ଭବାନୀପାଟଣା,୧୭।୯(ଡି.ଏନ୍.ଏ.): କଳାହାଣ୍ଡିରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ କଳାହାଣ୍ଡି ଓକିଲ ସଂଘ ବିଗତ ୬ ବର୍ଷଧରି ଆନ୍ଦୋଳନ କରିଆସୁଛି। ତେବେ ଏହି ଆନ୍ଦୋଳନକୁ ଆହୁରି ତୀବ୍ରତର କରିବା ପାଇଁ ଭବାନୀପାଟଣା ସିଭିଲ କୋର୍ଟ ପରିସରରେ ଆୟୋଜିତ କଳାହାଣ୍ଡି ମିଳିତ ଓକିଲ ସଂଘ ବୈଠକରେ ମତ ପ୍ରକାଶ ପାଇଛି। କଳାହାଣ୍ଡି ମିଳିତ ଓକିଲ ସଂଘ ସଭାପତି ସନ୍ତୋଷ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ କଳାହାଣ୍ଡି ଓକିଲ ସଂଘର ସଭାପତି ଭବେନ୍ଦ୍ର ପଣ୍ଡା, ସଂପାଦକ ଅଶ୍ୱିନୀ ଦାସଙ୍କ ସମେତ ଜିଲାର କେସିଙ୍ଗା, ମ.ରାମପୁର, କୋକସରା, ଜୟପାଟଣା ଆଦି ଓକିଲ ସଂଘର କର୍ମକର୍ତ୍ତା ସମେତ ଶତାଧିକ ଓକିଲ ଯୋଗ ଦେଇଥିଲେ। ଏହି ବୈଠକରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ଆନ୍ଦୋଳନକୁ ତୀବ୍ରତର, ଏକ ପ୍ରତିନିଧି ମଣ୍ଡଳ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ଆଇନମନ୍ତ୍ରୀ, ଆଇନ ସଚିବ ଓ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ସ୍ମାରକପତ୍ର ପ୍ରଦାନ, ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନିମନ୍ତେ ଗଠିତ କମିଟିକୁ ସ୍ମାରକପତ୍ର ପ୍ରଦାନ, ସୁପ୍ରିମକୋର୍ଟରେ ହାଇକୋର୍ଟ ବେଞ୍ଚ କଳାହାଣ୍ଡିରେ ପ୍ରତିଷ୍ଠା ଦାବିରେ ପିଆଇଏଲ୍ ସହ ଆଗାମୀ ଦଶହରା ପରେ କଳାହାଣ୍ଡିରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ କଳାହାଣ୍ଡି ମହାବନ୍ଦ ଆୟୋଜନ ଆଦି ପାଞ୍ଚଟି ପ୍ରସ୍ତାବ ଗୃହୀତ ହୋଇଛି। ପ୍ରତି ମାସର ଶେଷ ସୋମବାର ଜିଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ସହିତ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ବନ୍ଦ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି।
Posted inଆମ ଜିଲା ଖବର, କଳାହାଣ୍ଡି View All
ସୁନ୍ଦରଗଡ଼ ୱାଟରସେଡ୍ ପିଡି ପ୍ରସନ୍ନ ପାତ୍ର ଗିରଫ: ଆୟଠାରୁ ୨୦୪% ଅଧିକ ସମ୍ପତ୍ତି
ସୁନ୍ଦରଗଡ଼, ୧୦।୧୦ (ଜୟ ନାରାୟଣ ମେଣ୍ଡୁଳି): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ସୁନ୍ଦରଗଡ଼ ମୃତ୍ତିକା ସଂରକ୍ଷଣ ଉପନିର୍ଦ୍ଦେଶକ ତଥା ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ (ୱାଟରସେଡ୍ ପିଡି)…
‘ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ସରକାରୀ ସେବା’
ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ ପୂର୍ତ୍ତି ଅବସରରେ ଗତ ସେପ୍ଟେମ୍ବର ୧୭ରୁ ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ…
ଖେମୁଣ୍ଡି କଲେଜ ଛାତ୍ର ସଂସଦ ନିର୍ବାଚନ: ବିଭିନ୍ନ ପଦବୀ ପାଇଁ ମଇଦାନ ରେ ୧୪ ପ୍ରାର୍ଥୀ , ଦ୍ବିି – ମୁଖି ପ୍ରତିଦ୍ବନ୍ଦିତା
ଦିଗପହଣ୍ଡି,୧୦|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେଉଥିବାରୁ ଛାତ୍ରୀ ଛାତ୍ର ଙ୍କ…
ନ୍ୟାଶନାଲ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଲେ ଛତ୍ରପୁର ଝିଅ ଶୁଭସ୍ମିତା
ଛତ୍ରପୁର,୧୦ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଦେବୀନଗର ସାହିର ଯୁବ ଚିତ୍ରଶିଳ୍ପୀ ତଥା ଲେଖିକା ଶୁଭସ୍ମିତା ପଣ୍ଡା ନିଜର ଅନନ୍ୟ କଳାପ୍ରତିଭା ପାଇଁ ନ୍ୟାଶନାଲ ବୁକ୍…
ତାରାତାରିଣୀ କଲେଜରେ ତ୍ରିମୁଖୀ ଲଢ଼େଇ: ନାମାଙ୍କନ ପ୍ରତ୍ୟାହାର କଲେ ସଭାପତି ପ୍ରାର୍ଥୀ ଅଙ୍କିତ ପ୍ରଧାନ, ମଇଦାନରେ ଅଛନ୍ତି…
ପୁରୁଷୋତ୍ତମପୁର,୧୦ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସରେ ରାଜନୈତିକ ଉଷ୍ଣତା ବଢ଼ିଛି। ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ଦିବସରେ ସଭାପତି…
ଉଠୁଛି ପଡୁଛି ସାରାଦେଶ: ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବି ବରଗଡ଼ରେ ତୀବ୍ର ଆନ୍ଦୋଳନ
ବରଗଡ଼,୧୦ା୧୦(ପ୍ରେମାନନ୍ଦ ଖମାରୀ): ଭୋଟ୍ ଚୋରି ଅଭିଯୋଗ ନେଇ ସାରାଦେଶ ଉଠୁଛି ଓ ପଡୁଛି। ଏଭଳି ଅଭିଯୋଗ ନେଇ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନଶ କୁମାରଙ୍କ ଇସ୍ତଫା ଦାବିରେ…
ମଦଭାଟି ବିରୋଧରେ ମହିଳାଙ୍କ ମହାବିଦ୍ରୋହ: ଭାଙ୍ଗିଲେ ଭାଟି
ଅମରପାଲି, ୧୦।୧୦ (ପୀତାମ୍ବର ସାହୁ): ମଦମୁକ୍ତ ଗାଁ ଗଠନ ଦାବିରେ ତେଜିଲା ଜନଆକ୍ରୋଶ। ମଦର କୁପ୍ରଭାବରେ ଗ୍ରାମର ସାମାଜିକ ପରିବେଶ ନଷ୍ଟ ହେଉଥିବା ଅଭିଯୋଗ କରି ଶେଷରେ…
ଆମ୍ବୁଲାନ୍ସରେ ନିଆଁ ଲାଗିବା ଘଟଣା: ସାମ୍ନାକୁ ଆସିଲା ସତ, ସବୁ ବଖାଣିଲେ ଡ୍ରାଇଭର
ଉଦଳା,୧୦ା୧୦(ସନ୍ତୋଷ ବାଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ଭିତରେ ଆମ୍ବୁଲାନ୍ସ ଅଗ୍ନିକାଣ୍ଡ ହେବା ପଛର ସତ ଆସିଲା ସାମ୍ନାକୁ। ଉକ୍ତ ଆମ୍ବୁଲାନ୍ସର ଡ୍ରାଇଭର ଏମଭିଆଇଙ୍କ ଆଗରେ ବଖାଣିଲେ…

