Posted inଜାତୀୟ

ମୋଦିଙ୍କ ସୁରକ୍ଷା ଲାଗି ବଜେଟରେ ୬ଶହ କୋଟି

ନୂଆଦିଲ୍ଲୀ,୨।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ପେଶାଲ ପ୍ରୋଟେକଶନ୍‌ ଗ୍ରୁପ(ଏସ୍‌ପିଜି)ଲାଗି ଏଥର ସରକାର ବଜେଟରେ ପ୍ରାୟ ୬ଶହ କୋଟି ଟଙ୍କାର ବ୍ୟୟ ବରାଦ ରଖିଛନ୍ତି। ଗତବର୍ଷ ଏହି ସୁରକ୍ଷା ବଜେଟକୁ ୪୨୦କୋଟିରୁ ବୃଦ୍ଧି କରି ୫୪୦ କୋଟି କରାଯାଇଥିଲା। ଏଥର ଏହାକୁ ପ୍ରାୟ ୬ଶହ କୋଟି କରାଯାଇଛି ବୋଲି ଜଣାପଡିଛି। ଏବେ ପ୍ରଧାନମନ୍ତ୍ରୀ ହେଉଛନ୍ତି ଏକମାତ୍ର ବ୍ୟକ୍ତି ଯାହାଙ୍କ ସୁରକ୍ଷା ପାଇଁ ପ୍ରାୟ ୩ହଜାର ଷ୍ଟ୍ରଙ୍ଗ ସ୍ପେଶାଲ ସିକ୍ୟୁରିଟି ଗ୍ରୁପର ବ୍ୟବସ୍ଥା କରାଯାଇଛି। ଗତବର୍ଷ ନଭେମ୍ବରରେ କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଓ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସୁରକ୍ଷା ବ୍ୟବସ୍ଥାରେ ସଂଶୋଧନ କରାଯାଇ ଏସ୍‌ପିଜି ସୁରକ୍ଷାକୁ ହଟାଇ ଦିଆଯାଇଥିଲା। ସେହିପରି ଗତବର୍ଷ ଅଗଷ୍ଟ ମାସରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଏସ୍‌ପିଜି ସୁରକ୍ଷାକୁ ମଧ୍ୟ ହଟାଇ ଦିଆଯାଇଥିଲା। ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବେଗୌଡା ଓ ଭିପି ସିଂଙ୍କ ନିକଟରୁ ମଧ୍ୟ ଏସ୍‌ପିଜି ସୁରକ୍ଷାକୁ ପୂର୍ବରୁ ହଟାଇ ଦିଆଯାଇଥିଲା। ସୂଚନାଯୋଗ୍ୟ, ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁର ଗୋଟିଏ ବର୍ଷ ପରେ ଅର୍ଥାତ୍‌ ୧୯୮୫ରେ ଏସ୍‌ପିଜି ଗଠନ କରାଯାଇଥିଲା। ଏହା କେବଳ ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ଦେବା ଲାଗି ଉଦ୍ଦିଷ୍ଟ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ହାରିବା ପରେ ଟ୍ୟୁବଓ୍ବେଲ ଭାଙ୍ଗୁଛନ୍ତି ଟିଏମ୍‌ସି କର୍ମୀ: ଭାଜପା

କୋଲକାତା,୩୦।୫: ପଶ୍ଚିମବଙ୍ଗରେ ତ୍ରୁଣମୂଳ କଂଗ୍ରେସ(ଟିଏମ୍‌ସି)ର ପରାଜୟ ପରେ ବହୁ ନେତା ଟିଏମ୍‌ସି ଛାଡି ଭାଜପାରେ ଯୋଗ ଦେବା ପରେ ଏହା ଦଳ ପାଇଁ ଶକ୍ତ ଧକ୍କା...

୫ ବିଚାରପତିଙ୍କ ନିଯୁକ୍ତିକୁ ମଞ୍ଜୁରୀ: ସୂଚନା ଦେଲେ ଆଇନମନ୍ତ୍ରୀ…

ନୂଆଦିଲ୍ଲୀ,୪।୨ : ସୁପ୍ରିମକୋର୍ଟରେ ପାଞ୍ଚଜଣ ନୂତନ ବିଚାରପତିଙ୍କ ନିଯୁକ୍ତିକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ସେମାନଙ୍କ ମଧ୍ୟରେ ପଙ୍କଜ ମିତଲ (ରାଜସ୍ଥାନ ହାଇକୋର୍ଟର ପ୍ରଧାନ ବିଚାରପତି),...

ଭାରତ ମହାସାଗରରେ ମିଳିତ ନଜର ରଖିବେ ଭାରତ, ଫ୍ରାନ୍ସ

ନୂଆଦିଲ୍ଲୀ,୯।୧୧: ଭାରତ ଓ ଫ୍ରାନ୍ସ ବାୟୁସେନାର ମିଳିତ ଯୁଦ୍ଧାଭ୍ୟାସ ରାଜସ୍ଥାନ ସେକ୍ଟରରେ ସଫଳତାର ସହ ସମ୍ପନ୍ନ ହେବା ପରେ ନୂଆଦିଲ୍ଲୀ ଏବଂ ପ୍ୟାରିସ ସେମାନଙ୍କ ରଣନୀତିକ...

ଜୁନ ୧ ପର୍ଯ୍ୟନ୍ତ ସିସୋଡିଆଙ୍କ ନ୍ୟାୟିକ ହେପାଜତ ବୃଦ୍ଧି

ନୂଆଦିଲ୍ଲୀ,୨୩।୫: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପୁଣି ଅଡୁଆରେ ଏଏପି ନେତା ମନୀଷ ସିସୋଡିଆ। ମଙ୍ଗଳବାର ଦିଲ୍ଲୀର ରୌଜ ଏଭିନ୍ୟୁ କୋର୍ଟ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ...

ଗୁଜରାଟ ଦଙ୍ଗା: ବିଲ୍‌କିସ୍‌ ବାନୋଙ୍କୁ ୨ ସପ୍ତାହ ମଧ୍ୟରେ ୫୦ ଲକ୍ଷ କ୍ଷତିପୂରଣ ଦେବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୩୦।୯: ଗୁଜରାଟରେ ୨୦୦୨ରେ ହୋଇଥିବା ଦଙ୍ଗାରେ ୨୧ ବର୍ଷ ବୟସ୍କା ବିଲ୍‌କିସ୍‌ ବାନୋଙ୍କୁ ଗଣବଳାତ୍କାର କରାଯିବା ସହିତ ତାଙ୍କର ୩ ବର୍ଷର ଶିଶୁ କନ୍ୟାଙ୍କୁ ହତ୍ୟା...

ପଶ୍ଚିମବଙ୍ଗରେ ଥମୁନି ରାଜନୈତିକ ହିଂସା: ପୁଣି ଜଣେ ଟିଏମ୍‌ସି କର୍ମୀଙ୍କୁ ହତ୍ୟା

କୋଲକାତା,୫।୬: ଲୋକ ସଭା ନିର୍ବାଚନ ସମୟରେ ପଶ୍ଚିମବଙ୍ଗରେ ଆରମ୍ଭ ହୋଇଥିବା ନିର୍ବାଚନୀ ହିଂସା ଥମିବାର ନାଁ ନେଉନି। ମଙ୍ଗଳବାର ଉତ୍ତର କୋଲକାତାର ଦମ୍‌ଦମ୍‌ ଅଞ୍ଚଳରେ କେତେଜଣ...

ଉପ ରାଷ୍ଟ୍ରପତିଙ୍କ ଆକାଉଣ୍ଟ୍‌ରୁ ବ୍ଲୁ ଟିକ୍‌ ହଟାଇଲା ଟୁଇଟର୍‌…

ନୂଆଦିଲ୍ଲୀ,୫।୬: ଟୁଇଟର୍‌ ଏବେ ବିବାଦରେ ଘେରରେ ପଡ଼ିଛି। ପୂର୍ବରୁ ଭାରତ ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ନିୟମ ପାଳନ କରିବା ନେଇ ଟୁଇଟୁର ବିବାଦରେ ରହିଥିବାବେଳେ...

‘ରାହୁଲ ଯାହା ନିଷ୍ପତ୍ତି ନେବେ ତାକୁ ମାନିବି’

ଚଣ୍ଡିଗଡ଼/ନୂଆଦିଲ୍ଲୀ,୬।୨: ପଞ୍ଜାବ ବିଧାନସଭା ନିର୍ବାଚନରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନକୁ ନେଇ ବିବାଦ ଦେଖାଦେଇଛି। ଅନ୍ୟପକ୍ଷେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ...

Advertisement
Archives

Model This Week