ମା’ଯୋଗମାୟା ଭାଗବତ ପ୍ରତିଯୋଗିତା: ବାଘୁଆପଲ୍ଲୀ ଚାମ୍ପିୟନ

ବୋଲଗଡ଼,୨୯ା୫(ଡି.ଏନ୍‌.ଏ.)-ବୋଲଗଡ଼ ବ୍ଲକ ବଡ଼କୁମାରୀ ପଞ୍ଚାୟତ ଅନ୍ତର୍ଗତ ହାଟବସ୍ତ ଗ୍ରାମସ୍ଥିତ ରାମଲୀଳା ସ୍ଥଳରେ ଚାଲିଥିବା ମା’ଯୋଗମାୟା ଭାଗବତ ପ୍ରତିଯୋଗିତା ସୋମବାର ଉଦ୍‌ଯାପିତ ହୋଇଯାଇଛି। ଶେଷ ଦିବସରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ ପ୍ରତିଯୋଗିତାରେ ଭାପୁର ବ୍ଲକର ବାଘୁଆପଲ୍ଲୀ ଭାଗବତ ମଣ୍ଡଳୀ ଚାମ୍ପିୟନ ହୋଇଛି। ବୋଲଗଡ଼ ବ୍ଲକର ଖଉରୁଣୀ ଭାଗବତ ମଣ୍ଡଳୀ ମୋଟ ୪୬ ପଏଣ୍ଟ ପାଇ ରନର୍ସ ଅପ୍‌ ସିଲ୍‌ ପାଇଥିଲା। ଅନ୍ୟ ପକ୍ଷରେ ବାଘୁଆପଲ୍ଲୀ ଭାଗବତ ମଣ୍ଡଳୀ ମୋଟ ୬୧ ପଏଣ୍ଟ ପାଇ ଚାମ୍ପିୟନ ସିଲ୍‌ ପାଇଛି । ଶ୍ରେଷ୍ଠ ଗାୟକ ଏବଂ ବାୟକ ଭାବେ ମଧ୍ୟ ବାଘୁଆପଲ୍ଲୀ ଭାଗବତ ମଣ୍ଡଳୀକୁ ପୁରସ୍କୃତ କରାଯାଇଛି । ସେହିପରି ଖଉରୁଣୀ ଭାଗବତ ମଣ୍ଡଳୀର ପାଳିଆମାନେ ଶ୍ରେଷ୍ଠ ପାଳିଆ ହୋଇଛନ୍ତି । ଗ୍ରାମର ମା’ଯୋଗମାୟା ଭାଗବତ ମଣ୍ଡଳୀ ପକ୍ଷରୁ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଆୟୋଜକଙ୍କ ପକ୍ଷରୁ ସଭାପତି ପଦ୍ମନାଭ ଖଟାଇ, ସମ୍ପାଦକ ଶେଷଦେବ ଖଟାଇ ଏବଂ ସମ୍ମାନିତ ଅତିଥି ଭାବେ ଲକ୍ଷ୍ମୀଧର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ ା ବିଚାରକ ଭାବେ ଦାଶରଥି ପଟ୍ଟନାୟକ, ଯଦୁମଣି ବିଶ୍ୱାଳ, ପୁରନ୍ଦର ମହାରଣା ଓ ନବକିଶୋର ମାଝି ପ୍ରମୁଖ ଦାୟିତ୍ୱ ଗ୍ରହଣ କରିଥିଲେ। ଗଣେଶ୍ୱର ଖଟାଇ ଏବଂ ରମେଶ ଚନ୍ଦ୍ର ଭୋଳ ପରିଚାଳନାରେ ସହଯୋଗ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ପରିବାରରୁ ୪ ବିଜୟୀ

ଆସିକା,୨୮ା୨(ଡି.ଏନ.ଏ.)  ଗଞ୍ଜାମ ଜିଲା ଆସିକା ବ୍ଲକରେ ଗତଥର ଅଧ୍ୟକ୍ଷ ଥିବା ହରେକୃଷ୍ଣ ମଲିକ ଓ ତାଙ୍କ ପରିବାରର ଅନ୍ୟ ୩ଜଣ ଚଳିତ ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଥିବା...

ଟ୍ରକ୍‌ ଧକ୍କାରେ ଚାଲିଗଲା ଦମ୍ପତିଙ୍କ ଜୀବନ

ଝାରସୁଗଡ଼ା ଅଫିସ,୪।୧୧: ଝାରସୁଗଡ଼ା ଜିଲା ରେଙ୍ଗାଲି ଥାନା ଅଧୀନ ୪୯ ନମ୍ବର ଜାତୀୟ ରାଜପଥ କତରବଗା ନିକଟରେ ଗୁରୁବାର ଅପରାହ୍ନରେ ଏକ ୧୪ ଚକିଆ ମାଲ୍‌...

ମମିତା ମେହେର ହତ୍ୟାକାଣ୍ଡ ମାମଲା: କୋର୍ଟରେ ହାଜର ହେଲେ ଗୋବିନ୍ଦ-ରାଧେ

ବଲାଙ୍ଗୀର ଅଫିସ,୨୨ା୬: ବହୁ ଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ସହଯୋଗୀ ରାଧେ ଶ୍ୟାମ ଚଣ୍ଡୀ ବୁଧବାର...

ପିଲାଙ୍କୁ ଆଣ୍ଠେଇ ଫଟୋ ପାଇଁ ପୋଜ୍‌ ଦେଲେ ମାତାଲ ଶିକ୍ଷକ

କାଳିଆପାଣି,୫।୧୨(ଡି.ଏନ.ଏ.): ଯାଜପୁର ଜିଲା ସୁକିନ୍ଦା ଥାନା ଅନ୍ତର୍ଗତ ଲେମ୍ବୁ ପଞ୍ଚାୟତ ବାଲିଆ ପ୍ରାଥମିକ ବିଦ୍ୟାଳୟରେ ଜଣେ ମାତାଲ ଶିକ୍ଷକଙ୍କ କାରନାମା ଦେଖିବାକୁ ମିଳିଛି। ଶିକ୍ଷକ ଜଣଙ୍କ...

ବାରିପଦା, ବଲାଙ୍ଗୀରରେ କୋଭିଡ୍‌-୧୯ ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା ଦାବିକଲେ ସ୍ବାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡ଼ା ଅଫିସ,୨୩ା୪: ସମଗ୍ର ବିଶ୍ବରେ ମହାମାରୀ କରୋନା କାୟା ବିସ୍ତାର କରୁଥିବା ବେଳେ ଏହାର ପ୍ରଭାବରେ ସାରା ବିଶ୍ବରେ ଆତଙ୍କ ଖେଳିଯାଇଛି। ତେବେ ଭାରତରେ କରୋନା...

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ: ୩ ଗିରଫ

କୋରାପୁଟ,୧୫ା୯(ସ୍ବ.ପ୍ର.): ରାଜ୍ୟ ଅବକାରୀ କମିଶନର ଆଶିଷ କୁମାର ସିଂଙ୍କ ନିର୍ଦ୍ଦେଶ କ୍ରମେ କୋରାପୁଟ ଅବକାରୀ ବିଭାଗ  ଆଇଆରବି ନିକଟରୁ ୩ କ୍ୱିଣ୍ଟାଲ ୨ କେଜି ଗଞ୍ଜେଇ...

ଭୋକରେ ଫେରୁଥିବା ନିର୍ଯାତିତ ଶ୍ରମିକ ଆଶ୍ରୟସ୍ଥଳରେ ଭର୍ତ୍ତି, ଠିକାଦାରଙ୍କ ନାମରେ ମାମଲା

ସୋନପୁର,୧୬।୪(ନି.ପ୍ର.): କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। କୋଠାବାଡି ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି। ଏଭଳି ସ୍ଥିତିରେ...

ଏଏସ୍‌ଓ ପରୀକ୍ଷାଫଳ ବିଭ୍ରାଟ ମାମଲା : ୨୦୨୨ ବିଜ୍ଞପ୍ତିକୁ ରଦ୍ଦ କଲେ ହାଇକୋର୍ଟ

କଟକ ଅଫିସ,୧୪।୧୧: ଏଏସ୍‌ଓ ପରୀକ୍ଷାଫଳ ବିଭ୍ରାଟ ମାମଲା। ୨୦୨୨ରେ ପ୍ରକାଶ ପାଇଥିବା ବିଜ୍ଞପ୍ତିକୁ ରଦ୍ଦ କଲେ ହାଇକୋର୍ଟ । ୨୦୧୬ ପଲିସି ଅନୁସାରେ ରେଜଲ୍ଟ ପ୍ରକାଶ...

Advertisement
Archives

Model This Week