ବ୍ରହ୍ମପୁର ଅଫିସ,୨୮ା୫-ଆସିକା କଂଗ୍ରେସ ପ୍ରାର୍ଥୀ ମନୋଜ ଜେନା ହତ୍ୟା ଘଟଣାକୁ ଇତି ମଧ୍ୟରେ ୫ ଦିନ ବିତିଛି । ପୋଲିସ ବିଭିନ୍ନ ଦିଗକୁ ଆଧାର କରି ତଦନ୍ତ ଜାରି ରଖିଛି। ଏପରିକି ଘଟଣା ପରେ ତିନୋଟି ସ୍ବତନ୍ତ୍ର ଟିମ ମିଳିଥିବା ସୂଚନାକୁ ଆଧାର କରି ବିଭିନ୍ନ ସ୍ଥାନରେ ଅନୁସନ୍ଧାନ ଚଳାଇଛନ୍ତି। ହେଲେ ଏବେସୁଦ୍ଧା ହତ୍ୟାକାରୀଙ୍କୁ ଧରିବାରେ ପୋଲିସ ସକ୍ଷମ ହୋଇ ନାହିଁ।
ଅତିରିକ୍ତ ଏସ୍ପି ପ୍ରଭାତ ରାଉତରାୟ କହିଛନ୍ତି, ମନୋଜ ହତ୍ୟା ଘଟଣା ଏତଲାରେ ଦର୍ଶାଯାଇଥିବା ୭ ଅଭିଯୁକ୍ତଙ୍କ ନାମରେ ପୋଲିସ ଏବେ ଲୁକ୍ ଆଉଟ୍ ସର୍କୁଲାର ଜାରି କରିଛି। ଏରୋଡ୍ରମ ଓ ବିଭିନ୍ନ ରେଳଷ୍ଟେଶନ, ବସ୍ଷ୍ଟାଣ୍ଡରେ ଏହି ସର୍କୁଲାର ଲଗାଇଛି। ଯେପରିକି ଅଭିଯୁକ୍ତମାନେ ବାହାର ରାଜ୍ୟକୁ ଯାଇ ନ ପାରନ୍ତି ସେ ଦିଗରେ ପୋଲିସ ସତର୍କ ଦୃଷ୍ଟି ଦେଇଛି। ସେହିପରି ଅଭିଯୁକ୍ତମାନେ ଆସିକା ଅଞ୍ଚଳର ହୋଇଥିବା ବେଳେ ସେମାନଙ୍କ ନଁାରେ ଥିବା ଆସିକା ଓ ବ୍ରହ୍ମପୁରର ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ଅଚଳ ପାଇଁ ପୋଲିସ ସୁପାରିସ କରିଛି। ଘଟଣା ବେଳେ ମନୋଜଙ୍କ କାରରେ ବସିଥିବା ଅନିଲ ସ୍ବାଇଁ ଘର କାମ କରୁଥିବା ବଳରାମ ମହାନ୍ତି ଓ ଡ୍ରାଇଭର ସୁଶାନ୍ତ କୁମାର ସ୍ବାଇଁଙ୍କୁ ପୃଥକ ପୃଥକ୍ ଭାବେ ଥାନାରେ ରଖି ଜେରା କରୁଛି। ସେହିପରି ଘଟଣା ପରେ ଦୁର୍ବୃତ୍ତମାନେ ଇଚ୍ଛାପୁର ଅଭିମୁଖେ ଚମ୍ପଟ ମାରିବା ବେଳେ ତାଙ୍କ ବାଇକ୍ (ନଂ ଓଡି୩୨ଏ୨୮୭୪) ଗୋଳନ୍ଥରାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବାଇକ୍ ଛାଡ଼ି ସେମାନେ ଚମ୍ପଟ ମାରିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଆହତ ହୋଇଥିଲେ। ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇଥିବା ଖବର ପାଇ ଏକ ଟିମ୍ ଗତ ଦୁଇଦିନ ଧରି ଭୁବନେଶ୍ୱରରେ ଡ଼େରା ପକାଇଥିଲା। ହେଲେ ଦୁର୍ବୃତ୍ତଙ୍କ କୌଣସି ଖୋଜ୍ ଖବର ନ ପାଇ ଶେଷରେ ବ୍ରହ୍ମପୁର ଫେରିଥିବା ଜଣାପଡ଼ିଛି। ପୋଲିସ ଏବେ ମନୋଜ ଚଳାଇଥିବା ମଦ କାରବାରକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି ନା ରାଜନୈତିକ ଶତ୍ରୁତାକୁ ନେଇ ହୋଇଛି ସେ ଦିଗରେ ଖୋଳତାଡ଼ ଆରମ୍ଭ କରିଛି ।
ଏନେଇ ବ୍ରହ୍ମପୁର ଏସ୍ଡିପିଓ ବିଷ୍ଣୁ ପ୍ରସାଦ ପତିଙ୍କୁ ପଚାରିବାରୁ ପୋଲିସ ଏହି ସ୍ପର୍ଶକାତର ହତ୍ୟାକାଣ୍ଡର ରହସ୍ୟ ଖୋଲିବାକୁ ଜୋରଦାର ଉଦ୍ୟମ ଜାରି ରଖିଛି । ଗଠିତ ହୋଇଥିବା ତିନୋଟି ଟିମ୍ ଅଭିଯୁକ୍ତଙ୍କୁ ଧରିବା ପାଇଁ ସେମାନଙ୍କ ଗତିବିଧି ଉପରେ କଡ଼ା ନଜର ରଖିଥିବା ସେ କହିଛନ୍ତି। ଅନ୍ୟପଟେ ଗତ ୨୨ ତାରିଖ ସନ୍ଧ୍ୟାରେ ମନୋଜଙ୍କ ସହିତ କାରରେ ଫେରୁଥିବା ତାଙ୍କ ଡ୍ରାଇଭର ସମେତ ଆହତ ଅନିଲ ଓ ବଳରାମଙ୍କ ମୋବାଇଲ ଫୋନଗୁଡ଼ିକ ଜବତ କରି ଟ୍ରାକିଂ କରୁଥିବା ମଧ୍ୟ ଜଣାପଡ଼ିଛି। ମିଳିଥିବା ସୂଚନାନୁସାରେ, ମନୋଜଙ୍କୁ ହତ୍ୟା କରିବା ପାଇଁ ଜେଲରୁ ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା। ଏପରିକି ଘଟଣାଦିନ ଅପରାଧୀମାନେ ମନୋଜଙ୍କୁ ହତ୍ୟା କରିବା ପାଇଁ ଭୁବନେଶ୍ୱର, ଖୋର୍ଦ୍ଧା, ଖଲ୍ଲିକୋଟ ଓ ଛତ୍ରପୁର ଏପରି ୪ଟି ସ୍ଥାନରେ ଟାର୍ଗେଟ କରିଥିଲେ ।
ହେଲେ ମନୋଜ ଉପରୋକ୍ତ ସ୍ଥାନଗୁଡିକରେ ଦୁର୍ବୃତ୍ତଙ୍କ ଟାର୍ଗେଟର ଶିକାର ହୋଇ ନ ଥିବା ବେଳେ ଶେଷରେ ୧୬ନଂ. ଜାତୀୟ ରାଜପଥ ଲାଞ୍ଜିପଲ୍ଲୀ ବାଇପାସ ନିକଟ ଇସ୍କନ ମନ୍ଦିର ସମ୍ମୁଖରେ ଦୁର୍ବୃତ୍ତଙ୍କ ଗୁଳିର ଶିକାର ହୋଇଥିଲେ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତ ୨୪ ତାରିଖ ବିଳମ୍ବିତ ରାତିରେ ମନୋଜଙ୍କ ମୃତ୍ୟୁ ଘଟିଥିଲା ।
ଜନବସତିକୁ ମାଡି ଆସିଲେ ହାତୀପଲ ; ଖାଇଗଲେ ଅମଳ ଧାନ, ଚିନ୍ତାରେ…
ଦିଗପହଣ୍ଡି,୧୮ା୧ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର, ସୁନାଖଣ୍ଡି ହରିଣା, ନୂଆଗଡ ପ୍ରଭୃତି ଗ୍ରାମମାନଙ୍କରେ ଗତ ପ୍ରାୟ ୧ ମାସରୁ ଉର୍ଦ୍ଧ୍ବ...
ଦୀର୍ଘ ୪୦ ବର୍ଷ ପରେ ଏକାଠି ହେଲେ ପୁରାତନ ଛାତ୍ର: ପଦ୍ମନାଭପୁର ରାଧାଶ୍ୟାମ ଉଚ୍ଚ ବିଦ୍ୟାଳୟର ବନ୍ଧୁମିଳନ ଉତ୍ସବ
ଦିଗପହଣ୍ଡି,୧୮ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ରାଧାଶ୍ୟାମ ଉଚ୍ଚ ବିଦ୍ୟାଳୟର ୧୯୮୬ ମସିହା ମ୍ୟାଟ୍ରିକ ବ୍ୟାଚର ପୁରାତନ ଛାତ୍ରଙ୍କ...
ପାଟପୁରରେ କ୍ରିକେଟ ମ୍ୟାଚ୍, ବ୍ଲୁ ୱାରିୟର ଟିମ୍ ବିଜୟୀ
ଦିଗପହଣ୍ଡି/ପାଟପୁର,୧୮|୧(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ବିଶ୍ୱାସରାୟ ବିଜ୍ଞାନ କଲେଜ ମିନି ଷ୍ଟାଡିୟମରେ ସ୍ଥାନୀୟ ଫ୍ରେଣ୍ଡସ୍ସ କ୍ରିକେଟ କ୍ଲବ ପକ୍ଷରୁ...
‘ମହିଳାମାନେ ସଚେତନ ହେଲେ ପରିବାର ଦିବ୍ୟ ହେବ’
ଭଞ୍ଜନଗର,୧୮ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଶ୍ରୀଅରବିନ୍ଦ ଶକ୍ତିପୀଠ ପରିସରରେ ରବିବାର ଲାଲସିଂ ଆନନ୍ଦମୟୀ ମହିଳା ପାଠଚକ୍ରର ୨୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି...
ଘୁମୁସର ବନଖଣ୍ଡରେ ପ୍ରଥମଥର ଦେଖିବାକୁ ମିଳିଲା ବିଦେଶାଗତ ପକ୍ଷୀ, ଗତବର୍ଷ ଅପେକ୍ଷା ଏଥର…
ଭଞ୍ଜନଗର,୧୮ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ରବିବାର ପକ୍ଷୀ ଗଣନା ହୋଇଛି। ଏଥିରେ କଲେଜ ଛାତ୍ରୀଛାତ୍ର, ସ୍ବେଚ୍ଛାସେବୀ, ବନ ସୁରକ୍ଷା ସମିତି...
ଗଞ୍ଜାମରେ ED ଚଢ଼ାଉ ଘଟଣା: ଅନେକ ଆପରାଧିକ କାଗଜପତ୍ର ସହ ଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତି ରେକର୍ଡ, ଖଣି ଲିଜ୍ ଚୁକ୍ତିନାମା ସହ…
ବ୍ରହ୍ମପୁର,୧୮ା୧(ସୁବାସ ଚନ୍ଦ୍ର ପାଢ଼ୀ): ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଭୁବନେଶ୍ୱର ଜୋନାଲ ଅଫିସ୍ ପିଏମ୍ଏଲ୍ଏ, ୨୦୦୨ ର ବ୍ୟବସ୍ଥା ଅନୁଯାୟୀ, ଗଞ୍ଜାମ ଜିଲାର ୨୫ରୁ ଅଧିକ ସ୍ଥାନରେ ଏକ...
ଝିଅମାନଙ୍କୁ ଆତ୍ମନିର୍ଭର ସୁରକ୍ଷା ଦେଇ ପାରିବ…
ଗଞ୍ଜାମ,୧୮।୧(ବିଦ୍ୟାଧର ସାହୁ ): ଗଞ୍ଜାମ ସହରସ୍ଥିତ ଇଣ୍ଡୋର ଷ୍ଟାଡୟମଠାରେ ଜିଲା ସ୍ତରୀୟ କିକ୍ ବକ୍ସିଂ ପ୍ରତିଯୋଗିତା ରବିବାର ଶୁଭାରମ୍ଭ ହୋଇଯାଇଛି। ଛତ୍ରପୁର ଲୋକପ୍ରିୟ ଯୁବ ବିଧାୟକ...
‘ଅନ୍ୟମାନଙ୍କୁ ଜ୍ଞାନ ବାଣ୍ଟିଲେ ଲକ୍ଷ୍ୟ ସାଧନ ହୋଇଥାଏ’
ଭଞ୍ଜନଗର,୧୮ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଶାଖା ୧ ଓ ୨ ପକ୍ଷରୁ ୭...
Archives

