ମାଟି ତଳୁ ବାହାରିଲା ମୃତଦେହ; ସ୍ତ୍ରୀ, ପ୍ରେମିକ ମିଶି ହତ୍ୟା କରିଥିବା ସନ୍ଦେହ

ଜଳେଶ୍ୱର, ୧୫ା୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା କଳମା ପଞ୍ଚାୟତ ଅଧୀନ ପ୍ରସାଦଶୋଳ ଜଙ୍ଗଲରୁ ରବିବାର ମାଟିରେ ପୋତା ହୋଇଥିବା ଏକ ମୃତଦେହ ଉଦ୍ଧାର କରାଯାଇଛି। ଉକ୍ତ ମୃତଦେହ ରାସଗୋବିନ୍ଦପୁର ଥାନା ଝାଟିଅଡ଼ା ପଞ୍ଚାୟତ କିଅଁାଖାଳି ଗ୍ରାମର ଶଙ୍କର୍ଷଣ ବାରିକ(୩୨)ଙ୍କ ବୋଲି ଜଣାପଡ଼ିଛି। ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଓ ରାଇବଣିଆ ଥାନା ଅଧିକାରୀଙ୍କ ଉପସ୍ଥିତିରେ ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ୍‌ ଟିମ୍‌ ସାହାଯ୍ୟରେ ଏହି ମୃତଦେହ ଉଦ୍ଧାର କରାଯାଇଛି।
ତାଙ୍କୁ ହତ୍ୟା କରି ପୋତି ଦିଆଯାଇଥିବା ସନ୍ଦେହରେ ରାସଗୋବିନ୍ଦପୁର ପୋଲିସ ଥାନାରେ ମୃତ ଶଙ୍କର୍ଷଣଙ୍କ ସ୍ତ୍ରୀ ଓ ତାଙ୍କ ପ୍ରେମିକଙ୍କ ବିରୋଧରେ ଏକ ହତ୍ୟା ମାମଲା(ନଂ.୬୬/୨୦୧୯) ରୁଜୁ କରିଛି। ଏଥିସହିତ ଶଙ୍କର୍ଷଣଙ୍କ ସ୍ତ୍ରୀଙ୍କୁ ଥାନାରେ ଅଟକ ରଖାଯାଇ ପଚରାଉଚୁରା କରାଯାଉଛି। ଶଙ୍କର୍ଷଣଙ୍କ ପଡୋଶୀଙ୍କ କହିବା ଅନୁଯାୟୀ ଶନିବାର ବିଳମ୍ବିତ ରାତିରେ ଉକ୍ତ ମହିଳା ଓ ତାଙ୍କ ପ୍ରେମିକ ମିଶି ଶଙ୍କର୍ଷଣଙ୍କୁ ହତ୍ୟା କରିବା ପରେ ପାଖ ପ୍ରସାଦଶୋଳ ଜଙ୍ଗଲରେ ପୋତି ଦେଇଥିଲେ। ଏଥିରୁ ପୋଲିସକୁ ସୁରାଗ ମିଳିବାରେ ସହାୟକ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା କଟକଣା: ନିରାଡମ୍ବର ଭାବେ ପାଳନ ହେବ ପାଣ୍ଡବଘାଟ ବାରୁଣୀ ଯାତ୍ରା

ବାହାନଗା,୧୮।୩(ଡି.ଏନ୍‌.ଏ.): ବାଲେଶ୍ୱର ଜିଲାରେ କରୋନା ଭାଇରସ୍‌କୁ ଦୃଷ୍ଟିରେ ରଖି କଟକଣା ଜାରି କରାଯାଇଛି। ଫଳରେ ଚଳିତ ବର୍ଷ ହେବାକୁ ଥିବା ପାଣ୍ଡବ ଘାଟ ବାରୁଣୀ ଯାତ୍ରା...

ବୋଲେରୋ ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଖଇରା,୨୨ା୬(ଉତ୍କଳବନ୍ଧୁ ପଣ୍ଡା): ରାଣୀତାଲ-କୁପାରୀ ରାସ୍ତାର ଖଇରା ଥାନା ଅଧୀନ ଭୀମନାଥପୁର ଛକ ନିକଟରେ ଗୁରୁବାର ଏକ ବୋଲେରୋ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି।...

୨ ଗୋଷ୍ଠୀ ମଧ୍ୟରେ ଆକ୍ରମଣ: ୪ ଅଭିଯୁକ୍ତ ଗିରଫ

ରୂପ୍‌ସା, ୨୫।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ରୂପ୍‌ସା ଥାନା ଅଞ୍ଚଳରେ ୨ ଗୋଷ୍ଠୀ ମଧ୍ୟରେ ମରଣାନ୍ତକ ଆକ୍ରମଣ ମାମଲାରେ ପୋଲିସ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ...

ନିଶ୍ଚିହ୍ନ ହୋଇଗଲା ୬୨ବର୍ଷ ତଳର ଫରେଷ୍ଟ ଚେକ ଗେଟ୍‌

ଖଇରା,୧୯।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ କୁପାରୀଠାରେ ଥିବା ୬୨ବର୍ଷ ତଳର ଫରେଷ୍ଟ ଚେକ ଗେଟକୁ ଉଠାଇ ଦିଆଯାଇଛି। ଏଥିଯୋଗୁଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ...

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟା ଅଭିଯୋଗରେ ଜେଲ୍‌ ଗଲେ ସ୍ବାମୀ

ରୂପ୍‌ସା,୧୩।୧(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ରସଲପୁର ପଞ୍ଚାୟତ ବଡ଼ଧନାଡ଼ି ଗ୍ରାମର ସଞ୍ଜୁ ତରେଇ ନାମ୍ନୀ ମହିଳାଙ୍କୁ ହତ୍ୟା ଅଭିଯୋଗରେ ବସ୍ତା ପୋଲିସ ତାଙ୍କ ସ୍ବାମୀ ଶଙ୍କର ତରେଇଙ୍କୁ...

ଟ୍ରେନ୍‌ରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ରୂପ୍‌ସା, ୩ା୧(ଡି.ଏନ୍‌.ଏ.): ଜିଆର୍‌ପି ପୋଲିସ ବାଲେଶ୍ୱର ରେଳଷ୍ଟେଶନରେ ଶୁକ୍ରବାର ଡାଉନ୍‌ ହାଓ୍ବଡ଼ା-ଯଶବନ୍ତପୁର ସୁପରଫାଷ୍ଟ ଏକ୍ସପ୍ରେସ୍‌ରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି। ମୃତକଙ୍କ ବୟସ ୬୫...

ଆଜି ପବିତ୍ର ତାରିଣୀ ବ୍ରତ: ଜଗନ୍ନାଥଙ୍କୁ ପୂଜା କରି ବ୍ରତ ଧାରଣ କଲେ ଶତାଧିକ ମହିଳା

ଢେଙ୍କିକୋଟ,୯।୭(ଡି.ଏନ୍‌.ଏ.): ମଙ୍ଗଳବାର ପବିତ୍ର ତାରିଣୀ ବ୍ରତ। କେନ୍ଦୁଝର ଜିଲାର ଆରାଧ୍ୟା ମା’ ତାରିଣୀଙ୍କ ଏହି ବ୍ରତ ପ୍ରତିବର୍ଷ ରଥଯାତ୍ରା ଓ ବାହୁଡ଼ା ଯାତ୍ରା ମଝିରେ ପଡ଼ିଥାଏ।...

ରାସ୍ତାକଡ଼ରୁ ବୃଦ୍ଧାଙ୍କୁ ଉଦ୍ଧାର କଲା ପ୍ରଶାସନ

ସଜନାଗଡ଼,୧୭।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଉପଜିଲାପାଳଙ୍କ ଅଫିସ୍‌ଠାରୁ ମାତ୍ର ୫୦୦ ମିଟର ଦୂର ବିଚ୍‌ ଦୁର୍ଗାମଣ୍ଡପ ରାସ୍ତାକଡ଼ରେ ୨ଦିନ ଧରି ଏକ ନିରାଶ୍ରୟା ବୃଦ୍ଧା ଖାଇବାକୁ ନ...

Advertisement
Archives

Model This Week