Posted inଖେଳ

ମ୍ୟାଗ୍ନସ କାର୍ଲସେନ ଚାମ୍ପିୟନ

ଓସ୍‌ଲୋ,୫ା୫: ସର୍ବପ୍ରଥମ ମ୍ୟାଗ୍ନସ କାର୍ଲସେନ ଆମନ୍ତ୍ରଣୀୟ ଚେସ୍‌ ଟୁର୍ନାମେଣ୍ଟ ଏପ୍ରିଲ ୧୮ରୁ ମେ ୩ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଶକ୍ତିଶାଳୀ ଅନ୍‌ଲାଇନ୍‌ ଟୁର୍ନାମେଣ୍ଟରେ ନରୱେ ଗ୍ରାଣ୍ଡମାଷ୍ଟର କାର୍ଲସେନ ନିଜେ ଚାମ୍ପିୟନ ହୋଇଛନ୍ତି। ଫାଇନାଲରେ ସେ ଗ୍ରାଣ୍ଡମାଷ୍ଟର ହିକାରୁ ନାକାମୁରାଙ୍କୁ ପରାସ୍ତ କରିଛନ୍ତି। ବିଶ୍ୱଚାମ୍ପିୟନ କାର୍ଲସେନ ନିଜେ ଏହି ଟୁର୍ନାମେଣ୍ଟ ଆୟୋଜନ କରିିଥିଲେ। ଏଥିରେ ବିଶ୍ୱର ଶକ୍ତିଶାଳୀ ୮ ଗ୍ରାଣ୍ଡମାଷ୍ଟର ଅଂଶଗ୍ରହଣ କରିଥିଲେ। ଚାମ୍ପିୟନ ହେବା ଫଳରେ କାର୍ଲସେନ ୨୫୦,୦୦୦ ଡଲାର ପୁରସ୍କାର ରାଶି ହାସଲ କରିଛନ୍ତି । ଏଥିରେ ଭାଗ ନେଇଥିବା ଅନ୍ୟ ଗ୍ରାଣ୍ଡମାଷ୍ଟରମାନେ ହେଲେ ଆମେରିକାର ଫାବିଆନୋ କାରୁଆନା, ଚାଇନାର ଲିରେନ ଡିଙ୍ଗ୍‌, ରୁଷିଆନ ଇଆନ ନେପୋମନିଆଚି, ଫ୍ରାନ୍ସର ମାକ୍ସିମ ଭାଚିଏର-ଲାଗ୍ରାଭେ, ନେଦରଲାଣ୍ଡ୍ସର ଅନିଶ ଗିରି, ଆମେରିକାର ହିକାରୁ ନାକାମୁରା ଏବଂ ଫିଡେ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଇରାନର ଆଲିରେଜା ଫିରୋଉଜା। ପ୍ରଥମ ପର୍ଯ୍ୟାୟରେ ଅନେକ ପ୍ରଶଂସକଙ୍କ ନଜର ଆଲିରେଜାଙ୍କ ଉପରେ ରହିଥିଲା। କାରଣ ଏହି ଇଭେଣ୍ଟର କିଛିଦିନ ପୂର୍ବରୁ ୧୨୮ ଖେଳାଳିଙ୍କୁ ନେଇ ଅନୁଷ୍ଠିତ ବେଣ୍ଟର ବ୍ଲିଜ୍‌ କପ୍‌ରେ ଆଲିରେଜା ୮.୫-୭.୫ ପଏଣ୍ଟରେ କାର୍ଲସେନଙ୍କୁୁ ପରାସ୍ତ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋହିତ ଡ. ଟ୍ରଷ୍ଟର ବ୍ରାଣ୍ଡ୍‌ ଆମ୍ବାସାଡର

ମୁମ୍ବାଇ,୨୯।୧୦(ପି.ଟି.): ଭାରତୀୟ ଅଭିଜ୍ଞ କ୍ରିକେଟର ରୋହିତ ଶର୍ମା ଜଣାଶୁଣା ହେଲ୍‌ଥ କେୟାର କମ୍ପାନୀ ଡ. ଟ୍ରଷ୍ଟର ବ୍ରାଣ୍ଡ୍‌ ଆମ୍ବାସାଡର ନିଯୁକ୍ତ ହୋଇଛନ୍ତି। ଏହି କମ୍ପାନୀ ବ୍ଲଡ୍‌...

ଇଂଲଣ୍ଡର ପ୍ରଥମ ମ୍ୟାଚ୍‌ରେ ଖେଳିବେ ଉଡ୍‌

ଲଣ୍ଡନ,୨୭।୫(ଏଏଫ୍‌ପି)- ବିଶ୍ୱକପ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ ଲାଗି ଦ୍ରୁତ ବୋଲର ମାର୍କ ଉଡ୍‌ ଉପଲବ୍ଧ ରହିବେ। ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ ଖେଳିବା ତାଙ୍କୁ ଫିଟ୍‌ ଘୋଷିଣା...

ଆଫ୍ରିଦୀଙ୍କ ବିବାଦୀୟ ବୟାନ: ହାରିବା ପରେ ପାକିସ୍ତାନ ନିକଟରେ କ୍ଷମା ମାଗୁଥିଲା ଭାରତ

କରାଚୀ, ୫।୭- ୨୦୧୬ରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଇସାରିଥିବା ପାକିସ୍ତାନର ଷ୍ଟାର୍‌ ଅଲ୍‌ରାଉଣ୍ଡର ଶାହିଦ୍‌ ଆଫ୍ରିଦୀ ନିଜର ବିବାଦୀୟ ବୟାନ ଲାଗି ସର୍ବଦା ଚର୍ଚ୍ଚାରେ ରହିଥାନ୍ତି।...

୩୧ ବର୍ଷରେ ଅବସର ନେଲେ ଏହି ଦ୍ରୁତ ବୋଲର

ମେଲବୋର୍ନ,୨୦।୧୦: ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଜେମ୍ସ ପାଟିନସନ ବୁଧବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଫିଟ୍‌ନେସ୍‌ ଜନିତ ସମସ୍ୟା ଯୋଗୁ ତାଙ୍କୁ ଏହି ନିଷ୍ପତ୍ତି...

ଏସଆରଏଚ ବନାମ ଆରଆର: ଭୁବନେଶ୍ୱର କୁମାର ସଞ୍ଜୁ ସାମସନ ମୁକାବିଲା…

ହାଇଦ୍ରାବାଦ,୨।୪ : ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୩ର ଚତୁର୍ଥ ମ୍ୟାଚ୍‌ ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ) ଏବଂ ରାଜସ୍ଥାନ ରୟାଲ୍ସ(ଆରଆର) ମଧ୍ୟରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟିଡିୟମରେ...

କୋରିଆ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ: ଶ୍ରୀକାନ୍ତ, ସମୀରଙ୍କ ଅଗ୍ରଗତି; ସୌରଭ ଆଉଟ୍‌

ଗ୍ବାଙ୍ଗଜୁ,୨୦।୧୧(ପି.ଟି.): କୋରିଆର ଗ୍ବାଙ୍ଗଜୁଠାରେ ଚାଲିଥିବା କୋରିଆ ମାଷ୍ଟର୍ସ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟରେ ଭାରତୀୟ ଖେଳାଳିମାନେ ଦମ୍‌ଦାର ଆରମ୍ଭ କରିଛନ୍ତି। ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ତରକା ଖେଳାଳି କିଡାମ୍ବୀ...

ରିଭେରା ଇଷ୍ଟବେଙ୍ଗଲର ନୂଆ ମୁଖ୍ୟ କୋଚ୍‌

କୋଲକାତା, ୨୩ା୧ (ପି.ଟି.): ଇଷ୍ଟବେଙ୍ଗଲ ଗୁରୁବାର ମାରିଓ ରିଭେରାଙ୍କୁ ଏହାର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତି ଦେଇଛି। ଆଲେଜାଣ୍ଡ୍ରୋ ମେଣ୍ଡେଜ୍‌ଙ୍କ ଆକସ୍ମିକ ଇସ୍ତଫା ପରେ ଏହି...

ଆଇଏସ୍‌ଏଲ୍‌: ଇଷ୍ଟବେଙ୍ଗଲକୁ ହରାଇଲା ହାଇଦ୍ରାବାଦ

ଭାସ୍କୋ, ୧୫।୧୨- ସ୍ଥାନୀୟ ତିଳକ ମଇଦାନରେ ମଙ୍ଗଳବାର ଅନୁଷ୍ଠିତ ଏକ କଡ଼ା ଚ୍ୟାଲେଞ୍ଜପୂର୍ଣ୍ଣ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ) ମ୍ୟାଚରେ ହାଇଦ୍ରାବାଦ ଏଫସି ୩-୨ ଗୋଲରେ ଇଷ୍ଟବେଙ୍ଗଲକୁ...

Advertisement
Archives

Model This Week