ମାଟି ତଳୁ ବାହାରିଲା ମୃତଦେହ; ସ୍ତ୍ରୀ, ପ୍ରେମିକ ମିଶି ହତ୍ୟା କରିଥିବା ସନ୍ଦେହ

ଜଳେଶ୍ୱର, ୧୫ା୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା କଳମା ପଞ୍ଚାୟତ ଅଧୀନ ପ୍ରସାଦଶୋଳ ଜଙ୍ଗଲରୁ ରବିବାର ମାଟିରେ ପୋତା ହୋଇଥିବା ଏକ ମୃତଦେହ ଉଦ୍ଧାର କରାଯାଇଛି। ଉକ୍ତ ମୃତଦେହ ରାସଗୋବିନ୍ଦପୁର ଥାନା ଝାଟିଅଡ଼ା ପଞ୍ଚାୟତ କିଅଁାଖାଳି ଗ୍ରାମର ଶଙ୍କର୍ଷଣ ବାରିକ(୩୨)ଙ୍କ ବୋଲି ଜଣାପଡ଼ିଛି। ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଓ ରାଇବଣିଆ ଥାନା ଅଧିକାରୀଙ୍କ ଉପସ୍ଥିତିରେ ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ୍‌ ଟିମ୍‌ ସାହାଯ୍ୟରେ ଏହି ମୃତଦେହ ଉଦ୍ଧାର କରାଯାଇଛି।
ତାଙ୍କୁ ହତ୍ୟା କରି ପୋତି ଦିଆଯାଇଥିବା ସନ୍ଦେହରେ ରାସଗୋବିନ୍ଦପୁର ପୋଲିସ ଥାନାରେ ମୃତ ଶଙ୍କର୍ଷଣଙ୍କ ସ୍ତ୍ରୀ ଓ ତାଙ୍କ ପ୍ରେମିକଙ୍କ ବିରୋଧରେ ଏକ ହତ୍ୟା ମାମଲା(ନଂ.୬୬/୨୦୧୯) ରୁଜୁ କରିଛି। ଏଥିସହିତ ଶଙ୍କର୍ଷଣଙ୍କ ସ୍ତ୍ରୀଙ୍କୁ ଥାନାରେ ଅଟକ ରଖାଯାଇ ପଚରାଉଚୁରା କରାଯାଉଛି। ଶଙ୍କର୍ଷଣଙ୍କ ପଡୋଶୀଙ୍କ କହିବା ଅନୁଯାୟୀ ଶନିବାର ବିଳମ୍ବିତ ରାତିରେ ଉକ୍ତ ମହିଳା ଓ ତାଙ୍କ ପ୍ରେମିକ ମିଶି ଶଙ୍କର୍ଷଣଙ୍କୁ ହତ୍ୟା କରିବା ପରେ ପାଖ ପ୍ରସାଦଶୋଳ ଜଙ୍ଗଲରେ ପୋତି ଦେଇଥିଲେ। ଏଥିରୁ ପୋଲିସକୁ ସୁରାଗ ମିଳିବାରେ ସହାୟକ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ମୁଖ୍ୟଙ୍କ ବଡ଼ ସୂଚନା: ବିଶ୍ୱକପ୍‌ ଖେଳିବ ଇରାନ୍‌

ପ୍ୟାରିସ୍‌,୧୬ା୪: ଆସନ୍ତା ଜୁନ ୧୧ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଫିଫା ବିଶ୍ୱକପ୍‌ରେ ଇରାନ୍‌ ଖେଳିବ। ଏ ନେଇ ଫିଫା ମୁଖ୍ୟ ଜିଆନି ଇନ୍‌ଫାଣ୍ଟିନୋ ଗୁରୁବାର ସ୍ପଷ୍ଟ…

ମୁସଲିମ ମହିଳାଙ୍କୁ ମିଳିବ କି ସଂରକ୍ଷଣ? ଜାଣନ୍ତୁ ଅମିତ ଶାହା ଜବାବରେ କ’ଣ କହିଲେ

ନୂଆଦିଲ୍ଲୀ,୧୬।୪: ଗୁରୁବାର, ଏପ୍ରିଲ ୧୬ରେ, ମହିଳା ସଂରକ୍ଷଣ ସଂଶୋଧନ ସମ୍ପର୍କିତ ତିନୋଟି ବିଲ ଲୋକ ସଭାରେ ନିର୍ଦ୍ଧାରିତ ସମୟ ଅନୁସାରେ ଉପସ୍ଥାପିତ ହୋଇଥିଲା। ମଞ୍ଜୁର ହେବା ପରେ,…

କଳବଳ କରୁଛି ଅସହ୍ୟ ଖରା

ରିଷିଡ଼ା,୧୬ା୪(ସୁଶାନ୍ତ ମଲ୍ଲିକ): ଗତ କିଛିଦିନ ହେଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ଏଠାରେ ତାପମାତ୍ରା ୪୩ ଡିଗ୍ରୀ ଛୁଇଁଛି। ପ୍ରବଳ ଗୁଳୁଗୁଳି…

IPL 2026 ମଧ୍ୟରେ KKR ଅଧିନାୟକ ପଦରୁ ଇସ୍ତଫା ଦେଲେ ଅଜିଙ୍କ୍ୟ ରାହାଣେ, ହଠାତ ଦେଲେ ଇସ୍ତଫା, ଜାଣନ୍ତୁ ସତ୍ୟତା

ନୂଆଦିଲ୍ଲୀ,୧୬।୪: କୋଲକାତା ନାଇଟ ରାଇଡର୍ସର ଅଧିନାୟକ ପଦରୁ ଅଜିଙ୍କ୍ୟ ରାହାଣେ ଇସ୍ତଫା ଦେଇଛନ୍ତି। ୨୦୨୬ ଆଇପିଏଲରେ କୋଲକାତା ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପରେ ରାହାଣେ ଅଧିନାୟକ ପଦ…

ନର୍ଲା ବିଧାୟିକାଙ୍କ ସ୍ୱାମୀଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି

କଟକ,୧୬।୪: ନର୍ଲା ବିଧାୟିକାଙ୍କ ସ୍ୱାମୀ ଦୁର୍ଗା ପ୍ରସାଦ ମହାନ୍ତିଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ହାଇକୋର୍ଟ ଦୁର୍ଗା ପ୍ରସାଦଙ୍କୁ ୬ ସପ୍ତାହ ପାଇଁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି।…

ହର୍ମୁଜରେ ହାଇ-ଭୋଲଟେଜ ଡ୍ରାମା: ଯଦି ଆମେରିକା-ଚାଇନା ମୁହାଁମୁହିଁ ହୁଅନ୍ତି, ଜାଣନ୍ତୁ କେଉଁ ଦେଶକୁ ହେବ ଅଧିକ କ୍ଷତି

ତେହରାନ,୧୬।୪: ହର୍ମୁଜ ପ୍ରଣାଳୀରେ ଉତ୍ତେଜନା ବୃଦ୍ଧି ପାଇଛି। ବିଶେଷକରି, ଆମେରିକା ଦ୍ୱାରା ଘୋଷଣା କରାଯାଇଥିବା ଅବରୋଧ ସତ୍ତ୍ୱେ ଚାଇନା ତୈଳ ଟ୍ୟାଙ୍କର୍‌ ରିଚ ଷ୍ଟୋରି ଏହି ରାସ୍ତା…

‘ହର୍ମୁଜ ଗେଟ’ରେ ମୁହାଁମୁହିଁ ହେଲେ ଭାରତ-ପାକିସ୍ତାନ ଯୁଦ୍ଧଜାହାଜ, ଦୂରତା ଥିଲା ମାତ୍ର ଏତିକି କିଲୋମିଟର, ଜାଣନ୍ତୁ କ’ଣ ଘଟିଲା

ତେହରାନ/ନୂଆଦିଲ୍ଲୀ,୧୬।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଏବଂ ଆମେରିକା ନୌସେନାର ହର୍ମୁଜ ପ୍ରଣାଳୀ ଅବରୋଧ ସହିତ ମିଳିତ ହୋଇ ଏହି ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି…

ଘୋର ସମସ୍ୟାରେ SRH: ମାତ୍ର ତିନି ଦିନ ମଧ୍ୟରେ IPL 2026ରୁ ଦୁଇ ଷ୍ଟାର ଖେଳାଳି ବିଦା

ନୂଆଦିଲ୍ଲୀ,୧୬।୪: IPL 2026 ରୁ ଖେଳାଳିମାନଙ୍କୁ ବାଦ ଦିଆଯିବାର ଧାରା ଜାରି ରହିଛି। ସନରାଇଜର୍ସ ହାଇଦ୍ରାବାଦ ଏବେ ନିଶ୍ଚିତ କରିଛି ଯେ ଦ୍ରୁତ ବୋଲର ଡେଭିଡ ପେନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri