ମିଥ୍ୟା ବିଜ୍ଞାପନ ଦ୍ୱାରା ଠକିଲେ ହେବ ୨ ବର୍ଷ ଜେଲ; ଖାଉଟି ସୁରକ୍ଷା ବିଲ୍‌ ଲୋକ ସଭାରେ ପାସ୍‌

ନୂଆଦିଲ୍ଲୀ,୩୧-୭: ଖାଉଟି ସୁରକ୍ଷା ବିଲ୍‌ ମଙ୍ଗଳବାର ଲୋକସଭାରେ ପାସ୍‌ ହୋଇଛି। ଗ୍ରାହକଙ୍କ ସ୍ବାର୍ଥ ରକ୍ଷା ଦିଗରେ ଏହି ବିଲ୍‌ ସହାୟକ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ବିଲ୍‌ କାର୍ଯ୍ୟକାରୀ ହେଲେ ଏକ କେନ୍ଦ୍ରୀୟ ଖାଉଟି ସୁରକ୍ଷା କର୍ତ୍ତୃପକ୍ଷ(ସିସିପିଏ) ଗଠନ ହେବ। ବର୍ତ୍ତମାନ ବିଲ୍‌ରେ ଏଭଳି ନିୟାମକ ଗଠନ ନେଇ କୌଣସି ସୁବିଧା ନାହିଁ। ନୂଆ ଆଇନ କାର୍ଯ୍ୟକାରୀ ହେଲେ ଗ୍ରାହକ କୌଣସି ଅସୁବିଧା ସାମ୍ନା କଲେ ଏହାର ଅଭିଯୋଗ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ସମ୍ଭବ ହେବ। ବିଭ୍ରାନ୍ତିକର କିମ୍ବା ମିଥ୍ୟା ବିଜ୍ଞାପନ ଲାଗି ଉତ୍ପାଦନକାରୀ ଏବଂ ପ୍ରୋତ୍ସାହନକାରୀଙ୍କ ବିରୋଧରେ ୧୦ ଲକ୍ଷ ଟଙ୍କାର ଜରିମାନା, ୨ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡର କ୍ଷମତା କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯାଇଛି। ସେହିଭଳି ଗ୍ରାହକଙ୍କ ଅଭିଯୋଗ ଉପରେ ଉକ୍ତ କର୍ତ୍ତୃପକ୍ଷ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ବିଲ୍‌ରେ ପ୍ରସ୍ତାବ ରହିଛି। କର୍ତ୍ତୃପକ୍ଷ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସକ୍ଷମ ହେବେ ବୋଲି କେନ୍ଦ୍ର ଖାଦ୍ୟ ଏବଂ ଖାଉଟି ବ୍ୟାପାର ମନ୍ତ୍ରୀ ରାମବିଳାସ ପାଶ୍ୱାନ ସୂଚନା ଦେଇଛନ୍ତି।
ପୂର୍ବରୁ ଗ୍ରାହକ ହଇରାଣ ହେଲେ ଅଭିଯୋଗ ସମାଧାନ ଲାଗି ଅନେକ ଦିନ ଅପେକ୍ଷା କରିବାକୁ ପଡୁଥିଲା। ଏଭଳି ପ୍ରସଙ୍ଗର ଗୁରୁତ୍ୱକୁ ବିଚାର କରି ସରକାର ଉକ୍ତ ବିଲ୍‌କୁ ମଞ୍ଜୁରି ଦେଇଥିବା ପାଶ୍ୱାନ କହିଛନ୍ତି। ଅଭିଯୋଗ ସମାଧାନ ଧାରା କିଭଳି ତ୍ୱରିତ ହୋଇ ପାରିବ ବିଲ୍‌ରେ ସେ ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯାଇଛି। ଏହା ଉପଭୋକ୍ତାଙ୍କ ଅଧିକାରକୁ ପ୍ରୋତ୍ସାହିତ,ସୁରକ୍ଷିତ ଏବଂ କଡାକଡି ପାଳନ କରିବାରେ ସହାୟକ ହେବ। କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷ ଉପଭୋକ୍ତା ଅଭିଯୋଗର ତଦନ୍ତ, ପୁନଃ ଆହ୍ବାନ, କ୍ଷତିପୂରଣ, ଜରିମାନା ଲାଗୁ କରିବାର ବ୍ୟବସ୍ଥା ବିଲ୍‌ରେ କରାଯାଇଛି। ଉପଭୋକ୍ତା ଅଧିକାର ଉଲ୍ଲଘଂନ, ଅସ୍ବଚ୍ଛ ବାଣିଜ୍ୟ କାରବାର, ବିଭ୍ରାନ୍ତିକର ବିଜ୍ଞାପନ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ହେବ। ଉପଭୋକ୍ତା ଅଧିକାରକୁ ସୁନିଶ୍ଚତ କରିବା ଲାଗି ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ଏଥିରେ ଉଲ୍ଲେଖ ରହିଛି।
ଜୁଲାଇ ୮ରେ ଏହି ବିଲ୍‌କୁ ଲୋକସଭାରେ ଆଗତ କରାଯାଇଥିଲା। ନୂଆ ବିଲ୍‌ ଆଇନରେ ପରିଣତ ହେଲେ ଖାଉଟି ସୁରକ୍ଷା ଆଇନ ୧୯୮୬ ବାଦ୍‌ ପଡିବ। ବିଧେୟକରେ ଖାଉଟି ବିବାଦ ସମାଧାନ କମିଶନ ଗଠନ ନେଇ ପ୍ରସ୍ତାବ ରହିଛି। ସେହିଭଳି ଅଭିଯୋଗ ବିଚାର ଲାଗି ଜାତୀୟ, ରାଜ୍ୟ ଏବଂ ଜିଲା ସ୍ତରରେ ଫୋରମ୍‌ ସ୍ଥାପନ ନେଇ ନିଷ୍ପତ୍ତି ହୋଇଛି। ଖାଉଟି ସୁରକ୍ଷା ବିଲ୍‌ ଲୋକସଭାରେ ପ୍ରଥମେ ଜାନୁୟାରୀ ୨୦୧୮ରେ ଆଗତ ହୋଇଥିଲା। ସେହିବର୍ଷ ଡିସେମ୍ବରରେ ଏହା ପାସ୍‌ ହୋଇଥିଲା। ମାତ୍ର ରାଜ୍ୟରେ ଏହା ପାସ୍‌ ହୋଇ ନ ହୋଇ ରହିଥିଲା। ପରେ ଲୋକସଭାର କାର୍ଯ୍ୟକାଳ ଶେଷ ହେବା ଯୋଗୁ ଏହି ଧାରା ଆଗକୁ ବଢି ପାରି ନ ଥିଲେ। ସରକାର ନୂଆ କରି ଏହି ବିଲ୍‌କୁ ସଂଦସରେ ଉପସ୍ଥାପନ କରିଛନ୍ତି। ଯାହାକୁ ମଙ୍ଗଳବାର ଲୋକସଭାର ମଞ୍ଜୁରୀ ମିଳିଛି।
ବିଲ୍‌ରେ ଅନ୍ୟ ପ୍ରମୁଖ ବୈଶିଷ୍ଟ୍ୟ
– ପ୍ରଡକ୍ଟ ଲାୟାବିଲିଟି
– କାର୍ଯ୍ୟାନୁଷ୍ଠାନ
– ଚଢାଉ, ଜବତ ଲାଗି ମହାନିର୍ଦ୍ଦେଶକଙ୍କୁ କ୍ଷମତା
– ଗୋଷ୍ଠୀଗତ ଅଭିଯୋଗ କ୍ଷେତ୍ରରେ ଜିଲାପାଳ ହସ୍ତକ୍ଷେପ କରିପାରିବେ
– ଖରାପ ପ୍ରଡକ୍ଟ ପ୍ରତ୍ୟାହାର ହୋଇ ପାରିବ
– ଅଭିଯୋଗ ଦାୟର ଲାଗି ସିସିପିଏକୁ ଅଧିକ କ୍ଷମତା
– ସେଲିବ୍ରିଟି ବିଜ୍ଞାପନ ଉପରେ ଲାୟାବିଲିଟି
– ଇ-କମର୍ସ ,ପ୍ରତ୍ୟକ୍ଷ ବିକ୍ରି, ଟେଲି ମାର୍କେଟିଂ ବିଚାର ପରିସରଭୁକ୍ତ


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ ଶ୍ରମିକଙ୍କୁ ଦିଅ ଆର୍ଥିକ ସହାୟତା: ଶ୍ରମ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୫-୩: ଦେଶର ୩.୫ କୋଟି ନିର୍ମାଣ ଶ୍ରମିକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ଲାଗି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ବାର ମଙ୍ଗଳବାର କହିଛନ୍ତି।...

ହ୍ୟୁଣ୍ଡାଇର ହାଇଜିନ ଡ୍ରାଇଭ: କାର ସାନିଟାଇଜେସନରେ ମିଳୁଛି ରିହାତି

ନୂଆଦିଲ୍ଲୀ,୧୭।୭: ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ୍‌ ପକ୍ଷରୁ ହାଇଜିନ ଡ୍ରାଇଭ୍‌ ସମ୍ପର୍କରେ ଘୋଷଣା କରାଯାଇଛି। ଚଳିତ ମାସ ୧୫ଠାରୁ ୩୧ ତାରିଖ ଯାଏ ଏହା ଆୟୋଜନ...

ଦ୍ୱିତୀୟ ମାସ ଲାଗି ବଢ଼ିଲା ଏଫ୍‌ପିଆଇ ନିବେଶ

ନୂଆଦିଲ୍ଲୀ,୧।୩: ଭାରତୀୟ ପୁଞ୍ଜି ବଜାରରେ ଫରେନ ପୋର୍ଟଫୋଲିଓ ନିବେଶକ(ଏଫ୍‌ପିଆଇ)ଙ୍କ ନିବେଶ ଲଗାତର ଦ୍ୱିତୀୟ ମାସ ଲାଗି ବୃଦ୍ଧି ଘଟିଛି। ଫେବୃୟାରୀରେ ଏହି ନିବେଶକମାନେ ୨୩,୬୬୩ କୋଟି...

ଓଡ଼ିଆ ଉଦ୍ୟୋଗୀ ବିକଶିତ କଲେ କରୋନା ଆପ୍‌

ଲଣ୍ଡନ,୨୮।୭: କରୋନା ମହମାରୀ ବର୍ତ୍ତମାନ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି। ଏଥିରୁ ନିଜକୁ ଦୂରେଇ ରଖିବା ପାଇଁ ସାମାଜିକ ଦୂରତା ଏକ ପ୍ରମୁଖ ଅସ୍ତ୍ର...

ସଭରେନ ବଣ୍ଡ ହେଲା କାଳ;ଗର୍ଗଙ୍କ ବଦଳି ପଛରେ ଆର୍‌ଏସ୍‌ଏସ୍‌ର ହାତ ସନ୍ଦେହ

ନୂଆଦିଲ୍ଲୀ,୨୭-୭: ଆର୍ଥିକ ବ୍ୟାପାର ସଚିବ ସୁଭାଷ ଚନ୍ଦ୍ର ଗର୍ଗଙ୍କୁ ବଦଳି ପଛରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍‌ଏସ୍‌ଏସ୍‌)ର ହାତ ରହିଥିବା ସନ୍ଦେହ କରାଯାଉଛି। ବିଦେଶୀ ସଭରେନ ବଣ୍ଡ...

ରେଲଓ୍ବେ ଇତିହାସରେ ନୂଆ;ଚଳନ୍ତା ଟ୍ରେନରେ ମିଳିବ ମାଲିସର ମଜା

ନୂଆଦିଲ୍ଲୀ,୯-୬: ଆଗାମୀ ଦିନରେ ଚଳନ୍ତା ଟ୍ରେନରେ ଯାତ୍ରୀ ମାଲିସର ମଜା ନେଇପାରିବେ। ଭାରତୀୟ ରେଳ ଇତିହାସରେ ପ୍ରଥମଥର ଏଭଳି ପଦକ୍ଷେପ ନିଆଯିବ। ଜଣେ ବରିଷ୍ଠ ଅଧିକାରୀ...

୫ ଲକ୍ଷ କୋଟି ଡଲାର ଅର୍ଥନୀତି ନେଇ ପ୍ରଣବଙ୍କ ମନ୍ତବ୍ୟ; ହାସଲ ହୋଇପାରେ ସରକାରଙ୍କ ଲକ୍ଷ୍ୟ

ନୂଆଦିଲ୍ଲୀ,୨୬-୮: ଭାରତକୁ ୨୦୨୪-୨୫ ସୁଦ୍ଧା ୫ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ କରିବା ଲାଗି ଏନ୍‌ଡିଏ ସରକାର ଧାର୍ଯ୍ୟ କରିଥିବା ଉଚ୍ଚାଭିଳାଷୀ ଲକ୍ଷ୍ୟ ହାସଲ...

ଅଣ ସବ୍‌ସିଡି ଏଲ୍‌ପିଜି ଦର ୫୩ ଟଙ୍କା କମିଲା

ନୂଆଦିଲ୍ଲୀ, ୨-୩: ଅଣ ସବ୍‌ସିଡି ଏଲପିଜି ଗ୍ୟାସର ସିଲିଣ୍ଡର ପିଛା ମୂଲ୍ୟ ରବିବାର ୫୩ ଟଙ୍କା ହ୍ରାସ ଘଟିଛି। ନୂଆଦିଲ୍ଲୀ ଏବଂ ମୁମ୍ବାଇରେ ୧୪.୨ କିଲୋ...

Advertisement
Archives

Model This Week