁବନେଶ୍ୱର,୧୯।୫(ବ୍ୟୁରୋ): ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅମ୍ଫନ୍‌’ ପ୍ରଥମେ ମହାବାତ୍ୟା ଏବଂ ଏବେ ଅତିଭୀଷଣ ବାତ୍ୟାରେ ପରିଣତ ହୋଇସାରିଲାଣି।...

ବିପୁଳ ବିଜୟ ପଥରେ ବିଜେଡି : ନବୀନଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ଭୁବନେଶ୍ୱର,୨୩ା୫(ବ୍ୟୁରୋ): ଓଡ଼ିଶାର ୧୪୬ଟି ବିଧାନସଭା ଏବଂ ୨୧ଟି ଲୋକ ସଭା ଆସନ ପାଇଁ ଚାଲିଛି ଭୋଟ ଗଣତି। ବର୍ତ୍ତମାନ ଟ୍ରେଣ୍ଡ୍‌ ଅନୁଯାୟୀ, ଭାଜପା ଓ କଂଗ୍ରେସକୁ...

କରୋନାକୁ ମାତ୍‌ ଦେଲା ୨୫ ଦିନର ଶିଶୁ

ଭୁବନେଶ୍ୱର,୧୪।୫ : ୧୦ ଦିନ ଧରି ଭେଣ୍ଟିଲେଟରରେ ଜୀବନ ସହ ସଂଗ୍ରାମ କରିବା ପରେ କରୋନାକୁ ମାତ୍‌ ଦେଇଛି ୨୫ ଦିନର ଶିଶୁକନ୍ୟା। ଉଭୟ ବାପା...

ଓଡ଼ିଆରେ ନୂଆଁଖାଇ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ମୁଖ୍ୟମନ୍ତ୍ରୀ, ଧର୍ମେନ୍ଦ୍ର ମଧ୍ୟ ଅଭିନନ୍ଦନ ଜଣାଇଲେ

ଭୁବନେଶ୍ୱର,୪-୯(ବ୍ୟୁରୋ):ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।...

ସାବଧାନ ନ ହେଲେ ହଇରାଣ ହେବା

ଭୁବନେଶ୍ୱର, ୨୧ା୧୦(ବ୍ୟୁରୋ): ଆଗକୁ ପାର୍ବଣ ସାଙ୍ଗକୁ ଶୀତଦିନ ଆସୁଛି। ସଚେତନ ନ ରହିଲେ ପରିସ୍ଥିତି ପୁଣି ବିଗିଡ଼ିଯିବ। କେରଳ ଓ ପାଶ୍ଚାତ୍ୟ ଦେଶ ଭଳି ପୁଣି...

୧୭ ମାସ ହେଲା ମିଳୁନି ସ୍ୱାସ୍ଥ୍ୟସେବା

ତାଳଚେର,୫ା୨(ନି.ପ୍ର.): କଳାହୀରାର ସହର ତାଳଚେରରୁ ବାର୍ଷିକ ଶତାଧିକ କୋଟି ଟଙ୍କାର ରାଜସ୍ବ ନେଉଛନ୍ତି ସରକାର। କିନ୍ତୁ ଏଠାକାର ଲୋକଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ମିଳିପାରୁ ନାହିଁ। ପାନୀୟ...

ହେମଦସ୍ତାରେ ପିଟି ଆଈଙ୍କୁ ହତ୍ୟାକଲେ ନାତୁଣୀ

ଭଣ୍ଡାରିପୋଖରୀ,୨୭।୧୨(ଡି.ଏନ.ଏ.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ନପଙ୍ଗ ଗ୍ରାମରେ ଶୁକ୍ରବାର ରାତିରେ ନାତୁଣୀର ହେମଦସ୍ତା ମାଡ଼ରେ ଆଈଙ୍କ ମୃତ୍ୟୁ ଘଟିଛି। ଗ୍ରାମର ଶଶୀ ଦାସ ନାମ୍ନୀ ବୃଦ୍ଧାଙ୍କ...

ଯୁବତୀଙ୍କୁ ବଳାତ୍କାର ଅଭିଯୋଗ: ଯୁବକ ଗିରଫ

ନୂଆଗାଁ, ୨୩।୨(ଡି.ଏନ୍‌.ଏ.)- ସୁନ୍ଦରଗଡ଼ ଜିଲା ହାତୀବାରି ଥାନା ଅନ୍ତର୍ଗତ ଝାରବେଡ଼ା ଅଞ୍ଚଳରେ ଜଣେ ଯୁବତୀଙ୍କୁ ବଳାତ୍କାର କରାଯାଇଛି। ଶନିବାର ହାତୀବାରି ଥାନା ପୋଲିସ ଅଭିଯୁକ୍ତ ଯୁବକ...

Advertisement
Archives

Model This Week