ମାସ୍କ ଲଗାଇ ୨ ମାସ ପରେ ଘରୁ ବାହାରିଲେ ଦେଶୀ ଗର୍ଲ

ମୁମ୍ବାଇ: କରୋନା ଭାଇରସ ସଂକ୍ରମଣ ପାଇଁ ସାରା ବିଶ୍ୱର ବିଭିନ୍ନ ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଥିବା ବେଳେ ଅଧିକାଂଶ ଲୋକେ ଘରେ ବନ୍ଦ ହୋଇ ରହୁଛନ୍ତି। ତେବେ ସବୁବେଳେ ବ୍ୟସ୍ତ ରହୁଥିବା ବଲିଉଡ୍‌ ସେଲିବ୍ରିଟିମାନେ ମଧ୍ୟ ଶୁଟିଂ ନ ଥିବାରୁ ଘରେ ପରିବାର ସହ କ୍ୱାଲିଟି ଟାଇମ୍‌ ସ୍ପେଣ୍ଡ କରୁଛନ୍ତି। ଏହାସହ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ରହୁଛନ୍ତି ଏମାନେ। ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ବି ଏଥିରୁ ବାଦ୍‌ ପଡି ନ ନାହାନ୍ତି। ଏବେ ସେ ତାଙ୍କ ଶାଶୁଘରେ ଲସ୍‌ ଆଞ୍ଜେଲସରେ ଥିବା ବେଳେ ସ୍ବାମୀ ନିକ୍‌ ଜୋନସଙ୍କ ସହ କିଛି କିଛି ଫଟୋ ମଝିରେ ମଝିରେ ସୋସିଆଲ ମିଡିଆରେ ଅପଲୋଡ କରୁଥିବା ଦେଖିବାକୁ ମିଳିଛି। ତେବେ ଦୀର୍ଘ ୨ ମାସ ପରେ ସେ ପୁଣିଥରେ ବାହାରକୁ ବାହାରିଛନ୍ତି ବୋଲି କହିଛନ୍ତି। ମୁହଁରେ ମାସ୍କ ପିନ୍ଧିଥିବା ଏକ ଫଟୋ ଶେୟାର କରି ପ୍ରିୟଙ୍କା ଏହା କହିଛନ୍ତି। ହେଲେ ସେ କାହିଁକି ବାହାରକୁ ବାହାରିଛନ୍ତି ତାହା ସ୍ପଷ୍ଟ କରି ନାହାଁନ୍ତି। ତାଙ୍କର ମାସ୍କ ପିନ୍ଧା ଫଟୋ ଦେଖିବା ପରେ ଅନେକ ଲୋକ ଏହାକୁ ନେଇ ଭିନ୍ନ ଭିନ୍ନ କମେଣ୍ଟ ଦେଇଛନ୍ତି। ସେ ଯାହା ହେଉ ପ୍ରିୟଙ୍କା ଯେ ଏକ ଜରୁରୀ କାମରେ ବାହାରିଛନ୍ତି ତାହା ଅନେକେ ଅନୁମାନ ଲଗାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାଦରେ ‘ଗଙ୍ଗୁବାଈ କାଠିଆଓ୍ବାଡି’

ନୂଆଦିଲ୍ଲୀ, ୨୪ା୨: ଆସନ୍ତା ଶୁକ୍ରବାର ରିଲିଜ ହେବାକୁ ଥିବା ଫିଲ୍ମ ‘ଗଙ୍ଗୁବାଈ କାଠିଆଓ୍ବାଡି’ ବିବାଦରେ ଫସିଛି। ଏଥିରେ ଗଙ୍ଗୁବାଈଙ୍କୁ ଦେହଜୀବୀ ଦର୍ଶାଯାଇଥିବା ଅଭିଯୋଗ କରି ତାଙ୍କ...

ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲରେ ‘ଦେବଦୂତ’

ଭୁବନେଶ୍ୱର, ୨୨ା୭(ବ୍ୟୁରୋ): ଈଶା ଭିଜନ ବ୍ୟାନରରେ ପ୍ରସ୍ତୁତ କ୍ଷୁଦ୍ର ଚଳଚ୍ଚିତ୍ର ‘ଦେବଦୂତ’ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଶଂସା ସାଉଁଟିଛି। ମହାରାଷ୍ଟ୍ରର ଔରଙ୍ଗାବାଦ ସହରରେ ଅନୁଷ୍ଠିତ ରୋଷନି...

ସୁଶାନ୍ତଙ୍କ ନାମ ଏବେ ବି ରହିଛି ଅଙ୍କିତାଙ୍କ ଘର ନେମ୍‌ପ୍ଲେଟ୍‌ରେ

ମୁମ୍ବାଇ, ୨୦।୬: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ଇତିମଧ୍ୟରେ ୬ ଦିନ ବିତିଛି। ସୁଶାନ୍ତ ଏବଂ ତାଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେଙ୍କ...

୪୦୦ କୋଟିର ଅଫରକୁ ପ୍ରତ୍ୟାଖ୍ୟାନ କଲେ ଫିଲ୍ମ ‘ରାଧେ ଶ୍ୟାମ’ ନିର୍ମାତା

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ପ୍ରଭାସ ଏବଂ ପୂଜା ହେଗ୍‌ଡେଙ୍କ ଅଭିନୀତ ଫିଲ୍ମ ‘ରାଧେ ଶ୍ୟାମ’ ଜାନୁୟାରୀ ୧୪ରେ ରିଲିଜ୍‌ ହେବାର ଥିଲା। ତେବେ କୋଭିଡ୍‌ ପରିସ୍ଥିତିକୁ...

ବଲିଉଡ୍‌ରେ ଦେଶାତ୍ମବୋଧକ ଫିଲ୍ମ

ମୁମ୍ବାଇ: ଦେଶ ସ୍ବାଧୀନ ଉପରେ ହେଉ ବା ଦେଶଭକ୍ତିକୁ ନେଇ ବଲିଉଡ୍‌ରେ ଏଭଳି ବହୁ ଫିଲ୍ମ ତିଆରି କରାଯାଇଛି। ଯାହା ଆଜି ବି ହୃଦୟସ୍ପର୍ଶୀ ଓ...

ଅଭିନନ୍ଦନଙ୍କ ଉପରେ କମେଡି ଫିଲ୍ମ ନିର୍ମାଣ କରିବ ପାକିସ୍ତାନ

ମୁମ୍ବାଇ: ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ସାହାସିକତା ଏବଂ ବାଲାକୋଟ ଆକ୍ରମଣକୁ ନେଇ ବଲିଉଡ ଅଭିନେତା ବିବେକ ଓବରୟ ଏକ ଫିଲ୍ମ ନିର୍ମାଣ କରିବାକୁ ନିଷ୍ପତ୍ତି...

‘ପଠାନ’ର ୧୦୦୦ କୋଟି ଆୟ ପରେ ବୟକଟ ଗ୍ୟାଙ୍ଗକୁ ଟାର୍ଗେଟ କଲେ ସ୍ୱରା

ମୁମ୍ବାଇ: ବଲିଉଡ କିଙ୍ଗ ଖାଁ ଶାହାରୁଖଙ୍କ ଅଭିନୀତ ମୁଭି ‘ପଠାନ’ ପ୍ରତିଦିନ ଇତିହାସ ରଚୁଛି । ଶାହାରୁଖଙ୍କ ଏହି ମୁଭି ନିକଟରେ ୱାର୍ଲଡ ୱାଇଡ ୧୦୦୦...

ଆହତ ହେଲେ ତୈମୁର, ରାଗିଗଲେ କରୀନା

ପିଲାମାନେ ଅପରିପକ୍ୱ। କ’ଣ ଠିକ୍‌, କ’ଣ ଭୁଲ ସେମାନେ ଜାଣିପାରନ୍ତି ନାହିଁ। ନିଜ ମନକୁ ଯାହା ଆସେ ସେମାନେ ତାହା କରନ୍ତି। ନିକଟରେ ବଡ଼ ଭାଇ...

Advertisement
Archives

Model This Week