ମାଙ୍କଡ଼ ଆକ୍ରମଣରେ ଛାତରୁ ପଡ଼ି ମହିଳାଙ୍କ ମୃତ୍ୟୁ

ବିଞ୍ଝାରପୁର/ବରୀ,୪ା୧ (ଡି.ଏନ.ଏ/ସ୍ବ.ପ୍ର.): ଯାଜପୁର ଜିଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ବରିଲୋ ଗ୍ରାମରେ ଶୁକ୍ରବାର ଜଣେ ମହିଳାଙ୍କୁ ମାଙ୍କଡ଼ ଆକ୍ରମଣ କରିବାରୁ ସେ ଛାତରୁ ଖସି ପଡ଼ି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ମୃତ ମହିଳା ହେଉଛନ୍ତି ଉକ୍ତ ଗ୍ରାମର ଅରୁଣ ସ୍ବାଇଁଙ୍କ ସ୍ତ୍ରୀ ଜୟନ୍ତୀ। ଏହି ଘଟଣାରେ ବିଞ୍ଝାରପୁର ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ.୧/୨୦) ରୁଜୁ କରିଛି।
ପ୍ରକାଶ ଯେ, ଜୟନ୍ତୀ ଶୁକ୍ରବାର ସକାଳେ ଛାତ ଉପରକୁ ଲୁଗା ଶୁଖାଇବାକୁ ଯାଇଥିଲେ। ଏହି ସମୟରେ ମାଙ୍କଡ଼ ତାଙ୍କୁ ଆକ୍ରମଣ କରିଥିଲା। ଏଥିରେ ଭୟଭୀତ ହୋଇ ଜୟନ୍ତୀ ଦୌଡ଼ି ପଳାଇ ଯାଉଥିବାବେଳେ ଛାତରୁ ତଳକୁ ଖସି ପଡ଼ିଥିଲେ। ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରି ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ଗ୍ରାମରେ ଚାଞ୍ଚଲ୍ୟ ଖେଳିଯାଇଛି। ଏବେ ସେହି ଅଞ୍ଚଳରେ ମାଙ୍କଡ଼ ଉପଦ୍ରବକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି। ମାଙ୍କଡ଼ ବିଭିନ୍ନ ସମୟରେ ଲୋକଙ୍କୁ ଆକ୍ରମଣ କରିବା ସମ୍ପର୍କରେ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶିତ ହେଲେ ମଧ୍ୟ ସରକାର କିମ୍ବା ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପରେଶନ ବେଳେ ଛତ୍ରଭଙ୍ଗ ଦେଲେ ମାଓବାଦୀ: ବିପୁଳ ପରିମାଣର ସାମଗ୍ରୀ ଜବତ

ଫୁଲବାଣୀ ଅଫିସ, ୧୯।: କିଛି ଦିନର ନୀରବତା ପରେ କନ୍ଧମାଳ ଜିଲାରେ ପୁଣି ମାଓବାଦୀ ସକ୍ରିୟ ହୋଇଛନ୍ତି। କୋମ୍ବିଂ ଅପରେଶନ୍‌ ବେଳେ ବାଲିଗୁଡ଼ା ଥାନା ସୁଡ୍ରା...

ଓଡ଼ିଶାର ପ୍ରଥମ ନିର୍ବାଚନ କମିଶନର ଦେବେନ୍ଦ୍ର ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର, (ବ୍ୟୁରୋ)/ ସୋନପୁର,୧୩।୨(ନି.ପ୍ର.): ରାଜ୍ୟର ପ୍ରଥମ ନିର୍ବାଚନ କମିଶନର ଦେବେନ୍ଦ୍ର କୁମାର ମିଶ୍ରଙ୍କ ଶନିବାର ପରଲୋକ ହୋଇଯାଇଛି। ସେ କୋଭିଡ୍‌ରେ ସଂକ୍ରମିତ ଥିଲେ। ସୁସ୍ଥ ହେବାର...

୧୩ରୁ ଜିଲା ମହୋତ୍ସବ, ପଲ୍ଲିଶ୍ରୀ ମେଳା ‘କୋଶମ୍ବ’

ବାଲେଶ୍ୱର ଅଫିସ, ୭।୧: ବାଲେଶ୍ୱର ଜିଲା ପ୍ରଶାସନ ଓ ଓରମାସ୍‌ ପକ୍ଷରୁ ଚଳିତମାସ ୧୩ତରିଖରୁ ଜିଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ତଥା କୋଶମ୍ବ-୨୦୨୩ ସହରସ୍ଥିତ...

ଆଜିଠାରୁ ଶ୍ରୀମନ୍ଦିରରେ ନୂଆ ଏସ୍‌ଓପି

ପୁରୀ ଅଫିସ ୧୬।୧୨: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବୁଧବାର ନୂଆ ଏସ୍‌ଓପି ଜାରି କରାଯାଇଛି। ଏହି ନୂଆ ଏସ୍‌ଓପି ଚଳିତ ମାସ ୧୬ ତାରିଖ ଅର୍ଥାତ୍‌...

ବଦଳିଲା ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ନାମ

ଭୁବନେଶ୍ୱର,୨୪ା୧୨(ବ୍ୟୁରୋ):ବାରିପଦାରେ ଅବସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ନାମ ମୟୂରଭଞ୍ଜର ପୂର୍ବତନ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ନାମିତ କରାଯାଇଛି। ବୁଧବାର ମୁଖ୍ୟମନ୍ତ୍ରୀ ଏହି ଘୋଷଣା...

ପାଣି ଖସୁନି, ଦୁର୍ଦ୍ଦଶା ବଢୁଛି

ଭୁବନେଶ୍ୱର,୨ା୯(ବ୍ୟୁରୋ): ରାଜ୍ୟରେ ବନ୍ୟା ପରିସ୍ଥିତିରେ ସୁଧାର ଆସିଛି। ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଏବଂ ଜଳକା ନଦୀରେ ଆଉ ବନ୍ୟା ବିପଦ ନାହିଁ। ତେବେ ବନ୍ୟା...

ମାଟି କାନ୍ଥ ଭୁଶୁଡ଼ି ବୃଦ୍ଧ ଗୁରୁତର

ଗଞ୍ଜାମ, ୧୧।୧୦(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ କାଇଁଚପୁର ପଞ୍ଚାୟତ ମାଳି ଜଗନ୍ନାଥପୁର ଗ୍ରାମ ଚାନ୍ଦିନୀ ପାଖରେ ଏକ ମାଟି ଘର କାନ୍ତ ରବିବାର ଭୁଶୁଡ଼ି ପଡ଼ିଛି। ଏହି...

ମାଷ୍ଟର ସେଫ ଇଣ୍ଡିଆ’ରେ ଓଡ଼ିଆ ପୁଅ ଅବିନାଶ

ଭୁବନେଶ୍ୱର,୫।୧(ବ୍ୟୁରୋ): ଜାନୁୟାରୀ ୨ରୁ ମାଷ୍ଟର ସେଫ ଇଣ୍ଡିଆ ଶୋ’ ଆରମ୍ଭ ହୋଇଛି। ଚଳିତବର୍ଷ ଏହି ଜାତୀୟ ଶୋ’ରେ ଓଡ଼ିଶାରୁ ଅବିନାଶ ପଟ୍ଟନାୟକ ଯୋଗଦେଇ କିଚେନକୁ ସିଧାସଳଖ...

Advertisement
Archives

Model This Week