ମାଓବାଦୀ ପ୍ରବଣ ଅଞ୍ଚଳରେ ବିଦେଶୀ ପର୍ଯ୍ୟଟକ

ଦାରିଙ୍ଗବାଡ଼ି,୨୮।୧୨(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଏବେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ଦୈନିକ ହଜାର ସଂଖ୍ୟାରେ ପର୍ଯ୍ୟଟକ ଦାରିଙ୍ଗବାଡ଼ିକୁ ଆସୁଛନ୍ତି। ମଝିରେ ମଝିରେ ବିଦେଶୀ ପର୍ଯ୍ୟଟକ ମଧ୍ୟ ଏଠାକୁ ଆସୁଛନ୍ତି। ଶୁକ୍ରବାର କାନାଡାର ୬ଜଣ ପର୍ଯ୍ୟଟକ ଦାରିଙ୍ଗବାଡ଼ି ବଜାର ସମେତ ବିଭିନ୍ନ ପର୍ଯ୍ୟଟନକେନ୍ଦ୍ର ବୁଲି ମଜା ନେବା ସହ ରାସ୍ତାକଡ ଦୋକାନରେ ଚା’ ପିଇଥିଲେ। ମାତ୍ର ଏନେଇ ପୋଲିସ ପାଖରେ ସୂଚନା ନ ଥିଲା। ୨୦୧୨ରେ ଦାରିଙ୍ଗବାଡି ଆସିଥିବା ୨ଇଟାଲୀୟ ପର୍ଯ୍ୟଟକଙ୍କୁ ମାଓବାଦୀମାନେ ଅପହରଣ କରି ନେଇଥିଲେ। ଏହାପରେ ସରକାର ମାଓବାଦୀପ୍ରବଣ ଅଞ୍ଚଳକୁ ବିଦେଶୀ ପର୍ଯ୍ୟଟକଙ୍କ ଗସ୍ତ ନେଇ ଗାଇଡଲାଇନ ଜାରି କରିଥିଲେ। ଏବେ ଗାଇଡଲାଇନକୁ କଡାକଡି ପାଳନ କରାଯାଉ ନ ଥିବାରୁ ଏହାର ପୁନରାବୃତ୍ତି ଘଟିବା ଆଶଙ୍କା ଦେଖାଦେଇଛି।
ମିଳିଥିବା ସୂଚନା ପ୍ରକାରେ, ଉକ୍ତ ବିଦେଶୀ ପର୍ଯ୍ୟଟକମାନେ ଅନୁସୂଚିତ ଜନଜାତିଙ୍କ ସମ୍ପର୍କରେ ଜାଣିବା ପାଇଁ ଏହି ଟୁର୍‌ କରିଛନ୍ତି। କନ୍ଧମାଳ ଜିଲା ସମେତ କୋରାପୁଟ, ମାଲକାନାଗିରି, ଲମତାପୁଟ, ନବରଙ୍ଗପୁର ଆଦି ଅଞ୍ଚଳର ଜନଜାତିଙ୍କ ସମ୍ପର୍କରେ ଜାଣିବା ପାଇଁ ବିଭିନ୍ନ ବଜାର ସମେତ ସାପ୍ତାହିକ ହାଟ, ଦୁର୍ଗମ ଗ୍ରାମ ବୁଲୁଛନ୍ତି। ଏହି ବିଦେଶୀ ପର୍ଯ୍ୟଟକଙ୍କ ମଧ୍ୟରେ ସି. ଜୁଲି, ବି. ଡି. ଆଲକ୍‌ଜାଣ୍ଡାର, ଏମ. ସେଲି ମେ, ଆର୍‌. ଷ୍ଟେପିନ ମେରୀ, ବି. ଲେଜଲେ ଆନ୍‌, ବି. ତିମଥି ଜୋହନ ରହିଛନ୍ତି। ହେଲେ ଏନେଇ ସ୍ଥାନୀୟ ପୋଲିସ ନିକଟରେ କୌଣସି ସୂଚନା ନ ଥିବା ଦାରିଙ୍ଗବାଡି ଆଇଆଇସି କୌଶିକ ମାଝୀ କହିଛନ୍ତି। ପର୍ଯ୍ୟଟକ କିମ୍ବା ସେମାନେ ରହୁଥିବା ହୋଟେଲ ପକ୍ଷରୁ ଦାରିଙ୍ଗବାଡ଼ିରେ ବୁଲିବା ପାଇଁ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ। ଏନେଇ ଆଇଆଇସି ମାଝୀ କହିଛନ୍ତି ଯେ, ବିଦେଶୀ ପର୍ଯ୍ୟଟକ ଦାରିଙ୍ଗବାଡ଼ିକୁ ପହଞ୍ଚତ୍ବା ପୂର୍ବରୁ ତାଙ୍କୁ ସୂଚନା ଦିଆଯିବା ନିୟମ ରହିଛି। ମାତ୍ର ସୂଚନା ମିଳିନାହିଁ। ବିଦେଶୀ ପର୍ଯ୍ୟଟକ କେଉଁସବୁ ଅଞ୍ଚଳରେ ବୁଲୁଛନ୍ତି ସେଥିପ୍ରତି ନଜର ରଖାଯିବ।
ପ୍ରକାଶ ଥାଉକି, ୨୦୧୨ ମାର୍ଚ୍ଚ ୧୪ରେ ଦାରିଙ୍ଗବାଡ଼ି ଥାନା ଅଞ୍ଚଳର ଗଡାପାକାଲିରେ ୨ଜଣ ଇଟାଲୀୟ ନାଗରିକ ବୁଲୁଥିବାବେଳେ ସେମାନଙ୍କୁ ମାଓବାଦୀମାନେ ଏକ ଝରଣା ନିକଟରୁ ଅପହରଣ କରି ନେଇଥିଲେ। ଦୀର୍ଘଦିନ ପରେ ପ୍ରଥମେ ବାସୁସ୍କୋ ପାଉଲ ଏବଂ ୧୧ଦିନ ପରେ କ୍ଲାଉଡିଓ କେଲାଞ୍ଜୋଲୋଙ୍କୁ ମାଓବାଦୀମାନେ ରାଜ୍ୟ ସରକାରଙ୍କ ଠାରୁ ବିଭିନ୍ନ ସର୍ତ୍ତ ରଖିବା ସହ ଚୁକ୍ତିନାମା ପରେ ଛାଡ଼ିଥିଲେ। ସେହି ସମୟରେ ଘଟଣାଟି ଦେଶ ବିଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଦାରିଙ୍ଗବାଡ଼ିକୁ ପର୍ଯ୍ୟଟକ ଆସିବା ଏକପ୍ରକାର ବନ୍ଦ ହୋଇଯାଇଥିଲା। ଏହା ପରେ ମାଓବାଦୀ ପ୍ରବଣ ଅଞ୍ଚଳକୁ ବିଦେଶୀ ନାଗରିକଙ୍କୁ ସୁରକ୍ଷା ଦୃଷ୍ଟିରୁ ଛଡ଼ାଯାଉନଥିଲା। କିଛିବର୍ଷ ପରେ ଜିଲା ପ୍ରଶାସନର ଅନୁମତି ମିଳିବା ପରେ ହିଁ ବିଦେଶୀ ପର୍ଯ୍ୟଟକଙ୍କୁ ମାଓବାଦୀ ପ୍ରବଣ ଅଞ୍ଚଳକୁ ଛଡ଼ାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ରାଜ୍ୟରେ ବଢିବ ତାପମାତ୍ରା, ୨ଦିନରେ ୪୦ ଛୁଇଁବ

ଭୁବନେଶ୍ୱର,୨୮।୩(ଅସମାପିକା ସାହୁ): ମାର୍ଚ୍ଚ ମାସ ଶେଷ ନ ହେଉଣୁ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଗୁରୁବାର ରାଜ୍ୟର ୧୬ଟି ସହରରେ ତାପମାତ୍ରା ୩୮ଡିଗ୍ରୀ ଅତିକ୍ରମ କରିଥିବାବେଳେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି...

ରାଜ୍ୟର ୬ଟି ଲୋକ ସଭା ଆସନରେ କାହାକୁ ଟିକେଟ ଦେବ ବିଜେଡି, ଚର୍ଚ୍ଚାରେ ଏହି ନାଁ

ଭୁବନେଶ୍ୱର,୨୮।୩: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାର ୨୧ଟି ଲୋକ ସଭା ନିର୍ବାଚନ ମଣ୍ଡଳୀ ଭିତରୁ ୧୮ଟି ସ୍ଥାନରେ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ...

ଓଡ଼ିଶା ପାଇଁ ଏପ୍ରିଲ ପ୍ରଥମ ସପ୍ତାହରେ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ

ଭୁବନେଶ୍ୱର,୨୮।୩: ଓଡ଼ିଶା ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା) ୧୮ ଟି ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜୁ ଜନତା ଦଳ(ବିଜେଡି)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri