Posted inଜାତୀୟ

ମୋଦିଙ୍କ ସହ ନିର୍ବାଚନକୁ ନେଇ ନୁହେଁ କରୋନାକୁ ନେଇ ହେଲା ଚର୍ଚ୍ଚା: ମମତା

ନୂଆଦିଲ୍ଲୀ,୨୭ ।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କର ୫ ଦିନିଆ ଦିଲ୍ଲୀ ଗସ୍ତ କାର୍ଯ୍ୟକ୍ରମରେ ସୋମବାର ସନ୍ଧ୍ୟାରେ ରାଜଧାନୀରେ ପହଞ୍ଚିଥିଲେ । ମଙ୍ଗଳବାର ସେ ରାଜନୀତିର ଚାଣକ୍ୟ କୁହାଯାଉଥିବା ବା ରାଜନୀତି ପରାମର୍ଶଦାତା ପ୍ରଶାନ୍ତ କିଶୋରଙ୍କୁ ଭେଟିଥିଲେ । ଏହାସହ କଂଗ୍ରେସ ନେତା ଆନନ୍ଦ ଶର୍ମା ଓ କମଲନାଥଙ୍କୁ ମଧ୍ୟ ସାକ୍ଷାତ୍ କରିଥିଲେ । ବୁଧବାର ସକାଳେ ୧୦ ଜନପଥରେ ମମତା କଂଗ୍ରେସ ଅଧ୍ୟକ୍ଷା ସୋନିଆଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ସନ୍ଧ୍ୟା ପ୍ରାୟ ୪ଟାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ । ମୋଦିଙ୍କ ସହ ସାକ୍ଷାତ୍ ସମୟର ସେ ନିର୍ବାଚନକୁ ନେଇ ନୁହେଁ ବରଂ କରୋନା ମହାମାରୀକୁ ନେଇ ଚର୍ଚ୍ଚା କରିଥିବା କହିଛନ୍ତି । ପଶ୍ଚିମବଙ୍ଗକୁ ଆବଶ୍ୟକ ପରିମାଣର ଭ୍ୟାକ୍ସିନ ମିଳି ନ ଥିବା ବେଳେ ଆହୁରି ଅଧିକ ଭ୍ୟାକ୍ସିନ ଡିମାଣ୍ଡ କରିଥିଲେ ମମତା । ମୋଦି ମଧ୍ୟ ତୃତୀୟ ଲହର ଆସିବା ପୂର୍ବରୁ ସମସ୍ତଙ୍କୁ ଟିକା ଦେବାକୁ କହିଥିଲେ । ମମତା ଆହୁରି ମଧ୍ୟ ପେଗାସସ ଇସ୍ୟୁକୁ ନେଇ ସେ ସର୍ବଦଳୀୟ ବୈଠକ କଥା ମୋଦିଙ୍କୁ କହିଥିବା ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କନଷ୍ଟେବଳଙ୍କ ବଦାନ୍ୟତା

ମୁମ୍ବାଇ,୨।୪: ମହାରାଷ୍ଟ୍ରରେ କରୋନା ସଂକ୍ରମିତ ଓ ମୃତକଙ୍କ ସଂଖା ବଢି ଚାଲିଥିବା ବେଳେ ଏବେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ବି ସହାୟତାର ସୁଅ ଛୁଟିଛି। ଏହି...

ପିଓକେରେ ଭାରତର ଷ୍ଟ୍ରାଇକ ଖବରକୁ ଖଣ୍ଡନ କଲା ସେନା

ନୂଆଦିଲ୍ଲୀ,୧୯ା୧୧-ଭାରତୀୟ ସେନା ଗୁରୁବାର ପାକିସ୍ତାନ-ଅଧିକୃତ କଶ୍ମୀର (ପିଓକେ)ରେ ‘ପିନ୍‌ପଏଣ୍ଟ ଷ୍ଟ୍ରାଇକ୍‌’ କରିଛି ବୋଲି କେତେକ ଜାତୀୟ ଗଣମାଧ୍ୟମରେ ମିଛ ରିପୋର୍ଟ ପ୍ରକାଶ ପାଇଛି। ନିୟନ୍ତ୍ରଣରେଖା (ଏଲ୍‌ଓସି)...

