ମା’ଙ୍କ ଫିଲ୍ମ ରିମେକ୍‌ ପାଇଁ ଝିଅଙ୍କୁ ଅଫର୍‌

ମୁମ୍ବାଇ: ବଲିଉଡ୍‌ରେ ରିମେକ୍‌ ଫିଲ୍ମ କିଛି ନୂଆ କଥା ନୁହେଁ। ତେବେ ମଜାଦାର କଥା ହେଲା ଯେଉଁ ରିମେକ୍‌ରେ ଝିଅ ହିରୋଇନ୍‌ ଭୂମିକାରେ ନଜରକୁ ଆସିବେ. ତା’ର ମୂଳ ଫିଲ୍ମରେ ମା’ ହିରୋଇନ୍‌ ଭୂମିକାରେ ଅଭିନୟ କରି ଫିଲ୍ମଟି ହିଟ୍‌ କରିଥିଲେ। ଆପଣ ଟିକେ କନ୍‌ଫ୍ୟୁଜ୍‌ ହୋଇଗଲେ କି? ପ୍ରକୃତରେ ଆମେ କହୁଛୁ ସୈଫ୍‌ ଅଲି ଖାନ ଓ ଅମୃତା ସିଂଙ୍କ ଝିଅ ସାରା ଅଲି ଖାନ୍‌ଙ୍କ କଥା। ସାରାଙ୍କୁ ଅମ୍ରିତାଙ୍କ ଏକ ହିଟ୍‌ ଫିଲ୍ମର ରିମେକ୍‌ ପାଇଁ ଅଫର୍‌ ମିଳିଛି।
ଫିଲ୍ମ ‘କେଦାରନାଥ’ରୁ ବଲିଉଡ୍‌ ଡେବ୍ୟୁ କରିଥିଲେ। ଏହାପରେ ତାଙ୍କ ଅଭିନୀତ ଫିଲ୍ମ ‘ସିମ୍ବା’ ମଧ୍ୟ ବକ୍ସ ଅଫିସ୍‌ରେ ବେଶ୍‌ ସଫଳ ରହିଥିଲା। ଏବେ ସେ ଇମ୍‌ତିଆଜ୍‌ ଅଲିଙ୍କ ଫିଲ୍ମ ‘ଲଭ୍‌ ଆଜ୍‌ କଲ୍‌’ରେ ନଜରକୁ ଆସିବେ। ଫିଲ୍ମରେ ସାରାଙ୍କ ଅପୋଜିଟ୍‌ରେ କାର୍ତ୍ତିକ ଆର୍ୟନଙ୍କୁ ଦେଖିବାକୁ ମିଳିବ। ଆସନ୍ତା ୧୪ ତାରିଖରେ ଫିଲ୍ମଟି ରିଲିଜ୍‌ ହେବାକୁ ଯାଉଛି। ଏହାବ୍ୟତୀତ ତାଙ୍କ ହାତରେ ‘କୁଲି ନଂ ୧’ ଫିଲ୍ମ ମଧ୍ୟ ରହିଛି। ଏଥିରେ ବରୁଣ ଧାଓ୍ବନଙ୍କ ଅପୋଜିଟ୍‌ରେ ସାରା ନଜରକୁ ଆସିବେ। ତେବେ ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସାରାଙ୍କ ହାତରେ ଏବେ ଆଉ ଏକ ବଡ଼ ଭୂମିକା ରହିଛି। ତାଙ୍କୁ ମା’ଅମ୍ରିତା ସିଂଙ୍କ ହିଟ୍‌ ଫିଲ୍ମ ‘ଚମେଲୀ କି ସାଦି’ର ରିମେକ୍‌ ପାଇଁ ଅଫର୍‌ ଦିଆଯାଇଛି।
ଫିଲ୍ମ ବାବଦରେ କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ଏହା ପଛର କାରଣ ହେଲା, ମା’ଙ୍କ ଅଭିନୀତ ଏହି ଭୂମିକାକୁ ନ୍ୟାୟ ଦେଇପାରିବେ କି ନାହିଁ ଏହାକୁ ନେଇ ସେ ଦ୍ୱନ୍ଦ୍ୱରେ ଅଛନ୍ତି। ଏଥିପାଇଁ ସେ କୌଣସି ନିଷ୍ପତ୍ତି ନେଇପାରୁ ନ ଥିବା ଜଣାପଡ଼ିଛି। ଯଦି ସାରା ଏହି ଫିଲ୍ମ ପାଇଁ ରାଜି ହୋଇ ଯାଆନ୍ତି, ତେବେ ଅମୃତାଙ୍କ ଭୂମିକାରେ ତାଙ୍କ ଝିଅ ସାରାଙ୍କୁ ଦେଖିବା ସିନେପ୍ରେମୀଙ୍କ ପାଇଁ ଉତ୍ସାହଜନକ ରହିବ। ଫିଲ୍ମ ‘ଚମେଲୀ କି ସାଦି’ ୧୯୮୬ରେ ରିଲିଜ୍‌ ହୋଇଥିଲା। ଅମୃତା ସିଂ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବାବେଳେ ତାଙ୍କ ଅପୋଜିଟ୍‌ରେ ଅନିଲ କପୁରଙ୍କୁ ଦେଖିବାକୁ ମିଳିଥିଲା। ଅମୃତା-ଅନିଲ ଅର୍ଥାତ୍‌ ଚମେଲୀ-ଚରଣଦାସଙ୍କ ପ୍ରେମ କାହାଣୀ ତଥା ସଂଘର୍ଷ ଉପରେ ଫିଲ୍ମର କାହାଣୀ ଆଧାରିତ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାର୍ତ୍ତିକଙ୍କଠାରୁ ଦୂରରେ ରହିପାରୁନାହାନ୍ତି ସାରା, ଭେଟିବା ଲାଗି ଲକ୍ଷ୍ନୌ ପହଞ୍ଚିଲେ

ମୁମ୍ବାଇ: ବଲିଉଡ୍‌ର ନୂଆ ଲର୍ଭବର୍ଡ ସାରା ଅଲ୍ଲୀ ଖାନ୍‌ ଏବଂ କାର୍ତ୍ତିକ ଆର୍ୟନଙ୍କ ସମ୍ପର୍କ ପୁଣି ଚର୍ଚ୍ଚାରେ। ପ୍ରଥମେ ‘କଫି ଉଇଥ୍‌ କରନ୍‌’ ଶୋ’ରେ କାର୍ତ୍ତିକଙ୍କୁ...

ଏହି ଲୋକପ୍ରିୟ ଅଭିନେତ୍ରୀ କାହିଁକି ଏତେ କଞ୍ଜୁସ? କାରଣ ଜାଣିଲେ…

ଭୋଜପୁରୀ ସିନେମାର ଅଭିନେତ୍ରୀ ଆମ୍ରାପାଲି ଦୁବେ ବର୍ତ୍ତମାନ ଚର୍ଚ୍ଚାରେ । ସେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ‘ନିରହୁଆ ହିନ୍ଦୁସ୍ତାନୀ’ ସହିତ ଦର୍ଶକଙ୍କ ହୃଦୟ ଜିତିଥିଲେ। ନିକଟରେ...

ଦୀପିକାଙ୍କ ସୋସିଆଲ ମିଡିଆରୁ ସବୁ ପୋଷ୍ଟ ଗାଏବ

ବଲିଉଡର ଅଭିନେତ୍ରୀ ଦୀପିକା ପାଦୁକୋନ ନୂଆବର୍ଷ ସ୍ବାମୀ ରଣବୀରଙ୍କ ସହ ଜୟପୁରରେ ପାଳନ କରୁଛନ୍ତି। ନୂଆ ବର୍ଷ ୨୦୨୧ ଆରମ୍ଭ ପୂର୍ବରୁ ଦୀପିକା ପାଦୁକୋନଙ୍କ ସୋସିଆଲ...

ତାମିଲ ଫିଲ୍ମରେ ନଜର ଆସିବେ ଐଶ୍ୱର୍ଯ୍ୟା

ମୁମ୍ବାଇ: ବଲିଉଡ୍‌ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଐଶ୍ୱର୍ଯ୍ୟା ରାୟ ବଚ୍ଚନ କିଛି ବର୍ଷ ପରେ ପୁଣିଥରେ ବଡ ପରଦାରେ ଦେଖାଦେବେ । ଅବଶ୍ୟ...

ଖୁବ୍‌ ଲମ୍ବା ସୁସ୍ମିତାଙ୍କ ପ୍ରେମ କାହାଣୀ: ବିନା ବିବାହରେ ୨ ସନ୍ତାନର ମା’

ମୁମ୍ବାଇ: ବଲିଉଡ୍‌ର ସିଙ୍ଗଲ ମଦର ଭାବେ ପରିଚିତ ସୁସ୍ମିତା ସେନ୍‌ ୪୪ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୯୪ରେ ମିସ୍‌ ୟୁନିଭର୍ସ ଟାଇଟଲ ଜିତିବା ପରେ ବଲିଉଡ୍‌ରେ...

ତୁନିଶାଙ୍କ ଆତ୍ମହତ୍ୟା ମାମଲାରେ ନୂଆମୋଡ଼

ମୁମ୍ବାଇ: ଜଣାଶୁଣା ଅଭିନେତ୍ରୀ ତୁନିଶା ଶର୍ମାଙ୍କ ମୃତ୍ୟୁକୁ ନେଇ ନାନା ଚର୍ଚ୍ଚା ହେଉଛି। ପୋଲିସ ତାଙ୍କ ମା’ ବନିତା ଶର୍ମାଙ୍କ ବୟାନ ରେକର୍ଡ କରିବାକୁ ଥାନାକୁ...

ନିଜ ପିଲାଙ୍କୁ ଛାଡପତ୍ର ବିଷୟରେ କହିବା ଏହି ଅଭିନେତାଙ୍କ ପାଇଁ ଥିଲା ସବୁଠୁ କଷ୍ଟ ଦାୟକ

୮୦-୯୦ ଦଶକରେ ଅନେକ ଫିଲ୍ମରେ ଅଭିନୟ କରିଥିବା ଅମ୍ରିତା ସିଂ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ରହିଛନ୍ତି। ପରେ ସେ ସୈଫ୍‌ ଅଲ୍ଲୀଖାନ୍‌ଙ୍କ ପ୍ରେମରେ...

ପାଣି କେମିତି କରିବେ ସଞ୍ଚୟ: ଟିପ୍ସ ଦେଲେ ଅମିର

ମୁମ୍ବାଇ, ୪।୭: ଆଜିକାଲି ଦେଶର ବିଭିନ୍ନ ସ୍ଥାନରେ ଜଳ ସଙ୍କଟ ଦେଖାଯାଇଛି। ମୁନ୍ଦେ ପାଣି ପାଇଁ ଲୋକଙ୍କୁ ଲମ୍ବା ଲାଇନ୍‌ରେ ଛିଡା ହେବାକୁ ପଡୁଛି। ଏଭଳି...

Advertisement
Archives

Model This Week