Posted inଜାତୀୟ

ମୋତେ ଭାଜପା ଇତିହାସ ଶିଖାଇବା ଆବଶ୍ୟକ ନାହିଁ: ଥରୁର

ନୂଆଦିଲ୍ଲୀ,୬।୨: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କ ପରଲୋକ ଘଟିଛି। ମୁଶାରଫଙ୍କ ମୃତ୍ୟୁକୁ ନେଇ ଅନେକ ଭାରତୀୟ ନେତା ଦୁଃଖ ପ୍ରକାଶ କରିଥିଲେ। କଂଗ୍ରେସ ନେତା ଶଶି ଥରୁର ଟୁଇଟ୍‌ କରି ପରଭେଜ ମୁଶରଫଙ୍କୁ ଗୁଣଗାନ କରିଥିଲେ। ଏହାକୁ ନେଇ ଥରୁର ସୋସିଆଲ ମିଡିଆରେ ବିରୋଧର ସମ୍ମୁଖୀନ ହୋଇଥିଲେ। କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖୱାତ ମଧ୍ୟ ଶଶି ଥରୁରଙ୍କ ଟୁଇଟ୍‌କୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ଗଜେନ୍ଦ୍ର ଶେଖୱାତଙ୍କ ପ୍ରତିକ୍ରିୟାରେ ଶଶି ଥରୁର କହିଛନ୍ତି, ସେ (କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖୱାଟ) ମୋତେ ଇତିହାସ ବିଷୟରେ ଶିକ୍ଷା ଦେବା ଆବଶ୍ୟକ ନାହିଁ। କାର୍ଗିଲ ଯୁଦ୍ଧର ୪ ବର୍ଷ ପରେ ଶାନ୍ତି ଫେରାଇ ଆଣିବା ପାଇଁ ପାକିସ୍ତାନ ସହ ଭାଜପା ସରକାର ଆଲୋଚନା କରିଥିଲେ। ୨୦୦୪ରେ ବାଜପେୟୀ-ମୁଶାରଫ ମଧ୍ୟ ହାତ ମିଳାଇ ଏକ ମିଳିତ ବିବୃତ୍ତି ପ୍ରଦାନ କରିଥିଲେ। ସେ (ମୁଶାରଫ) ଆମର ସବୁଠାରୁ ବଡ ଶତ୍ରୁ ଥିଲେ କିନ୍ତୁ ଏହା ପରେ ପ୍ରାୟ ୪ ବର୍ଷ ଧରି ସେ ଭାରତ ସହ ସମାଧାନ ପାଇଁ ଅନେକ ଚେଷ୍ଟା କରିଥିଲେ।
ଶଶି ଥରୁର ଆହୁରି କହିଛନ୍ତି, ଯେତେବେଳେ ଯଦି କେହି ମୃତ୍ୟୁବରଣ କରନ୍ତି, ଆମେ ତାଙ୍କ ବିଷୟରେ ସମସ୍ତ ଖରାପ ଏବଂ ଭଲ କଥା ମନେ ରଖିଥାଉ। ଏହାକୁ ଏକ ବିବାଦ କରିବା ଦର୍ଶାଉଛି ଯେ ଭାଜପାର ଅନ୍ୟ କୌଣସି ପ୍ରସଙ୍ଗ ନାହିଁ।
ସୂଚନାଯୋଗ୍ୟ, ଶଶି ଥରୁର ପରଭେଜ ମୁଶରଫଙ୍କ ମୃତ୍ୟୁକୁ ସମବେଦନା ଜଣାଇ କହିଛନ୍ତି, ଏକଦା ଭାରତର ଜଣେ ଶତ୍ରୁ ଥିବା ମୁଶାରଫ ୨୦୦୨-୨୦୦୭ ମଧ୍ୟରେ ଶାନ୍ତି ପାଇଁ ପ୍ରକୃତ ଶକ୍ତି ହୋଇପାରିଥିଲେ। ଶଶି ଥରୁରଙ୍କ ଏହି ବିବୃତ୍ତି ସମ୍ପର୍କରେ ଭାଜପା ଶଶି ଥରୁରଙ୍କୁ ନିନ୍ଦା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲାକମେଲର ଗ୍ୟାଙ୍ଗ ଚଳାଉଥିଲା ପୋଲିସ

ଭୋପାଳ,୨।୭: ମଧ୍ୟପ୍ରଦେଶର ହୋଶାଙ୍ଗବାଦରେ ଜୋରଜବରଦସ୍ତ ଚାନ୍ଦା ଆଦାୟ କରିବା ଲାଗି ଗ୍ୟାଙ୍ଗ ଚଳାଉଥିବା ଅଭିଯୋଗରେ ୪ ଜଣ ପୋଲିସ କର୍ମଚାରୀଙ୍କୁ ବହିଷ୍କାର କରାଯାଇଛି। ସୁନିତା ଠାକୁର...

ମତଦାନ ପୂର୍ବରୁ ନନ୍ଦିଗ୍ରାମରେ ଲାଗିଲା ୧୪୪ ଧାରା

କୋଲକାତା,୩୧।୩: ନନ୍ଦିଗ୍ରାମରେ ବିଶୃଙ୍ଖଳା କରିବା, ଭୋଟରଙ୍କୁ ଧମକାଇବାକୁ ବାହାର ରାଜ୍ୟରୁ ଗୁଣ୍ଡା ଆସିଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ନିର୍ବାଚନ କମିସନଙ୍କ ପାଖରେ ଅଭିଯୋଗ କରି...

ପୁଣି ଜମ୍ମୁ-କଶ୍ମୀରରେ ଗସ୍ତରେ ଗଲେ ଅଜିତ ଡୋଭାଲ

ଶ୍ରୀନଗର,୨୬।୯: ଜମ୍ମୁ-କଶ୍ମୀରରୁ ୩୭୦ ଅନୁଚ୍ଛେଦ ଉଠିବା ପରେ ବୁଧବାର ପୁଣି ଥରେ ଶ୍ରୀନଗରରେ ପହଞ୍ଚିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ। ଗତ ଦେଢ ମାସ...

ଆସନ୍ତା କାଲି ଶପଥ ନେଇ ପାରନ୍ତି ଉଦ୍ଧବ

ମୁମ୍ବାଇ,୨୬।୧୧: ମହାରାଷ୍ଟ୍ରରେ ଗଣିତ ହୋଇଗଲା ଓଲଟ ପାଲଟ। ଫେଲ୍‌ ମାରିଲା ଭାଜପାର ଚାଣକ୍ୟ କୁହାଯାଉଥିବା ଅମିତ ଶାହଙ୍କ ପ୍ଲାନ୍‌। ଏବେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ...

ଭାଜପାକୁ କଡ଼ା ସମାଲୋଚନା କଲେ ଆଦିତ୍ୟ

ମୁମ୍ବାଇ,୨୮।୧୨: ସରକାର ଗଠନ ପାଇଁ କିଛି ଦିନ ଧରି ମହାରାଷ୍ଟ୍ରରେ ରାଜନୈତିକ ଡ୍ରାମା ଚାଲିଥିଲା। ଏହାର ଅନ୍ତ ପରେ ଠାକରେ ପରିବାରର ଇତିହାସ ଭାଙ୍ଗି ଶିବସେନା...

ଦିବ୍ୟାଙ୍ଗଙ୍କୁ ବିବାହ କଲେ ମିଳିବ ୫ ଲକ୍ଷ ଟଙ୍କା

ଜୟପୁର,୧୪।୨: ଭାଲେଣ୍ଟାଇନ୍ସ ଦିବସ ଅବସରରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସରକାର ଏକ ନିଆରା ପଦକ୍ଷେପ ନେଇଛନ୍ତି। ପ୍ରେମ ଯୋଡିଙ୍କ ପ୍ରେମ ବିବାହକୁ ସହଜ କରିବା...

ସାଉଥ୍‌ ସୁପରଷ୍ଟାର ପବନ କଲ୍ୟାଣଙ୍କୁ କରୋନା

ମୁମ୍ବାଇ: ଦେଶରେ କରୋନାର ଦ୍ୱିତୀୟ ଲହର ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ସ୍ଥିତି ଏଭଳି ହୋଇଯାଇଛି ଯେ, ପ୍ରତିଦିନ ଲକ୍ଷାଧିକ ସଂଖ୍ୟାରେ କରୋନା ପଜିଟିଭ୍‌ ଚିହ୍ନଟ...

ମହାରାଷ୍ଟ୍ର ଜାଲନାରେ ଦୁଇ ଗୋଷ୍ଠୀ ମଧ୍ୟରେ ପଥରମାଡ: ୫ ପୋଲିସ ଆହତ

ଜାଲନା,୧୩ ।୫: ମହାରାଷ୍ଟ୍ରର ଜାଲନା ଜିଲାର ଏକ ଗାଁରେ ଶୁକ୍ରବାର ସକାଳୁ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ଉଭୟ ପଟରୁ ପଥର ଓ...

Advertisement
Archives

Model This Week