ମହିଳାଙ୍କୁ ହତ୍ୟା ଅଭିଯୋଗ, ସ୍ବାମୀ ଅଟକ

ଭଞ୍ଜନଗର,୭।୩(ଡି.ଏନ୍‌.ଏ.): ଭଞ୍ଜନଗର ଥାନା ବାଲିଆପଟାର ବସୁମତି ନାୟକ (୨୮)ଙ୍କୁ ଶୁକ୍ରବାର ରାତିରେ ଶାଶୁଘର ଲୋକେ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଶନିବାର ସକାଳେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ହସ୍‌ପିଟାଲକୁ ପଠାଇଛି। ନଂ.୯୭/୨୦ରେ ଏକ ହତ୍ୟା ମାମଲା ରୁଜୁକରି ସ୍ବାମୀଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଚଳାଇଛି।
ପ୍ରକାଶ ଯେ, ତାର୍‌ସିଂ ଥାନା ବୁରପଲ୍ଲୀର ବସୁମତି ୧୨ ବର୍ଷ ପୂର୍ବେ ବାଲିଆପଟାର ସନ୍ୟାସିଙ୍କୁ ବିବାହ କରିଥିଲେ। ସେମାନଙ୍କର ୨ ସନ୍ତାନ ଅଛନ୍ତି। ସନ୍ୟାସୀ ବସୁମତିଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ଏନେଇ ଦୁଇବର୍ଷ ପୂର୍ବେ ଥାନାରେ ବସୁମତି ଅଭିଯୋଗ ପରେ ଘଟଣାର ସମାଧାନ ହୋଇଥିଲା। ଶୁକ୍ରବାର ରାତିରେ ବସୁମତି ମୃତ୍ୟୁବରଣ କରିଥିଲେ। କିନ୍ତୁ ସନ୍ୟାନୀ ଶନିବାର ସକାଳେ ଏନେଇ ଶଶୁର ଘରକୁ ସୂଚନା ଦେଇଥିଲେ। ବସୁମତିଙ୍କ ଭାଇ ଓ ମା’ ସକାଳେ ବାଲିଆପଟାରେ ପହଞ୍ଚତ୍ଥିଲେ। ବସୁମତି ରଶି ଲଗାଇ ଝୁଲି ରହିଥିବାବେଳେ ଗୋଡ଼ ଦୁଇଟି ତଳେ ଲାଗିଥିବା ଦେଖିଥିଲେ। ଏହାପରେ ବସୁମତିଙ୍କ ମା’ ଝିଅଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯିବା ପରେ ପ୍ରମାଣନଷ୍ଟ ପାଇଁ ଝୁଲାଇ ଦିଆଯାଇଥିବା ଥାନାରେ ଅଭିଯୋଗ କରିଥିଲେ। ଏଥିରେ ତାଙ୍କ ସ୍ବାମୀ, ଶାଶୁ ଓ ଦିଅର ଜଡ଼ିତ ଅଛନ୍ତି ବୋଲି ଅଭିଯୋଗ ହୋଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ନିଦରୁ ଉଠିଲେ ମହାପ୍ରଭୁ, ଆରମ୍ଭ ହେଲା ଶୁଭକାଳ

ପୁରୀ ଅଫିସ, ୯ା୧୧: ରଥଯାତ୍ରା ପରେ ହରିଶୟନ ଏକାଦଶୀରେ ନିଦ୍ରା ଯାଇଥିଲେ ମହାପ୍ରଭୁ। ଚାରି ମାସ ପରେ କାର୍ତ୍ତିକ ଶୁକ୍ଳ ଏକାଦଶୀରେ ମହାପ୍ରଭୁ ନିଦରୁ ଉଠିଛନ୍ତି। ଏହି...

ଓଜେଏସ୍‌ରେ ସତ୍ୟବାଦୀରୁ ଦେବାନଙ୍କ ସଫଳତା

ସାକ୍ଷୀଗୋପାଳ,୧୩।୩(ସ୍ବ.ପ୍ର.): ସିଭିଲ୍‌ ଜଜ୍‌ ପଦରେ ନିଯୁକ୍ତି ପାଇଁ ଓଜେଏସ୍‌ ପରୀକ୍ଷାରେ ପୁରୀ ଜିଲା ସତ୍ୟବାଦୀ ଅଞ୍ଚଳର ଦେବାନ ସତ୍ୟଦର୍ଶୀ ନନ୍ଦ ସଫଳତା ହାସଲ କରିଛନ୍ତି। ମେଧା...

ସାବୁନ ବାଣ୍ଟିଲେ ମହିଳା ଗ୍ରୁପ

ବାହାନଗା, ୩ା୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଖରାସାହାପୁର ପଞ୍ଚାୟତର ବ୍ରହ୍ମପୁର ଗ୍ରାମରେ ଥିବା ମହାଲକ୍ଷ୍ମୀ ମହିଳା ଏସଏଚ୍‌ଜି ଦ୍ୱାରା କରୋନା ସତର୍କତା ନିମନ୍ତେ ଏକ ସଚେତନତା...

କୋକସରା ବ୍ଲକରେ ଅଭିଯୋଗ ଜନଶୁଣାଣି: ସ୍କୁଲ ପରିଦର୍ଶନ, ପିଲାଙ୍କୁ ପାଠପଢ଼ାଇଲେ ଜିଲାପାଳ

କୋକସରା,୧୧।୯(ଡି.ଏନ.ଏ.)-କଳାହାଣ୍ଡି ଜିଲା କୋକସରା ବ୍ଲକଠାରେ ମଙ୍ଗଳବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। କୋକସରା ବିଡିଓ ବସନ୍ତ କୁମାର ସେଠୀ ଓ ବ୍ଲକ ଅଧ୍ୟକ୍ଷା...

କଚ୍ଛପ ଗତିରେ ଚାଲିଛି ଟିକିରା ସେତୁ ନିର୍ମାଣ : ୧୫ ମାସରେ ୧୦ ପ୍ରତିଶତ କାର୍ଯ୍ୟ

ତାଳଚେର, ୧୮ା୭(ନି.ପ୍ର.) – କଣିହଁ। ବ୍ଲକର ୧୦ରୁ ଊର୍ଦ୍ଧ୍ୱ ପଞ୍ଚାୟତବାସୀଙ୍କ ଲାଇଫ୍‌ ଲାଇନ କୁହାଯାଉଥିବା ଟିକରା ସେତୁ କାର୍ଯ୍ୟ କଚ୍ଛପ ଗତିରେ ଚାଲିଛି। ନିର୍ମାଣ ଦାୟିତ୍ୱ...

ପାଟପୁରରେ ସଟ୍‌ଡାଉନ୍‌ ସ୍ଥିତି ପରଖିଲେ ଗଞ୍ଜାମ ଏସ୍‌ପି

ଦିଗପହଣ୍ଡି/ପାଟପୁର,୯ା୪(ଡି.ଏନ୍‌.ଏ.) : ଗଞ୍ଜାମ ଏସ୍‌ପି ବ୍ରିଜେଶ ରୟ ଗୁରୁବାର ମଧ୍ୟାହ୍ନରେ ପାଟପୁର ଅଞ୍ଚଳ ପରିଦର୍ଶନ କରି ସଟ୍‌ଡାଉନ୍‌ ସ୍ଥିତି ପରଖିଛନ୍ତି। ପାଟପୁର ଗାନ୍ଧୀ ଛକରେ ପହଞ୍ଚି...

‘ସରକାରଙ୍କ ତ୍ରୁଟି ଯୋଗୁ ୨୩ ଗାଁର ଜମି ଜଗନ୍ନାଥଙ୍କ ନାମରେ’

ଭୁବନେଶ୍ୱର,୧୩ା୨(ବ୍ୟୁରୋ): ସେଟଲ୍‌ମେଣ୍ଟ ଅଫିସରଙ୍କ ତ୍ରୁଟି ଯୋଗୁ ଜଟଣୀ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୨୩ଟି ଗଁ।ର ସାଧାରଣ ଲୋକଙ୍କ ସ୍ଥିତିବାନ ସମ୍ପତ୍ତି ଏବେ ଜଗନ୍ନାଥଙ୍କ ଜମିରେ ପରିଣତ...

ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ ମାମଲା: ହାଇକୋର୍ଟରେ ସିବିଆଇର ଚାର୍ଜଶିଟ୍‌ ଦାଖଲ

କଟକ ଅଫିସ, ୨୨ା୮: ରୋଜଭ୍ୟାଲି ଚିଟ୍‌ଫଣ୍ଡ ମାମଲାର ଶୁଣାଣି ବୁଧବାର ହାଇକୋର୍ଟରେ ହୋଇଥିଲା। ଏଥିରେ ସିବିଆଇ ଚାର୍ଜଶିଟ୍‌ ଦାଖଲ କରିଛି। ତେବେ ତଦନ୍ତରୁ କ’ଣ ମିଳିଛି...

Advertisement


Archives

Model This Week

Why Dharitri