ମୃତ୍ୟୁଠୁ ବଳିଯାଇଛି ଯନ୍ତ୍ରଣା

ଭଦ୍ରକ ଅଫିସ, ୨୧।୬ – ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ରାହାଞ୍ଜ ନିକଟରେ ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାକୁ ଏହା ମଧ୍ୟରେ ୧୧ ମାସ ବିତିଗଲାଣି। ବେପରୁଆ ଟ୍ରକ୍‌ ଚାଳକଙ୍କ ଦାୟିତ୍ୱହୀନ ଗାଡ଼ି ଚାଳନା ଯୋଗୁ ଏହି ଦୁର୍ଘଟଣାରେ ସ୍ଥାନୀୟ ରାଣୀତାଲ ସ୍କୁଲରୁ ଫେରୁଥିବା ୫ ଛାତ୍ରୀଛାତ୍ରଙ୍କ ମୃତ୍ୟୁ ଘଟିଥିଲା। ତେବେ ଏହି ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିବା ଛାତ୍ରୀ ଶୀତଲଙ୍କ ଯନ୍ତ୍ରଣା ମୃତ୍ୟୁଠୁ ବଳିଯାଇଛି। ଯନ୍ତ୍ରଣା ସହି ନ ପାରି ପ୍ରତି ମୁହୂର୍ତ୍ତରେ ସେ ଦୁର୍ଘଟଣାରେ ହରାଇଥିବା ବଡ଼ଭଉଣୀ ଶ୍ୱେତାଙ୍କ ପାଖକୁ ଚାଲିଯିବାକୁ(ଇଚ୍ଛାମୃତ୍ୟୁ) ଚାହଁୁଥିବା ପ୍ରଶାସନ ନିକଟରେ ଆବେଦନ କରିବେ ବୋଲି ଆମ ପ୍ରତିନିଧିଙ୍କ ଆଗରେ କାନ୍ଦି କାନ୍ଦି କହିଥିଲେ ଶୀତଲ। ସେତେବେଳେ ଗୁରୁତରଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ପ୍ରତିଶ୍ରୁତି ଦେଇଥିବା ପ୍ରଶାସନ ଓ ସରକାର ଯେପରି ଶୀତଲଙ୍କ ଏଭଳି ଅବସ୍ଥା ପ୍ରତି ଆଖି ବୁଜି ଦେଇଛନ୍ତି।
୨୦୧୮ ଜୁଲାଇ ୧୯ ତାରିଖ ଅପରାହ୍ନରେ ଘଟିଥିଲା ମର୍ମନ୍ତୁଦ ଦୁର୍ଘଟଣା। ରାଣୀତାଲ ଉଚ୍ଚ ବିଦ୍ୟାଳୟରେ ପଢୁଥିବା ରାହାଞ୍ଜ ଅଞ୍ଚଳର ଛାତ୍ରୀଛାତ୍ର ୧୬ ନମ୍ବର ଜାତୀୟ ରାଜପଥ ଦେଇ ସାଇକେଲରେ ଘରକୁ ଫେରୁଥିବା ବେଳେ ଏକ ଟ୍ରକ ସେମାନଙ୍କ ଉପରେ ମାଡ଼ିଯାଇଥିଲା। ଟ୍ରକ ଚକା ତଳେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଥିଲେ। ମୃତକଙ୍କ ମଧ୍ୟରେ ଥିଲେ ୩ ଛାତ୍ରୀ ଓ ୨ ଛାତ୍ର। ମୃତ ଛାତ୍ରୀଛାତ୍ର ହେଲେ ରାଣୀତାଲ ଅସୁରା ହାଟସାହି ଗ୍ରାମର ସତ୍ୟବ୍ରତ ବାରିକ, ସୁକାନ୍ତ ସାହୁ, କଳ୍ପନା ଜେନା, ଶ୍ୱେତା ସାହୁ ଓ ପ୍ରିୟମ୍ବଦା ମହାନ୍ତି। ସେମାନଙ୍କ ମଧ୍ୟରୁ ମୃତା ଶ୍ୱେତା ସାହୁ ଓ ଗୁରୁତର ଶୀତଲ ସାହୁ ହେଲେ ଉକ୍ତ ଗ୍ରାମର ସୁବାସ ସାହୁଙ୍କ ଝିଅ। ସେତେବେଳେ ଜିଲା ସାରା ଶୋକସଭା କରାଯାଇ ସମସ୍ତେ ସମବେଦନା ଜଣାଇଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ୨ ଲକ୍ଷ ଓ ଶିକ୍ଷା ବିଭାଗ ପକ୍ଷରୁ ୨ ଲକ୍ଷ ମୋଟ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତାରାଶି ପ୍ରଦାନ କରାଯାଇଥିଲା। ଏଥିସହ ସମସ୍ତ ଆହତଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ଘୋଷଣା କରାଗଲା। ହେଲେ ଏହି ଘୋଷଣା କେବଳ ଘୋଷଣାରେ ହିଁ ସୀମିତ ରହିଛି। ସୁବାସଙ୍କ ସାନଝିଅ ଶୀତଲ ବାମହାତ ଓ ଡାହାଣ ଗୋଡ଼ ଟ୍ରକ ଚକ ତଳେ ଚାପି ହୋଇ କ୍ଷତାକ୍ତ ହୋଇଯାଇଥିଲା। ପ୍ରଥମେ ସେ ଭଦ୍ରକ ଓ ପରେ କଟକ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଦୁଇମାସ ପରେ ଘରକୁ ଫେରିଥିଲେ। ସେବେଠାରୁ ଶୀତଲ ଶଯ୍ୟାଶାୟୀ। କ୍ଷତାକ୍ତ ବାମହାତ ଓ ଡାହାଣ ଗୋଡ଼ ପୁଯ ହୋଇଗଲାଣି। ଶୀତଲଙ୍କ ଚିକିତ୍ସା ପାଇଁ ପରିବାର ପକ୍ଷରୁ ପ୍ରାୟ ୧୪ ଲକ୍ଷ ଟଙ୍କା ଖର୍ଚ୍ଚ ସରିଲାଣି। ଜିଲା ପ୍ରଶାସନ ପକ୍ଷରୁ ସେତେବେଳେ ରେଡ୍‌କ୍ରସ୍‌ରୁ କିଛି ସହାୟତା ଦିଆଯାଇଥିଲା। ମାତ୍ର ତାହା ସମୁଦ୍ରକୁ ଶଙ୍ଖେ ସଦୃଶ। ସୁବାସ ଜଣେ ଅଖା ବ୍ୟବସାୟୀ। ଶ୍ୱେତାଙ୍କ ମୃତ୍ୟୁ ପରେ ତାଙ୍କର ଆଉ ୫ ଝିଅ ଅଛନ୍ତି। ଆର୍ଥତ୍କ ଅବସ୍ଥା ସ୍ବଚ୍ଛଳ ନ ଥିବାବେଳେ ଶୀତଲଙ୍କ ଅଧିକ ଚିକିତ୍ସା କରିବା ତାଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଛି। ଶୀତଲଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏ ତ ଗଲା ସୁବାସଙ୍କ ପରିବାରର ଦୁଃଖ। ଦୁର୍ଘଟଣାରେ ଅନ୍ୟ ମୃତକଙ୍କ ପରିବାର ଲୋକେ ମଧ୍ୟ ଝିଅପୁଅଙ୍କୁ ଝୁରି ଦିନ କାଟୁଛନ୍ତି। ଏ ସମ୍ପର୍କରେ ଜିଲାପାଳ ଜ୍ଞାନରଞ୍ଜନ ଦାସଙ୍କୁ ପଚାରିବାରୁ ସରକାରୀ ନିୟମାନୁଯାୟୀ ଆହତଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ ଉପରେ ପଡ଼ିଲା କ୍ରେନ୍‌

ବାଲେଶ୍ୱର/ନୀଳଗିରି,୨୮।୫(ବାଞ୍ଛାନିଧି ଦେ/ପ୍ରଶାନ୍ତ ବିଶ୍ୱାଳ): ନୀଳଗିରି-ଗୋପୀନାଥପୁର ରେଲ ଷ୍ଟେଶନରେ ଏକ ଅଘଟଣ ଘଟିଛି। ଅନ୍‌ ଲୋଡିଂ ବେଳେ କ୍ରେନ୍‌ ଭାଙ୍ଗି ୨ଟି ମାଲବାହୀ ଟ୍ରେନ ଉପରେ ପଡ଼ିଥିଲା। ଫଳରେ…

ଓଲଟିଲା ଲୁଣ ବୋଝେଇ ଇଞ୍ଜିନ ରିକ୍ସା, ଖାଲାସୀ ମୃତ

ଭୋଗରାଇ,୨୮।୫( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦ୍ଦା – ବାଲିଆପାଳ ରାସ୍ତା ଜଳଧା ଗ୍ରାମ ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି…

ଭାଇ-ଭାଇ ବିବାଦ ଯୋଗୁଁ ମା’ର କଲେନି ଅନ୍ତିମସଂସ୍କାର, ପୋଲିସ ଆସି କାନ୍ଧେଇଲା ଶବ

ବାଲେଶ୍ୱର,୨୭ା୫( ବାଞ୍ଛାନିଧି ଦେ): ଦୁଇ ପୁଅ ମଧ୍ଯରେ ବିବାଦ ପାଇଁ ବଳି ପଡିଲେ ମା’ । ଏମିତି କି ମା’ର ଶବସତ୍କାର କଲେନି ଦୁଇ ପୁଅ ।…

ରାଜପଥ ପାର୍ଶ୍ୱରୁ ମୃତ ହରିଣ ଉଦ୍ଧାର: ଚୋରା ଚାଲାଣ ସନ୍ଦେହରେ…

ବାଲେଶ୍ୱର, ୨୫।୫ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ୬୦ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରୁ ଏକ ମୃତ ହରିଣ ଉଦ୍ଧାର ହୋଇଛି। ସଦର ଥାନା ଅନ୍ତର୍ଗତ ନିଧିପଣ୍ଡା…

ତ୍ରିକୋଣ ପ୍ରେମର କରୁଣ ପରିଣତି: ବିଚ୍‌ ରାସ୍ତାରେ ଦ୍ୱିତୀୟ ପ୍ରେମିକଙ୍କ ମାଆ-ମାମୁଁଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ପ୍ରଥମ ପ୍ରେମିକ

ବାଲେଶ୍ୱର, ୨୩।୫( ବାଞ୍ଛାନିଧି ଦେ) : ରାଜଧାନୀରୁ ଆରମ୍ଭ କରି ସବୁଠି ଏବେ ପ୍ରେମକୁ ନେଇ ଘଟୁଛି ତୁମୁଳକାଣ୍ଡ । ଏଭଳି ଏକ ସାଙ୍ଘାତିକ ଘଟଣା ସାମ୍ନାକୁ…

କୋର୍ଟ ଆଗରେ ବାପାଙ୍କୁ ହାଣିଲେ ୨ ପୁଅ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସୋର, ୨୩ା୫(ଜନ୍ମେଜୟ ମିଶ୍ର):ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବାପାଙ୍କୁ ଗୋଡେଇ ଗୋଡେଇ ହାଣିଛନ୍ତି ୨ ପୁଅ। ତାହା ପୁଣି ସୋର କୋର୍ଟ ସମ୍ମୁଖରେ। ସ୍ଥାନୀୟ ଲୋକେ ଗୁରୁତର…

ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ଦେଶୀ ମଦ-ବିଅର ଜବତ, ୧୦ ଗିରଫ

ବାଲେଶ୍ୱର,୨୨ା୫( ବାଞ୍ଛାନିଧି ଦେ): ବାଲେଶ୍ୱର ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି । ଭ୍ରାମ୍ୟମାଣ ସ୍କ୍ୱାର୍ଡ ନିରୀକ୍ଷକ…

ଘରୋଇ ହଷ୍ଟେଲର ୩ ମହଲା ଛାତରୁ ପଡି ସ୍କୁଲ ଛାତ୍ର ଗୁରୁତର, କଟକ ମେଡିକାଲରେ ଭର୍ତ୍ତିି

ନୀଳଗିରି, ୨୧।୫(ପ୍ରଶାନ୍ତ କୁମାର ବିଶ୍ବାଳ): ଘରୋଇ ମେସର ୩ ମହଲା ଛାତରୁ ଖସି ଛାତ୍ର ଗୁରୁତର ହୋଇ କଟକ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ଛାତତ୍ର ଜଣଙ୍କ ନୀଳଗିରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri