ମାଓବାଦୀ ପ୍ରବଣ ଅଞ୍ଚଳରେ ବିଦେଶୀ ପର୍ଯ୍ୟଟକ

ଦାରିଙ୍ଗବାଡ଼ି,୨୮।୧୨(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଏବେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ଦୈନିକ ହଜାର ସଂଖ୍ୟାରେ ପର୍ଯ୍ୟଟକ ଦାରିଙ୍ଗବାଡ଼ିକୁ ଆସୁଛନ୍ତି। ମଝିରେ ମଝିରେ ବିଦେଶୀ ପର୍ଯ୍ୟଟକ ମଧ୍ୟ ଏଠାକୁ ଆସୁଛନ୍ତି। ଶୁକ୍ରବାର କାନାଡାର ୬ଜଣ ପର୍ଯ୍ୟଟକ ଦାରିଙ୍ଗବାଡ଼ି ବଜାର ସମେତ ବିଭିନ୍ନ ପର୍ଯ୍ୟଟନକେନ୍ଦ୍ର ବୁଲି ମଜା ନେବା ସହ ରାସ୍ତାକଡ ଦୋକାନରେ ଚା’ ପିଇଥିଲେ। ମାତ୍ର ଏନେଇ ପୋଲିସ ପାଖରେ ସୂଚନା ନ ଥିଲା। ୨୦୧୨ରେ ଦାରିଙ୍ଗବାଡି ଆସିଥିବା ୨ଇଟାଲୀୟ ପର୍ଯ୍ୟଟକଙ୍କୁ ମାଓବାଦୀମାନେ ଅପହରଣ କରି ନେଇଥିଲେ। ଏହାପରେ ସରକାର ମାଓବାଦୀପ୍ରବଣ ଅଞ୍ଚଳକୁ ବିଦେଶୀ ପର୍ଯ୍ୟଟକଙ୍କ ଗସ୍ତ ନେଇ ଗାଇଡଲାଇନ ଜାରି କରିଥିଲେ। ଏବେ ଗାଇଡଲାଇନକୁ କଡାକଡି ପାଳନ କରାଯାଉ ନ ଥିବାରୁ ଏହାର ପୁନରାବୃତ୍ତି ଘଟିବା ଆଶଙ୍କା ଦେଖାଦେଇଛି।
ମିଳିଥିବା ସୂଚନା ପ୍ରକାରେ, ଉକ୍ତ ବିଦେଶୀ ପର୍ଯ୍ୟଟକମାନେ ଅନୁସୂଚିତ ଜନଜାତିଙ୍କ ସମ୍ପର୍କରେ ଜାଣିବା ପାଇଁ ଏହି ଟୁର୍‌ କରିଛନ୍ତି। କନ୍ଧମାଳ ଜିଲା ସମେତ କୋରାପୁଟ, ମାଲକାନାଗିରି, ଲମତାପୁଟ, ନବରଙ୍ଗପୁର ଆଦି ଅଞ୍ଚଳର ଜନଜାତିଙ୍କ ସମ୍ପର୍କରେ ଜାଣିବା ପାଇଁ ବିଭିନ୍ନ ବଜାର ସମେତ ସାପ୍ତାହିକ ହାଟ, ଦୁର୍ଗମ ଗ୍ରାମ ବୁଲୁଛନ୍ତି। ଏହି ବିଦେଶୀ ପର୍ଯ୍ୟଟକଙ୍କ ମଧ୍ୟରେ ସି. ଜୁଲି, ବି. ଡି. ଆଲକ୍‌ଜାଣ୍ଡାର, ଏମ. ସେଲି ମେ, ଆର୍‌. ଷ୍ଟେପିନ ମେରୀ, ବି. ଲେଜଲେ ଆନ୍‌, ବି. ତିମଥି ଜୋହନ ରହିଛନ୍ତି। ହେଲେ ଏନେଇ ସ୍ଥାନୀୟ ପୋଲିସ ନିକଟରେ କୌଣସି ସୂଚନା ନ ଥିବା ଦାରିଙ୍ଗବାଡି ଆଇଆଇସି କୌଶିକ ମାଝୀ କହିଛନ୍ତି। ପର୍ଯ୍ୟଟକ କିମ୍ବା ସେମାନେ ରହୁଥିବା ହୋଟେଲ ପକ୍ଷରୁ ଦାରିଙ୍ଗବାଡ଼ିରେ ବୁଲିବା ପାଇଁ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ। ଏନେଇ ଆଇଆଇସି ମାଝୀ କହିଛନ୍ତି ଯେ, ବିଦେଶୀ ପର୍ଯ୍ୟଟକ ଦାରିଙ୍ଗବାଡ଼ିକୁ ପହଞ୍ଚତ୍ବା ପୂର୍ବରୁ ତାଙ୍କୁ ସୂଚନା ଦିଆଯିବା ନିୟମ ରହିଛି। ମାତ୍ର ସୂଚନା ମିଳିନାହିଁ। ବିଦେଶୀ ପର୍ଯ୍ୟଟକ କେଉଁସବୁ ଅଞ୍ଚଳରେ ବୁଲୁଛନ୍ତି ସେଥିପ୍ରତି ନଜର ରଖାଯିବ।
ପ୍ରକାଶ ଥାଉକି, ୨୦୧୨ ମାର୍ଚ୍ଚ ୧୪ରେ ଦାରିଙ୍ଗବାଡ଼ି ଥାନା ଅଞ୍ଚଳର ଗଡାପାକାଲିରେ ୨ଜଣ ଇଟାଲୀୟ ନାଗରିକ ବୁଲୁଥିବାବେଳେ ସେମାନଙ୍କୁ ମାଓବାଦୀମାନେ ଏକ ଝରଣା ନିକଟରୁ ଅପହରଣ କରି ନେଇଥିଲେ। ଦୀର୍ଘଦିନ ପରେ ପ୍ରଥମେ ବାସୁସ୍କୋ ପାଉଲ ଏବଂ ୧୧ଦିନ ପରେ କ୍ଲାଉଡିଓ କେଲାଞ୍ଜୋଲୋଙ୍କୁ ମାଓବାଦୀମାନେ ରାଜ୍ୟ ସରକାରଙ୍କ ଠାରୁ ବିଭିନ୍ନ ସର୍ତ୍ତ ରଖିବା ସହ ଚୁକ୍ତିନାମା ପରେ ଛାଡ଼ିଥିଲେ। ସେହି ସମୟରେ ଘଟଣାଟି ଦେଶ ବିଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଦାରିଙ୍ଗବାଡ଼ିକୁ ପର୍ଯ୍ୟଟକ ଆସିବା ଏକପ୍ରକାର ବନ୍ଦ ହୋଇଯାଇଥିଲା। ଏହା ପରେ ମାଓବାଦୀ ପ୍ରବଣ ଅଞ୍ଚଳକୁ ବିଦେଶୀ ନାଗରିକଙ୍କୁ ସୁରକ୍ଷା ଦୃଷ୍ଟିରୁ ଛଡ଼ାଯାଉନଥିଲା। କିଛିବର୍ଷ ପରେ ଜିଲା ପ୍ରଶାସନର ଅନୁମତି ମିଳିବା ପରେ ହିଁ ବିଦେଶୀ ପର୍ଯ୍ୟଟକଙ୍କୁ ମାଓବାଦୀ ପ୍ରବଣ ଅଞ୍ଚଳକୁ ଛଡ଼ାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜନଗହଳିପୂର୍ଣ୍ଣ ସ୍ଥାନରୁ ମଦ ଦୋକାନ ସ୍ଥାନାନ୍ତର ଦାବି, ମଦ୍ୟପଙ୍କ ଉପଦ୍ରବରେ…

