ମୃତ୍ୟୁଠୁ ବଳିଯାଇଛି ଯନ୍ତ୍ରଣା

ଭଦ୍ରକ ଅଫିସ, ୨୧।୬ – ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ରାହାଞ୍ଜ ନିକଟରେ ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାକୁ ଏହା ମଧ୍ୟରେ ୧୧ ମାସ ବିତିଗଲାଣି। ବେପରୁଆ ଟ୍ରକ୍‌ ଚାଳକଙ୍କ ଦାୟିତ୍ୱହୀନ ଗାଡ଼ି ଚାଳନା ଯୋଗୁ ଏହି ଦୁର୍ଘଟଣାରେ ସ୍ଥାନୀୟ ରାଣୀତାଲ ସ୍କୁଲରୁ ଫେରୁଥିବା ୫ ଛାତ୍ରୀଛାତ୍ରଙ୍କ ମୃତ୍ୟୁ ଘଟିଥିଲା। ତେବେ ଏହି ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିବା ଛାତ୍ରୀ ଶୀତଲଙ୍କ ଯନ୍ତ୍ରଣା ମୃତ୍ୟୁଠୁ ବଳିଯାଇଛି। ଯନ୍ତ୍ରଣା ସହି ନ ପାରି ପ୍ରତି ମୁହୂର୍ତ୍ତରେ ସେ ଦୁର୍ଘଟଣାରେ ହରାଇଥିବା ବଡ଼ଭଉଣୀ ଶ୍ୱେତାଙ୍କ ପାଖକୁ ଚାଲିଯିବାକୁ(ଇଚ୍ଛାମୃତ୍ୟୁ) ଚାହଁୁଥିବା ପ୍ରଶାସନ ନିକଟରେ ଆବେଦନ କରିବେ ବୋଲି ଆମ ପ୍ରତିନିଧିଙ୍କ ଆଗରେ କାନ୍ଦି କାନ୍ଦି କହିଥିଲେ ଶୀତଲ। ସେତେବେଳେ ଗୁରୁତରଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ପ୍ରତିଶ୍ରୁତି ଦେଇଥିବା ପ୍ରଶାସନ ଓ ସରକାର ଯେପରି ଶୀତଲଙ୍କ ଏଭଳି ଅବସ୍ଥା ପ୍ରତି ଆଖି ବୁଜି ଦେଇଛନ୍ତି।
୨୦୧୮ ଜୁଲାଇ ୧୯ ତାରିଖ ଅପରାହ୍ନରେ ଘଟିଥିଲା ମର୍ମନ୍ତୁଦ ଦୁର୍ଘଟଣା। ରାଣୀତାଲ ଉଚ୍ଚ ବିଦ୍ୟାଳୟରେ ପଢୁଥିବା ରାହାଞ୍ଜ ଅଞ୍ଚଳର ଛାତ୍ରୀଛାତ୍ର ୧୬ ନମ୍ବର ଜାତୀୟ ରାଜପଥ ଦେଇ ସାଇକେଲରେ ଘରକୁ ଫେରୁଥିବା ବେଳେ ଏକ ଟ୍ରକ ସେମାନଙ୍କ ଉପରେ ମାଡ଼ିଯାଇଥିଲା। ଟ୍ରକ ଚକା ତଳେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଥିଲେ। ମୃତକଙ୍କ ମଧ୍ୟରେ ଥିଲେ ୩ ଛାତ୍ରୀ ଓ ୨ ଛାତ୍ର। ମୃତ ଛାତ୍ରୀଛାତ୍ର ହେଲେ ରାଣୀତାଲ ଅସୁରା ହାଟସାହି ଗ୍ରାମର ସତ୍ୟବ୍ରତ ବାରିକ, ସୁକାନ୍ତ ସାହୁ, କଳ୍ପନା ଜେନା, ଶ୍ୱେତା ସାହୁ ଓ ପ୍ରିୟମ୍ବଦା ମହାନ୍ତି। ସେମାନଙ୍କ ମଧ୍ୟରୁ ମୃତା ଶ୍ୱେତା ସାହୁ ଓ ଗୁରୁତର ଶୀତଲ ସାହୁ ହେଲେ ଉକ୍ତ ଗ୍ରାମର ସୁବାସ ସାହୁଙ୍କ ଝିଅ। ସେତେବେଳେ ଜିଲା ସାରା ଶୋକସଭା କରାଯାଇ ସମସ୍ତେ ସମବେଦନା ଜଣାଇଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ୨ ଲକ୍ଷ ଓ ଶିକ୍ଷା ବିଭାଗ ପକ୍ଷରୁ ୨ ଲକ୍ଷ ମୋଟ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତାରାଶି ପ୍ରଦାନ କରାଯାଇଥିଲା। ଏଥିସହ ସମସ୍ତ ଆହତଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ଘୋଷଣା କରାଗଲା। ହେଲେ ଏହି ଘୋଷଣା କେବଳ ଘୋଷଣାରେ ହିଁ ସୀମିତ ରହିଛି। ସୁବାସଙ୍କ ସାନଝିଅ ଶୀତଲ ବାମହାତ ଓ ଡାହାଣ ଗୋଡ଼ ଟ୍ରକ ଚକ ତଳେ ଚାପି ହୋଇ କ୍ଷତାକ୍ତ ହୋଇଯାଇଥିଲା। ପ୍ରଥମେ ସେ ଭଦ୍ରକ ଓ ପରେ କଟକ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଦୁଇମାସ ପରେ ଘରକୁ ଫେରିଥିଲେ। ସେବେଠାରୁ ଶୀତଲ ଶଯ୍ୟାଶାୟୀ। କ୍ଷତାକ୍ତ ବାମହାତ ଓ ଡାହାଣ ଗୋଡ଼ ପୁଯ ହୋଇଗଲାଣି। ଶୀତଲଙ୍କ ଚିକିତ୍ସା ପାଇଁ ପରିବାର ପକ୍ଷରୁ ପ୍ରାୟ ୧୪ ଲକ୍ଷ ଟଙ୍କା ଖର୍ଚ୍ଚ ସରିଲାଣି। ଜିଲା ପ୍ରଶାସନ ପକ୍ଷରୁ ସେତେବେଳେ ରେଡ୍‌କ୍ରସ୍‌ରୁ କିଛି ସହାୟତା ଦିଆଯାଇଥିଲା। ମାତ୍ର ତାହା ସମୁଦ୍ରକୁ ଶଙ୍ଖେ ସଦୃଶ। ସୁବାସ ଜଣେ ଅଖା ବ୍ୟବସାୟୀ। ଶ୍ୱେତାଙ୍କ ମୃତ୍ୟୁ ପରେ ତାଙ୍କର ଆଉ ୫ ଝିଅ ଅଛନ୍ତି। ଆର୍ଥତ୍କ ଅବସ୍ଥା ସ୍ବଚ୍ଛଳ ନ ଥିବାବେଳେ ଶୀତଲଙ୍କ ଅଧିକ ଚିକିତ୍ସା କରିବା ତାଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଛି। ଶୀତଲଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏ ତ ଗଲା ସୁବାସଙ୍କ ପରିବାରର ଦୁଃଖ। ଦୁର୍ଘଟଣାରେ ଅନ୍ୟ ମୃତକଙ୍କ ପରିବାର ଲୋକେ ମଧ୍ୟ ଝିଅପୁଅଙ୍କୁ ଝୁରି ଦିନ କାଟୁଛନ୍ତି। ଏ ସମ୍ପର୍କରେ ଜିଲାପାଳ ଜ୍ଞାନରଞ୍ଜନ ଦାସଙ୍କୁ ପଚାରିବାରୁ ସରକାରୀ ନିୟମାନୁଯାୟୀ ଆହତଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ସରପଞ୍ଚରୁ ବିଧାୟିକା ପ୍ରାର୍ଥୀ

ବାଲେଶ୍ୱର,୨୧।୪(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲାର ଦୁଇଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛି। ରେମୁଣା ବିଧାନସଭା କ୍ଷେତ୍ରରୁ ବିଦ୍ୟାସ୍ମିତା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri