ମା’ବାପା ପିଲାମାନଙ୍କୁ ଶିଖାନ୍ତୁ ଏହି ସବୁ ବ୍ୟବହାର: ଯାହା ଭବିଷ୍ୟତରେ ହେବ ବରଦାନ ସଦୃଶ

ମା’ବାପା ପିଲାମାନଙ୍କର ସବୁଠୁ ପ୍ରିୟ ହୋଇଥା’ନ୍ତି। ତେବେ ମା’ବାପା ହେବା କୌଣସି ସହଜ କଥା ନୁହେଁ। ପିଲାଙ୍କୁ ଛୋଟରୁ ବଡ଼ କରି ସେମାନଙ୍କୁ ଭଲ ନୀତି, ଆଦର୍ଶ ଶିକ୍ଷା ଦେଇ ଗଢ଼ିବାରେ ଅଭିଭାବକଙ୍କ ଅନେକ ଭୂମିକା ରହିଛି। ଯେପରି ପିଲାମାନଙ୍କ ଉତ୍ତମ ବ୍ୟବହାର ମା’ବାପାଙ୍କ ନାମ ଉଚ୍ଚ କରିଥାଏ, ଠିକ୍‌ ସେହିପରି କୁବ୍ୟବହାର ତାଙ୍କ ନାମରେ କଳଙ୍କ ଆଣିଥାଏ।
ଛୋଟରୁ ଅତି ଛୋଟ ଜିନିଷ ସମ୍ପର୍କରେ ପିଲାମାନଙ୍କୁ ଶିଖେଇବା ମା’ର ଦାୟିତ୍ୱ ହୋଇଥାଏ। କାରଣ ସନ୍ତାନଙ୍କ ପ୍ରଥମ ଗୁୁରୁ ମା’ ହୋଇଥାନ୍ତି।

ସେଥିରୁ ଏକ ଛୋଟ ବ୍ୟବହର ହେଉଛି ଡାଇନିଂରେ ବସି ଖାଇବା। ପ୍ରାୟତଃ ଖାଇବା ସମୟରେ କୌଣସି ଅଭିଭାବକ ସେମାନଙ୍କ ପିଲାଙ୍କ ଉପରେ ଧ୍ୟାନ ଦେଇ ନ ଥାଆନ୍ତି। ତେବେ ଡାଇନିଂ ଟେବୁଲ ଉପରେ ବସାଇ କିପରି ଖିଆଯାଏ, ତାହା ଆପଣଙ୍କ ପିଲାଙ୍କୁ ଶିଖାନ୍ତୁ। ସେମାନେ କିପରି ଖାଇବେ ଓ ଚାମଚ ଦ୍ୱାରା ଡାଇନିଂରେ ବସି ଖାଇବେ ତାହା ଶିଖାନ୍ତୁ। ଏହା କରିବା ଦ୍ୱାରା ପିଲା ବାହାରକୁ ଗଲେ ଆରାମରେ ଖାଇପାରିବେ ଏବଂ ଆପଣଙ୍କୁ ମଧ୍ୟ ସେମାନଙ୍କ ଚିନ୍ତା ରହିବନାହିଁ।
* ଡାଇନିଂ ଟେବୁଲରେ କେଉଁ ଜିନିଷ କେଉଁଠି ରହିବ, ତାହା ଶିିଖେଇବା ଉଚିତ। ପିଲାମାନେ ଶିଖିଥିଲେ ଆବଶ୍ୟକ ହେଲେ ଆପଣ ତାଙ୍କ ସାହାଯ୍ୟ ନେଇପାରିବେ।
ଏହା ସହ ପିଲାଙ୍କୁ ମୁହଁ ବନ୍ଦ କରି ଖାଇବା ଶିଖାନ୍ତୁ। ସେମାନଙ୍କୁ ଛୋଟ ଛୋଟ ଖଣ୍ଡ କରି ରୁଟି ଖାଇବା ଓ ଟିସୁ ବ୍ୟବହାର କରି କିପରି ମୁହଁ ପୋଛିବେ ଶିଖାନ୍ତୁ। ଏତଦ୍‌ ବ୍ୟତୀତ ସମାନଙ୍କୁ ପ୍ଲିଜ୍‌ ଓ ଥ୍ୟାଙ୍କ ୟୁ କହିବା ଶିଖନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ରୋଗ ପ୍ରତିରୋଧକ ଶକ୍ତିକୁ ଦୃଢ଼ କରେ ଭିଟାମିନ୍‌ ‘ଡି’

ଭିଟାମିନ୍‌ ‘ଡି’ର ଅନେକ ସ୍ବାସ୍ଥ୍ୟ ଉପକାରୀ ଗୁଣ ରହିଛି। ଏହାଦ୍ୱାରା ଆମ ଶରୀରରେ ଥିବା ରୋଗ ପ୍ରତିରୋଧକ ଶକ୍ତି ଆହୁରି ଦୃଢ଼ ହୋଇଥାଏ। ଶରୀରରେ ଏହି...

ସ୍ପେଶାଲ ଅଫର୍‌

ମହିଳାମାନଙ୍କ ଶପିଂ କ୍ରେଜ୍‌ ସବୁଠୁ ଅଧିକ। ମାର୍କେଟ୍‌କୁ ଯିବା ମାତ୍ରେ ହେଉ କିମ୍ବା ଅନ୍‌ଲାଇନ୍‌ ଶପିଂ ସାଇଟ୍‌ ଖୋଲିଲେ ଭଳିକି ଭଳି ପୋଷାକ, ଜୋତା, କସ୍‌ମେଟିକ୍ସ,...

ଟ୍ରାଇ କଲର୍‌ ଲୁକ୍‌

ସାଧାରଣତନ୍ତ୍ର ଦିବସ ଅବସରରେ ଟିକେ ଡିଫରେଣ୍ଟ ଦେଖାଯିବା ପାଇଁ ପ୍ରାୟ ସମସ୍ତଙ୍କର ଇଚ୍ଛା ଥାଏ। ଖାସ୍‌ କରି ଟ୍ରାଇ କଲର୍‌ ଲୁକ୍‌ରେ ଫ୍ୟାଶନେବଲ୍‌ ଲାଗିବାକୁ କିଏ...

ଏହିସବୁ ଖାଦ୍ୟ ସଜ ଅପେକ୍ଷା ବାସି ହୋଇଥାଏ ଅଧିକ ସ୍ବାଦିଷ୍ଠ

ପ୍ରାୟ ସମସ୍ତଙ୍କୁ ଗରମ ଖାଦ୍ୟ ପସନ୍ଦ। ଏହା ସ୍ବାଦିଷ୍ଠ ହେବା ସହ ସ୍ବାସ୍ଥପକ୍ଷେ ହିତକର ମଧ୍ୟ। ଅପରପକ୍ଷେ ଶୀତଦିନେ ଥଣ୍ଡା ଖାଦ୍ୟ କଥା ଭାବିଲେ ମନ...

ଟିପ୍ସ: ହୋଲିରେ ଲାଗିବେ ଖାସ୍‌

ହୋଲି ଖେଳିବାର ମଜା ହିଁ କିଛି ନିଆରା। କିନ୍ତୁ କେବଳ ହୋଲି ଖେଳିଲେ ତ ହେବନାହିଁ, ଏହି ଖାସ୍‌ ଦିନରେ ଟିକେ ସ୍ପେଶାଲ୍‌ ଦେଖାଯିବା ବି...

କୁକୁଡ଼ାର ଏସବୁ ଗୁଣ ବଦଳାଇ ଦେବ ଭାଗ୍ୟ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ଅନେକ କିଛି ଉଲ୍ଲେଖ କରିଛନ୍ତି। ଯାହାକୁ ଗ୍ରହଣ କରି ଜଣେ ମଣିଷ ନିଜ ଜୀବନରେ ସଫଳତା ହାସଲ କରି...

ଏସବୁ ଖାଇଲେ ମଧୁମେହ ରୋଗୀଙ୍କୁ ନେବାକୁ ପଡି ନ ଥାଏ ଇନ୍‌ସୁଲିନ୍‌

ଭାରତର ପ୍ରାୟ ଅଧିକାଂଶ ଲୋକ ମଧୁମେହ ସମସ୍ୟାରେ ଆକ୍ରାନ୍ତ ହେଉଛନ୍ତି। ଏହି ସମସ୍ୟା ଲାଗି ମଧୁମେହ ରୋଗୀଙ୍କଠାରେ ହୃଦ୍‌ରୋଗ, କିଡ୍‌ନୀ ସମସ୍ୟା ଭଳି ଅନେକ ଦୁରାରୋଗ୍ୟ...

ନମକପାରା

ଆବଶ୍ୟକ ସାମଗ୍ରୀ: ଏକ କପ୍‌ ମଇଦା, ଏକ ଚାମଚ ଗୁଆ ଘିଅ, ଏକ କପ୍‌ ଉଷୁମ ପାଣି, ଏକ ଛୋଟ ଚାମଚ ଲେଖାଏ ଜୁଆଣି, ଗରମ...

Advertisement
Archives

Model This Week