ଜଳେଶ୍ୱର, ୯।୨(ସ୍ବ.ପ୍ର.)-ଦୁଇବର୍ଷ ପୂର୍ବେ ଆରମ୍ଭ ହୋଇଥିବା ବହୁ ପ୍ରତୀକ୍ଷିତ ବାଲେଶ୍ୱର ଜିଲାର ଚାଲନ୍ତି ରେଳ ଓଭରବ୍ରିଜ୍ର ଅବଧି ଆଉ ୬ମାସ ବାକି ଅଛି। ଏହାର ଏକ ଚତୁର୍ଥାଂଶ କାମ ସରିଥିବାରୁ ପ୍ରକଳ୍ପ କାମ ଶେଷ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ନିର୍ମାଣ କାମ ମନ୍ଥର ଗତିରେ ଚାଲିଛି। ମରାମତି ଅଭାବରୁ ପୁରୁଣା ରାସ୍ତା ଏବେ ମରଣଯନ୍ତାରେ ପରିଣତ ହୋଇଛି। ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ ସହିତ ପୁରୁଣା ରାସ୍ତାର ମରାମତି ଦ୍ରୁତ ଗତିରେ କରାଯିବାକୁ ଦାବି ହେଉଛି ା
୬୦ନଂ. ଜାତୀୟ ରାଜପଥର ଚାଲନ୍ତିଠାରୁ ଜଳେଶ୍ୱର, ଦାନ୍ତୁନ, ଖଡ଼ଗପୁର, ରାଇବଣିଆ, ଗୋପୀବଲ୍ଲଭପୁର ଓ ଏପରିକି ଚନ୍ଦନେଶ୍ୱର, ଦୀଘା ଯିବା ପାଇଁ ରେଳ ଲେଭଲ କ୍ରସିିଂ ବାଧକ ସୃଷ୍ଟି କରୁଛି। ବାରମ୍ବାର ଲେଭଲ କ୍ରସିଂ ଫାଟକ ପଡୁଥିବାରୁ ଯାନବାହନଗୁଡିକ ଦୀର୍ଘ ସମୟ ଧରି ଅଟକି ରହିବାକୁ ପଡୁଛି। ବହୁ ଦାବି, ଆନ୍ଦୋଳନ ପରେ ୨୦୧୫ରେ ତତ୍କାଳୀନ ଏମ୍ପି ଇଂ. ରବୀନ୍ଦ୍ର କୁମାର ଜେନା ଓ ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ହସ୍ତକ୍ଷେପ ଫଳରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହଭାଗିତାରେ ସେଠାରେ ଏକ ରେଳ ଓଭରବ୍ରିଜ୍ ( ଆର୍ଓବି-୫୨) ନିର୍ମାଣ ଲାଗି ଯୋଜନା ପ୍ରସ୍ତୁତ ହୋଇଥିଲା। ଫଳରେ ଚାଲନ୍ତିଠାରେ ୪୦୮ମିଟର ଲମ୍ବ ଓ ୧୩.୫ ମିଟର ଓସାରର ପୋଲ ସହିତ ଏକ ମିଟର ଓସାରର ଫୁଟ ଓଭରବ୍ରିଜ୍ ଓ ୨୦୦ ମିଟର ଆପ୍ରୋଚ୍ରୋଡ ନିର୍ମାଣ ବାବଦ ମୋଟ ୬୧ କୋଟି ୯୫ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିଲା। ଏଥିରେ ମୋଟ ୩୧ଟି ପିଲର୍ ରହିବାକୁ ଥିବା ବେଳେ ୩୭.୨୫ ମିଟର ଲମ୍ବର ୪ଟି ରେଳ ବିଭାଗର ପିଲର୍ ଓ ୧୯.୨୫ ମିଟର ଲମ୍ବର ଅନ୍ୟ ୨୭ଟି ପିଲର୍ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ଠିକାଦାର ନିର୍ମାଣ କରିବାର ଚୁକ୍ତି ହୋଇଥିଲା। ଚୁକ୍ତି ଅନୁଯାୟୀ ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟ ୨୦ା୭ା୧୮ରେ ଆରମ୍ଭ ହୋଇଥିବା ବେଳେ ୧୯ା୭ା୨୦୨୦ରେ ଶେଷ ହେବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏଥିପାଇଁ ୪୯ କୋଟି ୯୨ଲକ୍ଷ ୫୭ ହଜାର ୦୨୮ଟଙ୍କାରେ ବ୍ୟୟ ଅଟକଳ କରାଯାଇଛି। ଅଦ୍ୟାବଧି କାର୍ଯ୍ୟ ଶେଷ ହେବାକୁ ୬ମାସ ବାକି ଥିବା ବେଳେ ଠିକାଦାର ଆଶୀର୍ବାଦ କନ୍ଷ୍ଟ୍ରକଶନ ୨୭ ପିଲର ମଧ୍ୟରେ ମାତ୍ର ୧୬ଟି ପିଲର ଗ୍ରାଉଣ୍ଡ ଲେଭଲଠାରୁ ଆରମ୍ଭ କରିଛି। ଅନ୍ୟ ୧୧ଟି ପିଲର କାମ ଆଦୌ ଆରମ୍ଭ ହୋଇନାହିଁ। ଏହି ଆର୍ଓବି ଲାଗି ବେସରକାରୀ ଜମି ଅଧିଗ୍ରହଣ ହେବାକୁ ନ ଥିବାବେଳେ ପୋଲ ନିର୍ମାଣ ଲାଗି ପୁନଃ ଆର୍ଥତ୍କ ନିର୍ଦ୍ଧାରଣ ୬୩ କୋଟି ୮୧ଲକ୍ଷ ୪୯୬୦ଟଙ୍କା ଧାର୍ଯ୍ୟ ହୋଇଛି। ଗୋଟିଏ ପିଲରୁ ଅନ୍ୟ ଏକ ପିଲର ମଧ୍ୟରେ ଥିବା ସ୍ଲାବରେ ୫ଟି ବିମ୍ସ୍ ଦିଆଯାଇ ଅତ୍ୟାଧୁନିକ ଯନ୍ତ୍ର ମାଧ୍ୟମରେ ତାହା ସ୍ଥାପନ କରାଯିବାର କାର୍ଯ୍ୟକ୍ରମ ରହିଛି। ଅଦ୍ୟାବଧି କାର୍ଯ୍ୟର ପ୍ରଗତି ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୁଣି ଓପିଟିସିଏଲ୍ର ଏକ ଟାୱାର ଲାଇନ୍ ପ୍ରତିବନ୍ଧକ ସୃଷ୍ଟି ମଧ୍ୟ କରୁଛି। ଏହାକୁ ଅପସାରଣ ଲାଗି ୨କୋଟି ୧ଲକ୍ଷ ୬୮ହଜାର ଟଙ୍କାର ଅନ୍ୟ ଏକ ଟେଣ୍ଡର ହୋଇଥିବା ଜଣାଯାଇଛି। ଏବେ ଠିକାଦାର କାର୍ଯ୍ୟକୁ ୩୦ା୬ା୨୦୨୧ରେ ଶେଷ କରିବା ପାଇଁ ସରକାରଙ୍କୁ ଆବେଦନ କରିଛନ୍ତି।

ମତୁଆଲା କରେ ଐଶାନୀଙ୍କ ତବଲା ବାଦନ
ବାଲେଶ୍ୱର ଅଫିସ, ୮।୯-ବୟସ ତାଙ୍କୁ ୯। ଏଇ ବୟସରୁ ତବଲା ବାଦନ କରି ଶ୍ରୋତାଙ୍କୁ ମତୁଆଲା କରି ଦେଉଛନ୍ତି। ନିଜର ପ୍ରତିଭା ପ୍ରଦର୍ଶନ କରି ଦି...

‘ଅଧ୍ୟବସାୟ, ଉଦ୍ୟମ ବଳରେ ସବୁ କାର୍ଯ୍ୟ ସମ୍ଭବ’
ତିହିଡ଼ି, ୧୬।୭ (ଡି.ଏନ.ଏ.)- ଅଳ୍ପ ପୁଞ୍ଜି ଓ ସୀମିତ ଭିତ୍ତିଭୂମିରେ ଛତୁଚାଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସ୍ବାବଲମ୍ବୀ କରିପାରିବ। ଏଭଳି ବିଶ୍ୱାସ ନେଇ ୬ବର୍ଷ...

ଛେଚୁଛି ବର୍ଷା, ବଢୁଛି ଭୟ
ଭୋଗରାଇ, ୨୦।୮(ଡି.ଏନ.ଏ.): ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଓଡିଶା-ପଶ୍ଚିମବଙ୍ଗ ଦୀଘା ଉପକୂଳ ମୁହାଁ ହେଉଥିବାରୁ ପ୍ରଶାସନ ପକ୍ଷରୁ ବାଲେଶ୍ୱର ଜିଲାରେ ସତର୍କ ସଂକେତ ଜାରି କରାଯାଇଛି...

ପ୍ରଦୂଷିତ ହେଉଛି ବୈତରଣୀ : ମୁଖ୍ୟ କାରଣ ସାଜିଛି ବିଭାଗୀୟ ଉଦାସୀନତା
ଆନନ୍ଦପୁର,୨୩ା୬(ସ୍ବ.ପ୍ର.) : କେନ୍ଦୁଝର ଜିଲା ଦେଇ ପ୍ରବାହିତ ବୈତରଣୀ ଦିନକୁ ଦିନ ପ୍ରଦୂଷିତ ହେବାରେ ଲାଗିଛି। ଏଥିପ୍ରତି ଆନନ୍ଦପୁର ପୌରପାଳିକାର ନଜର ପଡୁନି। ବିପର୍ଯ୍ୟସ୍ତ ପରିମଳ...

ଚିକିତ୍ସାରେ ଅବହେଳା ଅଭିଯୋଗ: ପ୍ରସୂତିଙ୍କ ମୃତ୍ୟୁ ପରେ ଉତ୍ତେଜନା
ସୋର, ୨୪।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋରସ୍ଥିତ ଏକ ଘରୋଇ ନର୍ସିଂହୋମରେ ଚିକିତ୍ସାରେ ଅବହେଳା ଯୋଗୁ ଜଣେ ପ୍ରସୂତିଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ପରିବାର ଲୋକେ କାର୍ଯ୍ୟାନୁଷ୍ଠାନ...

ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କଠାରୁ ୧. ୪୦ ଲକ୍ଷ ଲୁଟ୍
ବାହାନଗା, ୧୦ା୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଅଭଣା ପଞ୍ଚାୟତସ୍ଥିତ କୋଷ୍ଟ କେନାଲ ରାସ୍ତାରେ ମଙ୍ଗଳବାର ଅପରାହ୍ନ ସମୟରେ ଦୁର୍ବୃତ୍ତମାନେ ଏକ ଘରୋଇ ଅର୍ଥଲଗାଣ ସଂସ୍ଥା (ଫାଇନାନ୍ସ...

ସରକାରୀ ଜମିରୁ ୧୨ ପରିବାରଙ୍କୁ ଉଚ୍ଛେଦ ନୋଟିସ
ସିମୁଳିଆ, ୩୧।୮(ଡି.ଏନ.ଏ.): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକର ସଦରମହକୁମା ମାର୍କୋଣାର ନୀଳକଣ୍ଠେଶ୍ୱର ମନ୍ଦିର ପୋଖରୀଆଡ଼ିକୁ ଲାଗି ବସବାସ କରୁଥିବା ୧୨ ପରିବାରକୁ ଉଚ୍ଛେଦ କରିବା ପାଇଁ...

ଧାନକଟାକୁ କେନ୍ଦ୍ରକରି ସଂଘବଦ୍ଧ ଆକ୍ରମଣ, ଚାଷୀଙ୍କ ମୃତ୍ୟୁ
ବସ୍ତା, ୧୦।୫ (ଡି.ଏନ.ଏ)- ବସ୍ତା ବ୍ଲକ ଅନ୍ତର୍ଗତ ପହଣା ଗ୍ରାମରେ ଧାନକଟାକୁ କେନ୍ଦ୍ର କରି ଆକ୍ରମଣ ଯୋଗୁ ଗରାଙ୍ଗ ସୁର (୬୦) ନାମକ ଜଣେ ଚାଷୀଙ୍କର...