ଭୁବନେଶ୍ୱର, ୧୬।୯ (କ୍ରୀଡ଼ା ପ୍ରତିନିଧି): ଓଡ଼ିଶାର ଅନ୍ୟତମ ତାରକା ମହିଳା ହକି ଖେଳାଳି ନମିତା ଟପ୍ପୋ ଗୁରୁବାର ଅବସର ଘୋଷଣା କରିଛନ୍ତି। ଭାରତୀୟ ଦଳର ଜଣେ ଦକ୍ଷ ମିଡ୍ଫିଲ୍ଡରଭାବେ ପରିଚିତ ସୁନ୍ଦରଗଡ଼ର ନମିତା ଆଗାମୀ ଦିନରେ ହକି ସହିତ ଜଡ଼ିତ ହୋଇ ରହିବେ ବୋଲି ପ୍ରକାଶ କରିଛନ୍ତି।
”ଗତ ୧୦ ବର୍ଷ ମୋ ଜୀବନର ଶ୍ରେଷ୍ଠ ସମୟ ଥିଲା। ଉଚ୍ଚସ୍ତରରେ ଦେଶ ପକ୍ଷରୁ ଖେଳିବା ପାଇଁ ମୋର ସ୍ବପ୍ନ ଥିଲା। ତାହା ସାକାର ହୋଇଥିବାରୁ ମୁଁ ବହୁତ ଖୁସି। ଏହି ସମୟ ମଧ୍ୟରେ ବ୍ୟକ୍ତିଗତ ପ୍ରଦର୍ଶନ ଦ୍ୱାରା ମୁଁ ପ୍ରଭାବ ପକାଇ ପାରିଥିଲି ବୋଲି ଅନୁଭବ କରୁଛି। ଗତ ଏକ ଦଶନ୍ଧି ମଧ୍ୟରେ ଭାରତୀୟ ମହିଳା ହକି ଦଳ ଯେପରି ଅଗ୍ରଗତି କରିଛି ସେଥିରେ ମୁଁ ଅତ୍ୟନ୍ତ ଉଲ୍ଲସିତ। ମୁଁ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କଲେ ମଧ୍ୟ ଭାରତୀୟ ଦଳକୁ ସମର୍ଥନ ଜାରି ରଖିବି ଏବଂ ଉତ୍ସାହିତ କରିବି। ସାଥି ଖେଳାଳି ଓ ଓଡ଼ିଶା ସରକାରଙ୍କ ସମର୍ଥନ ବିନା ମୁଁ କେବେହେଲେ ସଫଳତା ପାଇପାରି ନ ଥାନ୍ତି। ରାଜ୍ୟ ସରକାର ଆମର ପ୍ରତି ସଫଳତାକୁ ସ୍ବୀକୃତି ଦେଇଛନ୍ତି। ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟ କ୍ରୀଡ଼ା ବିଭାଗକୁ ଧନ୍ୟବାଦ ଜଣାଇବାକୁ ଚାହିଁବି। ଏହା ବ୍ୟତୀତ ମହିଳା ହକିକୁ ଅଯାଚିତ ସମର୍ଥନ ଦେଇ ଆସିଥିବାରୁ ହକି ଇଣ୍ଡିଆ, ସ୍ପୋଟର୍ସ ଅଥରିଟି ଅଫ୍ ଇଣ୍ଡିଆ, କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଏବଂ ସମସ୍ତ କୋଚ୍ଙ୍କୁ ଧନ୍ୟବାଦ ଜଣାଉଛି“ ବୋଲି ନମିତା କହିଛନ୍ତି।
ଦରଦୀ ମଣିଷ
ଭାରତୀୟ ମହିଳା ହକି କୋଚ୍ ଜାନେକ ସ୍କୁପମାନ ମଧ୍ୟ ନମିତାଙ୍କ ଅବଦାନକୁ ମନେ ପକାଇଛନ୍ତି। ”ଭାରତୀୟ ହକିକୁ ନମିତାଙ୍କ ଅବଦାନ ଅନେକ। ପଡ଼ିଆରେ ଶ୍ରେଷ୍ଠ ପ୍ରଦର୍ଶନ ସହ ସେ ଯୁବବର୍ଗଙ୍କ ପାଇଁ ରୋଲ ମଡେଲ ସାଜି ପାରିଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ସବୁ ଖେଳାଳି ଦେଶ ପକ୍ଷରୁ ୧୬୮ ମ୍ୟାଚ ଖେଳିବା ସୁଯୋଗ ପାଇ ନ ଥାନ୍ତି। ମାତ୍ର ନମିତା ତାହା କରି ଦେଖାଇଛନ୍ତି। ଶ୍ରେଷ୍ଠ ଖେଳାଳି ବ୍ୟତୀତ ନମିତା ଜଣେ ଦରଦୀ ମଣିଷ ବୋଲି ମୁଁ ଜାଣେ। ସେ ଜଣେ ବିଚାରବନ୍ତ ଏବଂ ସର୍ବଦା ଦଳକୁ ପ୍ରାଥମିକତା ଦେଇଥାନ୍ତି“ ବୋଲି ସ୍କୁପମାନ କହିଛନ୍ତି। ହକି ଇଣ୍ଡିଆ ମଧ୍ୟ ନମିତାଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇଛି। ଭବିଷ୍ୟତ କାର୍ଯ୍ୟପନ୍ଥା ପାଇଁ ହକି ଇଣ୍ଡିଆ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

