Posted inUncategorized

ମନ୍ତ୍ରୀ ସୁଶାନ୍ତ ସିଂଙ୍କ ନାମରେ କରୁଥିଲେ ବ୍ଲାକ୍‌ମେଲିଂ, ଅଭିଯୁକ୍ତଙ୍କୁ ଗିରଫ କଲା ସୋହେଲା ପୋଲିସ

ବରଗଡ଼ ଅଫିସ,୧୯।୯- ଗ୍ରାମ୍ୟ ଉନ୍ନୟନ ତଥା ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କ ନାମରେ ବ୍ଲାକମେଲିଂ କରି ବିଭିନ୍ନ ସରକାରୀ ଅଧିକାରୀଙ୍କୁ ଧମକ ଦେଇ ଟଙ୍କା ଆଦାୟ ଅଭିଯୋଗରେ ବରଗଡ଼ ଜିଲା ସୋହେଲା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଦେବଗଡ଼ ଜିଲା ପ୍ରଭାଶୁଣୀ ଗ୍ରାମର ସୁଶାନ୍ତ କୁମାର ରଣଜିତ(୨୪)। ତାଙ୍କୁ କୋରାପୁଟ ଜିଲା ଜୟପୁରରୁ ଗିରଫ କରାଯାଇଛି। ସେ କୋରାପୁଟ, ମାଲକାନଗିରି, ରାୟଗଡ଼ା ଆଦି ଜିଲାର ବିଭିନ୍ନ ସରକାରୀ ଅଧିକାରୀଙ୍କୁ ଫୋନ ଯୋଗେ ସେଭଳି ବ୍ଲାକମେଲିଂ କରି ୩ରୁ ୪ ଲକ୍ଷ ଟଙ୍କା ଆଦାୟ କରିଥିବା ସ୍ବୀକାର କରିଛନ୍ତି ବୋଲି ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ଏସ୍‌ପି ପଦ୍ମିନୀ ସାହୁ ସୂଚନା ଦେଇଛନ୍ତି। ସୋହେଲା ନିବାସୀ ଗଣତନ୍ତ୍ର ପ୍ରଧାନଙ୍କ ଏତଲା କ୍ରମେ ଏ ନେଇ ସୋହେଲା ଥାନାରେ ଏକ ମାମଲା ରୁଜୁ ହୋଇଛି। ଅଭିଯୁକ୍ତଙ୍କ ପାଖରୁ ପାସ୍‌ବୁକ, ଚେକବୁକ୍‌, ମୋବାଇଲ ଆଦି ଜବତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inUncategorized View All

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ୧୪ ପୂର୍ବତନ ଆଇଏଏସ୍‌, ଆଇଏଫଏସ୍‌ ଅଧିକାର

ଭୁବନେଶ୍ୱର, ୧୧ା୨(ବ୍ୟୁରେ): ରାଜ୍ୟରେ ଦିନକୁ ଦିନ ସୂଚନା ଅଧିକାର କର୍ମୀଙ୍କ ଉପରେ ଆକ୍ରମଣ ବଢ଼ିବାରେ ଲାଗିଛି। କେନ୍ଦ୍ରାପଡ଼ାରେ ରଞ୍ଜନ ଦାସ ଓ କନ୍ଧମାଳ ଜିଲାରେ ଅଭିମନ୍ୟୁ...

ଭର୍ଚୁଆଲ ପ୍ଲାଟଫର୍ମରେ ଉଚ୍ଚସ୍ତରୀୟ ବୈଠକ : ତୃଣମୂଳ ସ୍ତରରୁ ପ୍ରତିଭା ଅନ୍ବେଷଣ ଓ ବିକାଶ ଉପରେ ଫୋକସ

ଭୁବନେଶ୍ୱର(କ୍ରୀଡ଼ା ପ୍ରତିନିଧି), କଟକ ଅଫିସ,୧୮ା୮- ରାଜ୍ୟରେ କ୍ରୀଡ଼ାର ବିକାଶ ସମ୍ପର୍କରେ ଆଲୋଚନା ପାଇଁ ସୋମବାର ଭର୍ଚୁଆଲ ପ୍ଲାଟଫର୍ମରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। କ୍ରୀଡ଼ାମନ୍ତ୍ରୀ...

ଏପରି ମନ୍ଦିର ଯେଉଁଠି ମାଙ୍କଡ଼ଙ୍କ ପାଖରେ ହୁଏ ଭୋଗ ଲାଗି…

ଉତ୍ତରପ୍ରଦେଶ ସୀତାପୁର ଜିଲା ଠାରୁ ୭୦ କିଲୋମିଟର ଦୂରରେ ଥିବା ଅଟବା କୁରସଠ ଗାଁରେ ଏକ ମନ୍ଦିର ରହିଛି। ଏହି ମନ୍ଦିରରେ ମାଙ୍କଡ଼ଙ୍କ ପାଖରେ ଭୋଗ...

ନିର୍ମାଣ ନ ସରୁଣୁ ଫାଟିଲା କଂକ୍ରିଟ୍‌

ରୂପ୍‌ସା, ୧୩।୧୨(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ୬୦ନଂ. ଜାତୀୟ ରାଜପଥରୁ ମୟୂରଭଞ୍ଜର ୧୮ନଂ. ଜାତୀୟ ରାଜପଥର ବୈଶିଙ୍ଗାକୁ ସଂଯୋଗ ହୋଇଥିବା ରାସ୍ତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗମନାଗମନ କ୍ଷେତ୍ରରେ...

ବିନା ମାସ୍କରେ ବୁଲୁଥିବା ୭ ଜଣଙ୍କଠାରୁ ଜରିମାନା ଆଦାୟ

ବ୍ରହ୍ମପୁର ଅଫିସ,୬ା୪-କୋଭିଡ୍‌-କରୋନା ଭାଇରସ୍‌ ମୁକାବିଲା ପାଇଁ ଅଧିକ କଠୋର ହୋଇଛି ଗଞ୍ଜାମ ଜିଲା ପ୍ରଶାସନ। ଜିଲାରେ ଆଂଶିକ ଶଟ୍‌ଡାଉନ୍‌ ଲାଗୁ କରାଯିବା ସହ ବିନା ମାସ୍କରେ...

ସମ୍ପାଦକୀୟ/ଦୀପାବଳି କି ଇଦ୍‌ ନୁହେଁ

ରାଜସ୍ଥାନ ବାର୍ମେର ଜିଲାର ଏକ ନିର୍ବାଚନ ସଭାରେ ଏପ୍ରିଲ ୨୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନକୁ ସମାଲୋଚନା କରି ଭୋଟ ମାଗିଛନ୍ତିି। ସେ କହିଛନ୍ତି, ଦିନେ...

ସୁସ୍ଥ ଅଛନ୍ତି ଶାହା

ନୂଆଦିଲ୍ଲୀ,୯।୫: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସୁସ୍ଥ ଥିବା ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ସେ ଏକ ବିବୃତ୍ତି ଜାରି କରି ସୁସ୍ଥ ଥିବା ଦର୍ଶାଇଛନ୍ତି।...


Coronavirus Update

Archives

Model This Week

Why Dharitri