ମହାରାଷ୍ଟ୍ରରେ ବନ୍ଧା ପଡ଼ିଛନ୍ତି ଦୁଇ ଦାଦନ, ଫେରାଇ ଆଣିବାକୁ ପ୍ରଶାସନ ନିକଟରେ ପରିବାର ଲୋକଙ୍କ ନିବେଦନ

ଭବାନୀପାଟଣା,୧୩।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାର ୨ ଜଣ ଦାଦନ ମହାରାଷ୍ଟ୍ରରେ ବନ୍ଧା ପଡ଼ିଥିବା ଅଭିଯୋଗ ହୋଇଛି। ଦାଦନଙ୍କ ମୁକ୍ତି ପାଇଁ ତାଙ୍କ ପରିବାର ଲୋକେ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି।
ପ୍ରକାଶ ଯେ, କାମଧନ୍ଦା ଅନ୍ବେଷଣ ଏବଂ ଅଧିକ ଆୟ ଲୋଭରେ ଦଲାଲଙ୍କ କଥାରେ ଭାସି ଯାଇ କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ହାରାମାଲ ଗାଁର ଆଠଜଣ ବ୍ୟକ୍ତି ମହାରାଷ୍ଟ୍ରକୁ ଦାଦନ ଖଟିବାକୁ ଯାଇଥିଲେ। ଜଣେ ଦଲାଲ ଟଙ୍କାର ପ୍ରଲୋଭନ ଦେଖାଇ ୮ ଯୁବକଙ୍କୁ ମହାରାଷ୍ଟ୍ରର ପୁଣେକୁ ନେଇଥିଲେ। ସେଠାରେ ଠିକାଦାରଙ୍କ ନିର୍ଯାତନା ସହି ନ ପାରି କୌଣସି ପ୍ରକାରେ ୬ ଜଣ ଖସି ଆସିଥିଲେ। ତେବେ ଅନ୍ୟ ୨ ଜଣ ସେଠାରେ ବନ୍ଧା ପଡ଼ିଛନ୍ତି। ସେମାନେ ହେଲେ ହାରାମାଲ ଗାଁର ନରୋତ୍ତମ ଶବର (୩୦) ଓ ବ୍ରାହ୍ମଣକେନ୍ଦୁଗୁଡାର ରୁପେନ୍ଦ୍ର ମାଝି (୧୮)। ଦଲାଲଙ୍କ ସହିତ ପରିବାରବର୍ଗ ଯୋଗାଯୋଗ କରିଥିଲେ ହେଁ ସେ ଫୋନ୍‌ ଉଠାଉ ନାହାନ୍ତି। ଠିକାଦାରଙ୍କ କବଳରୁ ଫେରି ଆସିଥିବା ଅନ୍ୟ ୬ ଜଣ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି। ନରୋତ୍ତମ ଓ ରୂପେନ୍ଦ୍ରଙ୍କୁ ଦାଦନ ଦଲାଲ ୫୦ ହଜାର ଟଙ୍କାରେ ବିକ୍ରି କରି ଦେଇଥିବା ଶ୍ରମିକମାନେ ପ୍ରକାଶ କରିଛନ୍ତି। ତେବେ ବନ୍ଧା ପଡ଼ିଥିବା ନରୋତ୍ତମଙ୍କ ସ୍ତ୍ରୀ ପ୍ରମୋଦିନୀ ଓ ଆଈ ପାର୍ବତୀ ଏବଂ ରୁପେନ୍ଦ୍ରଙ୍କ ବାପା ଗୁରୁବାରୁ ମାଝି ଓ ସମ୍ପର୍କୀୟ ଶୁକଲ ଜିଲାପାଳ ଡ. ଗାଭାଲି ପରାଗ ହର୍ଷଦ, ଏସ୍‌ପି ବି.ଗଙ୍ଗାଧର ଏବଂ ଉପ ଶ୍ରମଆୟୁକ୍ତଙ୍କଠାରେ ଫେରାଦ ହୋଇ ଦାଦନଙ୍କୁ ଫେରାଇ ଆଣିବା ନିମନ୍ତେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରିଲା ପ୍ରଥମଦିନର ପରୀକ୍ଷା: କେହି ବି କପି କରି ପଡ଼ିନାହାନ୍ତି ଧରା

ଢେଙ୍କାନାଳ ଅଫିସ,୧୦ା୩: ଚଳିତ ବର୍ଷ ଢେଙ୍କାନାଳ ଜିଲାରେ ୯୬ଟି ପରୀକ୍ଷା କେନ୍ଦ୍ରରେ ମୋଟ୍‌ ୧୬ ହଜାର ୧୧୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ୮୧ଟି କେନ୍ଦ୍ରରେ...

ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା: ଭଦ୍ରକର ୧୧୭ କେନ୍ଦ୍ରରେ ୨୩,୫୬୩ ପରୀକ୍ଷାର୍ଥୀ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭଦ୍ରକ ଅଫିସ, ୧୯ା୨- ବୁଧବାରଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା। ଭଦ୍ରକ ଜିଲାର ୭ଟି ବ୍ଲକରେ ମୋଟ ୧୧୭ଟି ପରୀକ୍ଷା କେନ୍ଦ୍ରରେ ୨୩, ୫୬୩ ଜଣ...

ସୁବର୍ଣ୍ଣପୁରରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା

ସୋନପୁର,୫।୬(ନି.ପ୍ର.)-ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶୁକ୍ରବାର ସୁବର୍ଣ୍ଣପୁରର ବିଭିନ୍ନ ମନ୍ଦିରରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ପାଳିତ ହୋଇଯାଇଛି । ଏଥିପାଇଁ ସହରର ଗଡଭିତର ଜଗନ୍ନାଥ ମନ୍ଦିର, ଘୋଡାଘାଟପଡାର ଦଧିବାମନ...

ସ୍କୁଲ ଆସିବାରେ ବିଳମ୍ବ : ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ

ଗୋପାଳପୁର,୧୬ା୯-ବିଦ୍ୟାଳୟକୁ ବିଳମ୍ବରେ ଆସିବା ନେଇ ଶନିବାର ରଙ୍ଗେଇଲୁଣ୍ଡା ବ୍ଲକ ପାର୍ବତୀପୁରସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଉଷାରାଣୀ ଚୌଧୁରୀଙ୍କୁ ନିଲମ୍ବିତ କରାଯାଇଛି। ତାଙ୍କ...

କୂଅରେ ପଡି ବୃଦ୍ଧା ମୃତ

ପାଟଣା,୧୭।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ବୁଢ଼ୀକାପୁଡ଼ି ପଞ୍ଚାୟତ ପୁରନ୍ଦରପୁର ପାତ୍ରସାହିରେ ମଙ୍ଗଳବାର ରାତିରେ ଜଣେ ୭୦ ବର୍ଷୀୟା ବୃଦ୍ଧା କୂଅରେ ପଡ଼ିଯିବାରୁ ତାଙ୍କର ମୃତ୍ୟୁ...

କିଲୋ ୬ ଟଙ୍କାରେ ଶିକ୍ଷୟିତ୍ରୀ ବିକିଲେ ସ୍କୁଲ ବହି

ପାଟପୁର,୨୨ା୧୨-ଗଞ୍ଜାମ ଜିଲା ପାଟପୁର ଗ୍ରାମ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ବହିକୁ ଜଣେ ଶିକ୍ଷୟିତ୍ରୀ ୬ଟଙ୍କା କିଲୋରେ ବିକ୍ରି କରିଥିବା ଶନିବାର ଅଭିଯୋଗ ହୋଇଛି।...

ଔପଦା ମହାବିଦ୍ୟାଳୟରେ ଭିଜିଲାନ୍ସ: ନିଲମ୍ବିତ ହେଲେ ଅଧ୍ୟକ୍ଷ

ବାଲେଶ୍ୱର ଅଫିସ, ୧୮।୧୨-ବାଲେଶ୍ୱର ଜିଲା ଔପଦା ଯୁକ୍ତ ୨ କଲେଜରେ ଅର୍ଥ ହେରଫେର ନେଇ ଅଭିଯୋଗ ହେବା ପରେ ଶୁକ୍ରବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇ...

ଅନିଶ୍ଚିତତାରେ ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ ନିର୍ମାଣ

ସୋନପୁର,୧୯।୧୨(ନି.ପ୍ର.):ସୁବର୍ଣ୍ଣପୁରର ଅତ୍ୟାଧୁନିକ ବସଷ୍ଟାଣ୍ଡ ନିର୍ମାଣ ଅନିଶ୍ଚିତା ମଧ୍ୟରେ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ ହେଁ ଏଥିପ୍ରତି ପରିବହନ...

Advertisement
Archives

Model This Week