Posted inଖେଳ

ମିଥାଲ ରାଜଙ୍କ କୃତୀତ୍ୱ

ଭଦୋଦରା, ୧୦।୧୦ (ପି.ଟି.)- ଭାରତୀୟ ମହିଳା କ୍ରିକେଟ୍‌ ଦଳର ଅଧିନାୟିକା ମିଥାଲି ରାଜ ବୁଧବାର ଏକ ବିରଳ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିଶ୍ୱର ପ୍ରଥମ ମହିଳା କ୍ରିକେଟର୍‌ ଭାବେ ମିଥାଲି ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଦୁଇ ଦଶନ୍ଧି ଖେଳିବାର ରେକର୍ଡ କରିଛନ୍ତି। ବୁଧବାର ଏଠାରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ୍‌ ଦଳ ବିପକ୍ଷରେ ଅନୁଷ୍ଠିତ ପ୍ରଥମ ଦିନିକିଆ ମ୍ୟାଚ୍‌ ଅବସରରେ ସେ ଏହି ସଫଳତା ପାଇଛନ୍ତି। ୩୬ ବର୍ଷୀୟା ମିଥାଲି ୧୯୯୯ ଜୁନ୍‌ ୨୬ରେ ଆୟର୍ଲାଣ୍ଡ ବିପକ୍ଷରେ ଖେଳି ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ। ବୁଧବାର ମ୍ୟାଚ୍‌ ସହ ସେ ଦିନିକିଆ କ୍ରିକେଟ୍‌ରେ ୨୦ ବର୍ଷ ୧୦୫ ଦିନ ପୂରଣ କରିଛନ୍ତି। ଫଳରେ ବିଶ୍ୱରେ ଏକମାତ୍ର ମହିଳା କ୍ରିକେଟର୍‌ ଭାବେ ମିଥାଲି ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଖେଳିଛନ୍ତି। ଦିନିକିଆ କ୍ରିକେଟ୍‌ରେ ମିଥାଲି ବର୍ତ୍ତମାନ ସୁଦ୍ଧା ୨୦୪ ମ୍ୟାଚ୍‌ ଖେଳି ସାରିଛନ୍ତି। ସର୍ବାଧିକ ଦିନିକିଆ ଖେଳିଥିବା ମହିଳା କ୍ରିକେଟର୍‌ଙ୍କ ମଧ୍ୟରେ ସେ ଶୀର୍ଷରେ ରହିଥିବାବେଳେ ଇଂଲଣ୍ଡର ଚାର୍ଲୋଟ୍ଟେ ଏଡ୍‌ଓ୍ବାଡର୍‌ସ (୧୯୧), ଝୁଲଣ ଗୋସ୍ବାମୀ (୧୭୮) ଓ ଅଷ୍ଟ୍ରେଲିଆର ଆଲେକ୍ସ ବ୍ଲାକଓ୍ବେଲ୍‌ (୧୪୪) ଯଥାକ୍ରମେ ପଛକୁ ରହିଛନ୍ତି। ଗତ ମାସରେ ମିଥାଲି ଟି୨୦ରୁ ଅବସର ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଡେଭିସ୍‌ କପ୍‌ ଦଳକୁ ଫେରିଲେ ପେସ୍‌

ନୂଆଦିଲ୍ଲୀ, ୨୬।୧୦(ପି.ଟି.)- ଅଭିଜ୍ଞ ଟେନିସ ତାରକା ଲିଆଣ୍ଡର ପେସ୍‌ ଭାରତୀୟ ଡେଭିସ କପ୍‌ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ୨୦୧୮ ଏପ୍ରିଲ ପରେ ପ୍ରଥମଥର ପାଇଁ ସେ...

ଭାରତୀୟ ଦଳ ସହ ପପ୍‌ ସେନସେସନ ପେରୀଙ୍କ ସାକ୍ଷାତ

ମେଲବୋର୍ନ,୮।୩- ଫାଇନାଲ ମ୍ୟାଚ୍‌ର ଅବ୍ୟବହିତ ପୂର୍ବରୁ ଜଣାଶୁଣା ମହିଳା ପପ୍‌ ସିଙ୍ଗର କେଟି ପେରୀ ଉଭୟ ଅଷ୍ଟ୍ରେଲିଆ ଓ ଭାରତୀୟ ଦଳର ସଦସ୍ୟମାନଙ୍କୁ ଭେଟିଛନ୍ତି। ପ୍ରଥମ...

ମେକ୍ସିକୋ ଓପନ୍‌: ନାଡାଲଙ୍କ ସହଜ ବିଜୟ

ଆକାପୁଲକୋ (ମେକ୍ସିକୋ), ୨୬।୨ (ଏଏଫ୍‌ପି)- ସ୍ପାନିଶ ତାରକା ରାଫାଲ ନାଡାଲ ଏଠାରେ ଅନୁଷ୍ଠିତ ମେକ୍ସିକୋ ଓପନ୍‌ରେ ସହଜ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ୩୩ ବର୍ଷୀୟ...

ସୟଦ ମୁସ୍ତାକ ଅଲୀ ଟି୨୦: ଓଡ଼ିଶାର କ୍ରମାଗତ ତୃତୀୟ ପରାଜୟ

ଭୁବନେଶ୍ୱର, ୧୫।୧(କ୍ରୀଡ଼ା ପ୍ରତିନିଧି)- ଚଳିତ ସୟଦ ମୁସ୍ତାକ ଅଲୀ ଟ୍ରଫି ଟି୨୦ ପ୍ରତିଯୋଗିତାରେ ଓଡ଼ିଶା କ୍ରମାଗତ ତୃତୀୟ ପରାଜୟ ବରଣ କରିଛି। କୋଲକାତାର ଇଡେନ ଗାର୍ଡେନରେ...

ଏହି ବୋଲର୍‌ଙ୍କୁ ଛକା ମାରିପାରି ନାହାନ୍ତି କୌଣସି ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ: କ୍ରିକେଟ୍‌ ଖେଳରେ ଏହା କ’ଣ ସମ୍ଭବ ଯେ, କୌଣସି ବୋଲର ତାଙ୍କ ବଲ୍‌ରେ କେବେ ଗୋଟିଏ ହେଲେ ମଧ୍ୟ ଛକା ଖାଇନାହାନ୍ତି। ଆପଣଙ୍କୁ ଏହା...

ଭାଇ-ଭଉଣୀ ଶ୍ରବଣ-ସୋନୀଙ୍କ ସଫଳ ଯାତ୍ରା

ଭୁବନେଶ୍ୱର, ୨୮।୨ (ସ୍ପୋର୍ଟ୍ସ ବ୍ୟୁରୋ)- ଏଠାରେ ଚାଲିଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ପ୍ରଥମ ସଂସ୍କରଣରେ ମୁମ୍ବାଇ ବିଶ୍ୱବିଦ୍ୟାଳୟର ଯମଜ ଭଗିନୀ ଜ୍ୟୋତି ଓ ଆରତି...

ଆଇପିଏଲ୍‌-୧୩: ଚୂଡ଼ାନ୍ତ ନିଲାମ ପ୍ରକ୍ରିୟାରେ ୩୩୨ ଖେଳାଳି

କୋଲକାତା, ୧୨।୧୨- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ତ୍ରୟୋଦଶ ସଂସ୍କରଣର ଖେଳାଳି ନିଲାମୀ ପ୍ରକ୍ରିୟା ଡିସେମ୍ବର ୧୯ରେ କୋଲକାତାରେ ଅନୁଷ୍ଠିତ ହେବ। ନିଲାମ ପ୍ରକ୍ରିୟା ଲାଗି...

୨୦୨୮ ଅଲିମ୍ପିକ୍ସରେ ଟପ୍‌-୧୦ ଫିନିଶ୍‌ ଲକ୍ଷ୍ୟ’

ମୁମ୍ବାଇ, ୧୩।୬(ପି.ଟି.)-୨୦୨୮ ଲସ୍‌ ଏଞ୍ଜେଲ୍ସ ଅଲିମ୍ପିକ୍ସର ପଦକ ତାଲିକାରେ ଟପ୍‌-୧୦ ଫିନିଶ୍‌ ଭାରତର ଲକ୍ଷ୍ୟ। ଆଗାମୀ ଦିନରେ ଭାରତ କେବଳ ଅଲିମ୍ପିକ୍ସରେ ଭାଗନେଉ ବୋଲି ଆମେ...

Play 250+ Trending Games
Archives

Model This Week

Why Dharitri