ମ୍ୟାଲେରିଆ, ଡେଙ୍ଗୁ, ମସ୍ତିଷ୍କ ଜ୍ୱର ସଚେତନତା ଅଭିଯାନ: ୩ ମାସରେ ରୋଗମୁକ୍ତ ସହର ଲକ୍ଷ୍ୟ

ବ୍ରହ୍ମପୁର ଅଫିସ,୩୦ା୬-ବ୍ରହ୍ମପୁର ମହାନଗର ନିଗମ(ବିଏମସି) ଅଞ୍ଚଳରେ ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ, ମସ୍ତିଷ୍କ ଜ୍ୱର ସଚେତନତା ଓ ନିରାକରଣ କାର୍ଯ୍ୟକ୍ରମ ଆସନ୍ତା ୨ ତାରିଖରୁ ଆରମ୍ଭ ହେବ ା ଦୁଇଟି ପର୍ଯ୍ୟାୟରେ ୩ ମାସ ଧରି ପ୍ରତ୍ୟେକ ୱାର୍ଡରେ ଶୋଭାଯାତ୍ରା, ସଚେତନାମୂଳକ ପ୍ରଚାରପତ୍ର, ସମୁହ ସଫେଇ ଆଦି କରାଯିବ। ଏ ନେଇ ଜାତୀୟ ସହରାଞ୍ଚଳ ସ୍ବାସ୍ଥ୍ୟ ମିଶନ (ଏନ୍‌ୟୁଏଚଏମ୍‌) ପକ୍ଷରୁ ଶନିବାର ଏକ ସ୍ବତନ୍ତ୍ର ବୈଠକ ନିଗମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ା
ଡେପୁଟି କମିଶନର ସୌରୀନ୍ଦ୍ର ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ (ସିଡିଏମଓ)ଡା. ବିଜୟ କୁମାର ପାଣିଗ୍ରାହୀ, ଅତିରିକ୍ତ ଜିଲା ସହରାଞ୍ଚଳ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଲଲାଟେନ୍ଦୁ ଦାଶ, ନଗର ସ୍ବାସ୍ଥ୍ୟଧିକାରୀ ଡ. ପ୍ରକାଶ ଚନ୍ଦ୍ର ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ ା ଆସନ୍ତା ୨ ତାରିଖରୁ ଜୁଲାଇ ୧୬ ପର୍ଯ୍ୟନ୍ତ ଡାଇରିଆ ନିରାକରଣ ପକ୍ଷ ପାଳନ କରାଯିବ। ଏଥିରେ ଡାଇରିଆର କାରଣ, ନିରାକରଣ ଓ ପ୍ରତିକାର ନେଇ ସମସ୍ତ ୱାର୍ଡରେ ସଚେତନ କରାଯିବ ା ସେହିପରି ଜୁଲାଇ ୧୭ରୁ ସେପ୍ଟେମ୍ବର ୧୬ ପର୍ଯ୍ୟନ୍ତ ମ୍ୟାଲେରିଆ, ଡେଙ୍ଗୁ, ମସ୍ତିସ୍କ ଜ୍ୱର ସଚେତନତା ଓ ନିରାକରଣ ଅଭିଯାନ ଚାଲିବ ା ୨ ପର୍ଯ୍ୟାୟରେ ସହରର ସମସ୍ତ ୪୦ ୱାର୍ଡରେ ଗୋଷ୍ଠୀସ୍ତରୀୟ ହାତଧୁଆର ଉପକାରିତା, ବ୍ୟକ୍ତିଗତ ତଥା ପାରିପାର୍ଶ୍ୱିକ ପରିଚ୍ଛନ୍ନତା, ଜଳ ଉତ୍ସଗୁଡିକର ବିଶୁଦ୍ଧିକରଣ, ମଶାରୀ ବ୍ୟବହାର, ବାହ୍ୟମଳତ୍ୟାଗ ରୋକିବା ଦିଗରେ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେବ ା ପୋଷ୍ଟର, ଶୋଭାଯାତ୍ରା, ସଫେଇ ଅଭିଯାନ ସହ ମଶା ବଂଶବୃଦ୍ଧି ରୋକିବା ଦିଗରେ ସ୍ବତନ୍ତ୍ର ଅଭିଯାନ ହେବ ବୋଲି ସିଡିଏମଓ ସୂଚନା ଦେଇଛନ୍ତି। ଗତ ଦୁଇବର୍ଷ ହେଲା ଏଭଳି କାର୍ଯ୍ୟକ୍ରମ ହେଉଥିଲେ ମଧ୍ୟ ବ୍ରହ୍ମପୁର ସହର ସମ୍ପୂର୍ଣ୍ଣ ରୂପେ ସଫଳତା ହାସଲ କରିପାରିନି। ତେଣୁ ଚଳିତବର୍ଷର କାର୍ଯ୍ୟକ୍ରମକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଅସ୍ବାସ୍ଥ୍ୟକର ପରିବେଶ ରୋଗର ମୁଖ୍ୟ କାରଣ। ତେଣୁ ପ୍ରତ୍ୟେକ ଅଞ୍ଚଳରେ ପରିବେଶ ସ୍ବଚ୍ଛ ରଖିବା ନିମନ୍ତେ ସହରବାସୀଙ୍କୁ ସଚେତନ କରିବା ଦିଗରେ କାର୍ଯ୍ୟ କରିବାକୁ ଡେପୁଟି କମିଶନର ରାଉତରାୟ ପରାମର୍ଶ ଦେଇଥିଲେ ା ସହରର ୧୭୦ ମହିଳା ଆରୋଗ୍ୟ ସମିତି, ୧୯୬ ଅଙ୍ଗନୱାଡି ସେଣ୍ଟର ସମେତ ବିଦ୍ୟାଳୟ ଓ ସମସ୍ତ ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରରେ ଏହି କାର୍ଯ୍ୟକ୍ରମ ଚାଲିବ। ସହରର ୩୭ ମହିଳା ସ୍ବାସ୍ଥ୍ୟ କର୍ମୀଙ୍କ ସମେତ ଆଶା, ଅଙ୍ଗନୱାଡି କର୍ମୀ ନିୟୋଜିତ ହେବେ। ସ୍ବାସ୍ଥ୍ୟ ପରିଦର୍ଶକ, ସହରାଞ୍ଚଳ ମ୍ୟାଲେରିଆ ସ୍ବାସ୍ଥ୍ୟ ପରିଦର୍ଶକ, ସ୍ବାସ୍ଥ୍ୟ ବିଭାଗ, ଗୃହ ଓ ନଗର ଉନ୍ନୟନ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅଧିକାରୀ ଏହାର ତଦାରଖ କରିବେ ବୋଲି କୁହାଯାଇଥିଲା ା ଏନୟୁଏଚଏମର ସିଟି ପ୍ରୋଗ୍ରାମ ମ୍ୟାନେଜର ଲମ୍ବୋଦର ଦିଗାଲ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ୭ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ, ସିଡିପିଓ ୧ ଓ ୨ ଏବଂ ଏନୟୁଏଚଏମର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଟାପୀଢ଼ା ଯାତ୍ରା, କନ୍ଧୁଣୀ ଦେବୀ ମହୋତ୍ସବ ପ୍ରସ୍ତୁତି ବୈଠକ

ସୋରଡ଼ା,୧୫।୮(ଡି.ଏନ୍‌.ଏ.)-ଗଞ୍ଜାମ ପ୍ରସିଦ୍ଧ ମା’ କନ୍ଧୁଣୀ ଦେବୀଙ୍କ କଣ୍ଟାପୀଢ଼ା ଯାତ୍ରା ଓ କନ୍ଧୁଣୀ ଦେବୀ ମହୋତ୍ସବ ପାଇଁ ବୁଧବାର ବଡ଼କାଳି ମନ୍ଦିର ପରିସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ...

ରାଜସ୍ବ ନିରୀକ୍ଷକଙ୍କୁ ଠେଲାପେଲା ଅଭିଯୋଗ: ଇଟା ବୋଝେଇ ଟ୍ରକ ଛଡ଼ାଇ ନେଲେ ମାଲିକ

ପାତ୍ରପୁର, ୨୧ା୧୨(ଡି.ଏନ୍‌.ଏ.): ପାତ୍ରପୁର ତହସିଲ ଅଧୀନ ଶରଧାପୁରଠାରେ ଜୟନ୍ତୀପୁର ରାଜସ୍ବ ନିରୀକ୍ଷକଙ୍କୁ ଠେଲାପେଲା କରି ବେଆଇନ୍‌ ଇଟାଗାଡ଼ିକୁ ଛଡ଼ାଇ ନେଇଥିବା ଗୁରୁବାର ଜରଡ଼ା ଥାନାରେ ଅଭିଯୋଗ...

ଲାଞ୍ଚ ନେଇ ଜିଲା ଶ୍ରମ ଅଧିକାରୀ ଗିରଫ: ଟଙ୍କା ନଷ୍ଟ କରି ନ ପାରି ଭିଜିଲାନ୍ସ ଅଧିକାରୀଙ୍କୁ କାମୁଡ଼ିଲେ

ଫୁଲବାଣୀ ଅଫିସ, ୮ା୧୧-କନ୍ଧମାଳ ଜିଲା ଶ୍ରମ ଅଧିକାରୀ ଗୁରୁବାର ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଗିରଫରୁ ବର୍ତ୍ତିବା ପାଇଁ...

ଦୋକାନ ଘର ପାଇଁ ଆରମ୍ଭ ହେବ ଟେଣ୍ଡର

ବ୍ରହ୍ମପୁର ଅଫିସ,୧୭ା୨: ବ୍ରହ୍ମପୁରରେ ଅନେକ ବିଲ୍ଡିଂ ଅନୁମତି ଆବେଦନ ପତ୍ର ଉପଯୁକ୍ତ ତଥ୍ୟ ପ୍ରଦାନ ଅଭାବ ଯୋଗୁ ପେଣ୍ଡିଂ ହୋଇ ରହିଛି ା ଏନେଇ ଦୁଇଦୁଇ ଥର...

ସାମାଜିକ ଗଣମାଧ୍ୟମର ପ୍ରଭାବ: ଅସହାୟକୁ ଉଦ୍ଧାର କଲା ପୋଲିସ ପ୍ରଶାସନ

ହିଞ୍ଜିଳିକାଟୁ ୪।୯(ଡି.ଏନ.ଏ.): ହିଞ୍ଜିଳିକାଟୁ ବସ ଟର୍ମିନାଲ ପରିସରରେ ରବିବାର ଜଣେ ବୟସ୍କ ବ୍ୟକ୍ତି ଶନିବାର ରାତିରୁ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯିବାରୁ ନିଶ୍ଚଳ ହୋଇ ପଡି...

ଡିଭାଇଡରରେ ପିଟିହେଲା ବାଇକ୍‌, ୨ ଜଣଙ୍କ ଜୀବନ ଗଲା

ଛତ୍ରପୁର,୨୫ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ବାୟା ରେଷ୍ଟୁରାଣ୍ଟ ସମ୍ମୁଖରେ ୧୬ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛ। ଏହି ଦୁର୍ଘଟଣାରେ...

ସୋସିଆଲ ମିଡିଆର ଅପବ୍ୟବହାର: ସରକାରୀ ଚିଠି ଶେୟାର କରୁଛନ୍ତି ସରକାରୀ କର୍ମଚାରୀ

ଛତ୍ରପୁର,୧୨ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଥିବା ବିଭିନ୍ନ ସରକାରୀ ଅଫିସର କର୍ମଚାରୀମାନେ ସୋସିଆଲ ମିଡିଆର ଅପବ୍ୟବହାର କରୁଥିବା ଜିଲାପାଳଙ୍କ ନଜରକୁ ଆସିଛି। ବିଶେଷକରି ସରକାରୀ ଅଫିସଗୁଡ଼ିକର କିରାଣି...

ସିବିଆଇ ଅଫିସର କହି ଲୁଟ୍‌

ଭଞ୍ଜନଗର,୨୯।୧୧(ଡି.ଏନ୍‌.ଏ.)- ଭଞ୍ଜନଗର ଆର୍‌ସିରୋଡ଼ରେ ଗୁରୁବାର ଜଣେ ଦୁର୍ବୃତ୍ତ ସିବିଆଇ ଅଫିସର କହି ଜଣେ ବ୍ୟକ୍ତିଙ୍କଠାରୁ ଅଳଙ୍କାର ଓ ଟଙ୍କା ଲୁଟି ନେଇଛନ୍ତି। ଲୁଟ୍‌ରର ଶିକାର ହୋଇଛନ୍ତି...

Advertisement
Archives

Model This Week