ମହଙ୍ଗା ହେବ ପେଟ୍ରୋଲ, ଡିଜେଲ ଗାଡ଼ି କ୍ରୟ;ପଞ୍ଜୀକରଣ, ନବୀକରଣ ବହୁଗୁଣା ବୃଦ୍ଧି

ନୂଆଦିଲ୍ଲୀ,୨୮-୭: କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଗାଡ଼ି କିଣାକୁ ନିରୁତ୍ସାହିତ କରିବା ତଥା ପୁରୁଣା ଗାଡ଼ିଗୁଡ଼ିକୁ ପର୍ଯ୍ୟାୟକ୍ରମେ ସଡ଼କରୁ ହଟାଇବାକୁ ଚାହୁଁଛନ୍ତି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ପାରମ୍ପରିକ ଇନ୍ଧନରେ ଚାଲୁଥିବା ଗାଡ଼ିର ନୂଆ ପଞ୍ଜୀକରଣ ଓ ପୁରୁଣାର ନବୀକରଣ ଚାର୍ଜକୁ ବହୁଗୁଣ ବଢ଼ାଇ ଦେବା ଲାଗି ଚିଠା ବିଜ୍ଞପ୍ତି ଜାରି କରି ପ୍ରସ୍ତାବ ଦେଇଛନ୍ତି। ଏଥିରେ କୁହାଯାଇଛି ଯେ, ନୂଆ ଦୁଇ ଚକିଆ ଯାନ ଲାଗି ପଞ୍ଜୀକରଣ ଚାର୍ଜ ବର୍ତ୍ତମାନର ୫୦ ଟଙ୍କା ବଦଳରେ ୧୦୦୦ ଟଙ୍କା,୩ଚକିଆ ପାଇଁ ୫ହଜାର ଟଙ୍କା(ପୂର୍ବରୁ ୩୦୦ ଟଙ୍କା), ଏଲ୍‌ଏମ୍‌ଭି ବ୍ୟକ୍ତିଗତ(କାର୍‌/ଜିପ୍‌) ୫ ହଜାର ଟଙ୍କା(ପୂର୍ବରୁ ୬ଶହ ଟଙ୍କା), ଏଲ୍‌ଏମ୍‌ଭି କମର୍ସିଆଲ ପାଇଁ ୧୦ହଜାର ଟଙ୍କା(ପୂର୍ବରୁ ୧ ହଜାର ଟଙ୍କା), ମିଡିୟମ ଏବଂ ହେଭି ଭେହିକିଲ୍‌(ଗୁଡ୍ସ ଏବଂ ପାସେଞ୍ଜର) ପାଇଁ ୨୦ ହଜାର ଟଙ୍କା(ପୂର୍ବରୁ ୧୫୦୦ଟଙ୍କା) ଶୁଳ୍କ ଆଦାୟ କରାଯିବ। ୧୫ ବର୍ଷ ପୁରୁଣା ଗାଡ଼ିର ନବୀକରଣକୁ ନିରୁତ୍ସାହିତ କରିବାକୁ ଯାଇ ୨ ଚକିଆ ଗାଡ଼ି ଲାଗି ଶୁଳ୍କ ୨୦୦୦ ଟଙ୍କା(ପୂର୍ବରୁ ୫୦ଟଙ୍କା),୩ଚକିଆ ପାଇଁ ୧୦ ହଜାର ଟଙ୍କା(ପୂର୍ବରୁ ୩୦୦ ଟଙ୍କା), କାର୍‌/ଜିପ ପାଇଁ ୧୫ ହଜାର ଟଙ୍କା(ପୂର୍ବରୁ ୬୦୦ଟଙ୍କା), କମର୍ସିଆଲ ଗାଡିରୁ ୨୦ ହଜାର ଟଙ୍କା(ପୂର୍ବରୁ ୧ହଜାର ଟଙ୍କା), ମିଡିୟମ ଏବଂ ହେଭି ଗାଡି ପାଇଁ ୪୦ ହଜାର ଟଙ୍କା(ପୂର୍ବରୁ ୧୫୦୦ଟଙ୍କା) ଆଦାୟ କରାଯିବ। ସେହିପରି ୧୫ ବର୍ଷ ପୁରୁଣା ଗାଡ଼ି ଲାଗି ପ୍ରତି ୬ ମାସରେ ଫିଟ୍‌ନେସ୍‌ ସାର୍ଟିଫିକେଟ ନେବାକୁ ବାଧ୍ୟତାମୂଳକ କରାଯିବ। ପୂର୍ବରୁ ବର୍ଷକରେ ଥରେ ଫିଟ୍‌ନେସ୍‌ ସାର୍ଟିଫିକେଟ ନେବାକୁ ପଡୁଥିଲା। ପ୍ରସ୍ତାବ ଅନୁଯାୟୀ, କ୍ୟାବ୍‌ର ପଞ୍ଜୀକରଣ ତଥା ନବୀକରଣ ଚାର୍ଜ କ୍ରମଶଃ ୧୦ ହଜାର ଏବଂ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି, ଯାହା ପୂର୍ବରୁ ୧ ହଜାର ଟଙ୍କା ଥିଲା। ଚିଠା ବିଜ୍ଞପ୍ତି ଅନୁଯାୟୀ ଆମଦାନୀ ହେଉଥିବା ଗାଡ଼ିର ପଞ୍ଜୀକରଣ ଚାର୍ଜ ୫ ହଜାର ଟଙ୍କାରୁ ବୃଦ୍ଧି କରି ୪୦ ହଜାର ଟଙ୍କା କରିବାକୁ ପ୍ରସ୍ତାବ ଦିଆଯାଇଛି। ସେହିପରି ଆମଦାନୀ ହେଉଥିବା ଦୁଇଚକିଆ ଗାଡ଼ିର ପଞ୍ଜୀକରଣ ଚାର୍ଜକୁ ବର୍ତ୍ତମାନର ୨୫୦୦ ଟଙ୍କାରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯିବ। ଜଣେ ଅଧିକାରୀ କହିଛନ୍ତି ଯେ, ଆସନ୍ତା ୪୦ରୁ ୪୫ ଦିନ ଭିତରେ ଚୂଡାନ୍ତ ନିୟମ ଘୋଷଣା କରାଯିବ। ଏଥିପୂର୍ବରୁ ସମସ୍ତ ହିତାଧିକାରୀଙ୍କ ଠାରୁ ସେମାନଙ୍କର ମତାମତ ଲୋଡାଯାଇଛି। ଜଣେ ଅଧିକାରୀଙ୍କ କହିବାନୁଯାୟୀ, କମର୍ସିିଆଲ ଗାଡ଼ି ବିଶେଷକରି ବସ୍‌,ଟ୍ରକ ତଥା ଅନ୍ୟ ଗାଡ଼ିର ନବୀକରଣ ଚାର୍ଜକୁ ୨୭ ଗୁଣା ବଢ଼ାଇ ଦିଆଯାଇଛି। ଏହାଦ୍ୱାରା ୧୫ ବର୍ଷ ପୁରୁଣା ଗାଡ଼ିକୁ ଏହାର ମାଲିକଙ୍କ ଦ୍ୱାରା କବାଡି ବାଲାକୁ ବିକ୍ରି କରିବାକୁ ବାଧ୍ୟ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଡିଭିଜ ଲ୍ୟାବ୍‌ ଅଧ୍ୟକ୍ଷଙ୍କୁ ସର୍ବାଧିକ ବେତନ; ଭାରତୀୟ ଔଷଧ ଶିଳ୍ପରେ ସର୍ବାଧିକ

ହାଇଦ୍ରାବାଦ,୧୨-୮: ଡିଭିଜ ଲ୍ୟାବ୍‌ରେଟୋରିଜ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ(ସିଏମ୍‌ଡି) ମୁରଲୀ କେ.ଡିଭିଙ୍କୁ ୨୦୧୮-୧୯ରେ ବେତନ ଓ କମିଶନ ବାବଦରେ ମୋଟ ୫୮.୮୦ ଟଙ୍କା ପ୍ରଦାନ କରାଯାଇଛି।...

ହିନ୍ଦୁଜା ପରିବାରରେ ସମ୍ପତ୍ତି ବିବାଦ; କ’ଣ ରହିଛି କାରଣ

ନୂଆଦିଲ୍ଲୀ,୨୫।୬ : ବ୍ରିଟେନର ହିନ୍ଦୁଜା ଗ୍ରୁପ୍‌ର ଜଡ଼ିତ ଭାଇଙ୍କ ମଧ୍ୟରେ ସମ୍ପତ୍ତି ବିବାଦ ଦେଖାଯାଇଛି। ଏହି ବିବାଦ ବର୍ତ୍ତମାନ ବ୍ରିଟେନର ଉଚ୍ଚ ନ୍ୟାୟାଳୟରେ ପହଞ୍ଚିଥିବା ଜଣାପଡ଼ିଛି।...

ରାଜ୍ୟଗୁଡ଼ିକୁ ରିହାତି ଦରରେ ଡାଲି ଦେବ କେନ୍ଦ୍ର

ନୂଆଦିଲ୍ଲୀ,୧।୯: ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ରିହାତି ଦରରେ କେନ୍ଦ୍ର ସରକାର ଡାଲି ଯୋଗାଇ ଦେବେ ବୋଲି ଜଣାପଡିଛି। ଏ ନେଇ ବୁଧବାର ପ୍ରଧାନମନ୍ତ୍ରୀ...

ସରକାରୀ ଅନୁମତିକୁ ଅପେକ୍ଷା କରିଛି ଟେସ୍‌ଲା

ନୂଆଦିଲ୍ଲୀ,୨୯।୫: ବିଶ୍ୱର ପ୍ରମୁଖ ସୌଖିନ କାର୍‌ ନିର୍ମାତା କମ୍ପାନୀ ଟେସ୍‌ଲା ଭାରତରେ କାରବାର ଓ ପ୍ଲାଣ୍ଟ ନିର୍ମାଣ ପାଇଁ ଆଗ୍ରହୀ ଥିବାବେଳେ କେବଳ ସରକାରୀ ଅନୁମତିକୁ ଅପେକ୍ଷା...

ଯୋଗୀ ସରକାରଙ୍କୁ କେନ୍ଦ୍ରର ଚେତାବନୀ, ବକେୟା ନଦେଲେ ବିଦ୍ୟୁତ୍‌ କଟାଯିବ…

ନୂଆଦିଲ୍ଲୀ, ୨୧।୫ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କଡ଼ ାଚେତାବନୀ ଦିଆଯାଇଛି। ରାଜ୍ୟ ସରକାର 9692 କୋଟି ଟଙ୍କାର...

ପାତ୍ର ଇଲେକ୍‌ଟ୍ରୋନିକ୍ସର ସ୍ବତନ୍ତ୍ର ଅଫର

ଭୁବନେଶ୍ୱର,୧୭ା୧୦: ଚଳିତ ପାର୍ବଣ (ଦୁର୍ଗାପୂଜା) ଅବସରରେ ଗ୍ରାହକମାନଙ୍କର ସୁବିଧା ପାଇଁ ସ୍ଥାନୀୟ ଶହୀଦନଗର ଦୁର୍ଗାପୂଜା ମଣ୍ଡପଠାରେ ପାତ୍ର ଇଲେକ୍‌ଟ୍ରୋନିକ୍ସ ପକ୍ଷରୁ ଏକ ଆକର୍ଷଣୀୟ ଷ୍ଟଲ୍‌ ଖୋଲାଯାଇଛି।...

ୟୁକୋ ବ୍ୟାଙ୍କ ସହ ଟିକେଏମ୍‌ର ଚୁକ୍ତିନାମା

ନୂଆଦିଲ୍ଲୀ,୧୦।୯: ୟୁକୋ ବ୍ୟାଙ୍କ ସହ ଟୟୋଟା କିର୍ଲୋସ୍କର ମୋଟର (ଟିକେଏମ୍‌) ର ଏକ ଦିପାକ୍ଷିକ ଚୁକ୍ତିନାମା ସ୍ବାକ୍ଷର ହୋଇଯାଇଛି। ଏହା ଅନ୍ତର୍ଗତ ଅଧିକରୁ ଅଧିକ ଗ୍ରାହକଙ୍କୁ...

ସେନ୍‌ହାଇସର ପକ୍ଷରୁ ଦିଓ୍ବାଲି ଅଫର

ନୂଆଦିଲ୍ଲୀ,୨୭।୧୦: ବହୁରାଷ୍ଟ୍ରୀୟ ଅଡିଓ ଜିଆଣ୍ଟ ସେନ୍‌ହାଇସର ପକ୍ଷରୁ ଦିଓ୍ବାଲି ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ବର୍ଷର ସର୍ବବୃହତ୍‌ ସେଲ୍‌ ଦ ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ୍‌...

Advertisement
Archives

Model This Week