ମୋରଡ଼ାରେ ଡବଲ ମର୍ଡର: ସ୍ତ୍ରୀ, ଶାଶୁ ମୃତ: ପୋଲିସର ଅବହେଳାକୁ ଦାୟୀକଲେ ସ୍ଥାନୀୟ ଲୋକେ

ବାରିପଦା ଅଫିସ,୧୭।୬: ମୋରଡ଼ା ଥାନା ଚିକିଟାମାଟିଆ ପଞ୍ଚାୟତ ଖୁଣ୍ଟାପାଳ ଗ୍ରାମରେ ସୋମବାର ଏକ ଡବଲ ମର୍ଡର ଘଟିଛି। ସକାଳ ପ୍ରାୟ ସାଢ଼େ ୬ଟାରେ ଅନୈତିକ ସମ୍ପର୍କ ସନ୍ଦେହରେ ଜଣେ ବ୍ୟକ୍ତି କୁରାଢ଼ିରେ ହାଣି ସ୍ତ୍ରୀ ଓ ଶାଶୁଙ୍କୁ ହତ୍ୟା କରିଛନ୍ତି। ମୃତକ ଦ୍ୱୟ ହେଲେ ଶାଶୁ ସୁମତି ମହାନ୍ତ(୬୧) ଏବଂ ସ୍ତ୍ରୀ ମମତା ମହାନ୍ତ(୪୦)। ଅଭିଯୁକ୍ତ ହେଲେ ପୂର୍ଣ୍ଣଚନ୍ଦ୍ର ମହାନ୍ତ(୫୦)।
ପ୍ରକାଶ ଯେ, ପୂର୍ଣ୍ଣଚନ୍ଦ୍ର ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରି ତାଙ୍କୁ ଏବଂ ଶାଶୁ ସୁମତିଙ୍କୁ ମାରିଦେବା ପାଇଁ କୁରାଢ଼ି ଧରି ବୁଲୁଥିଲେ। ତେଣୁ ଶାଶୁ, ସ୍ତ୍ରୀ ଭୟରେ ଗାଁରେ ଅନ୍ୟ ଲୋକଙ୍କ ଘରେ ଆତ୍ମଗୋପନ କରୁଥିଲେ। ଏ ନେଇ ରବିବାର ସୁମତି ମୋରଡ଼ା ଥାନାରେ ଅଭିଯୋଗ କରିଥିଲେ। ମାତ୍ର ପୋଲିସ ଅଭିଯୋଗକୁ ଗୁରୁତ୍ୱ ଦେବା ବଦଳରେ ଅଣଦେଖା କରିଥିଲା। ପୋଲିସର ଅବହେଳାକୁ ଦାୟୀକରି ଗାଁଲୋକେ ପୋଲିସକୁ ଅଟକରଖି ମୃତା ଗରିବ ମା’ ଝିଅ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାନସଭାରେ ପୁଣି ଧାନ ତାତି, ଗୃହ ମୁଲତବୀ, ବିରୋଧୀଙ୍କ ହଟ୍ଟଗୋଳ

ଭୁବନେଶ୍ୱର, ୨୫।୨(ବ୍ୟୁରୋ): ଚାଷୀଙ୍କଠାରୁ ଧାନ ସଂଗ୍ରହକୁ ନେଇ ବିଧାନସଭାରେ ପୁଣି ହଙ୍ଗାମା ହୋଇଛି। ଏହି ପ୍ରସଙ୍ଗରେ ବିରୋଧୀ ଦଳ ସୋମବାର ଗୃହକୁ ଅଚଳ କରିଥିବା ବେଳେ...

ମେରାଇନ୍‌ ଡ୍ରାଇଭ ମାର୍ଗ ଫଟୋ ଟୁଇଟ୍‌ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୮।୧(ବ୍ୟୁରୋ):ସାମୁଦ୍ରିକ ଝଡ଼ ଫନୀ ଉପକୂଳ ଓଡ଼ିଶାର ବହୁତ କ୍ଷତି ସାଧନ କରିଥିଲା। ବିଶେଷ କରି ପୁରୀ ଜିଲାକୁ ବହୁଳ କ୍ଷତି ପହଞ୍ଚାଇଥିଲା। ପର୍ଯ୍ୟଟନର ପ୍ରଶସ୍ତ ମାର୍ଗ...

ଆଜି ଛତିଶା ନିଯୋଗ ବୈଠକ

ପୁରୀ ଅଫିସ, ୪ା୩:  ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବୁଧବାର ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହେବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ...

୨୪ ଘଣ୍ଟା ପରେ ଧରାପଡ଼ିଲେ ଜେଲରୁ ଚମ୍ପଟ ବଳାତ୍କାର ଅଭିଯୁକ୍ତ

ଛତ୍ରପୁର,୭।୧(ଡି.ଏନ.ଏ)-ଗଞ୍ଜାମ ଜିଲା ଛତ୍ରପୁର ସବ୍‌ଜେଲ ପାଚେରି ଡେଇଁ ସୋମବାର ସନ୍ଧ୍ୟାରେ ଚମ୍ପଟ ମାରିଥିବା ବଳାତ୍କାର ଅଭିଯୁକ୍ତ ୨୪ ଘଣ୍ଟା ପରେ ମଙ୍ଗଳବାର ସନ୍ଧ୍ୟାରେ ଧରାପଡ଼ିଛନ୍ତି। ସେ...

ପ୍ରବାସୀ ଶ୍ରମିକଙ୍କୁ ଦୁର୍ବ୍ୟବହାର ଘଟଣା: ବିଡିଓଙ୍କ ନିଲମ୍ବନ ଦାବି କଲେ ବିଭିନ୍ନ ଅନୁଷ୍ଠାନ

ବାଲେଶ୍ୱର ଅଫିସ, ୨୯।୫-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକରେ ଗତ ୧୩ ତାରିଖରେ ସୁରଟରୁ ଫେରିଥିବା ୪୦ ପ୍ରବାସୀ ଓଡ଼ିଆ ଶ୍ରମିକମାନେ ପହଞ୍ଚତ୍ବା ପରେ ଦୀର୍ଘ ୨ଘଣ୍ଟା...

ପୁଣି ଘୁଞ୍ଚିଲା ବିମାନବନ୍ଦର ରନ୍‌ଓ୍ବେ ରିକାର୍ପେଟିଙ୍ଗ: ଫେବୃୟାରୀରେ ଆରମ୍ଭ ହେବ କାମ

ଭୁବନେଶ୍ୱର, ୩୧।୧୨(ବ୍ୟୁରୋ): ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ହେବାକୁ ଥିବା ରନ୍‌ଓ୍ବେ ରିକାର୍ପେଟିଙ୍ଗ କାର୍ଯ୍ୟ ଆହୁରି ଦୁଇ ମାସ ଘୁଞ୍ଚତ୍ଲା। ପୂର୍ବରୁ ନଭେମ୍ବର...

ଘର ଉପରେ ଚଢିଗଲା କଣ୍ଟେନର: ମହିଳା ମୃତ

ରାମପୁର,୨୦।୬(ଡି.ଏନ.ଏ)-କଳାହାଣ୍ଡି ଜିଲା ଦେଇ ଯାଇଥିବା ରାୟପୁର ଗୋପାଳପୁର ୫୯ ନଂ. ଜାତୀୟ ରାଜପଥର ଅଁଳାପାଲି ଛକ ନିକଟରେ ଥିବା ଏକ ଘରେ ଶନିବାର ଏକ କଣ୍ଟେନର...

କଳାହାଣ୍ଡି ଜିଲାରେ ଦ୍ୱିତୀୟ କରୋନା ପଜିଟିଭ୍‌ ଚିହ୍ନଟ: ପ୍ରଥମ ଚିହ୍ନଟଙ୍କ ସହ ସେ ଖେଳିଥିଲେ କ୍ରିକେଟ୍‌

ଧର୍ମଗଡ଼,୧୦ା୪(ଡି.ଏନ୍‌.ଏ.): ରାଜ୍ୟରେ ଗୁରୁବାର ମଧ୍ୟରାତ୍ରିରେ ୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସେଥିମଧ୍ୟରୁ କଳାହାଣ୍ଡି ଜିଲାର ଜଣେ ବୋଲି ଜଣାପଡ଼ିଛି। ଏନେଇ କଳାହାଣ୍ଡି ଜିଲା ସ୍ବାସ୍ଥ୍ୟ...

Coronavirus Update


Archives

Model This Week

Why Dharitri