ମୃତ୍ୟୁସଂଖ୍ୟା ଲକ୍ଷେ ଟପିଲା

ଓ୍ବାଶିଂଟନ/ରୋମ୍‌/ ଲଣ୍ଡନ,୧୧ା୪: କରୋନା ଭୂତାଣୁ ଯୋଗୁ ବିଶ୍ୱବ୍ୟାପୀ ମୃତ୍ୟୁସଂଖ୍ୟା ଲକ୍ଷେ ଟପିଛି। ୧୬.୫୦ ଲକ୍ଷ ଲୋକ ଏହି ଭୂତାଣୁ କବଳରେ ଅଛନ୍ତି। ଶୁକ୍ରବାର ମୋଟ ୪,୫୭୦ ଲୋକଙ୍କ ଜୀବନ ଯାଇଥିବା ବେଳେ ୪୪ ହଜାର ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଆମେରିକାରେ କେବଳ ୪.୭୮ ଲକ୍ଷ ବ୍ୟକ୍ତି ଆକ୍ରାନ୍ତ ଥିବା ବେଳେ ଏଠାରେ ମୃତ୍ୟୁସଂଖ୍ୟା ୧୯,୯୨୦କୁ ବୃଦ୍ଧିପାଇଛି। ମାତ୍ର ୨୪ ଘଣ୍ଟାରେ ଏଠାରେ ୧୦ ହଜାର ସଂକ୍ରମିତ ହୋଇଥିବା ବେଳେ ୧,୨୨୮ ଲୋକଙ୍କ ମୁଣ୍ଡ ଗଡ଼ିଛି। ସ୍ପେନ୍‌ରେ ଅଦ୍ୟାବଧି ୧୫,୯୭୦ ଜୀବନ ଯାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୧.୫୭ ଲକ୍ଷରେ ପହଞ୍ଚିଛି। ଇଟାଲୀରେ ୧୮,୮୫୦ ଜଣଙ୍କ ମୃତ୍ୟୁ ଘଟିଛି। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଇ ୧.୪୭ ଲକ୍ଷ ଉପରେ ରହିଛି। ସ୍ପେନ୍‌ ଓ ଇଟାଲୀରେ ୨୪ ଘଣ୍ଟା ମଧ୍ୟରେ ହଜାରେରୁ ଅଧିକ ଜୀବନ ଯାଇଛି। ଫ୍ରାନ୍ସରେ ୧୨, ୨୧୦ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୧.୧୭ ଲକ୍ଷରୁ ଊର୍ଦ୍ଧ୍ୱରେ ରହିଛି। ଜମାନୀରେ ୧.୨୦ ଲକ୍ଷ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୨,୬୦୭ ଜୀବନ ଗଲାଣି। ଚାଇନାରେ ୮୧ ହଜାର ଆକ୍ରାନ୍ତ ଥିବାବେଳେ ମୃତ୍ୟୁସଂଖ୍ୟା ୩,୩୩୬ ରହିଛି। ଇରାନରେ ୬୮ ହଜାର ଆକ୍ରାନ୍ତ ରହିଥିବା ବେଳେ ମଲେଣି ୪,୨୩୨। ବ୍ରିଟେନ ସ୍ଥିତି କ୍ରମଶଃ ଜଟିଳ ହେବାରେ ଲାଗିଛି। ଏଠାରେ ମୃତ୍ୟୁସଂଖ୍ୟା ବଢ଼ି ୮,୯୫୮ ରହିଛି। ସଂକ୍ରମିତଙ୍କ ସଂଖ୍ୟା ୭୦ ହଜାର ଉପରେ ରହିଛି। ଅନ୍ୟ ଦେଶଗୁଡ଼ିକ ମଧ୍ୟରେ ବେଲଜିୟମରେ ୩,୦୧୯, ତୁର୍କୀରେ ୯୦୮, ନେଦରଲାଣ୍ଡରେ ୨,୫୧୧, ବ୍ରାଜିଲରେ ୯୭୫, ସ୍ବିଡେନରେ ୮୭୦ ମୁଣ୍ଡ ଗଡ଼ିଲାଣି। ୨୦୯ ଦେଶକୁ କରୋନା ଭୂତାଣୁ କବଳିତ କରି ରଖିଥିବା ବେଳେ ପରିସ୍ଥିତି ବିଷମୟ ହୋଇପଡ଼ିଛି। ସାମାଜିକ ଦୂରତ୍ୱ ରକ୍ଷା ସହ ଲକ୍‌ଡାଉନ୍‌ କଟକଣା ମାନିବାକୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରୁ ନକଲି ପୋଲିସକୁ ଗିରଫକଲା ଅସଲି ପୋଲିସ: ୫ ବର୍ଷରେ ଗିରଫ ହେଲେଣି ୪୫

ଭୁବନେଶ୍ୱର,୧୧।୭(ତ୍ରିନାଥ ମହାନ୍ତି):ରାଜଧାନୀରୁ ପୁଣି ଗିରଫ ହୋଇଛନ୍ତି ଆଉ ଜଣେ ନକଲି ପୋଲିସ ଅଫିସର। ନିଜକୁ ଆଡିଶନାଲ ଏସ୍‌ପି ପରିଚୟ ଦେଇ ଧମକାଇବା ସହ ଠକୁଥିଲେ। ପୁରୁଣା ଏକ…

ଇରାନକୁ ଟ୍ରମ୍ପଙ୍କ ୨୪ ଘଣ୍ଟାର ଅଲ୍ଟିମେଟମ ଦେଲେ ଟ୍ରମ୍ପ: ନ ମାନିଲେ ଭୟଙ୍କର ହେବ ପରିଣାମ

ଓ୍‌ବାଶିଂଟନ୍‌,୧୧।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ତିକ୍ତତା ଏବେ ଏକ ଅତି ବିପଜ୍ଜନକ ମୋଡ଼ରେ ପହଞ୍ଚିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆମେରିକାର ଟ୍ରମ୍ପ ପ୍ରଶାସନ…

ଷଣ୍ଢକୁ ହାଣି ଜେଲ ଗଲେ ଯବାନ: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଜନଗର,୧୧ା୭ (ଭାସ୍କର ରାଉତରାୟ): ବିଲରେ ଷଣ୍ଢ ପଶିଲା ବୋଲି ଷଣ୍ଢକୁ ଖଣତିରେ ବାଡ଼େଇବା ସହ କଟୁରିରେ ହାଣି ଜଣେ ଯବାନ ହତ୍ୟା କରିଛନ୍ତି। ଏଥିରେ ଅନ୍ୟ ଗୋଟିଏ…

ଛାତ୍ରୀଛାତ୍ରଙ୍କୁ ଫେରସ୍ତ ହେବ ନାମଲେଖା ଫି’: ବ୍ଲକ୍‌ ଗ୍ରାଣ୍ଟ୍‌ କଲେଜକୁ ସରକାର ଦେବେ ଟଙ୍କା

ଭୁବନେଶ୍ୱର,୧୧ା୭(ସୁଚିସ୍ମିତା ସାହୁ):କେଜିରୁ ପିଜି ମାଗଣା ଶିକ୍ଷା ପାଇଁ ସରକାର ନିଷ୍ପତ୍ତି ନେବା ପରେ ମଧ୍ୟ ଅନେକ ଶିକ୍ଷାନୁଷ୍ଠାନରେ ନାମଲେଖା ସମୟରେ ଫି’ ନିଆଯାଉଥିବା ଅଭିଯୋଗ ହୋଇଛି। ଏ…

ଜନଗଣନା ପରେ ପଞ୍ଚାୟତ ଭୋଟ

ଭୁବନେଶ୍ୱର,୧୧।୭(ରବିନାରାୟଣ ଜେନା): ରାଜ୍ୟରେ ଚାଲିଥିବା ଭୋଟରତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ(ଏସ୍‌ଆଇଆର୍‌) ଏବଂ ଜନଗଣନା ପରେ ପଞ୍ଚାୟତ ଓ ପୌର ନିର୍ବାଚନ ହେବ ବୋଲି ରାଜ୍ୟ ନିର୍ବାଚନ ଆୟୁକ୍ତ(କମିଶନର)…

ଚାଲିଥିଲା ରିସେପସନର ଆୟୋଜନ, ବିବାହର ଚତୁର୍ଥ ଦିନରେ କନିଆଁ ଫେରାର: ବୈଶିଙ୍ଗା ଅଞ୍ଚଳରେ ଚର୍ଚ୍ଚା…

ବୈଶିଙ୍ଗା,୧୦|୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମହେଶପୁର ଗ୍ରାମରେ ଏକ ଅଭାବନୀୟ ତଥା ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘରେ ବନ୍ଧୁମିଳନ ବା ରିସେପସନ୍…

ଏହି ଦିନ ମିଳିବ ସୁଭଦ୍ରା ୫ମ କିସ୍ତି, ନୂଆ ହିତାଧିକାରୀ ପାଇବେ ଏକକାଳୀନ…

ଭୁବନେଶ୍ୱର,୧୦ା୭(ସୁଚିସ୍ମିତା ସାହୁ): ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଯୋଜନାର ୫ମ କିସ୍ତି ପ୍ରଦାନ କରିବେ ରାଜ୍ୟ ସରକାର। ଏହାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଶୁକ୍ରବାର ଲୋକସେବା…

ପାଠ୍ୟପୁସ୍ତକ ତ୍ରୁଟି ପ୍ରତିବାଦ: ଶୁଖୁଆ ଓ ଝାଲମୁଢି ଧରି ବରଗଡ଼ରେ ବିଜେଡିର ‘ଶିକ୍ଷା ବଞ୍ଚାଅ’ ଆନ୍ଦୋଳନ

ବରଗଡ଼,୧୦।୭(ପ୍ରେମାନନ୍ଦ ଖମାରୀ)- ପାଠ୍ୟପୁସ୍ତକରେ ହୋଇଥିବା ଗୁରୁତର ତ୍ରୁଟିକୁ ନେଇ ବରଗଡ଼ରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଶୁକ୍ରବାର ଛାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri