ମୁଖ୍ୟ ଡାକଘରେ ଦ୍ୱିତୀୟ କାଉଣ୍ଟର ଖୋଲାଯାଉ

ବ୍ରହ୍ମପୁର ଅଫିସ,୨୦ା୪-ଦକ୍ଷିଣ ଓଡ଼ିଶାର ବଡ଼ ସହର ବ୍ରହ୍ମପୁର ମୁଖ୍ୟ ଡାକଘର ଏବେ ଅବ୍ୟବସ୍ଥା ମଧ୍ୟରେ ରହିଛି । ସେଠାରେ ଥିବା ଦୁଇ ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟର ଓ ଦୁଇଟି କାଉଣ୍ଟର ମଧ୍ୟରୁ ଗୋଟିଏ କାଉଣ୍ଟର ବନ୍ଦ କରି ଦିଆଯାଇଛି। ଜଣେ ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟର ପଦ ଉଚ୍ଛେଦ କରାଯାଇଛି। ଫଳରେ ବରିଷ୍ଠ ନାଗରିକ ଓ ମହିଳା ଗ୍ରାହକମାନେ ହଇରାଣ ହେଉଥିବା ଓଡ଼ିଶା ସେବା ନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ ଗଞ୍ଜାମ ଜିଲା ଶାଖା ପକ୍ଷରୁ ଅଭିଯୋଗ ହୋଇଛି । ପୂର୍ବ ସ୍ଥିତି ତୁରନ୍ତ କାର୍ଯ୍ୟକାରୀ କରିବାକୁ ମଞ୍ଚ ଦାବି କରିଛି ।   ମଞ୍ଚ ପକ୍ଷରୁ କୁହାଯାଇଛି ମୁଖ୍ୟ ଡ଼ାକଘର ସହରର କେନ୍ଦ୍ରସ୍ଥଳ ପୁରୁଣା ବସଷ୍ଟାଣ୍ଡ ନିକଟରେ ଥିବାରୁ ପ୍ରତିଦିନ ଗ୍ରାହକଙ୍କ ଭିଡ଼ ଜମୁଛି । ଡାକ ସେବା ପାଇଁ ମାତ୍ର ଗୋଟିଏ କାଉଣ୍ଟର ଓ ଜଣେ ସହକାରୀ ପୋଷ୍ଟମାଷ୍ଟର ଅଛନ୍ତି ।

ସେହି କାଉଣ୍ଟରରେ ଗ୍ରାହକମାନେ ଲମ୍ବାଧାଡ଼ିରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି। ବହୁବାର ଉପରିସ୍ଥ କର୍ତ୍ତୃପକ୍ଷଙ୍କୁ ଜଣାଇବା ସତ୍ତ୍ବେ ସମସ୍ୟାର ସମାଧାନ ପ୍ରତି ଆଖି ବୁଜି ଦିଆଯାଇଛି । ଅପରପକ୍ଷରେ ଚିଠି ପତ୍ର ଲେଖିବା ଓ ଅନ୍ୟ କାର୍ଯ୍ୟପାଇଁ ସେଠାରେ ସ୍ବତନ୍ତ୍ର ଭାବେ ଡେସ୍କ ନ ଥିବା ଆଉ ଏକ ସମସ୍ୟା ହୋଇଛି ।   ସମ୍ପାଦକ ଶ୍ୟାମ ସୁନ୍ଦର ଖାଡ଼ଙ୍ଗା ଓ ମଞ୍ଚର ଅନ୍ୟ କର୍ମକର୍ତ୍ତାମାନେ କହିଛନ୍ତି ମହିଳା ଗ୍ରାହକ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ମୁଖ୍ୟ ଡ଼ାକଘର ପରିସରରେ ସ୍ବତନ୍ତ୍ର ସୁବିଧା ଯୋଗାଇବାର ମୁଖ୍ୟ ଡ଼ାକପାଳ (ଚିଫ ପୋଷ୍ଟମାଷ୍ଟର ଜେନେରାଲ) ଦେଇଥିବା ପ୍ରତିଶ୍ରୁତି ଦୀର୍ଘଦିନ ପରେ ବି କାର୍ଯ୍ୟକାରୀ ହୋଇନାହିଁ । ସମସ୍ୟା ସମାଧାନରେ ଅଧିକ ବିଳମ୍ବ ହେଲେ ବରିଷ୍ଠ ନାଗରିକଙ୍କୁ ମେଳି କରି ମଞ୍ଚ ଆନ୍ଦୋଳନକୁ ଓହ୍ଲାଇ ବୋଲି ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ସିବିରେ ଏକକାଳୀନ ୪ ଶିଶୁ ଜନ୍ମହେବା ଘଟଣା: ୨ ଶିଶୁକନ୍ୟା ଆଖି ବୁଜିଲେ

କଟକ ଅଫିସ,୯ା୮: ଏସ୍‌ସିବି ମେଡିକାଲରେ ଶନିବାର ଏକାଥରକେ ଜନ୍ମ ହୋଇଥିବା ୪ ଶିଶୁକନ୍ୟାଙ୍କ ମଧ୍ୟରୁ ରବିବାର ୨ ଜଣଙ୍କ ମୃତ୍ୟୁ ଘଟିଛି। ନବଜାତ ଶିଶୁ ପରିପକ୍ୱ...

ବାଘଲଟି ଜଳ ଭଣ୍ଡାରରେ ଫସିଥିବା ୪ ଜଣ ଉଦ୍ଧାର

ପାତ୍ରପୁର,୭।୮(ଡି.ଏନ୍‌.ଏ.)- ପାତ୍ରପୁର ବ୍ଲକ ତୁରୁବୁଡ଼ିଠାରେ ଥିବା ବାଘଲଟି ଜଳଭଣ୍ଡାରରେ ବୁଧବାର ଫସିଥିବା ୪ଜଣକୁ ଉଦ୍ଧାର କରିଛି ପାତ୍ରପୁର ଦମକଳ ବାହିନୀ। ସେମାନେ ହେଲେ ବେହେରାପୁଟୁ ଗ୍ରାମର...

ପୂର୍ବତନ ବିଧାୟକଙ୍କ ପରଲୋକ

ଆସିକା,୯ା୧(ଡି.ଏନ୍‌.ଏ.): ଆସିକାର ବରିଷ୍ଠ କଂଗ୍ରେସ ନେତା, ବିଶିଷ୍ଟ ସମବାୟବିତ୍‌ ତଥା ପୂର୍ବତନ ବିଧାୟକ ରାଧାଗୋବିନ୍ଦ ସାହୁଙ୍କ (୯୩)ର ବୁଧବାର ସକାଳେ ପରଲୋକ ଘଟିଛି। ସେ ଭୁବନେଶ୍ୱର...

ତିତ୍‌ଲି ଦୁଃଖ ଯାଇନି, ମାଡ଼ିଆସୁଛି ‘ଫନୀ’ ଲୋକେ ଆତଙ୍କିତ

ଭଞ୍ଜନଗର,୧ା୫(ଡି.ଏନ୍‌.ଏ.) : ସାମୁଦ୍ରିକ  ଝଡ଼  ତିତ୍‌ଲି ପ୍ରଭାବରେ ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ବ୍ୟାପକ ଧନଜୀବନ କ୍ଷୟକ୍ଷତି ହୋଇଥିଲା। ଇତିମଧ୍ୟରେ ତିତ୍‌ଲିକୁ ୬ ମାସ ପୂରିବାକୁ...

ପାର୍କରୁ ଚୋରି ହେଉଛି ବ୍ୟାୟାମ ଉପକରଣ

ବ୍ରହ୍ମପୁର ଅଫିସ,୩ା୬: ବ୍ରହ୍ମପୁର ମହାନଗର ନିଗମ (ବିଇଏମସି) ପକ୍ଷରୁ ସହରବାସୀଙ୍କ ଆମୋଦ ପ୍ରମୋଦ ଓ ବ୍ୟାୟାମ ନିମନ୍ତେ ମିନି ପାର୍କ ନିର୍ମାଣ କରାଯାଇଛି। ନିଗମ ପକ୍ଷରୁ...

‘ଗଞ୍ଜାମକୁ ଦେଶର ୧ ନମ୍ବର ଜିଲା କରିବାକୁ ଉଦ୍ୟମ ହେବ’

କବିସୂର୍ଯ୍ୟନଗର,୨୬ା୩(ଡି.ଏନ୍‌.ଏ.): ଗଞ୍ଜାମକୁ ଦେଶର ୧ ନମ୍ବର ଜିଲା କରିବାକୁ ଉଦ୍ୟମ ହେବ। ଗଞ୍ଜାମ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କବିସୂର୍ଯ୍ୟନଗର ସମାବେଶରେ ଏପରି ଆହ୍ବାନ...

ସ୍ମୃତିରେ ୨୦୨୧

ହାତଗଣତି କେତୋଟି ଦିନ ପରେ ଶେଷ ହେବ ୨୦୨୧ ମସିହା । ନୂଆ ଆଶା, ଆକାଂକ୍ଷା, ଉନ୍ମାଦନା ଓ ସମ୍ଭାବନାକୁ ନେଇ ଆସିବ ନୂତନ ବର୍ଷ।...

୪ ଗୋରୁ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ: ଡାକ୍ତରଖାନାରେ ଭର୍ତ୍ତି

ସୋରଡ଼ା,୫ା୧(ଡି.ଏନ୍‌.ଏ.): ଗୋରୁ ବ୍ୟବସାୟ କରୁଥିବା ୪ ଜଣଙ୍କୁ ଗୁରୁବାର ମରଣାନ୍ତକ ଆକ୍ରମଣ ହୋଇଛି। ସମସ୍ତଙ୍କୁ ସୋରଡ଼ା ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ପଠାଯାଇଛି। ଆଜି...

Advertisement
Archives

Model This Week