ମା’ଙ୍କୁ ପିଟି ହତ୍ୟା: ପୁଅ ଗିରଫ

ବଇଣ୍ଡା, ୧୯ା୫(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ଥାନା ସାହାଜବାହାଳୀ ଗ୍ରାମରେ ସୋମବାର ଅପୂର୍ଣ୍ଣା ବେହେରା(୬୦)ଙ୍କୁ ତାଙ୍କ ପୁଅ ଆର୍ତ୍ତତ୍ରାଣ ବେହେରା ଠେଙ୍ଗାରେ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ବଡ଼ ପୁଅ ଅନ୍ତର୍ଯ୍ୟାମୀ ବେହେରାଙ୍କ ଅଭିଯୋଗ କ୍ରମେ ପୋଲିସ ୭୪/୨୦ରେ ମାମଲା ରୁଜୁ କରି ଆର୍ତ୍ତତ୍ରାଣଙ୍କୁ ଗିରଫ କରିଛି। ପୋଲିସ କହିଛି, ଆର୍ତ୍ତତ୍ରାଣ ମଦ୍ୟପାନ କରି ଘରେ ମା’ଙ୍କ ସହ ପାଟିତୁଣ୍ଡ କରିବା ସହ ଏକ ଠେଙ୍ଗାରେ ଆକ୍ରମଣ କରିଥିଲେ। ପରିବାର ଲୋକେ ଅପୂର୍ଣ୍ଣାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କିଶୋରନଗର ପରେ ରେଢାଖୋଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଅପୂର୍ଣ୍ଣାଙ୍କ ମୃତ୍ୟୁ ଘଟିଥିଲା। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫୩ ବର୍ଷ ପରେ ଏକାଠି ହେଲେ ୫ ଶିକ୍ଷକ ବନ୍ଧୁ: ମିଶିକି କଲେ ଏମିତି କାମ

ତାଳଚେର,୬ା୧୦(ମନୋଜ ନନ୍ଦ): ଶିକ୍ଷକତା ଜୀବନର ପ୍ରାରମ୍ଭରେ ପରସ୍ପର ସଂସ୍ପର୍ଶରେ ଆସିଥିଲେ। ତାଲିମ କେନ୍ଦ୍ରରେ ଚିହ୍ନା ପରିଚୟ ପରେ ସେମାନଙ୍କ ଭିତରେ ଗଢ଼ି ଉଠିଥିଲା ବନ୍ଧୁତା। ହେଲେ ସ୍କୁଲକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?