ବିହାର ବିଧାନସଭାର ୭୮ ଆସନ ପାଇଁ ଭୋଟ ଗ୍ରହଣ ଆରମ୍ଭ

ପାଟନା,୭ ।୧୧: ବିହାର ବିଧାନସଭାର ୭୮ ଆସନ ପାଇଁ ତୃତୀୟ ବା ଚୁଡାନ୍ତ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ କରାଯାଇଛି । ୧୬ ଜିଲାରେ ହେଉଥିବା...

କଶ୍ମୀରରେ ଶାନ୍ତି ଶୃଙ୍ଖଳାର ସହ ପାଳନ ହେଲା ଇଦ୍‌-ଉଲ୍‌-ଜୁହା

ନୂଆଦିଲ୍ଲୀ,୧୨।୮: ସୋମବାର ସାରା ଦେଶରେ ଇଦ୍‌-ଉଲ୍‌-ଜୁହା(ବକରି ଇଦ୍‌) ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ତେବେ ଜମ୍ମୁ-କଶ୍ମୀରରେ ପରିସ୍ଥିତ ଉତ୍ତେଜନାପୂର୍ଣ୍ଣ ଥିବାରୁ ଇଦ୍‌-ଉଲ୍‌-ଜୁହାକୁ ଶାନ୍ତି ଶୃଙ୍ଖଳାର ସହ...

ହାଇଦ୍ରାବାଦ ଭେଟେରିନାରି ଡାକ୍ତରଙ୍କ ବଳାତ୍କାର, ହତ୍ୟା ଘଟଣାକୁ ନେଇ ଫିଲ୍ମ ନିର୍ମାଣ କରିବେ ରାମ ଗୋପାଳ ବର୍ମା

ହାଇଦ୍ରାବାଦ,୧୭।୨: ବହୁ ଚର୍ଚ୍ଚିତ ହାଇଦ୍ରାବାଦ ଭେଟେରିନାରି ମହିଳା ଡାକ୍ତରଙ୍କୁ ଗଣବଳାତ୍କାର ପରେ ହତ୍ୟା କରାଯିବା ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏବେ ଏହି...

ଶ୍ୱାସରୋଗୀଙ୍କ ପାଇଁ ଉପକାରୀ ଟମାଟୋ

ଶ୍ୱାସରୋଗୀଙ୍କ ପାଇଁ ଏପରି କିଛି ଖାଦ୍ୟ ନାହିଁ ଯାହା ନିଃଶ୍ୱାସପ୍ରଶ୍ୱାସକୁ ଠିକ୍‌ କରିପାରିବ। କିନ୍ତୁ କିଛି ଫଳ ଓ ପରିବା ରହିଛି ଯାହା ଶ୍ୱାସରୋଗୀଙ୍କ ଲାଗି...

୪୭ ବର୍ଷରେ ପଦାର୍ପଣ କଲେ ଯୋଗୀ, ଶୁଭେଚ୍ଛା ଜଣାଇଲେ ମୋଦି

ଲକ୍ଷ୍ନୌ,୫।୬: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ୪୭ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ପ୍ରାୟ ସବୁ ବଡ ବଡ ନେତା...

୮ମାସ ପରେ ଗୃହବନ୍ଦୀରୁ ମୁକୁଳିଲେ ଓମାର ଅବଦ୍ଦୁଲା

ଶ୍ରୀନଗର,୨୪।୩: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦ୍ଦୁଲାଙ୍କୁ ଦୀର୍ଘ ୮ମାସ ପରେ ଗୃହବନ୍ଦୀରୁ ମୁକ୍ତ କରାଯାଇଛି। ଓମାରଙ୍କ ଉପରେ ଲାଗିଥିବା ପିଏସ୍‌ଏ ହଟାଇ ଦିଆଯାଇଛି ବୋଲି...

Advertisement


Archives

Model This Week