ମିନି ଜାମ୍ବୋରୀ ଉଦ୍‌ଘାଟିତ ‘ସେବା ମାଧ୍ୟମରେ ବିଶ୍ୱକୁ ଏକାଠି କରିହେବ’

ଖୋର୍ଦ୍ଧା ଅଫିସ,୩ା୧୨: ପୂରା ବିଶ୍ୱ ଓ ବ୍ରହ୍ମାଣ୍ଡ ଏକ। ସେବା ମାଧ୍ୟମରେ ବିଶ୍ୱକୁ ଏକାଠି କରିବାକୁ ପଡିବ। ଆସନ୍ତୁ ଏକାଠି ହୋଇ ଆଗକୁ ବଢ଼ିବା। ଏଥିରେ ଭେଦଭାବ ନ ଥିବ। ସେବା ମାଧ୍ୟମରେ ବିଶ୍ୱକୁ ଏକାଠି କରିବାର ଯେଉଁ ଉପକ୍ରମ ତାହା ମିନି ଜାମ୍ବୋରୀର ପ୍ରୟାସ। ରାଜ୍ୟ ଭାରତ ସ୍କାଉଟସ୍‌ ଏବଂ ଗାଇଡସ୍‌ ଆନୁକୂଲ୍ୟରେ ଖୋର୍ଦ୍ଧା ଜିଲା ବରୁଣେଇ ପାହାଡସ୍ଥିତ ରାଜ୍ୟ ତାଲିମ କେନ୍ଦ୍ର୍ର ପରିସରରେ ଜାତୀୟସ୍ତରୀୟ ରୋଭର ରେଞ୍ଜର ମିନି ଜାମ୍ବୋରୀକୁ ସୋମବାର ଉଦ୍‌ଘାଟନ କରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହା କହିଛନ୍ତି। ସେ ଆହୁରି କହିଛନ୍ତି, ଭାରତ ବର୍ଷରେ ଶାନ୍ତି, ସଂହତି ଓ ଏକତା ବଜାୟ ରଖିବାକୁ ହେଲେ ସ୍କାଉଟ୍‌ ଓ ଜାମ୍ବୋରୀର ଆବଶ୍ୟକତା ରହିଛି। ସ୍କାଉଟ୍‌ ଓ ଗାଇଡ୍‌ ସଙ୍ଗଠନ ପ୍ରତ୍ୟେକ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଆସିଛି। ଏଥିରେ ସମ୍ମାନିିତ ଅତିଥିଭାବେ ରାଜ୍ୟ ସଭାପତି ତଥା ବିଧାୟକ ବିଷ୍ଣୁଚରଣ ଦାସ, ଜାତୀୟ ମୁଖ୍ୟ ରାଜ୍ୟ କମିଶନର ତଥା ଜାତୀୟ ଉପସଭାପତି ଡ. କାଳୀପ୍ରସାଦ ମିଶ୍ର, କର୍ନାଟକ ରାଜ୍ୟ ସ୍କାଉଟ/ଗାଇଡ୍‌ର ମୁଖ୍ୟ କମିଶନର ତଥା ପୂର୍ବତନ ମନ୍ତ୍ରୀ ପି.ଜି.ଆର୍‌. ସିନ୍ଧିଆ, ଅବସରପ୍ରାପ୍ତ ନ୍ୟାୟମୂର୍ତ୍ତି ମନୋରଞ୍ଜନ ମହାନ୍ତି, ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ର, ମୁଖ୍ୟ ଡାକପାଳ ସନ୍ତୋଷ କାମିଲା, ଜିଲାପାଳ ସୀତାଂଶୁ କୁମାର ରାଉତ, ଯୁଗ୍ମ ନିର୍ଦ୍ଦେଶକ ଦର୍ଶନ ପାଓ୍ବାସକାର ପ୍ରମୁଖ ଯୋଗଦେଇଥିଲେ। ରାଜ୍ୟ ମୁଖ୍ୟ କମିଶନର ମିଶ୍ର ଅତିଥିଙ୍କୁ ସ୍ବାଗତ କରିବାକୁ ଯାଇ ଜାମ୍ବୋରୀର ଉଦ୍ଦେଶ୍ୟ ତଥା ରାଜ୍ୟ ସଙ୍ଗଠନର ବର୍ଷ ବ୍ୟାପୀ ବିଭିନ୍ନ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ଏବଂ ରୋଭର ଓ ରେଞ୍ଜରମାନଙ୍କ ଦ୍ୱାରା ଗାନ୍ଧିଜୀଙ୍କ ୧୫୦ତମ ଜନ୍ମ ବାର୍ଷିକ ଅବସରରେ ଜାମ୍ବୋରୀରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ। ଅନ୍ୟତମ ଅତିଥି ସିନ୍ଧିଆ ପ୍ରତ୍ୟେକ କାର୍ଯ୍ୟରେ ଓଡିଶା ସଙ୍ଗଠନ ସବୁବେଳେ ଅଗ୍ରଣୀ ଭୂମିକା ନିର୍ବାହ କରିଆସିଥିବାରୁ ସାଧୁବାଦ ଜଣାଇଥିଲେ। ଅନ୍ୟ ଅତିଥିମାନେ ଅନୁରୂପଭାବେ ଜାମ୍ବୋରୀର ସଫଳତା କାମନା କରି ରୋଭର ରେଞ୍ଜରଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଏହି ଅବସରରେ ବେଟର ଓ୍ବାର୍ଲଡ୍‌ ଭିଲେଜ ସ୍ପେଶିୟାଲ ପୋଷ୍ଟାଲ କଭର ଏବଂ ଜାମ୍ବୋରୀ ପତ୍ରିକା ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ରୋଭର ରେଞ୍ଜରମାନଙ୍କ ଦ୍ୱାରା ଆକର୍ଷଣୀୟ ସଂହତି ନୃତ୍ୟ, ଖୋର୍ଦ୍ଧା ପାଇକଙ୍କ ସାମରିକ କଳା ଆକର୍ଷଣୀୟ ଥିଲା। ସନ୍ଧ୍ୟାରେ ରୋଭର ରେଞ୍ଜରମାନଙ୍କ ଦ୍ୱାରା ଆୟୋଜିତ ଲୋକନୃତ୍ୟ ଉତ୍ସବରେ ସାମାଜିକ କର୍ମୀ ନନ୍ଦିନୀ ମହାପାତ୍ର ଷଡ଼ଙ୍ଗୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ସେମାନଙ୍କର ଅନ୍ତର୍ନିହିତ କଳାର ପ୍ରଶଂସା କରିଥିଲେ। ହାମ୍‌ ରେଡିଓ ମାଧ୍ୟମରେ ଜାମ୍ବୋରୀ ସମ୍ବନ୍ଧୀୟ ସବିଶେଷ ସୂଚନା ଦେଶ ଓ ବିଦେଶରେ ପ୍ରସାରଣର ବ୍ୟବସ୍ଥା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଟିରେ ବ୍ରହ୍ମପୁର ଷ୍ଟେଶନ୍ ଚାଲାଣ ହେଉଥିଲା ଗଞ୍ଜେଇ! ପାଟ୍ରୋଲିଂ ବେଳେ ମାଡ଼ିବସିଲା ଅବକାରୀ ଟିମ୍

ଦିଗପହଣ୍ଡି, ୨୩।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ଚୋରାରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଅବକାରୀ…

ଗାତରେ ରାସ୍ତା ନା ରାସ୍ତାରେ ଗାତ? ଲଗାଣ ବର୍ଷାରେ ମରଣଯନ୍ତା ପାଲଟିଛି ଗୁଡ଼ାରି-ବିର୍ସା ନାଳ ରାସ୍ତା; ଅଭିଯୋଗ ପରେ ବି…

ଗୁଡ଼ାରି, ୨୩।୯(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ନିକଟସ୍ଥ ବିର୍ସା ନାଳ ବ୍ରିଜ୍‌ରୁ ସହରକୁ ସଂଯୋଗ କରୁଥିବା ପ୍ରାୟ ୨ କିଲୋମିଟର ଦୀର୍ଘ ପ୍ରମୁଖ ରାସ୍ତାର…

ଲଗାଣ ବର୍ଷାରେ ବେହାଲ ଦିଗପହଣ୍ଡି: ମୁଖ୍ୟ ରାସ୍ତାରେ ୨ ଫୁଟର ପାଣି, ଦୋକାନ-ବ୍ୟାଙ୍କରେ ନର୍ଦ୍ଦମା ଜଳ, ଜଳବନ୍ଦୀ ବସଷ୍ଟାଣ୍ଡ ବାସିନ୍ଦା

ଦିଗପହଣ୍ଡି,୨୩।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘନୀଭୂତ ଲଘୁଚାପ ପ୍ରଭାବରେ ତୁହାକୁ ତୁହା ଲଗାଣ ବର୍ଷା ଯୋଗୁ ବୁଧବାର ଦିଗପହଣ୍ଡି ସହର ସମ୍ପୂର୍ଣ୍ଣ ଉବୁଟୁବୁ ହୋଇପଡ଼ିଛି।…

ଆପଣଙ୍କର SBIରେ ଆକାଉଣ୍ଟ ଅଛି କି? ଅକ୍ଟୋବର ୧ରୁ ATMରୁ ଟଙ୍କା କାଢ଼ିବା ହେବ ମହଙ୍ଗା, ଜାଣନ୍ତୁ କେତେ କଟିବ…

ନୂଆଦିଲ୍ଲୀ,୨୩।୯: ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ‘ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ’ (SBI) ନିଜ ଗ୍ରାହକମାନଙ୍କ ପାଇଁ ATM ଏବଂ ନଗଦ ଟଙ୍କା ଉଠାଣ (Cash…

ନ୍ୟାସନାଲ ପେନଚାକ ପ୍ରତିଯୋଗିତା, ସ୍ବର୍ଣ୍ଣପଦକ ବିଜେତାଙ୍କୁ ଗଞ୍ଜାମରେ ସମ୍ବର୍ଦ୍ଧନା

ଗଞ୍ଜାମ,୨୩ା୯(ବିଦ୍ୟାଧର ସାହୁ ): ଲେହ ଲଦାଖରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ପେନଚାକ ସିଲାଟ ପ୍ରତିଯୋଗିତା 2026 ରେ ଓଡ଼ିଆ ପୁଅ ଶିବପ୍ରସାଦ ଜେନା ଗୋଲ୍ଡ ମେଡାଲ ହାସଲ…

ଆୟ ବର୍ହିଭୂତ ସମ୍ପତ୍ତି ଠାବ, PEO କାର୍ତ୍ତିକେଶ୍ୱର ବେହେରା ଗିରଫ

ବରଗଡ଼,୨୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କଟାବାହାଲ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) କାର୍ତ୍ତିକେଶ୍ୱର ବେହେରାଙ୍କୁ ଗିରିଫ କରିଛି ଭିଜିଲାନ୍ ଟିମ୍ । ତାଙ୍କ ଜଣାଶୁଣା ଆୟର…

କେସିଙ୍ଗାରେ ରେକର୍ଡ ବର୍ଷା, ଆତଙ୍କିତ ସ୍ଥାନୀୟ ବାସିନ୍ଦା

କେସିଙ୍ଗା,୨୩।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ବର୍ଷାରେ କେସିଙ୍ଗା ବ୍ଲକର ୨୬ଟି ଗ୍ରାମ ପଞ୍ଚାୟତରେ ଦୀର୍ଘ ଦୁଇଦିନ ଧରି ବର୍ଷା ଲାଗି ରହିଛି ।କେତେବେଳେ ବର୍ଷା ହେଉଛି ତ ଆଉ…

IPL ଅକ୍ସନ୍‌କୁ ନେଇ ବଡ଼ ଘୋଷଣା: ଡିସେମ୍ବରରେ ଏହି ସ୍ଥାନରେ ହେବ….

ନୂଆଦିଲ୍ଲୀ,୨୩।୯: IPLର ଆଗାମୀ ସିଜନ୍‌କୁ ନେଇ ପ୍ରସ୍ତୁତି ଜୋରଦାର ହେଉଥିବା ବେଳେ ଅକ୍ସନକୁ ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । BCCI ସଚିବ ଦେବଜିତ ସାଇକିଆଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?