ମାଓବାଦୀ ପ୍ରବଣ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ମତଦାନ

ଅନୁଗୋଳ ଅଫିସ, ୨୪।୪- ଅନୁଗୋଳ ଜିଲାର ମାଓବାଦୀ ପ୍ରବଣ ଅଞ୍ଚଳରେ ଥିବା ୨୭ଟି ବୁଥ୍‌ରେ ମତଦାନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। କଁା ଭଁା ମତଦାନ କେନ୍ଦ୍ରରେ ଛୋଟ ଛୋଟ ନିର୍ବାଚନୀ ହିଂସା ଦେଖା ଦେଇଥିଲା। ତେବେ ମୋଟାମୋଟି ଭାବେ ଜିଲାରେ ମତଦାନ ସମୟରେ ବା ପରେ କୌଣସି ହିଂସାକାଣ୍ଡ ଦେଖା ଦେଇ ନ ଥିବା ଅନୁଗୋଳ ଏସ୍‌ପି ମିତ୍ରଭାନୁ ମହାପାତ୍ର ସୂଚନା ଦେଇଛନ୍ତି।

ଅପରାହ୍ନ ୪ଟା ଓ ସନ୍ଧ୍ୟା ୬ଟା ପରେ ବିଭିନ୍ନ ବୁଥ୍‌ରେ ମତଦାନ ଶେଷ ହେବାପରେ ପୋଲିଂ ପାର୍ଟିଙ୍କୁ ସୁରକ୍ଷିତ ଭାବେ ସେଠାରୁ ଅଣାଯାଇଛି। ଅନ୍ୟ ମତଦାନ କେନ୍ଦ୍ରରୁ ମଧ୍ୟ କଡ଼ା ସୁରକ୍ଷା ମଧ୍ୟରେ ଷ୍ଟ୍ରଙ୍ଗ ରୁମ୍‌କୁ ଇଭିଏମ୍‌ ଓ ଭିଭିପାର୍ଟ ମେଶିନ ଅଣାଯିବ ବୋଲି ଏସ୍‌ପି କହିଛନ୍ତି। ସେହିପରି ପାଲଲହଡ଼ାର କୋଠଭୂଇଁ ଠାରେ ଥିବା ମତଦାନ କେନ୍ଦ୍ରରେ ପୋଲିଂ ପାର୍ଟି ଫସି ରହିଥିବା ସୂଚନା ମିଳିଛି। ଏ ନେଇ ଏସ୍‌ପି କହିଛନ୍ତି, ସେମାନଙ୍କୁ ତୁରନ୍ତ ସେଠାରୁ ଆଣିବା ପାଇଁ ବ୍ୟବସ୍ଥା କରାଯାଉଛି। ତେବେ ଉକ୍ତ ଅଞ୍ଚଳ ମାଓ ପ୍ରବଣ ହୋଇ ନ ଥିବାରୁ କୌଣସି ବିପଦ ନାହିଁ।

ଅନୁଗୋଳ ନିର୍ବାଚନମଣ୍ଡଳୀର ଗଡ଼ସନ୍ତ୍ରୀ ଠାରେ ଥିବା ୧୨୭ ନମ୍ବର ବୁଥ୍‌ରେ ନିର୍ବଚାନୀ ହିଂସା ଦେଖା ଦେଇଥିଲା। ବୁଥ୍‌ରେ ଭାଜପା ଦଳର ଏଜେଣ୍ଟ ଥିବା ସୁଶିଲ ବାରିକଙ୍କୁ ବିଜେଡିର ଦୁଇ ଜଣ କର୍ମୀ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଥିଲା। ଏଥିଯୋଗୁ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖା ଦେଇଥିଲା। ପୋଲିସ ପହଞ୍ଚତ୍ବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ବୁଢ଼ାପଙ୍ଗ ପଞ୍ଚାୟତର ୧୧୧ ନମ୍ବର ବୁଥ୍‌ରେ ଭଲ୍ୟୁଣ୍ଟର ଥିବା ଅଜିତ କୁମାର ମାଝିଙ୍କୁ ଦୁଇ ଜଣ ମାରପିଟ୍‌ କରିଥିବା ନେଇ ସେଠାରେ ମଧ୍ୟ ଉତ୍ତେଜନା ଦେଖା ଦେଇଥିଲା। ଏ ନେଇ ଅଜିତ କୁମାର ମାଝି ଥାନାରେ ଅଭିଯୋଗ କରିଛନ୍ତି।

ସେହିପରି ଆଠମଲ୍ଲିକ ନିର୍ବାଚନମଣ୍ଡଳୀର ତୁରୁଡା ମତଦାନ କେନ୍ଦ୍ରରେ ଅପରାହ୍ନ ୪ଟା ପରେ କେତେଜଣ ଭୋଟରଙ୍କୁ ଭିତରକୁ ଛଡା ଯାଉଥିବାବେଳେ ଉତ୍ତେଜନା ଦେଖାଦେଇଥିଲା। ସେହିପରି କଦଳୀମୁଣ୍ଡା ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର ୯୯ ନମ୍ବର ବୁଥରେ ମତାଦାତାଙ୍କୁ ପ୍ରିଜାଇଡିଂ ଅଫିସର ଗୋଟିଏ ନିର୍ଦ୍ଦିଷ୍ଟ ଦଳକୁ ଭୋଟ ଦେବାକୁ କହିଥିବା ଅଭିଯୋଗ ହୋଇଥିଲା। ଏହାକୁ କେନ୍ଦ୍ରରେ ଥିବା ଏଜେଣ୍ଟମାନେ ବିରୋଧ କରିଥିଲେ। ପରେ ଗଣ୍ଡଗୋଳ ହେବାରୁ ପ୍ରାୟ ଅଧଘଣ୍ଟା ଧରି ମତଦାନ ବନ୍ଦ ରହିଥିଲା। ଆଠମଲ୍ଲିକ ସହରର ଲିପ୍ତିଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭୋଟ ଗ୍ରହଣ ବେଳେ ଗଣ୍ଡଗୋଳ ପରିଲକ୍ଷିତ ହୋଇଥିଲା। ଛେଣ୍ଡିପଦା ନିର୍ବାଚନମଣ୍ଡଳୀର କେତେକ ସ୍ଥାନରେ ଇଭିଏମ ଓ ଭିଭିପିଏଟିରେ ତ୍ରୁଟିକୁ ନେଇ ଉତ୍ତେଜନା ଦେଖା ଦେଇଥିଲା। ତେବେ ଜିଲାରେ ହୋଇଥିବା ଛୋଟମୋଟ ନିର୍ବାଚନୀ ହିଂସା ସମ୍ପର୍କରେ ଏସ୍‌ପି କହିଛନ୍ତି ଯେ, କୌଣସି ଥାନାରେ କିଛି ଅଭିଯୋଗ ହୋଇନାହିଁ। ତେବେ ଗଡ଼ସନ୍ତ୍ରୀ ଠାରେ ହୋଇଥିବା ନିର୍ବାଚନୀ ହିଂସା ଘଟଣାରେ ନଜର ରଖାଯାଇଛି। ଲାଇନରେ ଠିଆ ହେବାକୁ ନେଇ ଉକ୍ତ ଅଞ୍ଚଳରେ ପାଟିତୁଣ୍ଡ ହୋଇଥିବା ଖବର ମିଳିଛି। ଅନ୍ୟପକ୍ଷରେ ବୁଢ଼ାପଙ୍କ ଓ ହେମସୁରପଡ଼ାରେ ଥିବା ଉତ୍ତରପଡ଼ା ବିଦ୍ୟାଳୟର ପରିସର ବୁଥ୍‌ରେ ଅପରାହ୍ନରେ ଚାପା ଉତ୍ତେଜନା ଦେଖା ଦେଇଥିଲା। ଏକ ନିର୍ଦ୍ଧିଷ୍ଟ ଦଳର ଲୋକମାନେ ମତଦାନ କେନ୍ଦ୍ରକୁ ଜୋର ଜବରଦସ୍ତ ପଶିବା ପାଇଁ ଉଦ୍ୟମ କରୁଥିବାବେଳେ ଉତ୍ତେଜନା ସୃଷ୍ଟି ହୋଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ବା ପରେ ପରିସ୍ଥିତି ଆୟତ ହୋଇଥିଲା। ସେହିପରି ଜିଲାରେ ହୋଇଥିବା ଅନ୍ୟ କେତେକ ନିର୍ବାଚନୀ ହିଂସା ଘଟଣାରେ କଡ଼ା ନଜର ରଖାଯାଇଥିବା ଏସ୍‌ପି ମହାପାତ୍ର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହିନ୍ଦୋଳରେ ନିର୍ବାଚନୀ ଉଷ୍ମତା: ସବୁ ଦଳର ଜୋର୍‌ଦାର ପ୍ରଚାର

ହିନ୍ଦୋଳ, ୧୭।୪(ଡି.ଏନ.ଏ.)- ହିନ୍ଦୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ୩ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଏପ୍ରିଲ ୨୩ରେ ମତଦାନ ହେବ।  ଏହାକୁ ମାତ୍ର ସପ୍ତାହେ ବାକି ଥିବାବେଳେ ଗଁା...

ଟ୍ରେନ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି, ଧାରଣା କ୍ଷତିଗ୍ରସ୍ତ: ୬ଘଣ୍ଟା ଯାତାୟାତ ବାଧାପ୍ରାପ୍ତ

ଓଡ଼ାପଡ଼ା, ୨୪।୪(ଡି.ଏନ.ଏ)- ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ବାଙ୍ଗୁରସିଂହ ରେଳଫାଟକ ନିକଟରେ ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନ୍‌...

ଗ୍ରାମବାସୀଙ୍କ ଦ୍ବାରା ଚୋରା ଝାଉଁ କାଠ ଜବତ

ବାହାନଗା,୧୨।୫(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଳକ ବରିପଦା ପଞ୍ଚାୟତର ଅଟାସପୁର ଛକରୁ ରବିବାର ବେଆଇନ ଝାଉଁ କାଠ ଚାଲାଣ ବେଳେ ଗ୍ରାମବାସୀଙ୍କ ଦ୍ବାରା ଜବତ କରାଯାଇଛି।...

ଗଞ୍ଜାମରୁ କୌଣସି ଲୋକ ଯାଇପାରିବେନି ସହର ବାହାରକୁ, କି କେହି ଆସିପାରିବେନି

ଗଞ୍ଜାମ,୧୪।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ମହାମାରୀ କରୋନା ଦିନକୁ ଦିନ ବଢ଼ିବାରେ ଲାଗିଛି । ଜିଲାର ପ୍ରମୁଖ ସହର ଗଞ୍ଜାମରେ ମଧ୍ୟ ପ୍ରତ୍ୟେକ ଦିନ ପଜଟିଭ୍‌ ଚିହ୍ନଟ...

ପୁସ୍ତକ ମଣିଷର ଅନ୍ତରଙ୍ଗ ବନ୍ଧୁ

ସୋନପୁର,୨୪।୪(ନି.ପ୍ର.)- ଦୁଃଖ ଓ ସୁଖ ସମୟରେ ପୁସ୍ତକ ସାଥି ହୋଇଥାଏ। ପୁସ୍ତକ ପଢିଲେ ଜ୍ଞାନ ବଢେ, ଆତ୍ମ ସନ୍ତୋଷ ମିଳେ। ଦୁଶ୍ଚିନ୍ତା ଦୂର ହୁଏ। ତେଣୁ...

ଶିଶୁଗୃହରେ ଦୀପାବଳି ପାଳିଲେ ଜିଲାପାଳ

ଢେଙ୍କାନାଳ ଅଫିସ୍‌, ୨୭ା୧୦- ସଦର ବ୍ଲକ ଗୋବିନ୍ଦପୁରଠାରେ ଥିବା ମହର୍ଷି ଦୟାନନ୍ଦ ଶିଶୁଗୃହରେ ଢେଙ୍କାନାଳ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଦୀପାବଳି ପାଳନ କରିଛନ୍ତି। ଛୋଟ...

ଏବେଠୁ ଜଳ ସଙ୍କଟ

ବାଲିଆପାଳ,୨୫।୩(ସ୍ବ.ପ୍ର.)- ଖରାଦିନ ଆରମ୍ଭରୁ ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକର ବାଲିଆପାଳ ପଞ୍ଚାୟତରେ ଜଳସଙ୍କଟ ଦେଖାଦେଇଛି। ଦୁଇଟି ପାନୀୟଜଳ ପ୍ରକଳ୍ପ ଥାଇ ମଧ୍ୟ ଲୋକଙ୍କୁ ପାନୀୟଜଳ ଯୋଗାଇବାରେ...

ପୂଜାର୍ଚ୍ଚନାରେ ସୀମିତ ହନୁମାନ ଜୟନ୍ତୀ

ସମ୍ବଲପୁର, ୧୩।୪ (ବ୍ୟୁରୋ)- କରୋନା ଭୂତାଣୁ ସମଗ୍ର ବିଶ୍ୱକୁ ଗ୍ରାସିଛି । ପ୍ରତିଷେଧକ ଭାବେ ଦେଶରେ ଲକ୍‌ ଡାଉନ ଚାଲିଛି । ସମସ୍ତ ଧାର୍ମିକ ପୀଠରେ...

Advertisement
Archives

Model This Week