ମାନବିକତା ଦେଖାଇଲେ ଡିଆଇଜିଙ୍କ ସ୍ତ୍ରୀ : ଦୁର୍ଘଟଣାଗ୍ରସ୍ତଙ୍କୁ ନିଜ ଗାଡ଼ିରେ ଡାକ୍ତରଖାନା ପଠାଇଲେ

ଅନୁଗୋଳ ଅଫିସ, ୧୬।୧୧- ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତାରେ ପଡ଼ିଥିବା ଦୁଇ ଯୁବକଙ୍କୁ ନିଜ ଗାଡ଼ିରେ ମେଡିକାଲ ପଠାଇ ଉଚ୍ଚ ପ୍ରଶଂସା ସାଉଣ୍ଟିଛନ୍ତି ଉତ୍ତର-କେନ୍ଦ୍ରାଞ୍ଚଳ ଡିଆଇଜି ନରସିଂହ ଭୋଳଙ୍କ ସ୍ତ୍ରୀ ସୀମାଗୁପ୍ତା ଭୋଳ। ବୁଧବାର ରାତିରେ ଘଟିଥିବା ଏହି ଘଟଣା ଏବେ ଅନୁଗୋଳରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ସୀମାଗୁପ୍ତାଙ୍କ ଏପରି ମାନବିକତାକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି।
ସୂଚନା ଅନୁଯାୟୀ, ବୁଧବାର ରାତିରେ ପିଲାଙ୍କୁ ଧରି ସୀମାଗୁପ୍ତା କଟକ-ସମ୍ବଲପୁର ପୁରୁଣା ରାଜପଥ ଦେଇ ଭୁବନେଶ୍ୱରରୁ ଅନୁଗୋଳ କ୍ୱାର୍ଟର୍ସକୁ ଫେରୁଥିଲେ। ଏହି ସମୟରେ ଫୁଲପଡ଼ା ନିକଟ ପାଓ୍ବାରଗ୍ରୀଡ୍‌ଠାରେ ୨ ଯୁବକ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା ପାର୍ଶ୍ୱରେ ପଡ଼ିଥିବା ସେ ଦେଖିବାକୁ ପାଇଥିଲେ। ଗାଡ଼ିରେ ଅନେକ ଲୋକ ଯାଉଥିଲେ ବି କେହି ସେଠାରେ ଅଟକି ନ ଥିଲେ। ଏହା ଦେଖି ତୁରନ୍ତ ସେ ଚାଳକଙ୍କୁ ଗାଡ଼ି ରଖିବାକୁ ନିର୍ଦ୍ଦେଶ ଦେବା ସହ ସମ୍ପୃକ୍ତ ଯୁବକଦ୍ୱୟଙ୍କ ନିକଟକୁ ଯାଇଥିଲେ। ଜଣଙ୍କ ଅବସ୍ଥା ଗୁରୁତର ଥିବା ଦେଖି ସେ ଗାଡ଼ିରୁ ପିଲାଙ୍କୁ ଓହ୍ଲାଇଦେଇ ଚାଳକଙ୍କ ସହାୟତାରେ ଉଭୟଙ୍କୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ପଠାଇଥିଲେ। ରାତି ପ୍ରାୟ ୧୧ଟା ପାଖାପାଖି ହୋଇଥିଲେ ମଧ୍ୟ ସେ ଶୀତରେ ପିଲାଙ୍କ ସହ ପାଓ୍ବାରଗ୍ରୀଡ୍‌ ନିକଟରେ ୨୦ ମିନିଟ୍‌ ଠିଆ ହୋଇଥିଲେ। ପରେ ଅନୁଗୋଳରୁ ଅନ୍ୟ ଏକ ଗାଡ଼ି ସେଠାରେ ପହଞ୍ଚିବା ପରେ ସେ ପିଲାଙ୍କୁ ନେଇ କ୍ୱାର୍ଟର୍ସକୁ ଫେରିଥିଲେ। ମେଡିକାଲରେ ଭର୍ତ୍ତି ହୋଇଥିବା ଦୁଇ ଯୁବକଙ୍କ ମଧ୍ୟରୁ ବଅଁରପାଳ ଥାନା ମହୀଧରପୁର ଅଞ୍ଚଳର ସମୀର ସାହୁଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଛି। ତାଙ୍କ ଚିକିତ୍ସା ଜାରି ରହିଥିବା ବେଳେ ଅନ୍ୟ ଜଣଙ୍କୁ ଚିକିତ୍ସା ପରେ ଛାଡ଼ି ଦିଆଯାଇଥିବା ମେଡିକାଲ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନ ସହ ବୈଠକ ବିଫଳ

ବଇଣ୍ଡା,୯।୮(ଡି.ଏନ.ଏ.)”ଅନୁଗୋଳ ଜିଲା କିଶୋରନଗର ବ୍ଲକ ନାକିଚି ପଞ୍ଚାୟତ ରାଜୀବ ଗାନ୍ଧୀ ସେବାକେନ୍ଦ୍ରଠାରେ ଚାଲିଥିବା ଠେଲକନାଳୀ ପଞ୍ଚାୟତର ଅସ୍ଥାୟୀ କାର୍ଯ୍ୟାଳୟ ସ୍ଥାନାନ୍ତରକୁ ନେଇ ଦେଖାଦେଇଥିବା ବିବାଦ ବଢ଼ିବାରେ...

ଅସଦାଚରଣ ଅଭିଯୋଗରେ ଶିକ୍ଷକ ଗିରଫ

ବଇଣ୍ଡା, ୨୮ା୩(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ ଥାନା ଅଞ୍ଚଳର ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ପୋଲିସ ଶନିବାର ଚେରଖଣ୍ଡି ଗ୍ରାମର ଶିକ୍ଷକ...

ଅଟୋରେ ଆସୁଥିଲେ, ମୋବାଇଲ ଲୁଟୁଥିଲେ

ଅନୁଗୋଳ ଅଫିସ, ୧୦ା୪: ଅନୁଗୋଳ ସାପ୍ତାହିକ ହାଟରୁ ଏକ ମୋବାଇଲ ଚୋରି ଗ୍ୟାଙ୍ଗକୁ କାବୁ କରିଛି ଅନୁଗୋଳ ପୋଲିସ। ଏହି ଗ୍ୟାଙ୍ଗରେ ଥିବା ସ୍ଥାନୀୟ ଅଞ୍ଚଳର...

କ୍ୱାରାଣ୍ଟାଇନ୍‌ରେ ସରିଯାଉଛି କର୍ତ୍ତବ୍ୟ

ଛେଣ୍ଡିପଦା,୩୦।୫(ସ୍ବ.ପ୍ର.) ମଜୁରି ନ ଦେଇ ଖାଲି ହାତରେ ମାଲିକ ବିଦା କରିଦେବା ପରେ ଓଡ଼ିଶା ସରକାରଙ୍କ ଭରସାରେ ସେମାନେ ତେଲଙ୍ଗାନାରୁ ଚାଲିବା ଆରମ୍ଭ କରିଥିଲେ। ବହୁ...

ମାଛ ଭାଗବଣ୍ଟାକୁ ନେଇ ଅସନ୍ତୋଷ, ପୋଖରୀ କୂଳରେ ପଡ଼ିରହିଲା ୫୦ କିଲୋ ମାଛ

ଛେଣ୍ଡିପଦା,୩୦ା୫(ସ୍ବ.ପ୍ର.): ଅନୁଗୋଳ ଜିଲା ଜରପଡା ଥାନା କୋରଡା ଗ୍ରାମରେ ବଡ଼ବନ୍ଧ ପୋଖରୀ ମାଛ ଭାଗବଣ୍ଟାକୁ କେନ୍ଦ୍ରକରି ରବିବାର ତୀବ୍ର ଅସନ୍ତୋଷ ଦେଖାଦେଇଛି। ଫଳରେ ବଡବନ୍ଧ ପୋଖରୀ...

ବର୍ଷା ଯୋଗୁ ଘୁଞ୍ଚିଲା ଜିଲା ମହୋତ୍ସବ

ଅନୁଗୋଳ ଅଫିସ,୭।୨: ଅନୁଗୋଳରେ ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁୁ ଜିଲା ମହୋତ୍ସବ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି। ୭ରୁ ୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା...

ହଣ୍ଡପା ରେଞ୍ଜରେ ହାତୀ ଉପଦ୍ରବ, ଚିନ୍ତାରେ ଚାଷୀ

ବଇଣ୍ଡା,୯।୬(ଡି.ଏନ.ଏ.)-କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜ ଜାମ୍ବୁନାଳୀ, ଅଶ୍ରୁବାହାଳ, ନାଗାଝରଣ, ଗୋଳାସର, ମଧପୁର ଆଦି ଗ୍ରାମ ଗୁଡ଼ିକରେ କିଛିଦିନ ହେବ ହାତୀ ଉପଦ୍ରବ ଲାଗି ରହିଛି। ହାତୀମାନେ...

ଏମ୍‌ସିଏଲ୍‌ ଜଗନ୍ନାଥ କୋଇଲା ଖଣିରେ ଅଗ୍ନିକାଣ୍ଡ: ଜଳିଗଲା ପିସି ମେଶିନ

ତାଳଚେର,୨୬।୧୦(ନି.ପ୍ର.): ଅନୁଗୋଳ ଜିଲା ତାଳଚେର ଏମ୍‌ସିଏଲ୍‌ଠାରେ ଥିବା ଜଗନ୍ନାଥ କୋଇଲା ଖଣିରେ ଶନିବାର ଅଗ୍ନିକାଣ୍ଡ ଘଟି ଏକ ପିସି ମେଶିନ ସମ୍ପୂର୍ଣ୍ଣ ଜଳିଯାଇଛି। ଦୁର୍ଘଟଣାରେ ଗାଡ଼ିଚାଳକ...

Advertisement
Archives

Model This Week