ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନିୟମକୁ କଡାକଡି କଲେ ତହସିଲଦାର

ଗୁଡଭେଲା ୨୧।୪, (ଡି.ଏନ.ଏ.)- ରାଜ୍ୟରେ ସାଧାରଣ ଲୋକ ମଧ୍ୟ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ତେବେ ଲକ ଡାଉନ ନିୟମକୁ ନେଇ ଆଦୌ ସଚେତନ ହେଉନାହାନ୍ତି କିଛି ଲୋକ। ଏଥିପାଇଁ ବଲାଙ୍ଗୀର ଜିଲା ତୁଷୁରା ଏନଏସି ଓ ପୋଲିସ ଦ୍ୱାରା ଅନବରତ ପ୍ରଚାର ପ୍ରସାର ସହ ପାଟ୍ରୋଲିଂ ଜାରି ରହିଛି। ଏହା ସତ୍ତ୍ୱେ ମଧ୍ୟ ଲୋକଙ୍କୁ କାଟୁ କରୁନାହିଁ । ମଙ୍ଗଳବାର ତୁଷୁରା ତହସିଲଦାର ଚନ୍ଦ୍ରମଣୀ ନାଗ, ଥାନାଧିକାରୀ ଯଶୋବନ୍ତ ପ୍ରଧାନୀ ଓ ଏନଏସି ତରଫରୁ ଲୋକଙ୍କୁ ସଚେତନ କରାଯାଇଛି। ଏହା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏଥିରେ ଖିଲାପ କରିଥିବା ପ୍ରାୟ ୫୦ ଜଣ ଲୋକଙ୍କ ଠାରୁ ଦୁଇ ଶହ ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯାଇଛି। ବିନା ମାସ୍କରେ ଆସୁଥିବା ଦୁଇ ଓ ଚାରିଚକିଆ ଗାଡି ଚାଳକ ସଚେତନ ହେବେ ବୋଲି ସ୍ଥାନୀୟ ପ୍ରଶାସନ ଆଶା ବ୍ୟକ୍ତ କରିଛି। ପାଟ୍ରୋଲିଂ ସହ ଚେକିଂ କଡାକଡି କରାଯିବ ବୋଲି ତୁଷୁରା ଥାନା ଅଧିକାରୀ ପ୍ରଧାନୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଟାରୁ ଫେରିଲେ ୫୪ ଛାତ୍ରୀଛାତ୍ର

ବାଲେଶ୍ୱର ଅଫିସ,୩।୫-କରୋନା ଲାଗି ସମଗ୍ର ଦେଶରେ ଲକ୍‌ଡାଉନ ଅବଧି ବୃଦ୍ଧି କରାଯାଇଛି। ଏହି ସମୟରେ ବାହାରେ ରହିଯାଇଥିବା ଶ୍ରମିକ, ଛାତ୍ରୀଛାତ୍ର ଓ ତୀର୍ଥଯାତ୍ରୀମାନଙ୍କୁ ନିଜ ନିଜ...

ମେସେଜ ଆସିଲା, ଧାନ ଉଠିଲା ନାହିଁ

ଖୋର୍ଦ୍ଧା ଅଫିସ/ନିରାକାରପୁର/ବୋଲଗଡ଼, ୧୮ା୧ (ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲାରେ ଧାନମଣ୍ଡି ଖୋଲିବାରେ ବିଳମ୍ବ ଘଟୁଥିବାରୁ ଚାଷୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ନିର୍ଦ୍ଧାରିତ ତାରିଖରେ ଧାନ ବିକ୍ରି...

ହାଇଡ୍ରୋଲିକରେ ଚାପି ହୋଇ ଡ୍ରାଇଭରଙ୍କ ଜୀବନ ଗଲା, ଉତ୍ତେଜନା

କୋକସରା,୨ା୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ଥାନା ଅଧୀନ ମାଝିଗୁଡ଼ା-ଟେମେରାରାଣାପଡା ରାସ୍ତା କାମରେ ନିୟୋଜିତି ଥିବା ବେଳେ ଶନିବାର ଏକ ଟ୍ରାକ୍ଟର ହାଇଡ୍ରୋଲିକ୍‌ ତଳେ ଚାପି ହୋଇ...

ଦୂରଦର୍ଶିତାପୂର୍ଣ୍ଣ ନିର୍ଣ୍ଣୟ ହେବା ଆବଶ୍ୟକ

ପୁରୀ ଅଫିସ,୨୦ା୬: ଏଥର ବଡ଼ଦାଣ୍ଡରେ ଗଡ଼ିବନି ରଥ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଥର ରଥଯାତ୍ରାକୁ ବନ୍ଦ କରିଛନ୍ତି ସୁପ୍ରିମ୍‌କୋର୍ଟ। ଗୁରୁବାର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି...

ନିଖୋଜ ଝିଅର ମିଳିଲା ମୃତ ଦେହ

ସମ୍ବଲପୁର,୫ା୧୦(ବ୍ୟୁରୋ): ମହାନଦୀର ସମ୍ବଲପୁର ଜିଲା ଦଲେଇପଡା ମହିଳା ଘାଟରେ ସୋମବାର ଗୋଟିଏ ପରିବାରର ୩ଜଣ ସଦସ୍ୟ ଭାସିଯାଇଥିଲେ। ଖୋଜାଖୋଜି ପରେ ବାପା ମହମ୍ମଦ ଅଲତାଫ (୪୫),...

ନଦୀବନ୍ଧରେ ଆବର୍ଜନା, ବଢୁଛି ଅସନ୍ତୋଷ

ଖଣ୍ଡପଡ଼ା,୨୮ା୫(ସ୍ବ.ପ୍ର.)-ପରିବେଶକୁ ସ୍ବଚ୍ଛ ସୁନ୍ଦର ରଖିବା ସହିତ ବାହାରେ ମଳତ୍ୟାଗ ନ କରିବା ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା କରିଛନ୍ତି ା ଏ ଦିଗରେ ଜନସାଧାରଣଙ୍କୁ...

ଅଧ୍ୟାପକ ହେବେ ଜିତେନ

ରେମୁଣା, ୩୦।୭(ଡି.ଏନ.ଏ.)- ୫୮୩ (୯୭.୧୬%) ମାର୍କ ରଖି ବାଲେଶ୍ୱର ଜିଲା ଟପ୍ପର ହୋଇଛନ୍ତି ରେମୁଣା ହାଇସ୍କୁଲର ଛାତ୍ର ଜିତେନ ମହାଳିକ। ରେମୁଣା ବ୍ଲକ ବଡ଼ପାଳ ଗାଁର...

ବଙ୍ଗ ନବାବମହଲ ଅଳଙ୍କାରରେ କୁଳତୁଙ୍ଗମାଢ଼

ଇତିହାସରେ ବର୍ଣ୍ଣିତ ଅଛି ଗଜପତି ନରସିଂହ ଦେବ ଲକ୍ଷ୍ମଣାବତୀ ଆକ୍ରମଣ କରିବା ପରେ ବଙ୍ଗ ନବାବ ତୁହ୍ମାନ ଖଁା ପ୍ରାଣରକ୍ଷା କରିବାକୁ ପଳାୟନ କରିଥିଲେ। ବାୟାଚକଡ଼ା...

Advertisement
Archives

Model This Week