Posted inଜାତୀୟ

ମୋଦି ବିଶ୍ୱର ସବୁଠୁ ବଡ ଅଭିନେତା: ପ୍ରିୟଙ୍କା

ଲକ୍ଷ୍ନୌ, ୧୭।୫: ସାଧାରଣ ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ଲାଗି ଶୁକ୍ରବାର ପ୍ରଚାର ଶେଷ ହେବ। ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମାରାଥନ ରାଲି ଓ ରୋଡ ଶୋ’ ଚାଲିଛି। ଏହି କ୍ରମରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଉତ୍ତର ପ୍ରଦେଶର ମିର୍ଜାପୁରରେ ଆୟୋଜିତ ଏକ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଲୋକମାନେ ବିଶ୍ୱର ଜଣେ ବଡ ଅଭିନେତାଙ୍କୁ ପ୍ରଧାନମନ୍ତ୍ରୀ ଆସନରେ ବସାଇଛନ୍ତି। ତା’ଠାରୁ ଭଲ ଅଭିନେତା ଅମିତାଭ ବଚ୍ଚନଙ୍କୁ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଦିଆଯାଉ। କଂଗ୍ରେସ ପ୍ରାର୍ଥୀ ଲଳିତେଶ ପତି ତ୍ରିପାଠୀଙ୍କ ପାଇଁ ପ୍ରଚାର କରୁଥିବା ପ୍ରିୟଙ୍କା କହିଛନ୍ତି, ଭାଜପା କେବଳ କ୍ଷମତା ହାସଲ କରିବା ପାଇଁ ନିର୍ବାଚନ ଲଢୁଛି। ଗତ ନିର୍ବାଚନରେ ମୋଦି ଯାହା ପ୍ରତିଶୃତି ଦେଇଥିଲେ ତାହା ୫ ବର୍ଷରେ ପୂରା ହୋଇପାରିଲା ନାହିଁ। ଏଥର ମଧ୍ୟ ସେଭଳି ମିଥ୍ୟା ପ୍ରତିଶୃତି ଦେଇ ଗଡ ଜିଣିବାକୁ ଭାଜପା ଚେଷ୍ଟା ଚଳାଇଛନ୍ତି ବୋଲି ପ୍ରିୟଙ୍କା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧିକ ହଇରାଣ କଲେ ପତ୍ନୀଙ୍କ ସହ ଆତ୍ମହତ୍ୟା କରିବି: ଭାଜପା ବିଧାୟକ

ବରେଲି,୧୩।୭: ଭାରତୀୟ ଜନତା ପାର୍ଟି ବିଧାୟକ ରାଜେଶ ମିଶ୍ରାଙ୍କ ଝିଅ ସାକ୍ଷୀ ମିଶ୍ରା ଜଣେ ଦଳିତ ଯୁବକଙ୍କୁ ବିବାହ କରିବା ପରେ ଏହାକୁ ନେଇ ଚର୍ଚ୍ଚା...

ଜୁଲାଇ ୧୯ରୁ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ ମୌସୁମୀ ଅଧିବେଶନ: ଓମ ବିର୍ଲା

ନୂଆଦିଲ୍ଲୀ,୧୨ ।୭: ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୧୯ରୁ ଆରମ୍ଭ ହୋଇ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ । ସୋମବାର ଲୋକ ସଭା ସ୍ପିକର ଓମ...

ପ୍ରଧାନମନ୍ତ୍ରୀଙ୍କ ପାଇଁ ଗୀତ ଗାଇଲେ ଗୀତା ରାବାରୀ

ନୂଆଦିଲ୍ଲୀ,୯ା୭: ଗୁଜରାଟୀ ଲୋକଗାୟିକା ଗୀତା ରାବାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପାର୍ଲାମେଣ୍ଟରେ ସାକ୍ଷାତ୍‌ କରି ଏକ ଲୋକସଂଗୀତ ଗାଇଛନ୍ତି। ଗୀତା ମାଲଧାରୀ ସମ୍ପ୍ରଦାୟର। ସେ କହନ୍ତି,...

ମାର୍ଚ୍ଚ ୧୭ରେ ବହୁମତ ସାବ୍ୟସ୍ତ କରିବାକୁ କମଲନାଥଙ୍କୁ ଚିଠି ଲେଖିଲେ ରାଜ୍ୟପାଳ

ଭୋପାଳ,୧୬।୩: ମଧ୍ୟପ୍ରଦେଶ ରାଜନୀତିରେ ଚାଲିଥିବା ହାଇଡ୍ରାମା ଉପରେ ରହଛି ସମସ୍ତଙ୍କର ନଜର। ସୋମବାର କମଲନାଥ ସରକାର ବହୁମତ ସାବ୍ୟସ୍ତ କରିବାକୁ ଥିବା ବେଳେ କରୋନା ଭାଇରସ...

ମହଙ୍ଗା ହେବ ବିମାନ ଯାତ୍ରା…

ନୂଆଦିଲ୍ଲୀ, ୧୬।୫ : ବିମାନ ଯାତ୍ରା ବର୍ତ୍ତମାନ ଅଧିକ ମହଙ୍ଗା ହେବାର ଆଶଙ୍କା ରହିଛି। ସରକାରୀ ତୈଳ କମ୍ପାନୀଗୁଡିକ ବିମାନ ଇନ୍ଧନର ମୂଲ୍ୟ ବୃଦ୍ଧି କରିବାକୁ...

ଭାରତୀୟ ଶିକ୍ଷାନୁଷ୍ଠାନରେ ଚାଇନାର ଅନୁପ୍ରବେଶ

ନୂଆଦିଲ୍ଲୀ, ୧୦।୯(ଆଇଏଏନ୍‌ଏସ୍‌): ଚାଇନା ଗତ କିଛିବର୍ଷ ମଧ୍ୟରେ ଅନେକ ଭାରତୀୟ ସେକ୍ଟରରେ ନିଜର ପ୍ରଭାବ ବିସ୍ତାର କରିଥିବା ଜଣାପଡ଼ିଛି। କେବଳ ଆମୋଦପ୍ରମୋଦ କ୍ଷେତ୍ର ନୁହେଁ, ଶିକ୍ଷା...

ତଦନ୍ତ ଲାଗି ଚାଇନା ଯିବ ଡବ୍ଲ୍ୟୁଏଚ୍‌ଓ ଟିମ୍‌

ନୂଆଦିଲ୍ଲୀ,୪।୭: ମହାମାରୀ କରୋନା ଭୂତାଣୁ ସଂକ୍ରମଣର ଉତ୍ପତ୍ତି ସ୍ଥଳ ଚାଇନାକୁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ)ର ଏକ ଟିମ୍‌ ଆସନ୍ତା ସପ୍ତାହରେ ତଦନ୍ତ ଲାଗି ଗସ୍ତ...

ଜେଟଲୀଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର, ଏମ୍ସ ଗଲେ ମୋହନ ଭାଗବତ

ନୂଆଦିଲ୍ଲୀ,୧୮।୮:ପୂର୍ବତନ କେନ୍ଦ୍ର ଅର୍ଥ ମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି। ତାଙ୍କୁ ତାଙ୍କ ଲାଇଫ୍‌ ସପୋର୍ଟ ସିଷ୍ଟମରେ ରଖାଯାଇଛି।...

Advertisement
Archives

Model This Week