ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ଯୁବକ ଗିରଫ

ଚିତ୍ରଡା,୧୮ା୧(ଡି.ଏନ.ଏ.)- ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଞ୍ଚଳରେ ଜନୈକା ୬୫ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଦିଲ୍ଲୀପ ହାଁସଦା (୨୫)। ପୋଲିସ ସୂଚନା ଅନୁଯାୟୀ, ଗୁରୁବାର ସାରେ ପୀଡିତା ମହିଳା ଛେଳି ଆଣିବା ପାଇଁ ପାଖ ଜଙ୍ଗଲକୁ ଯାଇଥିଲେ। ସେଠାରେ ତାଙ୍କୁ ଏକୁଟିଆ ପାଇ ଦିଲ୍ଲୀପ ଜୋର ଜବରଦସ୍ତ ବଳାତ୍କାର କରିଥିଲେ। ବଳାତ୍କାର ପରେ ଅଭିଯୁକ୍ତ ମହିଳାଙ୍କ ବେକକୁ ଛେଳି ବନ୍ଧା ପ୍ଲାଷ୍ଟିକ ଦୌଡ଼ିରେ ଚାପି ମାରି ଦେବାକୁ ଉଦ୍ୟମ କରିଥିଲେ। ପୀଡିତା ଅଭିଯୁକ୍ତଙ୍କ ଡାହାଣ ହାତକୁ କାମୁଡ଼ି ଦେବା ସହ ଜୋରରେ ପାଟି କରିବାରୁ ସ୍ଥାନୀୟ ଲୋକମାନେ ଆସି ତାଙ୍କୁ ଉଦ୍ଧାର କରିଥିଲେ। ଲୋକଙ୍କୁ ଦେଖି ଅଭିଯୁକ୍ତ ଘଟଣାସ୍ଥଳରୁ ପଳାଇ ଯାଇଥିବା ବେଳେ ସେଠାରେ ତାଙ୍କ ମୋବାଇଲ, ଚଷମା ଓ ଚପଲ ଛାଡି ଯାଇଥିଲେ। ସକାଳେ ପୀଡିତାଙ୍କ ପରିବାର ଲୋକେ ଅଭିଯୁକ୍ତଙ୍କ ଘରକୁ ଯାଇ ଘଟଣା ବିଷୟରେ ପଚାରିବାରୁ ଅଭିଯୁକ୍ତ ଖସି ପଳାଇ ଯିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ଗ୍ରାମବାସୀ ତାଙ୍କୁ କାବୁ କରି ପୋଲିସକୁ ହସ୍ତାନ୍ତର କରିଥିଲେ। ଏନେଇ ମୋରଡ଼ା ଥାନାରେ ଏକ ମାମଲା(ନଂ.୫/୨୦୨୦) ରୁଜୁ ହୋଇଛି। ପୀଡିତାଙ୍କୁ ଡାକ୍ତରୀମାଇନା ପାଇଁ ପିଆରଏମ ମେଡିକାଲକୁ ପଠାଯାଇଛି। ଡାକ୍ତରୀମାଇନା ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ଗୋବିନ୍ଦ ଚନ୍ଦ୍ର ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଷ୍ଟ ପିଅନଙ୍କୁ କରୋନା

ଚିତ୍ରଡ଼ା,୨୨ା୭(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଞ୍ଚଳର ଜଣେ ପୋଷ୍ଟ ପିଅନ କରୋନା ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ହୋଇ ପଡ଼ିଛନ୍ତି।...

ମହିଳା ଗୋଷ୍ଠୀଙ୍କ ପରିବା ଚାଷ :କ୍ଷେତ ପରିଦର୍ଶନ କଲେ ଜିଲାପାଳ

ଖୁଣ୍ଟା,୨୩ା୭(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଅଧୀନ ବଡ଼ପଥରା ପଞ୍ଚାୟତ ଚାପଲଡ଼ିହି ଗ୍ରାମରେ ମହିଳା ଗୋଷ୍ଠୀ ଚାଷ କରି ବେଶ ଲାଭବାନ ହୋଇ ପାରିଛନ୍ତି। ଗୁରୁବାର...

ପୋଖରୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ଠାକୁରମୁଣ୍ଡା,୨୨।୧୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଭରାଣ୍ଡିହା ପଞ୍ଚାୟତ ଦିରିବ ଗ୍ରାମ ପୋଖରୀରୁ ଶୁକ୍ରବାର ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ...

୩୧ଯାଏ ସର୍ବସାଧାରଣଙ୍କୁ ସରକାରୀ କାର୍ଯ୍ୟାଳୟ ମନା

ବାରିପଦା ଅଫିସ, ୨୫ା୭-କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ୩୧ତାରିଖ ଯାଏ ଜିଲାରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟକୁ ସର୍ବସାଧାରଣ ପ୍ରବେଶ କରିପାରିବେ ନାହିଁ। ଏନେଇ...

ଅପହୃତା ନାବାଳିକା ଉଦ୍ଧାର

ବଡ଼ସାହି,୯ା୧୨(ସ୍ବ.ପ୍ର)-ବଡ଼ସାହି ଥାନା ଅଞ୍ଚଳରୁ ନଭେମ୍ବର ୨୪ତାରିଖରେ ଅପହୃତା ଜଣେ ନାବାଳିକାଙ୍କୁ ପୋଲିସ ଉଦ୍ଧାର କରିବା ସହ ଅପହରଣକାରୀ ଯୁବକଙ୍କୁ କାବୁ କରିଛି। ଅଷ୍ଟମ ଶ୍ରେଣୀରେ ପଢୁଥିବା...

ଗୋରୁ ବୋଝେଇ ଗାଡ଼ି ଜବତ

ରାଇରଙ୍ଗପୁର,୧୭।୬(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ବିଶୋଇ ନିକଟସ୍ଥ ୪୯ନଂ. ଜାତୀୟ ରାଜପଥର ବାଇପାସ୍‌ ଛକରେ ସୋମବାର ରାତିରେ ପୋଲିସ ଏକ ଗୋରୁ ବୋଝେଇ ଗାଡ଼ି ଜବତ କରିଛି।...

ଚିକିତ୍ସା ପାଇଁ ଯାଇଥିବା କଏଦୀ ଅଧାବାଟରୁ ଚମ୍ପଟ

ରାଇରଙ୍ଗପୁର,୨୫ା୭(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଉପକାରାଗାରରେ ଏକ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ଜନୈକ କଏଦୀ ଚିକିତ୍ସା ପାଇଁ ବାରିପଦା ଯାଇ ଫେରିବା...

ପୋତିଦେଲେ ଲକ୍ଷାଧିକ ଟଙ୍କାର ଔଷଧ

ଯଶିପୁର,୧୨ା୧୦(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଯଶିପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଲକ୍ଷାଧିକ ଟଙ୍କାର ଔଷଧ ମାଟି ତଳେ ପୋତି ଦିଆଯାଇଥିବା ଦେଖିବାକୁ ମିଳିଛି। ସରକାର ଜନସାଧାରଣଙ୍କ ବୃହତ...

Coronavirus Update

Archives

Model This Week

Why Dharitri