ମୁଖ୍ୟ ଡାକଘରେ ଦ୍ୱିତୀୟ କାଉଣ୍ଟର ଖୋଲାଯାଉ

ବ୍ରହ୍ମପୁର ଅଫିସ,୨୦ା୪-ଦକ୍ଷିଣ ଓଡ଼ିଶାର ବଡ଼ ସହର ବ୍ରହ୍ମପୁର ମୁଖ୍ୟ ଡାକଘର ଏବେ ଅବ୍ୟବସ୍ଥା ମଧ୍ୟରେ ରହିଛି । ସେଠାରେ ଥିବା ଦୁଇ ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟର ଓ ଦୁଇଟି କାଉଣ୍ଟର ମଧ୍ୟରୁ ଗୋଟିଏ କାଉଣ୍ଟର ବନ୍ଦ କରି ଦିଆଯାଇଛି। ଜଣେ ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟର ପଦ ଉଚ୍ଛେଦ କରାଯାଇଛି। ଫଳରେ ବରିଷ୍ଠ ନାଗରିକ ଓ ମହିଳା ଗ୍ରାହକମାନେ ହଇରାଣ ହେଉଥିବା ଓଡ଼ିଶା ସେବା ନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ ଗଞ୍ଜାମ ଜିଲା ଶାଖା ପକ୍ଷରୁ ଅଭିଯୋଗ ହୋଇଛି । ପୂର୍ବ ସ୍ଥିତି ତୁରନ୍ତ କାର୍ଯ୍ୟକାରୀ କରିବାକୁ ମଞ୍ଚ ଦାବି କରିଛି ।   ମଞ୍ଚ ପକ୍ଷରୁ କୁହାଯାଇଛି ମୁଖ୍ୟ ଡ଼ାକଘର ସହରର କେନ୍ଦ୍ରସ୍ଥଳ ପୁରୁଣା ବସଷ୍ଟାଣ୍ଡ ନିକଟରେ ଥିବାରୁ ପ୍ରତିଦିନ ଗ୍ରାହକଙ୍କ ଭିଡ଼ ଜମୁଛି । ଡାକ ସେବା ପାଇଁ ମାତ୍ର ଗୋଟିଏ କାଉଣ୍ଟର ଓ ଜଣେ ସହକାରୀ ପୋଷ୍ଟମାଷ୍ଟର ଅଛନ୍ତି ।

ସେହି କାଉଣ୍ଟରରେ ଗ୍ରାହକମାନେ ଲମ୍ବାଧାଡ଼ିରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି। ବହୁବାର ଉପରିସ୍ଥ କର୍ତ୍ତୃପକ୍ଷଙ୍କୁ ଜଣାଇବା ସତ୍ତ୍ବେ ସମସ୍ୟାର ସମାଧାନ ପ୍ରତି ଆଖି ବୁଜି ଦିଆଯାଇଛି । ଅପରପକ୍ଷରେ ଚିଠି ପତ୍ର ଲେଖିବା ଓ ଅନ୍ୟ କାର୍ଯ୍ୟପାଇଁ ସେଠାରେ ସ୍ବତନ୍ତ୍ର ଭାବେ ଡେସ୍କ ନ ଥିବା ଆଉ ଏକ ସମସ୍ୟା ହୋଇଛି ।   ସମ୍ପାଦକ ଶ୍ୟାମ ସୁନ୍ଦର ଖାଡ଼ଙ୍ଗା ଓ ମଞ୍ଚର ଅନ୍ୟ କର୍ମକର୍ତ୍ତାମାନେ କହିଛନ୍ତି ମହିଳା ଗ୍ରାହକ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ମୁଖ୍ୟ ଡ଼ାକଘର ପରିସରରେ ସ୍ବତନ୍ତ୍ର ସୁବିଧା ଯୋଗାଇବାର ମୁଖ୍ୟ ଡ଼ାକପାଳ (ଚିଫ ପୋଷ୍ଟମାଷ୍ଟର ଜେନେରାଲ) ଦେଇଥିବା ପ୍ରତିଶ୍ରୁତି ଦୀର୍ଘଦିନ ପରେ ବି କାର୍ଯ୍ୟକାରୀ ହୋଇନାହିଁ । ସମସ୍ୟା ସମାଧାନରେ ଅଧିକ ବିଳମ୍ବ ହେଲେ ବରିଷ୍ଠ ନାଗରିକଙ୍କୁ ମେଳି କରି ମଞ୍ଚ ଆନ୍ଦୋଳନକୁ ଓହ୍ଲାଇ ବୋଲି ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ତାରାତାରିଣୀଙ୍କ ଚୈତ୍ରଯାତ୍ରା ଲାଗି ପ୍ରସ୍ତୁତି ବଳି ପକାଇଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

ପୁରୁଷୋତ୍ତମପୁର,୬ା୩ (ସବିତା ମିଶ୍ର): ଚଳିତବର୍ଷ ମାର୍ଚ୍ଚ ୧୦ରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ଯାତ୍ରା ଆରମ୍ଭ ହେବ। ଏନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ…

ଭଞ୍ଜନଗରରେ ଏଚ୍‌ପିଭି ଟିକାକରଣ ଶୁଭାରମ୍ଭ, ଜରାୟୁ କର୍କଟ ରୋଗ ପ୍ରତିରୋଧରେ…

ଭଞ୍ଜନଗର,୬ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଶୁକ୍ରବାର ଏଚ୍‌ପିଭି ଟିକାକରଣ କାର୍ଯକ୍ରମର ଶୁଭାରମ୍ଭ ହୋଇଯାଇଛି। ଭଞ୍ଜନଗର ମେଡିକାଲ ଅଧୀକ୍ଷକ ଡାକ୍ତର ସୀତାଂଶୁ ଶେଖର ଶତପଥୀ…

କୋର୍ଟ ସମ୍ମୁଖରେ ଗୋଡ଼ାଇ ଗୋଡ଼ାଇ କରିଥିଲେ ହତ୍ୟା, ଆଜି କୋର୍ଟ ଚାଲାଣ ହେଲେ ଅଭିଯୁକ୍ତ

ଭଞ୍ଜନଗର,୬ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୋର୍ଟ ସମ୍ମୁଖରେ ଗୁରୁବାର ଅପରାହ୍ନରେ ବୁଦୁଲି ଗ୍ରାମର ଅଶୋକ ସ୍ବାଇଁଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ମାମଲାରେ ପୋଲିସ…

ଜିଲାପରିଷଦ ବୈଠକରେ ହୋ-ହଲ୍ଲା, ‘ହୁ ଆର୍‌ ୟୁ’ କହିବା ନେଇ ତୁମୁଳକାଣ୍ଡ,

ଛତ୍ରପୁର,୬ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ୮ମ ଜିଲାପରିଷଦ ବୈଠକରେ ଶୁକ୍ରବାର ରାଜନୈତିକ ଉଷ୍ଣତା ଦେଖିବାକୁ ମିଳିଥିଲା। ହୋ-ହଲ୍ଲା ସହିତ ପୂର୍ବସରକାର ଏବଂ ବର୍ତ୍ତମାନର ସରକାରକୁ…

‘ଉତ୍ତମ କଳାକାର ହେବା ପାଇଁ ଶିକ୍ଷକ ପ୍ରେରଣାର ଉତ୍ସ ହେବା ଆବଶ୍ୟକ’

ଭଞ୍ଜନଗର,୬ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ଶୁକ୍ରବାର ଚିତ୍ରକଳା ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର…

ପୋଖରୀରୁ ମାଛ ଧରିବାକୁ ନେଇ ରାଣିଗାଁ ଅଶାନ୍ତ: ମହିଳା ସଂଘକୁ ଗ୍ରାମବାସୀଙ୍କ ବିରୋଧ, ପୂରା ଘଟଣା ଜାଣିଲେ…

ପୁରୁଷୋତ୍ତମପୁର,୬।୩ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ରାଣୀଗାଁ କାନକାଟି ପୋଖରୀରୁ ମାଛ ଧରିବାକୁ କେନ୍ଦ୍ରକରି ତିନିଦିନ ହେଲା ଲାଗିରହିଥିବା ବିବାଦ ଶୁକ୍ରବାର ଉଗ୍ର ରୂପ…

୮ମ ଜିଲା ପରିଷଦ ବୈଠକ: ବିଧାୟକ ସିଦ୍ଧାନ୍ତ ମହାପାତ୍ର ଯୋଗ ଦେଇ ମନରେଗା ସହିତ…

ଛତ୍ରପୁର,୬ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷଠାରେ ଗଞ୍ଜାମ ଜିଲାପରିଷଦର ୮ମ ବୈଠକ ଅଧ୍ୟକ୍ଷା ଅଞ୍ଜଳି ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମନରେଗା ଗ୍ରାମୀଣ ଗୃହ…

ରାମଚଣ୍ଡୀ ପାହାଡ଼ରେ ଅଚାନକ ଲାଗିଲା ନିଆଁ : ଜୀବଜନ୍ତୁ ଆତଙ୍କିତ

ଗଞ୍ଜାମ,୬।୩: (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ପଞ୍ଚାୟତ ନୀଳାଦ୍ରିପୁର ଗ୍ରାମ ନିକଟରେ ରହିଥିବା ପ୍ରସିଦ୍ଧ ମା’ ରାମଚଣ୍ଡୀ ମନ୍ଦିର ପାଦ ଦେଶରେ ଗତକାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri