ମାତୃ ଓ ଶିଶୁ ସୁରକ୍ଷା ଯୋଜନା ବାଟବଣା: ଟଙ୍କାଟିଏ ପାଉନାହାନ୍ତି ଆଦିବାସୀ ମା’

ଜୟପୁର,୧୫ା୩(ନି.ପ୍ର.) ମାତୃ ଓ ଶିଶୁ ସୁରକ୍ଷା ପାଇଁ ସରକାର ବହୁ ଯୋଜନା ପ୍ରଣୟନ କରୁଥିଲେ ମଧ୍ୟ କୋରାପୁଟ ପରି ଉପାନ୍ତ ଜିଲାରେ ଏହା ଫଳପ୍ରଦ ହୋଇପାରୁ ନାହିଁ। ତାହାର ଏକ ଦୃଷ୍ଟାନ୍ତ ଜିଲାର ଜୟପୁର ବ୍ଲକ ଟାଙ୍କୁଆ ପଞ୍ଚାୟତ ପୋଡ଼ାପଦର ଗ୍ରାମରେ ଦେଖିବାକୁ ମିଳିଛି। ଗ୍ରାମର ୨ ଜଣ ଆଦିବାସୀ ମହିଳା ମମତା ଯୋଜନାରେ ସାମିଲ ହୋଇଛନ୍ତି ସତ, କିନ୍ତୁ ସେମାନଙ୍କୁ ଟଙ୍କାଟିଏ ମଧ୍ୟ ସହାୟତା ମିଳିନାହିଁ। ନନ୍ଦେଇ ଜାନୀଙ୍କ ଶିଶୁ ଜନ୍ମହୋଇ ୪ମାସ ବିତିଲାଣି। ସୁବତି ସାନ୍ତାଙ୍କ ୧ ମାସର ନବଜାତ ଶିଶୁ ରହିଛି। ସେମାନଙ୍କ ବ୍ୟାଙ୍କ ପାସବୁକ୍‌ ଅଙ୍ଗନଓ୍ବାଡ଼ି କର୍ମୀଙ୍କ ପାଖରେ ଥିବାବେଳେ ସେମାନଙ୍କୁ ଟଙ୍କାଟିଏ ମିଳିନାହିଁ। କୌଣସି ମହିଳା ନିଜ ନାମକୁ ପଞ୍ଜିକୃତ କରିବା ପରେ ସେ ଗର୍ଭବତୀ ହେବା ପରଠାରୁ ଶିଶୁ ଜନ୍ମ ହେବାର ୨ ବର୍ଷ ପର୍ଯ୍ୟନ୍ତ ମା’ ଓ ଶିଶୁର ସମସ୍ତ ତଥ୍ୟ ଓ ଠିକଣା ଉଲ୍ଲେଖ ରହିବ। ଆର୍ଥତ୍କ ସ୍ବଚ୍ଛଳ ହୋଇ ନ ଥିବା ଯୋଗୁ ଗର୍ଭାବସ୍ଥା ଓ ସ୍ତନ୍ୟପାନ ବେଳେ ଅନେକ ମହିଳାଙ୍କୁ ଶାରୀରିକ ଶ୍ରମ କରିବାକୁ ପଡ଼ିଥାଏ। ଏହାଦ୍ୱାରା ନବଜାତ ଶିଶୁର ଅସୁସ୍ଥତା ଓ ମୃତ୍ୟୁର ଆଶଙ୍କା ବଢ଼ିଯାଏ। ଏହାକୁ ରୋକିବା ପାଇଁ ଗର୍ଭବତୀ ମହିଳାଙ୍କୁ ୬ ମାସ ବିତିବା ପରେ ୭ ମାସରେ ୩ ହଜାର ମା’ ପାଇଁ ଓ ନବଜାତ ଶିଶୁକୁ ୯ ମାସ ପରେ ୨ ହଜାର ଟଙ୍କା ମିଳିବ। କିନ୍ତୁ ନନ୍ଦେଇ ଓ ସୁବତୀଙ୍କ ଭଳି ବହୁ ଆଦିବାସୀ ମହିଳା ଏହି ସରକାରୀ ଯୋଜନାରେ ଟଙ୍କାଟିଏ ବି ପାଇନାହାନ୍ତି। ଏ ଦିଗରେ ପ୍ରଶାସନ ପଦକ୍ଷେପ ନେବା ପାଇଁ ଦାବି ହୋଇଛି। ଏନେଇ ସିଡିପିଓ ପ୍ରଭାତିରାଣୀ ତ୍ରିପାଠୀ କହିଛନ୍ତି, ମୁଁ ଏ ସମ୍ପର୍କରେ ବୁଝିବା ପରେ ପଦକ୍ଷେପ ନେବି।


Enter your email to get our daily news in your inbox.

All Right Reserved By Dharitri.Com

ଫାର୍ମାସିଷ୍ଟଙ୍କ ଜୀବନ ନେଲା କରୋନା: ଗାର୍ଡ ଅଫ୍‌ ଅନର ସହ ଶେଷକୃତ୍ୟ ସମ୍ପନ୍ନ

ପୁରୁଷୋତ୍ତମପୁର,୨୧ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ପାଣ୍ଡିଆ ଗ୍ରାମର ଜଣେ କରୋନା ଯୋଦ୍ଧାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଓ୍ବାଇ ରାଜକୁମାର (୪୬)। ସେ ଦୀର୍ଘ...

ଛତୁଚାଷ ପାଇଁ ମଡେଲ ସାଜିଛନ୍ତି କୃଷକ ଦମ୍ପତି

ବୈପାରୀଗୁଡ଼ା,୧୦।୧(ଡି.ଏନ୍‌.ଏ.)- ପାରମ୍ପରିକ ଚାଷ ବଦଳରେ ଛତୁ ଚାଷ ଦ୍ୱାରା ସୀମିତ ଜମିରେ ଖୁବ୍‌ କମ୍‌ ଦିନରେ ଲାଭ ମିଳିଥାଏ ା ବଜାରରେ ଛତୁର ଚାହିଦା ଅଧିକ...

ପୁରୀକୁ ଆସୁଛନ୍ତି ୨ ହଜାରରୁ ଊର୍ଦ୍ଧ୍ୱ ନାଗା ସାଧୁ

ପୁରୀ ଅଫିସ, ୪ା୯:ମଠ ଉଚ୍ଛେଦକୁ ନେଇ ମଙ୍ଗଳବାର ସାଧୁସନ୍ଥଙ୍କ ପ୍ରତିବାଦ ଯୋଗୁ ପ୍ରଶାସନ ପକ୍ଷରୁ ବଡ ଆଖଡା ମଠ ଉଚ୍ଛେଦକୁ ସ୍ଥଗିତ ରଖିଛି। ତେବେ ସାଧୁ...

ହାତୀ ଦିବସରେ ହାତୀର ମୃତଦେହ ଉଦ୍ଧାର

ସମ୍ବଲପୁର, ୧୨।୮ (ବ୍ୟୁରୋ): ଅଗଷ୍ଟ ୧୨ ଅର୍ଥାତ୍‌ ବୁଧବାର ହେଉଛି ଅନ୍ତର୍ଜାତୀୟ ହସ୍ତୀ ଦିବସ। ଏହି ହାତୀ ଦିବସରେ ସମ୍ବଲପୁର ବନଖଣ୍ଡ ଧମା ରେଞ୍ଜ ଅନ୍ତର୍ଗତ...

ପକ୍ଷୀ ପ୍ରେମରେ ‘ନୂଆ ରେକୁଳା’

କାମାକ୍ଷାନଗର, ୨୬।୭ (ସୁଧୀର କୁମାର ପରିଡ଼ା):  ‘ଉଡ଼ିଗଲେ ଗେଣ୍ଡାଳିଆ ଝାଡ଼ିଦେଇ ପର…’ କବି କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ କାଳଜୟୀ ଉପନ୍ୟାସ ‘ମାଟିର ମଣିଷ’ ଉପରେ ଆଧାରିତ...

ତାରାତାରିଣୀଙ୍କ ଚୈତ୍ର ଦିତୀୟପାଳି ମଙ୍ଗଳବାର: ମା’ଙ୍କ ଦର୍ଶନ କଲେ ୫ଟି ସଚିବ, କଟକଣା ସତ୍ତ୍ୱେ ମୁଣ୍ଡନ ହେଲେ ଶହ ଶହ ଶିଶୁ

ପୁରୁଷୋତ୍ତମପୁର, ୬।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ଦ୍ୱିତୀୟ ପାଳି ମଙ୍ଗଳବାର ଯାତ୍ରା କରୋନା କଟକଣା ମଧ୍ୟରେ ହୋଇଛି। ରାତ୍ର ସାଢ଼େ...

ଜେଲ ପରିସରରେ ମିଳିଲେ ଜୀବନସାଥୀ

ଚୌଦ୍ୱାର,୨୬।୨(ଡି.ଏନ.ଏ.): ଚୌଦ୍ୱାର ଜେଲ୍‌ ପ୍ରତୀକ୍ଷାଳୟ ଗୃହରେ ନବବଧୂ ବେଶରେ ସଜେଇ ହୋଇ ବସିଥିଲେ ମଞ୍ଜୁ ଚାତାର(୧୮)। କାଖରେ ଧରିଥିଲେ ୩ ମାସ ୪ଦିନର ଶିଶୁପୁତ୍ର। ସାଙ୍ଗରେ...

ସିଦ୍ଧେଶ୍ୱର ମନ୍ଦିର ନିକଟରୁ ପୁଣି ଶିବଲିଙ୍ଗ ଉଦ୍ଧାର

ଯାଜପୁର ଟାଉନ,୧୮ା୪(ଡି.ଏନ.ଏ.): ଯାଜପୁର ଜିଲା ଅନ୍ତର୍ଗତ ବୈତରଣୀ ନଦୀ ଅବବାହିକାର ସିଦ୍ଧେଶ୍ୱର ଘାଟରୁ ଶନିବାର ପୁଣି ୫ଫୁଟ ଲମ୍ବର ଏକ ମୁଗୁନିପଥର ନିର୍ମିତ ଶିବଲିଙ୍ଗ ଉଦ୍ଧାର...

Advertisement


Archives

Model This Week