ମାଷ୍ଟରମାଇଣ୍ଡ ଜେଲ୍‌ ୱାର୍ଡର

ଢେଙ୍କାନାଳ ଅଫିସ, ୨୨।୨ – ଢେଙ୍କାନାଳ ସହର ଦୋଳମଣ୍ଡପ ସାହିରେ ଗତ ବୁଧବାର ସନ୍ଧ୍ୟାରେ ସଂଘଟିତ ବହୁଚର୍ଚ୍ଚିତ ପୂର୍ଣ୍ଣଚନ୍ଦ୍ର ବେହେରା ଓରଫ୍‌ ମିଛୁ (୪୭) ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାଶ ହୋଇଛି। ଏପରି ଜଘନ୍ୟ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଜିଲା କାରାଗାରରେ କାର୍ଯ୍ୟରତ ଓ୍ବାର୍ଡର ବୈରାଗୀ ବାରିକ ବୋଲି ପୋଲିସ କହିଛି। ତାଙ୍କ ଘର ସଦର ଥାନା ଦୁଦୁକାଟେଣୀ ଗ୍ରାମରେ। ସାମାନ୍ୟ ବଚସାରୁ ମାର୍‌ପିଟ୍‌। ଏଥିରେ ପ୍ରତିଶୋଧ ପରାୟଣ ହୋଇ ଜନଗହଳିପୂର୍ଣ୍ଣ ସ୍ଥାନରେ ମିଛୁଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରାଯାଇଥିଲା। ଶୁକ୍ରବାର ଅପରାହ୍ନ ୪ଟାରେ ଟାଉନ ଥାନାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏ ସମ୍ପର୍କିତ ସମ୍ପୂର୍ଣ୍ଣ ବିବରଣୀ ଦେଇଛନ୍ତି ଅତିରିକ୍ତ ଏସ୍‌ପି ବିନୟକୃଷ୍ଣ କାମିଲା। ବୈରାଗୀଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ୩ଜଣ ଗିରଫ ହୋଇଛନ୍ତି। ଏଥିପୂର୍ବରୁ ଗତ ଗୁରୁବାର ହତ୍ୟାକାଣ୍ଡରେ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ଦୋଳମଣ୍ଡପ ସାହି ଅଞ୍ଚଳର ବାବାଜୀ ଷଣ୍ଢ (୩୪) ଓ କାଳିଆ ମାଟି (୨୯)ଙ୍କୁ ଖୋର୍ଦ୍ଧା ଜିଲା ବାଘମାରୀ ଥାନା ଅଞ୍ଚଳରୁ ଗିରଫ କରାଯାଇଥିଲା।
ପୂର୍ଣ୍ଣଚନ୍ଦ୍ରଙ୍କୁ ଏପରି ନିର୍ମମ ଭାବେ ହତ୍ୟା କରାଯିବାର କାରଣ ସମ୍ପର୍କରେ ସୂଚନା ଦେଇ ଅତିରିକ୍ତ ଏସ୍‌ପି କହିଛନ୍ତି ଯେ, ବାବାଜୀ ଏବଂ କାଳିଆ ପେସାଦାର ଅପରାଧୀ। ବହୁ ଆପରାଧିକ କାର୍ଯ୍ୟରେ ସମ୍ପୃକ୍ତ ଅଭିଯୋଗରେ ଉଭୟେ ଗିରଫ ହୋଇ ଜେଲରେ ଥିଲେ। ସେଠାରେ ଓ୍ବାର୍ଡର ବୈରାଗୀ ସେମାନଙ୍କୁ ବେଆଇନ ଭାବେ ପାନ, ଗୁଟ୍‌ଖା, ନିଶାଦ୍ରବ୍ୟ ଯୋଗାଉଥିଲେ। ଏଥିସହ ମୋବାଇଲ ଫୋନ୍‌ରେ କଥା ହେବାକୁ ମଧ୍ୟ ସୁଯୋଗ ଦେଉଥିଲେ। ବାବାଜୀ ଏବଂ କାଳିଆ ଜାମିନରେ ଆସିବା ପରେ ବୈରାଗୀଙ୍କ ସହ ସେମାନଙ୍କ ଘନିଷ୍ଠତା ଆହୁରି ବଢ଼ିଥିଲା। ସେମାନେ ମିଳିମିଶି ବିଭିନ୍ନ ସମୟରେ ଭୋଜିଭାତର ଆସର କରୁଥିଲେ। ବୁଧବାର ସକାଳେ ବୈରାଗୀ, କାଳିଆ, ବାବାଜୀ ଏବଂ ପୂର୍ଣ୍ଣଚନ୍ଦ୍ର ଏକାଠି ଭୋଜି କରୁଥିଲେ। କୌଣସି କାରଣକୁ କେନ୍ଦ୍ରକରି ସେଠାରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ପୂର୍ଣ୍ଣଚନ୍ଦ୍ର ଉତ୍ତ୍ୟକ୍ତ ହୋଇ ବୈରାଗୀଙ୍କୁ ପ୍ରବଳ ପିଟିଥିଲେ। ଏହା ବୈରାଗୀଙ୍କ ମନରେ ପ୍ରତିହିଂସା ମନୋଭାବ ସୃଷ୍ଟି କରିଥିଲା। ଏହାର ପ୍ରତିଶୋଧ ନେବାକୁ ସେ କାଳିଆ ଏବଂ ବାବାଜୀଙ୍କୁ ମତାଇଥିଲେ। ସନ୍ଧ୍ୟାରେ ପୂର୍ଣ୍ଣଚନ୍ଦ୍ରଙ୍କୁ ଏକାକୀ ପାଇ କାଳିଆ ଏବଂ ବାବାଜୀ କଟୁରିରେ ଗୋଡାଇ ଗୋଡ଼ାଇ ହାଣିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବାବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ହତ୍ୟାକାଣ୍ଡ ଘଟାଇ ଅଭିଯୁକ୍ତମାନେ ବାଇକ୍‌ରେ ଫେରାର ହୋଇଯାଇଥିଲେ। ହେଲେ ମୋବାଇଲ ଟ୍ରାକିଂରୁ ଉଭୟଙ୍କୁ ଗିରଫ କରିଥିଲା ଟାଉନ ଥାନା ପୋଲିସ। ହତ୍ୟାକାଣ୍ଡରେ ବ୍ୟବହୃତ ବାଇକ୍‌କୁ ଜବତ କରାଯାଇଛି ା ଏ ନେଇ ନଂ. ୫୬/୨୦, ଦଫା ୧୨୦ (ବି), ୩୦୨, ୩୪ ଓ ୨୫ ଏବଂ ୨୭ ଆର୍ମସ ଆକ୍ଟରେ ମାମଲା ରୁଜୁ କରାଯାଇଛି। ୩ ଅଭିଯୁକ୍ତଙ୍କୁ ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି। ଜଣେ ଜେଲ ଓ୍ବାର୍ଡର ହତ୍ୟାକାଣ୍ଡର ଷଡ଼ଯନ୍ତ୍ରକାରୀ ବୋଲି ଜଣାପଡ଼ିବା ପରେ ଏହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ଖବରଦାତା ସମ୍ମିଳନୀରେ ଟାଉନ ଥାନା ଅଧିକାରୀ ଜ୍ଞାନରଞ୍ଜନ ସାମଲଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜାନୁଆରୀ ୧୪ରୁ ଆଇଆଇଏମ୍‍ସିରେ ‘ଫିଲ୍ମି ଚକ୍କର-୩’

ଢେଙ୍କାନାଳ,୯।୧:: ଚଳଚ୍ଚିତ୍ରକୁ ନେଇ ଚର୍ଚ୍ଚା । ଚଳଚ୍ଚିତ୍ର ଉପରେ ଆଲୋଚନା । ପୁଣି ଚଳଚ୍ଚିତ୍ରର ବିଭିନ୍ନ ବିଭବକୁ ନେଇ କର୍ମଶାଳା । ଏସବୁର ସୁଯୋଗ ଆଣିଦେଇଛି...

ଶ୍ରୋତା ପରିଷଦର ରାଜ୍ୟସ୍ତରୀୟ ସମ୍ମିଳନୀ:ଆକାଶବାଣୀ କାର୍ଯ୍ୟକ୍ରମ ସଦା ଆଦରଣୀୟ

ଢେଙ୍କାନାଳ ଅଫିସ,୩ା୯ ଢେଙ୍କାନାଳ ଜିଲା ସଦର ବ୍ଲକ ପଶ୍ଚିମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆକାଶବାଣୀ ଶ୍ରୋତା ପରିଷଦର ଏକ ରାଜ୍ୟସ୍ତରୀୟ ସମ୍ମିଳନୀ ସୋମବାର ଅନୁଷ୍ଠିତ ହୋଇଯାଇଛି। ଆକାଶବାଣୀ...

ଏହି ୮ ହଟ୍‌ସ୍ପଟ୍‌ ଜିଲାର ଲୋକଙ୍କୁ ଢେଙ୍କାନାଳ ମନା

ଢେଙ୍କାନାଳ ଅଫିସ,୧୧ା୭: ରାଜ୍ୟର ୮ଟି ହଟ୍‌ସ୍ପଟ୍‌ ଜିଲାର ଲୋକଙ୍କୁ ଢେଙ୍କାନାଳରେ ପ୍ରବେଶ ମନା। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଏଭଳି...

୨୭ ଶାଳଗଣ୍ଡି ଜବତ

କାମାକ୍ଷାନଗର, ୪ା୭(ଡି.ଏନ୍‌.ଏ.): ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ୍‌ ମୁକ୍ତାପଶି ଫରେଷ୍ଟ ସେକ୍ସନ୍‌ର କଙ୍କିଳି ବିଟ୍‌ ଜରିତଇଲା ସାହି ନିକଟରୁ ରବିବାର ୨୭ଟି ଶାଳଗଣ୍ଡି ଜବତ...

ଗଛ ବିନା ଶ୍ରୀହୀନ ରାଜପଥ

ଢେଙ୍କାନାଳ ଅଫିସ, ୧୯।୬ ଜାତୀୟ ରାଜପଥ (ଏନ୍‌ଏଚ୍‌) ଉପରେ ନିର୍ଭର କରେ ଦେଶର ଆର୍ଥିକ ପ୍ରଗତି। ଆନ୍ତଃଜିଲା ଏବଂ ଆନ୍ତଃରାଜ୍ୟ ଗମନାଗମନ ବ୍ୟବସ୍ଥାକୁ ଉନ୍ନତ କରିବା,...

ସିନେମା ହଲ୍‌ ସ୍ଥିତି ସଙ୍ଗିନ

ଢେଙ୍କାନାଳ ଅଫିସ, ୧୩ା୯: ଓଡ଼ିଆ ସିନେମା ଇତିହାସ ପାଇଁ ଅଭୁଲା ୧୯୩୬। ଏହି ବର୍ଷ ପରଦାକୁ ଆସିଥିଲା ପ୍ରଥମ କଳାଧଳା ଚଳଚ୍ଚିତ୍ର ‘ସୀତାବିବାହ’। ଏହାର ଦୀର୍ଘ...

ଇ-ଟେକ୍‌ ଆବାସିକ କଲେଜ ପ୍ରତିଷ୍ଠା ଦିବସ: ‘ଅଭିଭାବକଙ୍କୁ ସମ୍ମାନ ବିନା ଶିକ୍ଷା ମୂଲ୍ୟହୀନ’

ଢେଙ୍କାନାଳ ଅଫିସ, ୭।୮-ଅଭିଭାବକମାନେ ଚାହାନ୍ତି ସେମାନଙ୍କ ସନ୍ତାନ ଭଲ ପାଠପଢ଼ି ବଡ଼ମଣିଷ ହେଉ। ନିଜ ପିଲାମାନଙ୍କ ପାଇଁ ମା’ବାପା ଏପରି ସ୍ବପ୍ନ ଦେଖିବା ସ୍ବାଭାବିକ। ଏବେ...

ସାମାଜିକ ଦୂରତା ନିୟମ କଡ଼ାକଡ଼ି

ଢେଙ୍କାନାଳ ଅଫିସ, ୮।୪ – ସାମାଜିକ ଦୂରତ୍ୱ ନିୟମକୁ ଅଧିକ କଡ଼ାକଡ଼ି କରିଛି ଢେଙ୍କାନାଳ ଜିଲା ପ୍ରଶାସନ। ଏଣିକି ସହରରେ କେବଳ ସକାଳ ବେଳା ଅତ୍ୟାବଶ୍ୟକ...

Advertisement
Archives

Model This Week