ବଞ୍ଚୋ,୨ା୭(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବା ବିଦେଶୀ ମଦ ଦୋକାନକୁ ଏକ ଉପଯୁକ୍ତ ଓ ଖୋଲା ସ୍ଥାନକୁ ସ୍ଥାନାନ୍ତର କରିବା ଦାବିରେ ଗୁରୁବାର ଆନନ୍ଦପୁର…

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ତିଆରି ହେବ ମହାଲକ୍ଷ୍ମୀ କରିଡର, ୫୦୦ ମହିଳା…

ଭୁବନେଶ୍ବର,୨।୭: ୧ କୋଟି ସଂଶୋଧିତ ଲକ୍ଷ୍ମୀପୁରାଣ ବାଣ୍ଟିବେ ରାଜ୍ୟ ସରକାର । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସୂଚନା ଦେଇଛନ୍ତି । ନୂଆ ସଂଶୋଧିତ ଲକ୍ଷ୍ମୀପୁରାଣକୁ ନମିତା ଅଗ୍ରୱାଲ…

ଇସ୍ରୋ ମୁଖ୍ୟାଳୟ ଉଡାଇ ଦେବାକୁ ଆସିଲା ଧମକ: ତଦନ୍ତ ଆରମ୍ଭ

ବେଙ୍ଗାଲୁରୁ,୨।୭: ବେଙ୍ଗାଲୁରୁରେ ଥିବା ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ମୁଖ୍ୟାଳୟ ଉଡାଇଦେବାକୁ ଧମକ ମିଳିଛି। ଇସ୍ରୋ ମୁଖ୍ୟାଳୟକୁ ଇମେଲ ମାଧ୍ୟମରେ ଏହି ବୋମା ଧମକ ମିଳିଛି। ଏହାପରେ…

ନିଶାସକ୍ତ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କଲା ପ୍ରଶାସନ, ସ୍କୁଲ ନଯାଇ ମଦ ପିଇ କରୁଥିଲେ…

ଚାନ୍ଦବାଲି,୨।୭(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ରାମପୁର ବୀଣାପାଣି ନୋଡାଲ UPME ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀନାଥ ଦାସ ନିଲମ୍ବିତ ହୋଇଛନ୍ତି । ବିଇଓ ଗୁରୁବାର…

ରାସ୍ତା ଉପରେ ଜମୁଛି ନର୍ଦ୍ଦମା ପାଣି, ସ୍ଥାୟୀ ସମାଧାନ ଦାବିରେ ଜିଲାପାଳଙ୍କୁ ଭେଟି…

ଅମରପାଲି,୨ା୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଗ୍ରାମ ଦେଇ ଯାଇଥିବା ପୂର୍ତ୍ତ ବିଭାଗର ମୁଖ୍ୟ ରାସ୍ତା ଏବେ ସ୍ଥାନୀୟ ଲୋକଙ୍କ ପାଇଁ ଦୁର୍ଦ୍ଦଶାର…

କୂଳ ଲଂଘୁଛି ସମୁଦ୍ର ଜୁଆର, ଜିଲାପାଳ ଅଫିସ ଘେରାଉ କରିବାକୁ ଅଞ୍ଚଳବାସୀ ସଜବାଜ

ଗଞ୍ଜାମ,୨ା୭(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୂଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ମାସ ହେଲା ବେଳାଭୂମି ଦ୍ରୁତଗତିରେ ଅବକ୍ଷୟ…

ସ୍କୁଟି ଚାଳକଙ୍କୁ ଚାପିଦେଲା ମୋରମ ବୋଝେଇ ହାଇଓ୍ବା, ଲୋକେ ଚକାତଳୁ ମୃତଦେହ କାଢ଼ି…

ପୁରୁଷୋତ୍ତମପୁର,୨ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ଭାଟକୁମରଡ଼ା କଲେଜ ନିକଟରେ ଏକ ହାଇଓ୍ବା ଦ୍ରୁତଗତିରେ ଆସି ସ୍କୁଟିକୁ ଧକ୍କାଦେଇଥିଲା। ଫଳରେ…

ମା-ମାମୁ ମୋବାଇଲ ଛଡ଼ାଇ ନେବାରୁ ବିଷ ପିଇଦେଲେ ନାବାଳିକା

ଉଦଳା,୨ା୭(ସନ୍ତୋଷ କୁମାର ବାଛିନି): ମୋବାଇଲ ଛଡ଼ାଇ ନେଇ ଭାଙ୍ଗି ଦେଲେ ବୋଲି ବିଷ ପିଇଦେଇଛନ୍ତି ଜଣେ ନାବାଳିକା। ଏଭଳି ଘଟଣା ଘଟିଛି ରାଜ ବରହମପୁର ଥାନା ଗଗପାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri