Posted inଖେଳ

ମେଘନା ମହିଳା, ମିକ୍ସଡ ଡବଲ୍ସ ସେମିଫାଇନାଲରେ

ଭ୍ଲାଡିଭୋସ୍ତକ (ରୁଷିଆ), ୨୦ା୭ (ପି.ଟି.)- ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳି ମେଘନା ଜାକାମପୁଡିଙ୍କ ପାଇଁ ଶୁକ୍ରବାର ଥିଲା ଏକ ଭଲ ଦିନ। ଏଠାରେ ଚାଲିଥିବା ୭୫,୦୦୦ ଆମେରିକୀୟ ଡଲାର ପୁରସ୍କାର ବିଶିଷ୍ଟ ରଷିଆନ ଓପନ୍‌ ବିଡବ୍ଲ୍ୟୁଏଫ୍‌ ଟୁର୍‌ ସୁପର ୧୦୦ ଟୁର୍ନାମେଣ୍ଟରେ ଉଭୟ ମିକ୍ସଡ ଏବଂ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମିକ୍ସଡ ଡବଲ୍ସରେ ମେଘନା ଏବଂ ଧ୍ରୁବ କାପିଲା ରୁଷୀୟ ଯୋଡ଼ି ମାକସିମ୍‌ ମାକାଲୋଭ ଏବଂ ଏକାଟରିନା ରିଆଜାଣ୍ଟସେଭାଙ୍କୁ ୨୧-୩, ୨୧-୧୨ରେ ହରାଇ ଦେଇଛନ୍ତି। ଅଷ୍ଟମ ସିଡ୍‌ ଭାରତୀୟ ଯୋଡ଼ି ବର୍ତ୍ତମାନ ୭ମ ସିଡ୍‌ ଇଣ୍ଡୋନେସିଆର ଆଦନାନ୍‌ ମୌଲାନା ଏବଂ ମିଚେଲି ଖ୍ରିଷ୍ଟିନେ ବାନ୍ଦାସୋଙ୍କ ସହିତ ମୁକାବିଲା କରିବେ। ସେହିପରି ମହିଳା ଡବଲ୍ସରେ ମେଘନା ଓ ତାଙ୍କ ପାର୍ଟନର ପୂର୍ବିଶା ଏସ. ରାମ୍‌୍‌ ଅନ୍ୟ ଏକ ସ୍ଥାନୀୟ ଯୋଡ଼ି ଭିକ୍ଟୋରିଆ କୋଜିରେଭା ଏବଂ ମାରିଆ ସୁଖୋଭାଙ୍କୁ ୨୧-୧୯, ୨୧-୧୧ରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଟପ୍‌ ସିଡ୍‌ ଯୋଡ଼ି ବର୍ତ୍ତମାନ ଚତୁର୍ଥ ସିଡ୍‌ ଜାପାନର ମିକି କାଶିହାରା ଏବଂ ମିୟୁକି କାଟୋଙ୍କୁ ଭେଟିବେ।
ଋତୁପର୍ଣ୍ଣା ପରାସ୍ତ
ଅନ୍ୟପକ୍ଷରେ ଋତୁପର୍ଣ୍ଣା ଦାସ ଏବଂ ସିରିଲ ବର୍ମା ସେମାନଙ୍କ ସିଙ୍ଗଲ୍ସ କ୍ୱାର୍ଟରଫାଇନାଲ ମ୍ୟାଚରେ ପରାସ୍ତ ହୋଇଛନ୍ତି। ପୂର୍ବତନ ଜାତୀୟ ଚାମ୍ପିୟନ ଋତୁପର୍ଣ୍ଣା ଟପ୍‌ ସିଡ୍‌ ତଥା ସ୍କଟଲାଣ୍ଡର କିର୍ଷ୍ଟି ଗିଲ୍‌ମୋରଙ୍କଠାରୁ ୧୦-୨୧, ୨୧-୧୬, ୧୬-୨୧ରେ ହାରିଯାଇଛନ୍ତି। ସେହିପରି ସିରିଲ ଇଣ୍ଡୋନେସିଆର ଈଶାନ ମୌଲାନା ମୁସ୍ତୋଫାଙ୍କଠାରୁ ୧୧-୨୧, ୨୭-୨୯ରେ ପରାସ୍ତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୁଅର ନାମ କ’ଣ ରଖିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଜାଣନ୍ତୁ

ନୂଆଦିଲ୍ଲୀ, ୫।୮: ନିକଟରେ ପିତୃତ୍ୱ ଲାଭ କରିଥିବା ଭାରତୀୟ କ୍ରିକେଟ୍‌ ଦଳର ଷ୍ଟାର୍‌ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବେ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ ରହୁଛନ୍ତି।...

ଧୋନୀଙ୍କ ଅବସରକୁ ନେଇ ଏମିତି କହିଲେ ସାକ୍ଷୀ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଅବସର ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଟୁଇଟରେ ଧୋନି ରିଟାୟାର୍ସ ହ୍ୟାସଟ୍ୟାଗ ଟ୍ରେଣ୍ଡିଂ...

ବ୍ରାଜିଲ, କଲମ୍ବିଆର ପ୍ରଥମ ବିଜୟ

ସାଓପାଲୋ, ୧୧ା୧୦ (ଏପି)-ଓ୍ବାଲର୍‌ଡକପ୍‌ ଫୁଟ୍‌ବଲ କ୍ୱାଲିଫାୟର୍ସ ଓପନିଂ ରାଉଣ୍ଡରେ ବ୍ରାଜିଲ ଓ କଲମ୍ବିଆ ସେମାନଙ୍କର ପ୍ରଥମ ବିଜୟ ହାସଲ କରିଛନ୍ତି। କୋଭିଡ୍‌ ସ୍ବାସ୍ଥ୍ୟ ପ୍ରୋଟୋକଲ ଯୋଗୁ...

ଭାରତକୁ ୨୦୨୧ ଜୁନିୟର ହକି ବିଶ୍ୱକପ୍‌ ଆୟୋଜନ ଅଧିକାର

ଲାଉସାନେ, ୧୭।୨ (ପି.ଟି.)- ଆସନ୍ତା ବର୍ଷ ଜୁନିୟର ପୁରୁଷ ହକି ବିଶ୍ୱକପ୍‌ ଭାରତରେ ଆୟୋଜିତ ହେବ। ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ପକ୍ଷରୁ ସୋମବାର ଏହା...

ହାର୍ଟ ପାଇଁ ଶେଷ ହେଲା କ୍ୟାରିୟର

ବାର୍ସିଲୋନା,୧୫।୧୨: ବାର୍ସିଲୋନା ତଥା ଆର୍ଜେଣ୍ଟିନା ଷ୍ଟ୍ରାଇକର ସେର୍ଗିଓ ଅଗୁରୋ ବୁଧବାର ଫୁଟ୍‌ବଲରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ହୃଦ ଜନିତ ସମସ୍ୟା କାରଣରୁ ୩୩ ବର୍ଷ ବୟସରେ...

କରୋନା ଆକ୍ରାନ୍ତ ୪ ବ୍ରୁକ୍‌ଲିନ ନେଟ୍ସ ଖେଳାଳିଙ୍କ ମଧ୍ୟରେ କେଭିନ ଡୁରାଣ୍ଟ

ଲସ୍‌ ଏଞ୍ଜେଲ୍ସ,୧୮।୩- କେଭିନ ଡୁରାଣ୍ଟଙ୍କ ସମେତ ବ୍ରୁକ୍‌ଲିନ ନେଟ୍ସ ଦଳର ୪ ଖେଳାଳି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ କରୋନାରେ ପୀଡ଼ିତ ଏନ୍‌ବିଏ (ବାସ୍କେଟବଲ) ଖେଳାଳିଙ୍କ...

ଟିମ୍‌ ଇଣ୍ଡିଆକୁ ଫେରିବା ପଥରେ ରାହାନେ

ମୁମ୍ବାଇ,୧୮।୨: ଟେଷ୍ଟ କ୍ୟାରିୟରର ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଭାରତୀୟ ବ୍ୟାଟର ଅଜିଙ୍କ୍ୟ ରାହାନେ ଚଳିତ ଘରୋଇ ସିଜନର ପ୍ରଥମ ମ୍ୟାଚ୍‌ରେ ଶତକ ହାସଲ...

୩୭୦ ଉଚ୍ଛେଦ ପ୍ରସଙ୍ଗରେ ମୁହଁ ଖୋଲିଲେ ପାକିସ୍ତାନ କ୍ରିକେଟର

ଇସଲମାବାଦ, ୬।୮: ପାକିସ୍ତାନର ପୂର୍ବତନ କ୍ରିକେଟର ଶାହିଦ୍‌ ଆଫ୍ରିଦ୍‌ ଜମ୍ମୁ-କଶ୍ମୀରରୁ ୩୭୦ ଅନୁଚ୍ଛେଦ ଉଠାଇଯିବାକୁ ନେଇ ମୁହଁ ଖୋଲିଛନ୍ତି। ଏନେଇ ସେ ଜାତିସଂଘକୁ କଡା ସମାଲୋଚନା...

Advertisement
Archives

Model This Week