ମାଷ୍ଟରମାଇଣ୍ଡ ଜେଲ୍‌ ୱାର୍ଡର

ଢେଙ୍କାନାଳ ଅଫିସ, ୨୨।୨ – ଢେଙ୍କାନାଳ ସହର ଦୋଳମଣ୍ଡପ ସାହିରେ ଗତ ବୁଧବାର ସନ୍ଧ୍ୟାରେ ସଂଘଟିତ ବହୁଚର୍ଚ୍ଚିତ ପୂର୍ଣ୍ଣଚନ୍ଦ୍ର ବେହେରା ଓରଫ୍‌ ମିଛୁ (୪୭) ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାଶ ହୋଇଛି। ଏପରି ଜଘନ୍ୟ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଜିଲା କାରାଗାରରେ କାର୍ଯ୍ୟରତ ଓ୍ବାର୍ଡର ବୈରାଗୀ ବାରିକ ବୋଲି ପୋଲିସ କହିଛି। ତାଙ୍କ ଘର ସଦର ଥାନା ଦୁଦୁକାଟେଣୀ ଗ୍ରାମରେ। ସାମାନ୍ୟ ବଚସାରୁ ମାର୍‌ପିଟ୍‌। ଏଥିରେ ପ୍ରତିଶୋଧ ପରାୟଣ ହୋଇ ଜନଗହଳିପୂର୍ଣ୍ଣ ସ୍ଥାନରେ ମିଛୁଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରାଯାଇଥିଲା। ଶୁକ୍ରବାର ଅପରାହ୍ନ ୪ଟାରେ ଟାଉନ ଥାନାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏ ସମ୍ପର୍କିତ ସମ୍ପୂର୍ଣ୍ଣ ବିବରଣୀ ଦେଇଛନ୍ତି ଅତିରିକ୍ତ ଏସ୍‌ପି ବିନୟକୃଷ୍ଣ କାମିଲା। ବୈରାଗୀଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ୩ଜଣ ଗିରଫ ହୋଇଛନ୍ତି। ଏଥିପୂର୍ବରୁ ଗତ ଗୁରୁବାର ହତ୍ୟାକାଣ୍ଡରେ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ଦୋଳମଣ୍ଡପ ସାହି ଅଞ୍ଚଳର ବାବାଜୀ ଷଣ୍ଢ (୩୪) ଓ କାଳିଆ ମାଟି (୨୯)ଙ୍କୁ ଖୋର୍ଦ୍ଧା ଜିଲା ବାଘମାରୀ ଥାନା ଅଞ୍ଚଳରୁ ଗିରଫ କରାଯାଇଥିଲା।
ପୂର୍ଣ୍ଣଚନ୍ଦ୍ରଙ୍କୁ ଏପରି ନିର୍ମମ ଭାବେ ହତ୍ୟା କରାଯିବାର କାରଣ ସମ୍ପର୍କରେ ସୂଚନା ଦେଇ ଅତିରିକ୍ତ ଏସ୍‌ପି କହିଛନ୍ତି ଯେ, ବାବାଜୀ ଏବଂ କାଳିଆ ପେସାଦାର ଅପରାଧୀ। ବହୁ ଆପରାଧିକ କାର୍ଯ୍ୟରେ ସମ୍ପୃକ୍ତ ଅଭିଯୋଗରେ ଉଭୟେ ଗିରଫ ହୋଇ ଜେଲରେ ଥିଲେ। ସେଠାରେ ଓ୍ବାର୍ଡର ବୈରାଗୀ ସେମାନଙ୍କୁ ବେଆଇନ ଭାବେ ପାନ, ଗୁଟ୍‌ଖା, ନିଶାଦ୍ରବ୍ୟ ଯୋଗାଉଥିଲେ। ଏଥିସହ ମୋବାଇଲ ଫୋନ୍‌ରେ କଥା ହେବାକୁ ମଧ୍ୟ ସୁଯୋଗ ଦେଉଥିଲେ। ବାବାଜୀ ଏବଂ କାଳିଆ ଜାମିନରେ ଆସିବା ପରେ ବୈରାଗୀଙ୍କ ସହ ସେମାନଙ୍କ ଘନିଷ୍ଠତା ଆହୁରି ବଢ଼ିଥିଲା। ସେମାନେ ମିଳିମିଶି ବିଭିନ୍ନ ସମୟରେ ଭୋଜିଭାତର ଆସର କରୁଥିଲେ। ବୁଧବାର ସକାଳେ ବୈରାଗୀ, କାଳିଆ, ବାବାଜୀ ଏବଂ ପୂର୍ଣ୍ଣଚନ୍ଦ୍ର ଏକାଠି ଭୋଜି କରୁଥିଲେ। କୌଣସି କାରଣକୁ କେନ୍ଦ୍ରକରି ସେଠାରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ପୂର୍ଣ୍ଣଚନ୍ଦ୍ର ଉତ୍ତ୍ୟକ୍ତ ହୋଇ ବୈରାଗୀଙ୍କୁ ପ୍ରବଳ ପିଟିଥିଲେ। ଏହା ବୈରାଗୀଙ୍କ ମନରେ ପ୍ରତିହିଂସା ମନୋଭାବ ସୃଷ୍ଟି କରିଥିଲା। ଏହାର ପ୍ରତିଶୋଧ ନେବାକୁ ସେ କାଳିଆ ଏବଂ ବାବାଜୀଙ୍କୁ ମତାଇଥିଲେ। ସନ୍ଧ୍ୟାରେ ପୂର୍ଣ୍ଣଚନ୍ଦ୍ରଙ୍କୁ ଏକାକୀ ପାଇ କାଳିଆ ଏବଂ ବାବାଜୀ କଟୁରିରେ ଗୋଡାଇ ଗୋଡ଼ାଇ ହାଣିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବାବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ହତ୍ୟାକାଣ୍ଡ ଘଟାଇ ଅଭିଯୁକ୍ତମାନେ ବାଇକ୍‌ରେ ଫେରାର ହୋଇଯାଇଥିଲେ। ହେଲେ ମୋବାଇଲ ଟ୍ରାକିଂରୁ ଉଭୟଙ୍କୁ ଗିରଫ କରିଥିଲା ଟାଉନ ଥାନା ପୋଲିସ। ହତ୍ୟାକାଣ୍ଡରେ ବ୍ୟବହୃତ ବାଇକ୍‌କୁ ଜବତ କରାଯାଇଛି ା ଏ ନେଇ ନଂ. ୫୬/୨୦, ଦଫା ୧୨୦ (ବି), ୩୦୨, ୩୪ ଓ ୨୫ ଏବଂ ୨୭ ଆର୍ମସ ଆକ୍ଟରେ ମାମଲା ରୁଜୁ କରାଯାଇଛି। ୩ ଅଭିଯୁକ୍ତଙ୍କୁ ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି। ଜଣେ ଜେଲ ଓ୍ବାର୍ଡର ହତ୍ୟାକାଣ୍ଡର ଷଡ଼ଯନ୍ତ୍ରକାରୀ ବୋଲି ଜଣାପଡ଼ିବା ପରେ ଏହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ଖବରଦାତା ସମ୍ମିଳନୀରେ ଟାଉନ ଥାନା ଅଧିକାରୀ ଜ୍ଞାନରଞ୍ଜନ ସାମଲଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଧାୟକଙ୍କ ଫେସ୍‌ବୁକ୍‌ ପୋଷ୍ଟ ନେଇ ଜୋର୍‌ଦାର ଚର୍ଚ୍ଚା

ଢେଙ୍କାନାଳ,୨୨ା୪(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଧୀର କୁମାର ସାମଲଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ସଦର...

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri