ମାର୍ଚ୍ଚ ୩୧ ସୁଦ୍ଧା ନିଲାମ ହେବ ୨୦ ଖଣି

ଭୁବନେଶ୍ୱର/ଯୋଡ଼ା,୩।୧୨(ବ୍ୟୁରୋ/ଡି.ଏନ୍‌.ଏ. ): ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ଲିଜ୍‌ ଅବଧି ଶେଷ ହେଉଥିବା ୨୦ ଖଣିର ପୁନଃ ଟେଣ୍ଡର କରାଯିବ। ଏ ନେଇ ଖଣି ଓ ଇସ୍ପାତ ବିଭାଗ ଯୁଗ୍ମ ସଚିବ ମଞ୍ଜୁଲତା ସ୍ବାଇଁ ସୋମବାର ଖଣି ନିର୍ଦ୍ଦେଶକଙ୍କୁ ଚିଠି (ସଂଖ୍ୟା- ୯୪୯୨/୨।୧୨।୨୦୧୯) ଲେଖିଛନ୍ତି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ନଭେମ୍ବର ୩୦ରେ ଅନୁଷ୍ଠିତ ବୈଷୟିକ ମୂଲ୍ୟାୟନ କମିଟି (ଟିଇସି) ଏବଂ ଉଚ୍ଚ କ୍ଷମତାସମ୍ପନ୍ନ କମିଟି (ଏଚ୍‌ଏଲ୍‌ସି)ରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ୨୦୧୯ ଅକ୍ଟୋବର ୪, ୧୪ ଏବଂ ୧୮ରେ ଡକାଯାଇଥିବା ଟେଣ୍ଡରକୁ ରଦ୍ଦ କରାଯିବ। ଏଥିରେ ଅଂଶଗ୍ରହଣ କରିଥିବା ବିଡରମାନେ ଦେଇଥିବା ବ୍ୟାଙ୍କ ଗ୍ୟାରେଣ୍ଟି ବାବଦ ଅର୍ଥ ସେମାନଙ୍କୁ ଫେରସ୍ତ କରାଯିବ। ଏଥିସହିତ ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ଲିଜ୍‌ ଅବଧି ଶେଷ ହେଉଥିବା ୨୦ଟି ଖଣିର ଏକକାଳୀନ ଟେଣ୍ଡର ଡାକିବାକୁ କୁହାଯାଇଛି। ୨୦୧୯ ଅକ୍ଟୋବର ୧୮ ତାରିଖରେ କରାଯାଇଥିବା ବିଜ୍ଞପ୍ତି ଆଧାରରେ ଟେଣ୍ଡର ଆହ୍ବାନ କରାଯିବ। ପ୍ରତ୍ୟେକ ବ୍ଲକର ଟେଣ୍ଡର ଡକ୍ୟୁମେଣ୍ଟ ପାଇଁ ୫ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି। ଯଦି ପୂର୍ବରୁ ସେହି ବିଡର୍‌ ଅମାନତ ରାଶି ଜମା କରିଥିବେ ତେବେ ତାହା ନୂତନ ଟେଣ୍ଡର ଆବେଦନ ସମୟରେ ଆଡ୍‌ଜଷ୍ଟ କରାଯିବ। ପ୍ରତ୍ୟେକ ବିଡର୍‌ ଏକ ନିର୍ଦ୍ଦିଷ୍ଟ ଖଣି ପାଇଁ ଟେଣ୍ଡରରେ ଭାଗ ନେଇପାରିବେ। ଗୋଟିଏ ଖଣି ପାଇଁ ଏକାଧିକ ଆବେଦନ କଲେ ତାହା ଖାରଜ କରାଯିବ। ନୂତନ ଟେଣ୍ଡର ପ୍ରକ୍ରିୟା ଡିସେମ୍ବର ୬ ତାରିଖରୁ ଆରମ୍ଭ ହୋଇ ଫେବୃୟାରୀ ୨୯ ତାରିଖରେ ଶେଷ ହେବ।
ସୂଚନାଯୋଗ୍ୟ ଯେ, ପୂର୍ବରୁ ରାଜ୍ୟ ସରକାର ୧୦ଟି ଖଣି ନିଲାମ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଥିଲେ। ଏଥିପାଇଁ ୧୭୬ଜଣ ବିଡର ଆବେଦନ କରିଥିଲେ। ଏପରିକି ବୈଷୟିକ ମୂଲ୍ୟାୟନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଥିଲା। ଏଥିରେ ଯୋଗ୍ୟତା ହାସଲ କରିଥିବା ବିଡରମାନଙ୍କ ତାଲିକା ଆସନ୍ତା ୯ ତାରିଖରେ ପ୍ରକାଶ ପାଇବ ବୋଲି ନଭେମ୍ବର ୧୮ରେ ଖଣି ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୭ ଦିନ ଲାଗି ୨ ଓ୍ବାର୍ଡ କଣ୍ଟେନମେଣ୍ଟ ଜୋନ୍‌ ଘୋଷିତ

ବାଲିଅନ୍ତା, ୫ା୬(ଡି.ଏନ୍‌.ଏ.): କରୋନା ସଂକ୍ରମଣକୁ ରୋକିବା ପାଇଁ ବାଲିଅନ୍ତା ବ୍ଳକର ଜୟଦେବ ପଞ୍ଚାୟତ ଅଧୀନ ୨ଟି ଓ୍ବାର୍ଡକୁ ପ୍ରଶାସନ ପକ୍ଷରୁ ୭ଦିନ ପାଇଁ କଣ୍ଟେନମେଣ୍ଟ ଜୋନ...

ଆଧାରକାର୍ଡ ସଂଯୋଗ ଆଳରେ ଠକେଇ: ୫୦ ଗ୍ରାମବାସୀଙ୍କ ଜମାଖାତାରୁ ଅର୍ଥ ହଡ଼ପ

ବୈପାରିଗଡ଼ା,୭ା୫ (ଡି.ଏନ୍‌.ଏ.): କୋରାପୁଟ ଜିଲା ବୈପାରିଗଡ଼ା ବ୍ଲକ ସଦର ପଞ୍ଚାୟତ ସନ୍ତେଇପଟ ଓ ଅମଳାଭଟ୍ଟା ଗ୍ରାମବାସୀ ଠକେଇର ଶିକାର ହୋଇଛନ୍ତି। ନିଜକୁ ବ୍ୟାଙ୍କ କର୍ମଚାରୀ ବୋଲି...

ଟାଲ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ସରପଞ୍ଚ

ବରଗଡ଼ ଅଫିସ,୨୦।୪: ବରଗଡ଼ ଜିଲା ରାଜୋରାସମ୍ବର ବ୍ଲକ ଅନ୍ତର୍ଗତ ଟାଲ ଗ୍ରାମକୁ ମଙ୍ଗଳବାରରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ସ୍ଥାନୀୟ ସରପଞ୍ଚ ସୌକିଲାଲ ସେଠ୍‌ ଏକ...

ଦେହରେ ପେଟ୍ରୋଲ ଢାଳି ଆତ୍ମହୁତି ଉଦ୍ୟମ: ଆଖି ବୁଜିଲେ କାର୍ତ୍ତିକ ମେହେର

ବରଗଡ଼ ଅଫିସ୍‌, ୨୮ା୧୨: ନୂଆଦିଲ୍ଲୀ ଇଣ୍ଡିଆ ଗେଟ୍‌ ସମ୍ମୁଖରେ ଦେହରେ ପେଟ୍ରୋଲ ଢାଳି ଆତ୍ମାହୂତି ଉଦ୍ୟମ କରିଥିବା ବରଗଡ଼ ଜିଲା ପଦ୍ମପୁର ନିକଟ ବୁଧାପାଲି ଗାଁର...

ସିମୁଳିଆରେ ହାଇଦରଙ୍କୁ ଗୁଳି: ସ୍ଥାନୀୟ ପୋଲିସ ପାଖରେ ସୂଚନା ନାହିଁ

ସିମୁଳିଆ,୨୪ା୭(ଡି.ଏନ୍‌.ଏ.): ଶନିବାର ଅପରାହ୍ନରେ କୁଖ୍ୟାତ ଅପରାଧୀ ହାଇଦରଙ୍କୁ ୧୬ ନଂ. ଜାତୀୟ ରାପଥରେ ବାଲେଶ୍ୱର ଜିଲା ସିମୁଳିଆରେ ଏନ୍‌କାଉଣ୍ଟର କରାଯାଇଛି। ଚୌଦ୍ୱାର ଜେଲରୁ ବାରିପଦା ଜେଲକୁ...

୧୦୦୮ ଗରା ଜଳରେ ସ୍ନାନ କଲେ ଶ୍ରୀଲୋକନାଥ

ପୁରୀ ଅଫିସ,୩ା୬: ଶ୍ରୀଲୋକନାଥ ମନ୍ଦିରରେ ମଙ୍ଗଳବାର ପ୍ରଭୁ ଶ୍ରୀଲୋକନାଥଙ୍କ ଜଳାଶାୟୀ ନୀତି ସମ୍ପନ୍ନ ହୋଇଛି। ଦ୍ୱିପ୍ରହର ଧୂପ ସରିବା ପରେ ଶ୍ରୀଲୋକନାଥ ୧୦୦୮ ଗରା ସୁବାସିିତ...

ଆଜି ଶ୍ରୀଜିଉଙ୍କ ଅଧରପଣା

ପୁରୀ ଅଫିସ,୨୨ା୭: ସୁନାବେଶ ପରଦିନ ରଥ ଉପରେ ହୋଇଥାଏ ଶ୍ରୀଜିଉଙ୍କ ଅଧରପଣା ନୀତି। ରତ୍ନ ସିଂହାସନ ଛାଡ଼ି ରଥରେ ଅବତରଣ କରିବା ପରେ ମହାପ୍ରଭୁଙ୍କୁ ଦର୍ଶନ...

୧୦ରେ ଓଡ଼ିଶା ଛୁଇଁପାରେ ମୌସୁମୀ

ଭୁବନେଶ୍ୱର,୨।୬(ବ୍ୟୁରୋ): ଦକ୍ଷିଣ-ପଶ୍ଚିମ ମୌସୁମୀ ସୋମବାର କେରଳ ଛୁଇଁଛି। ଆଉ ୯ ଦିନ ପରେ ଓଡ଼ିଶାରେ ପାଦ ଥାପିବ। ସେଥିପାଇଁ ପାଗ ଅନୁକୂଳ ରହିଛି। ଆସନ୍ତା ୮...

Advertisement


Archives

Model This Week

Why Dharitri