Posted inଖେଳ

ମ୍ୟାଚ୍‌ ଫିକ୍ସିଂ ମାମଲା: ବୁକି ସଞ୍ଜୀବ ଚାଓ୍ବଲାଙ୍କୁ ଜାମିନ ମିଳିଲା

ନୂଆଦିଲ୍ଲୀ,୨।୫ (ପି.ଟି.): ଦକ୍ଷିଣ ଆଫ୍ରିକା ପୂର୍ବତନ ଅଧିନାୟକ ହାନ୍ସି କ୍ରୋନିଏ ସାମିଲ ଥିବା ବହୁ ଚର୍ଚ୍ଚିତ ମ୍ୟାଚ୍‌ ଫିକ୍ସିଂ ମାମଲାରେ ବୁକି ସଞ୍ଜୀବ ଚାଓ୍ବଲାଙ୍କୁ ଜାମିନ ମିଳିଛି। ଦିଲ୍ଲୀର ଏକ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛି। ୨ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ସ୍ବତନ୍ତ୍ର ବିଚାରପତି ଆଶୁତୋଷ କୁମାର ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଅଭିଯୁକ୍ତ ସଞ୍ଜୀବ ଗତ ୭୬ ଦିନ ହେବ ପୋଲିସ ହେପାଜତ୍‌ରେ ଥିଲେ। ଏ ନେଇ ତଦନ୍ତ ଶେଷ ହୋଇଥିବାରୁ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି ବୋଲି ବିଚାରପତି କହିଛନ୍ତି। ତେବେ ଏହି ମାମଲାରେ ତଦନ୍ତକାରୀ ଅଧିକାରୀଙ୍କୁ ସ୍ବର ଓ ହାତଲେଖା ନମୁନା ପ୍ରଦାନରେ ସହଯୋଗ କରିବାକୁ କୋର୍ଟ ଚାଓ୍ବାଲଙ୍କୁ ନିର୍ଦ୍ଦେଶ ଦେଇଛି।
ଉଲ୍ଲେଖଥାଉ କି, ୫ଟି ମ୍ୟାଚ୍‌ରେ ଫିକ୍ସିଂ କରାଯାଇଥିବା ମାମଲାରେ ଚାଓ୍ବଲାଙ୍କୁ ଲଣ୍ଡନରୁ ପ୍ରତ୍ୟାର୍ପଣ କରାଯାଇ ଭାରତକୁ ଅଣାଯାଇଥିଲା। ୨୦୦୨ରେ ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା କ୍ରୋନିଏ ଏହି ମାମଲାରେ ସମ୍ପୃକ୍ତ ଥିଲେ ବୋଲି ପୋଲିସ ନ୍ୟାୟାଳୟଙ୍କୁ ଅବଗତ କରାଇଛି। ୨୦୦୦ ଫେବୃୟାରୀ- ମାର୍ଚ୍ଚରେ ଭାରତ ଗସ୍ତରେ ଦକ୍ଷିଣ ଆଫ୍ରିକା ଆସିଥିଲା। ଚାଓ୍ବଲା ଓ କ୍ରୋନିଏ ମିଳିତ ଭାବେ ମ୍ୟାଚ୍‌ ଫିକ୍ସିଂ କରିବାକୁ ଷଡଯନ୍ତ୍ର କରିଥିଲେ। ଦିଲ୍ଲୀ ଜନ୍ମିତ ବ୍ୟବସାୟୀ ଚାଓ୍ବଲା ବିଜନେସ ଭିଜା ମାଧ୍ୟମରେ ୧୯୯୬ରେ ଇଂଲଣ୍ଡ ଗସ୍ତକରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫ୍ଲଡ୍‌ ଲାଇଟ୍‌ରେ ଭାରତୀୟ ଖେଳାଳିଙ୍କ ଅଭ୍ୟାସ

ଇନ୍ଦୋର, ୧୮।୧୧(ପି.ଟି.)- କୋଲକାତାର ଇଡେନ ଗାର୍ଡେନରେ ହେବାକୁଥିବା ଦିବାରାତ୍ର କ୍ରିକେଟ ଟେଷ୍ଟକୁ ଦୃଷ୍ଟିରେ ରଖି ଭାରତୀୟ ଖେଳାଳିମାନେ ଏଠାରେ ଫ୍ଲଡ୍‌ ଲାଇଟ୍‌ରେ ଅଭ୍ୟାସ କରିଛନ୍ତି। ଅଧିନାୟକ...

କ୍ରିକେଟର ଲିଟିଲ୍‌ ମାଷ୍ଟର: ଅଭିନୟ, ଗୀତରେ ବି ରଖିଥିଲେ ରୁଚି

ଲିଟଲ୍‌ ମାଷ୍ଟର ସୁନୀଲ ଗାଭାସ୍କର ଆଜି ୭୧ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୪୯ ମସିହାରେ ଜୁଲାଇ ୧୦ରେ ସେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ। ଅନେକ...

୧ରୁ ଟ୍ରେନିଂ ଆରମ୍ଭ କରିବାକୁ ବିଏଆଇର ଯୋଜନା

ନୂଆଦିଲ୍ଲୀ,୨୬।୬(ପି.ଟି.): ଜୁଲାଇ ୧ ତାରିଖରୁ ହାଇଦ୍ରାବାଦ୍‌ରେ ଟ୍ରେନିଂ ଆରମ୍ଭ କରିବାକୁ ବ୍ୟାଡ୍‌ମିଣ୍ଟନ ଆସୋସିଏଶନ ଅଫ୍‌ ଇଣ୍ଡିଆ (ବିଏଆଇ) ଯୋଜନା କରିଛି। ତେବେ ଏଥିପାଇଁ ରାଜ୍ୟ ସରକାରକଙ୍କ...

ପାକିସ୍ତାନର କୋଚ ହେବାକୁ ଚାହୁଁଛନ୍ତି ରୋହିତ ଶର୍ମା

ଲଣ୍ଡନ, ୧୭।୬: ବିଶ୍ୱକପରେ ପାକିସ୍ତାନକୁ ଲଗାତର ୭ମ ଥର ପରାସ୍ତ କରିବା ପରେ ଚାରିଆଡେ ଭାରତୀୟ ଦଳର ଚର୍ଚ୍ଚା ହେଉଛି। ରବିବାର ପାକିସ୍ତାନକୁ ୮୯ରନରେ ପରାସ୍ତ...

ଓ୍ବାଲର୍‌ଡ ଲିଗ୍ସ ଫୋରମରେ ଆଇଏସଏଲ ସାମିଲ

ନୂଆଦିଲ୍ଲୀ, ୨୩।୭(ପି.ଟି.)-  ସମ୍ମାନଜନକ ଓ୍ବାଲର୍‌ଡ ଲିଗ୍ସ ଫୋରମ(ଡବ୍ଲ୍ୟୁଏଲଏଫ)ରେ ସାମିଲ ହୋଇଛି ଇଣ୍ଡିଆନ ସୁପରଲିଗ୍‌ (ଆଇଏସଏଲ)। ପ୍ରିମିୟର ଲିଗ୍‌, ଲା ଲିଗା ଓ ବୁନ୍ଦେସଲିଗାପରି ପ୍ରଫେଶନାଲ ଫୁଟବଲ...

ସୁରକ୍ଷା ପ୍ରତିଶ୍ରୁତି ନ ମିଳିଲେ ଦେଶକୁ ଫେରିବେ ନାହିଁ ଚେସ୍‌ ରେଫରି

ଚେନ୍ନାଇ,୧୮।୧- ଚଳିତ ବିଶ୍ୱ ମହିଳା ଚେସ୍‌ ଚାମ୍ପିୟନଶିପରେ ଶୁକ୍ରବାର ଚାଇନିଜ ଗ୍ରାଣ୍ଡମାଷ୍ଟର ଜୁ ଓ୍ବେନ୍‌ଜୁନ ଓ ରୁଷିଆର ଆଲେକସାଣ୍ଡ୍ରା ଗୋରିଚକିନାଙ୍କ ମଧ୍ୟରେ ଅନୁଷ୍ଠିତ ମୁକାବିଲା ପୂରା...

ଅଲିମ୍ପିକ୍‌ ମେଡାଲିଷ୍ଟ ହେବାକୁ ଚାହେଁ: ନିକ୍କି

ବେଙ୍ଗାଲୁରୁ, ୧୩।୫- ଝାଡ଼ଖଣ୍ଡର ଏକ ଛୋଟ ଗାଁ ହେସାଲରେ ଜନ୍ମଗ୍ରହଣ କରିଥିଲେ ହେଁ ନିଷ୍ଠା ଓ ପରିଶ୍ରମ ବଳରେ ୨୦୧୬ ରିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା...

ଝିଅ ସହ କଥା ହୋଇ ବ୍ୟାଟିଂ କରିବାକୁ ଆସିଥିଲେ ରୋହିତ, ହେଲେ ସଫଳ

ମୁମ୍ବାଇ: ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ତଥା ର୍ନିଣ୍ଣାୟକ ଟି-୨୦ ମ୍ୟାଚରେ ଟିମ ଇଣ୍ଡିଆ ୬୭ ରନରେ ୱେଷ୍ଟଇଣ୍ଡିଜକୁ ହରାଇ ତିନିମ୍ୟାଚ ବିଶିଷ୍ଟ ସିରିଜକୁ ୨-୧ରେ...

Coronavirus Update


Archives

Model This Week

Why Dharitri