Posted inଖେଳ

ମହିଳା କ୍ରିକେଟ ବିଶ୍ୱକପ: କୌଣସି ଦଳ ଫେଭରାଇଟ୍‌ ନୁହଁନ୍ତି: ମିଥାଲି

ନୂଆଦିଲ୍ଲୀ, ୫।୫-
ଆସନ୍ତା ବର୍ଷ ପ୍ରାରମ୍ଭରେ ମହିଳା କ୍ରିକେଟ ବିଶ୍ୱକପ ଅନୁଷ୍ଠିତ ହେବ । ମାତ୍ର କୋଭିଡ୍‌-୧୯ ଯୋଗୁ ଏହି ମେଗା ଇଭେଣ୍ଟ ପାଇଁ କୌଣସି ଦଳ ପ୍ରସ୍ତୁତି ଆରମ୍ଭ କରିପାରି ନାହାନ୍ତି। ତେଣୁ ଆଗାମୀ ଟୁର୍ନାମେଣ୍ଟ ପାଇଁ କୌଣସି ଦଳ ଫେଭରାଇଟ ନୁହନ୍ତି, ପ୍ରତିଯୋଗିତା ସମସ୍ତଙ୍କ ପାଇଁ ଓପନ ରହିବ ବୋଲି ଅନୁଭବ କରୁଛନ୍ତି ଭାରତୀୟ ଦଳର ଅଧିନାୟିକା ମିଥାଲି ରାଜ। ”ଏବେ ଟ୍ରେନିଂ ବନ୍ଦ, ଜିମ୍‌କୁ ଯିବା ମଧ୍ୟ ମନା। ତେଣୁ ୨୦୨୧ ଆଇସିସି ମହିଳା ବିଶ୍ୱକପ ପାଇଁ କେହି ଫେଭରାଇଟ ବିବେଚିତ ହେବେନାହିଁ। ତେଣୁ ଭାରତ ପାଇଁ ମଧ୍ୟ ସୁଯୋଗ ରହିବ“ ବୋଲି ମିଥାଲି କହିଛନ୍ତି। ୨୦୧୭ ବିଶ୍ୱକପର ଫାଇନାଲରେ ଭାରତ ଦୁର୍ଭାଗ୍ୟଜନକଭାବେ ଇଂଲଣ୍ଡଠାରୁ ହାରିଯାଇଥିଲା। ଏଥର କିନ୍ତୁ ଦଳ ପୂର୍ବାପେକ୍ଷା ଶକ୍ତିଶାଳୀ। ”ଆମକୁ ଏବେ କୌଣସି ଦଳ ହାଲ୍‌କାଭାବେ ନେଇ ପାରିବେ ନାହିଁ। କ୍ରମାଗତଭାବେ ଆମେ ବିଶ୍ୱର ଶ୍ରେଷ୍ଠ ଦଳଗୁଡ଼ିକୁ ହରାଇ ଆସୁଥିବାରୁ ଖେଳାଳିଙ୍କ ଆତ୍ମବିଶ୍ୱାସ ବଢ଼ିଛି। ଆମେ ମଧ୍ୟ ଯେ କୌଣସି ଦଳକୁ ହରାଇ ପାରିବା ହୃଦ୍‌ବୋଧ ହୋଇଛି“ ବୋଲି ମିଥାଲି ପ୍ରକାଶ କରିଛନ୍ତି।
ଆୟୋଜକ ନ୍ୟୁଜିଲାଣ୍ଡ ସମେତ ଆଇସିସି ମହିଳା ଚାମ୍ପିୟନଶିପ୍‌ର ଶ୍ରେଷ୍ଠ ୪ ଦଳଭାବେ ଭାରତ ସ୍ବାଭାବିକଭାବେ ବିଶ୍ୱକପ ଯୋଗ୍ୟତା ହାସଲ କରିଛି। ଭାରତ ୨୦୦୫ ଓ ୨୦୧୭ରେ ଫାଇନାଲରେ ପ୍ରବେଶ କରିଥିଲେ ହେଁ ଟାଇଟଲ ହାସଲରୁ ବଞ୍ଚତ୍ତ ହୋଇଥିଲା। ନିଜ ନେତୃତ୍ୱରେ ଭାରତକୁ ବିଶ୍ୱକପ ଜିତାଇବାକୁ ଚାହାନ୍ତି ମିଥାଲି। ଟି୨୦ କ୍ରିକେଟରୁ ଅବସର ନେଇ ସେ କେବଳ ଏକଦିବସୀୟ କ୍ରିକେଟ ଉପରେ ଫୋକସ କରୁଛନ୍ତି। ଗୋଟିଏ ଫର୍ମାଟରେ ଖେଳୁଥିବାରୁ ଟୁର୍ନାମେଣ୍ଟ ପାଇଁ ଫିଟ୍‌ନେସ ବଜାୟ ରଖିବା କେତେ ଗୁରୁତ୍ୱପୂର୍ଣ୍ଣ ତାହା ସେ ଭଲଭାବେ ଜାଣନ୍ତି। ” ମୋ ବୟସରେ ଫିଟ୍‌ନେସ ବଜାୟ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ ନିଜ ଉପରେ ମୋ ଭରସା ରହିଛି । ଏବେ ମଧ୍ୟ ଅନେକ କିଛି କରିବାର ମନୋବଳ ମୋ ନିକଟରେ ଅଛି। ରିଦିମ ପାଇଁ ମୁଁ କିଛି ସେସନ ଅଭ୍ୟାସ ଆବଶ୍ୟକ କରୁଛି“ ବୋଲି ମିଥାଲି ପ୍ରକାଶ କରିଛନ୍ତି। ୨୦୧୭ ବିଶ୍ୱକପର ଫାଇନାଲରେ ଇଂଲଣ୍ଡ ୭ ଉଇକେଟ ହରାଇ ୨୨୮ରନ କରିଥିବାବେଳେ ଭାରତ ୪୮.୪ ଓଭରରେ ୨୧୯ ରନରେ ଅଲଆଉଟ ହୋଇ ମାତ୍ର ୯ ରନରେ ପରାଜିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଜୟ ହଜାରେ ଟ୍ରଫି: ଉତ୍ତର ପ୍ରଦେଶ-ମୁମ୍ବାଇ ଫାଇନାଲ

ନୂଆଦିଲ୍ଲୀ, ୧୨।୩-ଚଳିତ ବିଜୟ ହଜାରେ ଟ୍ରଫି ଘରୋଇ ଦିନିକିଆ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ଉତ୍ତର ପ୍ରଦେଶ ଓ ମୁମ୍ବାଇ ମଧ୍ୟରେ ଅନୁଷ୍ଠିତ ହେବ। ଗୁରୁବାର ଅନୁଷ୍ଠିତ...

ଇଂଲଣ୍ଡକୁ ମିଳିଲା ନୂଆ ହିରୋ

ବର୍ମିଂହାମ,୧୪।୭: ସାମ୍ନାରେ ଥାଏ ୩୩୨ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ। ତା’ ସାଙ୍ଗକୁ ହାସନ ଅଲି, ହାରିସ ରଫ ଓ ଶାହିନ ଆଫ୍ରିଦୀଙ୍କ ଭଳି ଘାତକ...

ପୁଣି ଥରେ ବର୍ଣ୍ଣବୈଷମ୍ୟ ଅଭିଯୋଗ ଆଣିଲେ ସିରାଜ, ଷ୍ଟାଣ୍ଡ୍‌ରୁ ହଟିଲେ ଦର୍ଶକ

ସିଡ୍‌ନୀ,୧୦।୧- ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଚାଲିଥିବା ତୃତୀୟ ତଥା ସିଡ୍‌ନୀ ଟେଷ୍ଟର ତୃତୀୟ ଦିନ ଭଳି ରବିବାର ମଧ୍ୟ ଫିଲ୍ଡରେ ଘଟିଛି ଅସ୍ବାଭାବିକ ଘଟଣା।...

‘ମନ୍ଥର ହେବ ନାହିଁ ଭାରତୀୟ ଅର୍ଥନୀତି’

ନୂଆଦିଲ୍ଲୀ,୨୨ା୩: ବର୍ତ୍ତମାନ ସମୟରେ ଦେଖାଦେଇଥିତ୍ବା ବିଶ୍ୱ ଭୌଗୋଳିକ ପରିସ୍ଥିତି ସବୁ ରାଷ୍ଟ୍ର ପାଇଁ ଚିନ୍ତାର କାରଣ ପାଲିଟିଛି। ଏପରିକି ଜାତୀୟ ଓ ଅନ୍ତର୍ଜାତୀୟ ସମସ୍ୟା ଓ...

କିଙ୍ଗ୍‌ କୋହଲିଙ୍କୁ ମାଇଲ୍‌ ପଛରେ ଛାଡ଼ିଲେ ବାବର

ବର୍ମିଂହାମ,୧୩।୭: ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇ ଦିନିକିଆ ମ୍ୟାଚ୍‌ ବିଫଳ ହେବା ପରେ ପାକିସ୍ତାନ ଅଧିନାୟକ ବାବର ଆଜାମ ମଙ୍ଗଳବାର ଖେଳିଛନ୍ତି କ୍ୟାରିୟରର ଶ୍ରେଷ୍ଠ ଇନିଂସ।...

ଚେନ୍ନାଇକୁ ୧୫୪ ରନ୍‌ର ଟାର୍ଗେଟ ଦେଲା ପଞ୍ଜାବ

ଦୁବାଇ,୧।୧୧:ଆଇପିଏଲ ୨୦୨୦ର ୫୩ତମ ମ୍ୟାଚରେ ଦୀପକ ହୁଡାଙ୍କ ଚମତ୍କାର ବ୍ୟାଟିଂ ବଳରେ ଚେନ୍ନାଇ ସୁପର କିଙ୍ଗ୍ସ ସମ୍ମୁଖରେ କିଙ୍ଗ୍ସ ଏକାଦଶ ପଞ୍ଜାବ ୧୫୪ ରନ ବିଜୟ...

ବାସନ୍ଦ ହୋଇପାରନ୍ତି କୋହଲି!

ଚେନ୍ନାଇରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଟିମ ଇଣ୍ଡିଆ ୩୧୭ ରନରେ ଇଂଲଣ୍ଡକୁ ପରାସ୍ତ କରିଛି। ଫଳରେ ୪ଟି ଟିକିଆ ଟେଷ୍ଟ ମ୍ୟାଚ୍‌ ଏବେ ୧-୧ ରେ...

ପୁଣି ଭାରତକୁ ପାକିସ୍ତାନର ଧମକ, ‘ଏସିଆ କପ୍‌ ସ୍ଥାନାନ୍ତରିତ ହେଲେ…’

ନୂଆଦିଲ୍ଲୀ,୩।୧୨: ଏସିଆ କପ୍‌ ୨୦୨୩କୁ ନେଇ ପୁଣିଥରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)କୁ ଧମକ ଦେଇଛି ପାକିସ୍ତାନ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ପିସିବି)। ଭାରତୀୟ ଟିମ୍‌ ଯଦି...

Advertisement
Archives

Model This Week