ମାଷ୍ଟରମାଇଣ୍ଡ ଜେଲ୍‌ ୱାର୍ଡର

ଢେଙ୍କାନାଳ ଅଫିସ, ୨୨।୨ – ଢେଙ୍କାନାଳ ସହର ଦୋଳମଣ୍ଡପ ସାହିରେ ଗତ ବୁଧବାର ସନ୍ଧ୍ୟାରେ ସଂଘଟିତ ବହୁଚର୍ଚ୍ଚିତ ପୂର୍ଣ୍ଣଚନ୍ଦ୍ର ବେହେରା ଓରଫ୍‌ ମିଛୁ (୪୭) ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାଶ ହୋଇଛି। ଏପରି ଜଘନ୍ୟ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଜିଲା କାରାଗାରରେ କାର୍ଯ୍ୟରତ ଓ୍ବାର୍ଡର ବୈରାଗୀ ବାରିକ ବୋଲି ପୋଲିସ କହିଛି। ତାଙ୍କ ଘର ସଦର ଥାନା ଦୁଦୁକାଟେଣୀ ଗ୍ରାମରେ। ସାମାନ୍ୟ ବଚସାରୁ ମାର୍‌ପିଟ୍‌। ଏଥିରେ ପ୍ରତିଶୋଧ ପରାୟଣ ହୋଇ ଜନଗହଳିପୂର୍ଣ୍ଣ ସ୍ଥାନରେ ମିଛୁଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରାଯାଇଥିଲା। ଶୁକ୍ରବାର ଅପରାହ୍ନ ୪ଟାରେ ଟାଉନ ଥାନାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏ ସମ୍ପର୍କିତ ସମ୍ପୂର୍ଣ୍ଣ ବିବରଣୀ ଦେଇଛନ୍ତି ଅତିରିକ୍ତ ଏସ୍‌ପି ବିନୟକୃଷ୍ଣ କାମିଲା। ବୈରାଗୀଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ୩ଜଣ ଗିରଫ ହୋଇଛନ୍ତି। ଏଥିପୂର୍ବରୁ ଗତ ଗୁରୁବାର ହତ୍ୟାକାଣ୍ଡରେ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ଦୋଳମଣ୍ଡପ ସାହି ଅଞ୍ଚଳର ବାବାଜୀ ଷଣ୍ଢ (୩୪) ଓ କାଳିଆ ମାଟି (୨୯)ଙ୍କୁ ଖୋର୍ଦ୍ଧା ଜିଲା ବାଘମାରୀ ଥାନା ଅଞ୍ଚଳରୁ ଗିରଫ କରାଯାଇଥିଲା।
ପୂର୍ଣ୍ଣଚନ୍ଦ୍ରଙ୍କୁ ଏପରି ନିର୍ମମ ଭାବେ ହତ୍ୟା କରାଯିବାର କାରଣ ସମ୍ପର୍କରେ ସୂଚନା ଦେଇ ଅତିରିକ୍ତ ଏସ୍‌ପି କହିଛନ୍ତି ଯେ, ବାବାଜୀ ଏବଂ କାଳିଆ ପେସାଦାର ଅପରାଧୀ। ବହୁ ଆପରାଧିକ କାର୍ଯ୍ୟରେ ସମ୍ପୃକ୍ତ ଅଭିଯୋଗରେ ଉଭୟେ ଗିରଫ ହୋଇ ଜେଲରେ ଥିଲେ। ସେଠାରେ ଓ୍ବାର୍ଡର ବୈରାଗୀ ସେମାନଙ୍କୁ ବେଆଇନ ଭାବେ ପାନ, ଗୁଟ୍‌ଖା, ନିଶାଦ୍ରବ୍ୟ ଯୋଗାଉଥିଲେ। ଏଥିସହ ମୋବାଇଲ ଫୋନ୍‌ରେ କଥା ହେବାକୁ ମଧ୍ୟ ସୁଯୋଗ ଦେଉଥିଲେ। ବାବାଜୀ ଏବଂ କାଳିଆ ଜାମିନରେ ଆସିବା ପରେ ବୈରାଗୀଙ୍କ ସହ ସେମାନଙ୍କ ଘନିଷ୍ଠତା ଆହୁରି ବଢ଼ିଥିଲା। ସେମାନେ ମିଳିମିଶି ବିଭିନ୍ନ ସମୟରେ ଭୋଜିଭାତର ଆସର କରୁଥିଲେ। ବୁଧବାର ସକାଳେ ବୈରାଗୀ, କାଳିଆ, ବାବାଜୀ ଏବଂ ପୂର୍ଣ୍ଣଚନ୍ଦ୍ର ଏକାଠି ଭୋଜି କରୁଥିଲେ। କୌଣସି କାରଣକୁ କେନ୍ଦ୍ରକରି ସେଠାରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ପୂର୍ଣ୍ଣଚନ୍ଦ୍ର ଉତ୍ତ୍ୟକ୍ତ ହୋଇ ବୈରାଗୀଙ୍କୁ ପ୍ରବଳ ପିଟିଥିଲେ। ଏହା ବୈରାଗୀଙ୍କ ମନରେ ପ୍ରତିହିଂସା ମନୋଭାବ ସୃଷ୍ଟି କରିଥିଲା। ଏହାର ପ୍ରତିଶୋଧ ନେବାକୁ ସେ କାଳିଆ ଏବଂ ବାବାଜୀଙ୍କୁ ମତାଇଥିଲେ। ସନ୍ଧ୍ୟାରେ ପୂର୍ଣ୍ଣଚନ୍ଦ୍ରଙ୍କୁ ଏକାକୀ ପାଇ କାଳିଆ ଏବଂ ବାବାଜୀ କଟୁରିରେ ଗୋଡାଇ ଗୋଡ଼ାଇ ହାଣିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବାବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ହତ୍ୟାକାଣ୍ଡ ଘଟାଇ ଅଭିଯୁକ୍ତମାନେ ବାଇକ୍‌ରେ ଫେରାର ହୋଇଯାଇଥିଲେ। ହେଲେ ମୋବାଇଲ ଟ୍ରାକିଂରୁ ଉଭୟଙ୍କୁ ଗିରଫ କରିଥିଲା ଟାଉନ ଥାନା ପୋଲିସ। ହତ୍ୟାକାଣ୍ଡରେ ବ୍ୟବହୃତ ବାଇକ୍‌କୁ ଜବତ କରାଯାଇଛି ା ଏ ନେଇ ନଂ. ୫୬/୨୦, ଦଫା ୧୨୦ (ବି), ୩୦୨, ୩୪ ଓ ୨୫ ଏବଂ ୨୭ ଆର୍ମସ ଆକ୍ଟରେ ମାମଲା ରୁଜୁ କରାଯାଇଛି। ୩ ଅଭିଯୁକ୍ତଙ୍କୁ ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି। ଜଣେ ଜେଲ ଓ୍ବାର୍ଡର ହତ୍ୟାକାଣ୍ଡର ଷଡ଼ଯନ୍ତ୍ରକାରୀ ବୋଲି ଜଣାପଡ଼ିବା ପରେ ଏହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ଖବରଦାତା ସମ୍ମିଳନୀରେ ଟାଉନ ଥାନା ଅଧିକାରୀ ଜ୍ଞାନରଞ୍ଜନ ସାମଲଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri