Posted inଜାତୀୟ

ମେଡିକାଲ କମିଶନ ବିଲ୍‌ ଲୋକ ସଭାରେ ଗୃହୀତ

ନୂଆଦିଲ୍ଲୀ,୩୦ା୭(ପି.ଟି.)-ଜାତୀୟ ମେଡିକାଲ କମିଶନ ବିଲ୍‌ ସୋମବାର ଲୋକ ସଭାରେ ଗୃହୀତ ହୋଇଯାଇଛି। ଭାରତର ମେଡିକାଲ କାଉନ୍‌ସିଲ (ଏମ୍‌ସିଆଇ) ବଦଳରେ ଏକ ନୂଆ ଅନୁଷ୍ଠାନ ଗଠନ ଲାଗି ଏହି ବିଲ୍‌ ଅଣାଯାଇଛି। ମେଡିକାଲ ଚିକିତ୍ସା ବିଭାଗରେ ଇନ୍‌ସ୍ପେକ୍ଟର ରାଜ୍‌ର ଅବସାନ ଲାଗି ଏହା ଏକ ବଡ଼ ସଂସ୍କାର ବୋଲି ସରକାର କହିଛନ୍ତି। ବିଲ୍‌ର ବ୍ୟବସ୍ଥା ଅନୁଯାୟୀ ଏମ୍‌ବିବିଏସ୍‌ ଶେଷ ବର୍ଷ ପରୀକ୍ଷାକୁ ପିଜି ପାଇଁ ପ୍ରବେଶିକା ପରୀକ୍ଷା (ଏଣ୍ଟ୍ରାନ୍ସ) ଭାବେ ଗ୍ରହଣ କରାଯିବ। ସେହିପରି ବିଦେଶରେ ମେଡିସିନ୍‌ରେ ସ୍ନାତକ ଡିଗ୍ରୀ କରି ଫେରୁଥିବା ଛାତ୍ରୀଛାତ୍ରଙ୍କ ଲାଗି ଏକ ସ୍କ୍ରିନିଂ ପରୀକ୍ଷା କରାଯିବ। ଏହାକୁ ଜାତୀୟ ପ୍ରସ୍ତାନ ପରୀକ୍ଷା (ନେକ୍ସଟ୍‌) କୁହାଯିବ। ପ୍ରସ୍ତାବିତ ଜାତୀୟ ମେଡିକାଲ କମିଶନ (ଏନ୍‌ଏମ୍‌ସି) ଭିତ୍ତିଭୂମିର ବାରମ୍ବାର ଅନୁଧ୍ୟାନ ନ କରି ଫଳାଫଳ ଉପରେ ଅଧିକ ଗୁରୁତ୍ୱ ଦେବେ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନାରେ ଏହି କଂଗ୍ରେସ ବିଧାୟକଙ୍କ ପରଲୋକ

ବେଙ୍ଗାଲୁରୁ, ୨୪।୯: କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା କର୍ନାଟକର କଂଗ୍ରେସ ବିଧାୟକ ବି. ନାରାୟଣ ରାଓଙ୍କର ଗୁରୁବାର ଅପରାହ୍ନରେ ପରଲୋକ ଘଟିଛି। ମୃତ୍ୟୁବେଳକୁ...

ରାଜସ୍ଥାନ କଂଗ୍ରେସରେ ଅନ୍ତର୍ଦ୍ୱନ୍ଦ୍ବ ତୀବ୍ର

ଜୟପୁର/ନୂଆଦିଲ୍ଲୀ, ୧୪।୬: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବିରୋଧରେ କଂଗ୍ରେସ ନେତା ସଚିନ ପାଇଲଟଙ୍କ ବିଦ୍ରୋହର ପ୍ରାୟ ବର୍ଷେ ପରେ ପୁଣିଥରେ ଦଳରେ ଅନ୍ତର୍ଦ୍ୱନ୍ଦ୍ୱ ତୀବ୍ର...

୧୫୦ ଜିଲାରେ ଜାରି ହେବ ଲକ୍‌ଡାଉନ୍‌: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦେଲା ପ୍ରସ୍ତାବ…

ନୂଆଦିଲ୍ଲୀ,୨୮।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ କୋକୁଆ ଭୟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ପାଇଁ ଦେଶର ୧୫୦ଟି ଜିଲାରେ ଲକ୍‌ଡାଉନ୍‌...

୧୦% ଇଡବ୍ଲ୍ୟୁଏସ୍‌ କୋଟା: ସାମ୍ବିଧାନିକ ବେଞ୍ଚ୍‌କୁ ପଠାଇବା ପ୍ରସଙ୍ଗ: ସୁପ୍ରିମକୋର୍ଟରେ ରାୟ ସଂରକ୍ଷିତ

ନୂଆଦିଲ୍ଲୀ,୧ା୮: ସମାଜର ଆର୍ଥିକ ଦୁର୍ବଳ ଶ୍ରେଣୀ (ଇଡବ୍ଲ୍ୟୁଏସ୍‌)ଙ୍କ ପାଇଁ ଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ରରେ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ ଦେବା ଲାଗି କେନ୍ଦ୍ର ସରକାର...

ସୂର୍ଯ୍ୟ ପରାଗ ସମୟରେ ୩ ପିଲାଙ୍କୁ ମାଟିରେ ବେକ ପର୍ଯ୍ୟନ୍ତ ପୋତାଗଲା

ବେଙ୍ଗାଲୁରୁ,୨୭।୧୨: ଆଧୁନିକ ଦୁନିଆରେ ମଧ୍ୟ ମଣିଷ ମଧ୍ୟରେ ବିଭିନ୍ନ କୁସଂସ୍କାର ଏବଂ ଅନ୍ଧବିଶ୍ୱାସ ରହିଛି। ଏହାଯୋଗୁ ବହୁ ରୋଚକ ଘଟଣାମାନ ଘଟୁଛି। ଗୁରୁବାର ସୂର୍ଯ୍ୟପରାଗ ସମୟରେ...

ପ୍ରଧାନମନ୍ତ୍ରୀଙ୍କୁ ଆଇଏମ୍‌ଏ କହିଲା: ପ୍ରମାଣ କର, ନଚେତ୍‌ କ୍ଷମା ମାଗ

ନୂଆଦିଲ୍ଲୀ,୧୭।୧:ଫାର୍ମାସ୍ୟୁଟିକାଲ୍‌ କମ୍ପାନୀଗୁଡ଼ିକ ଅନୁଗ୍ରହ ଲାଭ ପାଇଁ ଡାକ୍ତରମାନଙ୍କୁ ମହିଳା ଯୋଗାଉଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ତଥାକଥିତ ମନ୍ତବ୍ୟ ଝଡ଼ ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀଙ୍କ...

ବିଶ୍ୱର ସବୁଠୁ ପ୍ରଦୂଷିତ ୩୦ ସହର ମଧ୍ୟରୁ ଭାରତର ୨୨

ନୂଆଦିଲ୍ଲୀ,୧୬।୩ : ଦେଶର ଲୋକଙ୍କୁ ଚିନ୍ତାରେ ପକାଇଲା ଭଳି ଏକ ତଥ୍ୟ ସାମ୍ନାକୁ ଆସିଛି। ଏକ ରିପୋର୍ଟ ଅନୁଯାୟୀ, ବିଶ୍ୱର ସବୁଠୁ ପ୍ରଦୂଷିତ ୩୦ ସହର...

କୋଟାରେ ଶିଶୁ ମୃତ୍ୟୁ ସଂଖ୍ୟା ଛୁଇଁଲା ୧୧୦

ଜୟପୁର,୫।୧: ରାଜସ୍ଥାନର କୋଟାରେ ଥିବା ଜେକେ ଲୋନ ହସ୍ପିଟାଲରେ ରବିବାର ସକାଳ ସୁଦ୍ଧା ଶିଶୁ ମୃତ୍ୟୁ ସଂଖ୍ୟା ୧୧୦ରେ ପହଞ୍ଚିଛି। ଶନିବାର ଏହି ଘଟଣାର ଯାଞ୍ଚ...

Advertisement


Archives

Model This Week

Why Dharitri