Posted inଜାତୀୟ

ମୋଦିଙ୍କ ଦ୍ୱାରା ପ୍ରଶଂସିତ ହୋଇଥିବା କୃଷକଙ୍କ ଆତ୍ମହତ୍ୟା ଉଦ୍ୟମ

ବାଲାପୁର,୭।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ବର୍ଷ ପୂର୍ବରୁ ଯେଉଁ କୃଷକଙ୍କୁ ପ୍ରଶଂସା କରିଥିଲେ ସେ ସୋମବାର ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଅକୋଲାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ବାଲାପୁର ତହସିଲର ସୋଲାଡ ଗଁ।ର ମୁରଲୀଧର ରାଉତ(୪୨)ଙ୍କ ହାଇଓ୍ବେ ଉପରେ ଏକ ହୋଟେଲ ରହିଥିଲା। ତେବେ ରାଜମାର୍ଗକୁ ପ୍ରଶସ୍ତ କରିବା ପାଇଁ ତାଙ୍କର ଜମିକୁ ଅଧିଗ୍ରହଣ କରାଯାଇଥିଲା। ତେବେ ସଡ଼କ ପରିଯୋଜନାରେ ଅଧିଗ୍ରହଣ ହୋଇଥିବା ଜମିର କ୍ଷତିପୂରଣ ଦେବାରେ ବିଳମ୍ବ ହେବାରୁ ମୂରଲୀଧରଙ୍କ ସହ ଅନ୍ୟ ୪ଜଣ କୃଷକ ଅକୋଲାରେ ଥିବା ଜିଲାଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ଅତିରିକ୍ତ ଜିଲାଧିକାରୀଙ୍କ ସମ୍ମୁଖରେ ୫ଜଣ କୃଷକ ବିଷ ପିଇ ଦେଇଥିଲେ। ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇ ଚିକିତ୍ସା କରାଯାଇଛି। ଏବେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଅନ୍ୟପଟେ ୨୦୧୬ରେ ବିମୁଦ୍ରିକରଣ ସମୟରେ ପୁରୁଣା ୫ଶହ ବା ହଜାରେ ଟଙ୍କା ନେଇ ଆସୁଥିବା ଯାତ୍ରୀଙ୍କୁ ମୂରଲୀଧର ମାଗଣାରେ ଖାଦ୍ୟ ଖୁଆଇବା ସହ ପରେ ଟଙ୍କା ଦେବ ବୋଲି କହିଥିଲେ। ସେହି ସମୟରେ ତାଙ୍କର ଏହି ମହାନ୍‌ କାର୍ଯ୍ୟ ପାଇଁ ମନ୍‌ କି ବାତ୍‌ରେ ମୋଦି ତାଙ୍କୁ ବହୁ ପ୍ରଶଂସା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗଳା ଛାଡ଼ିନାହାନ୍ତି ୮୨ ଏମ୍‌ପି

ନୂଆଦିଲ୍ଲୀ,୧୬ା୯(ପି.ଟି.): ଲୋକ ସଭା କମିଟିର ତାଗିଦ ସତ୍ତ୍ୱେ ୮୨ ଏମ୍‌ପି ଏପର୍ଯ୍ୟନ୍ତ ସରକାରୀ ବଙ୍ଗଳା ଖାଲିକରିନାହାନ୍ତି। ତୁରନ୍ତ ଘର ଖାଲି କରାଇବା ପାଇଁ ପୂର୍ବତନ ଏମ୍‌ପିମାନଙ୍କ...

୮୧ ଚାଇନା ନାଗରିକଙ୍କୁ ଭାରତ ଛାଡ଼ିବାକୁ ଦିଆଯାଇଛି ନୋଟିସ୍‌

ନୂଆଦିଲ୍ଲୀ,୨।୮: ସଂସଦର ଚାଲିଥିବା ମୌସୁମୀ ଅଧିବେଶନ ସମୟରେ ମଙ୍ଗଳାବର ଲୋକ ସଭାରେ ଭାରତ ଆସିଥିବା ଚାଇନା ନାଗରିକଙ୍କ ବିଷୟରେ ସରକାର ସୂଚନା ଦେଇଛନ୍ତି। ଗତ ୨ବର୍ଷ...

ଝୁଲନ୍ତା ଅବସ୍ଥାରେ ମିଳିଲା ଗୋଟିଏ ପରିବାରର ୫ ସଦସ୍ୟଙ୍କ ମୃତଦେହ

ଭୋପାଳ, ୨୩।୮: ମଧ୍ୟପ୍ରଦେଶର ଟିକମଗଡ଼ ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ସମେତ ତାଙ୍କ ପରିବାରର ୫ ଜଣ ସଦସ୍ୟଙ୍କ...

ଚଳିତ ବର୍ଷ ଶେଷ ସୁଦ୍ଧା ସମସ୍ତ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ଟିକା: ସୁପ୍ରିମ୍‌କୋର୍ଟଙ୍କୁ କହିଲେ କେନ୍ଦ୍ର ସରକାର …

ନୂଆଦିଲ୍ଲୀ,୩୧।୫: କରୋନା ସଂକ୍ରମଣକୁ ନେଇ ବିଭିନ୍ନ ମାମଲାର ବିଚାର ସୁପ୍ରିମ୍‌କୋର୍ଟରେ ଜାରି ରହିଛି। ଏକ ମାମଲାର ଶୁଣାଣି ସମୟରେ କେନ୍ଦ୍ର ସରକାର ପକ୍ଷରୁ ସୁପ୍ରିମ୍‌କୋର୍ଟଙ୍କ ସମ୍ମୁଖରେ...

ଗୋଟିଏ ସ୍ଥାନରେ ଏକାଠି ନଜର ଆସିଲେ ଉଦ୍ଧବ-ଫଡ୍‌ନବିିସ

ମୁମ୍ବାଇ,୩୦।୭: ମହାରାଷ୍ଟ୍ର କୋଲାହପୁର ଜିଲାର ବନ୍ୟାଗ୍ରସ୍ତ ଅଞ୍ଚଳକୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ବିରୋଧୀ ଦଳର ନେତା ଦେବେନ୍ଦ୍ର ଫଡ୍‌ନବିସ ଗସ୍ତ କରି ସ୍ଥିତି...

ବିଦେଶରେ ପ୍ରସ୍ତୁତ ହେବ କୋଭାକ୍ସିନ

ନୂଆଦିଲ୍ଲୀ, ୨୨।୫: ଭାରତରେ କୋଭିଡ୍‌ ଭାକ୍ସିନ ସଙ୍କଟ ଏଡ଼ାଇବା ପାଇଁ କେନ୍ଦ୍ର ସରକାର ବିଦେଶରେ ଟିକା ଉତ୍ପାଦନ ନିମନ୍ତେ ଉଦ୍ୟମ ଆରମ୍ଭ କରିଛନ୍ତି। ସ୍ବଦେଶୀ ଜ୍ଞାନକୌଶଳରେ...

୧୦ ଲକ୍ଷ ଲୋକରେ ୨୧ ବିଚାରପତି

ନୂଆଦିଲ୍ଲୀ,୧୧।୨(ପି.ଟି.):ଭାରତରେ ପ୍ରତି ୧୦ ଲକ୍ଷ ଲୋକଙ୍କ ପାଇଁ ମାତ୍ର ୨୧ ଜଣ ବିଚାରପତି ରହିଛନ୍ତି। ଗୁରୁବାର ରାଜ୍ୟ ସଭାରେ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି।...

ତୃତୀୟଥର ବାପା ହେଲେ ମନୋଜ

ନୂଆଦିଲ୍ଲୀ,୧୨।୧୨: ଭାଜପା ଏମ୍‌ପି ତଥା ଭୋଜପୁରୀ ଅଭିନେତା ମନୋଜ ତିୱାରୀ ତୃତୀୟଥର ପିତା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ତାଙ୍କ ସ୍ତ୍ରୀ ସୁରଭି ଏକ କନ୍ୟା...

Advertisement
Archives

Model This Week