ମାନବିକତା ଭୁଲିଗଲେ ପୁଅବୋହୂ: ପାଇଖାନା ଘରେ ରହୁଛନ୍ତି ୮୨ ବର୍ଷର ମା’

ଗୋପ, ୩।୮(ଡି.ଏନ୍‌.ଏ.): ଦଶମାସ ୧୦ ଦିନ ଗର୍ଭରେ ଧରି ସନ୍ତାନଙ୍କୁ ଜନ୍ମ ଦେଇଥିବା ବୃଦ୍ଧା ମା’ ଆଜି ପାଇଖାନା ଘରେ। ନିଜର ୪ ପୁଅବୋହୂ ଥିବାବେଳେ ଜନ୍ମକଲା ମା’ର ଯତ୍ନ ନେବାକୁ ସେମାନେ ବୋଝ ବୋଲି ମନେକରୁଛନ୍ତି। ଏଭଳି ଏକ ଅମାନବୀୟ ତଥା ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି ଗୋପ ଥାନା ବୀରତୁଙ୍ଗ ପଞ୍ଚାୟତ ଅନ୍ତର୍ଗତ ସାଉରିଆ ଗ୍ରାମରେ। ଗ୍ରାମର ଧନୀ ମଲ୍ଲିକ୍‌(୮୨) ଏବେ ଚାରିପୁଅଙ୍କ ଲାଗି ଅଲୋଡ଼ା ହୋଇ ପାଇଖାନା ଘରେ ଜୀବନ ବିତାଉଛନ୍ତି।
ଧନୀଙ୍କର ୪ପୁଅ ବିବାହ କରିସାରିଥିବାବେଳେ ୧୧ ଜଣ ନାତିନାତୁଣୀ ଅଛନ୍ତି। ବୟସର ଅପରାହ୍ନରେ ପହଞ୍ଚତ୍ଥିବା ଧନୀ ଏବେ ପରିବାର ପାଇଁ ବୋଝ ପାଲଟି ଯାଇଛନ୍ତି। ବଡ଼ପୁଅ ବାନାମ୍ବରଙ୍କ ନିର୍ମାଣାଧୀନ ପାଇଖାନା ଘରେ ବୃଦ୍ଧା ଧନୀ କେବଳ ମୃତ୍ୟୁ ସହ ସଂଗ୍ରାମ କରିବା ସାର ହୋଇଛି। ଧନୀଙ୍କ ନାମରେ ଥିବା ଜମିକୁ ପୁଅମାନେ ନିଜ ନିଜ ଭିତରେ ବାଣ୍ଟି ନେଇଥିବାବେଳେ ମା’ଙ୍କୁ ଅସହାୟ ଅବସ୍ଥାରେ ଛାଡ଼ିଦେଇଛନ୍ତି। ମା’ଙ୍କ ଯତ୍ନ ନେବାକୁ କେହି ଆଗ୍ରହ ପ୍ରକାଶ କରି ନାହାନ୍ତି। ଏପରି ଏକ ସମ୍ବେଦନଶୀଳ ଘଟଣା ଜଣାପଡ଼ିବା ପରେ ଆମ ପ୍ରତିନିଧି ସେଠାକୁ ଯାଇ ବୃଦ୍ଧା ଧନୀଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ଥରିଲା କଣ୍ଠରେ ସେ କୁହନ୍ତି, ଯେଉଁ ପୁଅମାନଙ୍କ ଲାଗି ଏତେକଷ୍ଟ କରିଥିଲି ସେମାନେ ମୋତେ ଆଜି ଏପରି ଅବସ୍ଥାରେ ରଖିଛନ୍ତି। ସେମାନଙ୍କ କଥା କେବଳ ଭଗବାନ ବିଚାର କରିବେ ବୋଲି କାନ୍ଦି କାନ୍ଦି କହିଥିଲେ ବୃଦ୍ଧା ଜଣକ। ଏ ସମ୍ପର୍କରେ ବଡ଼ପୁଅ ବାନାମ୍ବରଙ୍କୁ ପଚାରିବାରେ ଘରେ ସ୍ଥାନରେ ଅଭାବ ଯୋଗୁ ମା’କୁ ପାଇଖାନା ଘରେ ରଖିବା ପାଇଁ ବାଧ୍ୟ ହେଉଛି। ଅନ୍ୟ ଭାଇମାନେ ନ ପଚାରିବା ହେତୁ ଏଭଳି ସମସ୍ୟା ଉପୁଜିଛି। ଏ ସମ୍ପର୍କରେ ଗୋପ ଥାନାଧିକାରୀ ଦିଲୀପ କୁମାର ସ୍ବାଇଁଙ୍କୁ ପଚାରିବାରେ ଅଭିଯୋଗ ମିଳିବା ପରେ ୪ଭାଇଙ୍କୁ ଥାନାକୁ ଡକାଯାଇଛି। ଏହି ସମସ୍ୟାର ସମାଧାନ ପଞ୍ଚାୟତ ମାଧ୍ୟମରେ ହେବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୋ ଘର କଂଗ୍ରେସ ଭବନ: ପ୍ରସାଦ

ଭୁବନେଶ୍ୱର,୨୮ା୧(ବ୍ୟୁରୋ): ପୁରୀ ସତ୍ୟବାଦୀ ନିର୍ବାଚନମଣ୍ଡଳୀ ଅଧୀନ ୬ ଜିଲା ପରିଷଦ ଜୋନ୍‌ରେ କଂଗ୍ରେସ ଗୋଟିଏ ହେଲେ ପ୍ରାର୍ଥୀ ନ ଦେବା ଘଟଣାରେ ପୂର୍ବତନ ପିସିସି ସଭାପତି...

ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର,୭ା୮(ବ୍ୟୁରୋ): ରାଜ୍ୟ ସରକାର ଗୁରୁବାର ବରିଷ୍ଠ ଓଏଏସ୍‌ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ବିଜ୍ଞପ୍ତି ଅନୁଯାୟୀ, ବାଲେଶ୍ୱର ଡିଆର୍‌ଡିଏ ପିଡି ରାମଚନ୍ଦ୍ର ଜେନାଙ୍କୁ ଦେବଗଡ ଡିଆର୍‌ଡିଏ...

ଆଜି ଅପରାହ୍ନ ୨ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮।୫(ବ୍ୟୁରୋ): ଗୁରୁବାର ଅପରାହ୍ନ ୨ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ ଜରିଆରେ ସେ ବାର୍ତ୍ତା ଦେବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ...

ବନ୍ଦ ହେଲା ଭୁବନେଶ୍ୱର ଆର୍‌ଟିଓ-୨

ଭୁବନେଶ୍ୱର, ୮।୭(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ଆର୍‌ଟିଓ-୧କୁ ବନ୍ଦ କରିବା ପରେ ଏବେ ଆର୍‌ଟିଓ-୨ ଅଫିସକୁ ବନ୍ଦ କରିଛି ବିଏମ୍‌ସି। ଆସନ୍ତା ସୋମବାର ପର୍ଯ୍ୟନ୍ତ ଏହି କାର୍ଯ୍ୟାଳୟ ବନ୍ଦ...

ୟାସ୍‌ ସହାୟତା : ଓଡ଼ିଶା ପାଇଁ ୫୦୦ କୋଟି

ଭୁବନେଶ୍ୱର,୨୮।୫(ବ୍ୟୁରୋ): ବାତ୍ୟା ‘ୟାସ୍‌’ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋଟ ୧ ହଜାର କୋଟି ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି। ସେଥିରୁ ଓଡ଼ିଶା ପାଇଁ...

୨୧ଜଣଙ୍କୁ ୱିମେନ୍‌ ଏକ୍ସଲେନ୍ସି ଆୱାର୍ଡ

ଭୁବନେଶ୍ୱର, ୭ା୩(ବ୍ୟୁରୋ): ଅନ୍ତର୍ଜାତୀୟ ମହିଳା ଦିବସ ଅବ୍ୟବହିତ ପୂର୍ବରୁ ଶୁକ୍ରବାର ବ୍ରାଇଟ୍‌ ଓଡ଼ିଆ ଫାଉଣ୍ଡେଶନ ପକ୍ଷରୁ ସୂଚନାଭବନରେ ଓଡ଼ିଶା ୱିମେନ୍‌ ଏକ୍ସଲେନ୍ସି ଆୱାର୍ଡ ପ୍ରଦାନ କରାଯାଇଛି।...

ଡିଏଫ୍‌ଓ, ରୋଷେୟାଙ୍କ ବିରୋଧରେ କିଛି ମିଳିଲା ନାହିଁ

ଭୁବନେଶ୍ୱର,୮ା୧୦: ବହୁ ଚର୍ଚ୍ଚିତ ପାରଳାଖମୁଣ୍ଡି ଏସିଏଫ୍‌ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ଡିଏଫ୍‌ଓ ଏବଂ ରୋଷେୟାଙ୍କୁ କ୍ଲିନ ଚିଟ୍‌ ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ...

ରଥଯାତ୍ରା ହେବ କି ନାହିଁ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ: ଭାଜପା

ଭୁବନେଶ୍ୱର,୧୧।୬ (ବ୍ୟୁରୋ): ଜଗନ୍ନାଥଙ୍କ ରଥଯାତ୍ରା ଶତାଦ୍ଦୀ ଶତାଦ୍ଦୀର ପରମ୍ପରା। ବିଶ୍ୱର ଅଗଣିତ ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହିତ ରଥଯାତ୍ରା ଅନାଦି କାଳରୁ ରହି ଆସିଛି। ଚଳିତ...

Advertisement
Archives

Model This Week