ମୁକୁଳାପଡ଼ିଛି ଟ୍ରାନ୍ସଫର୍ମର, ଲୋକେ ଭୟଭୀତ

ଗଞ୍ଜାମ,୨୫ା୪(ଡି.ଏନ୍‌.ଏ.): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ୪ ନଂ ଓ୍ବାର୍ଡର ରାଉଳସାହି ନିକଟସ୍ଥ ୟୁଏଇ ହଲ୍‌ ସମ୍ମୁଖରେ ଥିବା ଟ୍ରାନ୍ସଫର୍ମରଟି ଦୀର୍ଘବର୍ଷ ଧରି  ମୁକୁଳାପଡ଼ିଛି। ଏହାର ଚତୁଃପାର୍ଶ୍ୱରେ ସୁରକ୍ଷାବାଡ଼ା ନ ଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଯାତାୟାତ କରୁଛନ୍ତି। ଏଥିସହିତ ଏହି ଟ୍ରାନ୍ସଫର୍ମର ନିକଟରେ ଏକ ବିଦ୍ୟାଳୟ ରହିଛି। ବର୍ତ୍ତମାନ ବିଦ୍ୟାଳୟ ବନ୍ଦ ଥିବାରୁ ପିଲାମାନେ ଆସୁନାହାନ୍ତି। ମାତ୍ର ବିଦ୍ୟାଳୟ ଖୋଲିଲେ କୁନିକୁନି ପିଲାମାନେ ଏହି ଟ୍ରାନ୍ସଫର୍ମର ନିକଟ ଦେଇ କିପରି ଯାତାୟାତ କରିବେ ସେନେଇ ଅଭିଭାବକମାନେ ଚିନ୍ତାରେ ପଡ଼ିଛନ୍ତି। କେତେବେଳେ ଅଘଟଣ ଘଟିବ କହି ହେବନାହିଁ। ଗଞ୍ଜାମ ସେକ୍ସନ ବିଦ୍ୟୁତ ବିଭାଗୀୟ କନିଷ୍ଠଯନ୍ତ୍ରୀ ଜିତେନ୍ଦ୍ର କୁମାର ରାଏଙ୍କୁ ପଚାରିବାରୁ ସେ କହିଛନ୍ତି, ପୂର୍ବରୁ ସେଠାରେ ଏକ ୧୦୦ କେଭି ଟ୍ରାନ୍ସଫର୍ମର ଥିଲା। ନିଅଣ୍ଟ ପଡ଼ିବାରୁ ୩୧୫ କେଭି ଟ୍ରାନ୍ସଫର୍ମର ଆଇପିଡିଏସ୍‌ ପକ୍ଷରୁ ବସାଯାଇଛି। କିନ୍ତୁ ସୁରକ୍ଷାବାଡ଼ା ନିର୍ମାଣ କରିବା ଆଇପିଡିଏସ୍‌ର ନିୟମ ନାହିଁ। ତେଣୁ ତାହା ସାଉଥ୍‌କୋ କରିବ। ବର୍ଷେ ହେବ ନିର୍ମାଣ କାର୍ଯ୍ୟ ସରିଥିବାବେଳେ ୬ ମାସ ହେବ ଚାର୍ଜ କରାଯାଇଛି। ଏନେଇ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି। ଖୁବ୍‌ଶୀଘ୍ର ସୁରକ୍ଷାବାଡ଼ା ନିର୍ମାଣ କରାଯିବ ବୋଲି ସେ କହିଛନ୍ତି। ପ୍ରକାଶ ଯେ, ଏହି ଟ୍ରାନ୍ସଫର୍ମରରୁ ଦୁର୍ଗାଦେବୀ ସାହି, ଆଖଡ଼ାବନ୍ଧ ସାହି ଏବଂ ରାଉଳ ସାହିକୁ ବିଦ୍ୟୁତ ଯୋଗାଣ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ଘଟଣାରୁ ଭଉଣୀ ସହ ଆସିଥିବା ଭାଇଙ୍କୁ ଡାକିନେଇ ଛୁରାମାଡ

ଖଲ୍ଲିକୋଟ,୧୯।୭(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା କହ୍ନେଇପୁର ରାହାଣଦେବୀ ଛକରେ ଦୁଇ ଯୁବକଙ୍କ ମଧ୍ୟରେ ଛୁରାମାଡ଼ ହୋଇଛି । ସୂଚନା ଅନୁଯାୟୀ, କହ୍ନେଇପୁର...

ମିଲ୍‌ ତାଲା ଭାଙ୍ଗି ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ, ଦିଗପହଣ୍ଡି ପୋଲିସ ପହଞ୍ଚି…

ଦିଗପହଣ୍ଡି,୧୮।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ନୂଆ ଅନନ୍ତେଇ ପଞ୍ଚାୟତ ଅଫିସ ନିକଟରେ ଥିବା ବାବୁ ସାହୁଙ୍କ ମା’ ମହୁରୀ କାଳୁଆ ଫ୍ଲୋର...

ଦାୟିତ୍ୱ ମିଳିବା ପରେ ସମସ୍ୟା ବୁଝିବାକୁ ଆସିଥିଲେ ଏମ୍‌ପିଙ୍କ ପ୍ରତିନିଧି, ମିଳିଲା…

ପୁରୁଷୋତ୍ତମପୁର,୧୮।୭(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଲାଗି ଆସିକା ଏମପିଙ୍କ ପ୍ରତିନିଧି ରୂପେ ଅନିଲକୁମାର ପଣ୍ଡାଙ୍କୁ ନିଯୁକ୍ତି ମିଳିଛି। ଏ ଥିନେଇ ଏମ୍‌ପି ଅନିତା...

ଆସିକା ଏମ୍‌ପି ପ୍ରତିନିଧି ଭାବେ ନିଯୁକ୍ତି ପାଇଲେ ଯଜ୍ଞନାରାୟଣ, ଶରତ ଚନ୍ଦ୍ର

ପୁରୁଷୋତ୍ତମପୁର,୧୮ା୭(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ଆସିକା ଏମ୍‌ପିଙ୍କ ପ୍ରତିନିଧି ଭାବେ ଯଜ୍ଞନାରାୟଣ ଦାଶ ଓ ଶରତଚନ୍ଦ୍ର ପାଣିଗ୍ରାହୀଙ୍କୁ ନିଯୁକ୍ତି ମିଳିଛି। ଏଥିନେଇ ଏମପି ଅନିତା ଶୁଭଦର୍ଶନୀ...

ବିପୁଳ ପରିମାଣର ଶାଗୁଆନ କାଠ ଜବତ: ସଂରକ୍ଷିତ ଜଙ୍ଗଲ ନିକଟରେ ଚାଲିଥିଲା ବେନିୟମ କରତକଳ

ଭଞ୍ଜନଗର,୧୮।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ବୁଢ଼ାକେନ୍ଦୁ ସଂରକ୍ଷିତ ଶାଗୁଆନ ଜଙ୍ଗଲ ନିକଟରେ ବେନିୟମ ଭାବେ ଚାଲିଥିବା ଏକ କରତ କଳ ଉପରେ...

ଦିଗପହଣ୍ଡିରେ ଖୋଲିବ ନୂଆ ସବଜଜ୍ କୋର୍ଟ, ନିଯୁକ୍ତି ପାଇଲେ  ବିଚାରପତି 

ଦିଗପହଣ୍ଡି,୧୭।୭(ଅଶେଷ ନାଥ ମିଶ୍ର): ରାଜ୍ୟ  ହାଇକୋର୍ଟ ଦିଗପହଣ୍ଡିରେ ଖୋଲିବାକୁ ଥିବା ନୂଆ ସବଜଜ୍ କୋର୍ଟ ପାଇଁ ବିଚାରପତି ନିଯୁକ୍ତ କରିଛନ୍ତି।ଗୁରୁବାର  ହାଇକୋର୍ଟଙ୍କ ପକ୍ଷରୁ ପ୍ରକାଶିତ ତାଲିକା...

ମେଡିକାଲରୁ ଚୋରି କରିନେଇଥିଲେ ବାଇକ, ହେଲା ୧୮ ମାସ ଜେଲ ଦଣ୍ଡାଦେଶ

ଭଞ୍ଜନଗର,୧୭।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏସଡିଜେ ଏମ ସୌମ୍ୟ ରଞ୍ଜନ ପୃଷ୍ଟି ଏକ ବାଇକ ଚୋରି ମାମଲାରେ ୯ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି...

ଭଞ୍ଜନଗର ବନ୍ଦ ସଫଳ: ୨ ଗୋଷ୍ଠୀ ଅଲଗା ଅଲଗା କଲେ ଆନ୍ଦୋଳନ

ଭଞ୍ଜନଗର,୧୭।୭(ବାବୁଲା ପ୍ରଧାନ):ବାଲେଶ୍ୱର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମହତ୍ୟାକୁ ନେଇ ରାଜ୍ୟ ରାଜନୀତି ପଡୁଛିଉଠୁଛି। ଏହିଭଳି ପରିସ୍ଥିତିରେ ଗୁରୁବାର କଂଗ୍ରେସ ସମେତ ୮ଟି ରାଜନୈତିକ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri