Posted inଫୁରସତ

ମଦ ପିଇଲେ ୫୧ ହଜାର ଟଙ୍କା ଜରିମାନା

ସମସ୍ତିପୁର : ବିହାରର ସମସ୍ତିପୁର ଜିଲାର ଏକ ଗାଁ ଭୋଦଘାଟ। ଏହି ଗାଁରେ ଯିଏ ମଦ ବିକ୍ରି କରିବ କିମ୍ବା ପିଇବ ସେ ୫୧ ହଜାର ଟଙ୍କା ଜରିମାନା ଦେବ ବୋଲି ସର୍ବସମ୍ମତିିକ୍ରମେ ନିଷ୍ପତ୍ତି ନିଆଯାଇଛି। ବିହାରରେ ମଦ ପୂରା ବନ୍ଦ କରାଯାଇଥିଲେ ବି ଲୁଚାଛପାରେ ତାହା ଚାଲିବା ଘଟଣା ବହୁସମୟରେ ନଜରକୁ ଆସୁଛି। ଲୋକମାନେ ବେଆଇନ ଭାବେ ମଦ ପ୍ରସ୍ତୁତ କରୁଛନ୍ତି ଓ ପିଉଛନ୍ତି। ଖାସ କରି ଯୁବକମାନେ ନିଶାର ଶିକାର ହୋଇ ସେମାନଙ୍କ ଭବିଷ୍ୟତ ନଷ୍ଟ କରୁଛନ୍ତି। ଏଣୁ ଗାଁର ଯୁବକମାନଙ୍କୁ ନିଶାଠାରୁ ଦୂରେଇ ରଖିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। କେବଳ ଏତିକି ନୁହେଁ ଜରିମାନା ଦେବା ସହ ନିଶା କାରବାରରେ ଜଡିତ ବ୍ୟକ୍ତିକୁ ମଧ୍ୟ ପୋଲିସରେ ଦିଆଯିବାର ବ୍ୟବସ୍ଥା କରାଯାଇଛି। ଜରିମାନାରୁ ଯେଉଁ ଅର୍ଥ ମିଳିବ ତାହାକୁ ଗାଁର ବିକାଶ ପାଇଁ ଖର୍ଚ୍ଚ କରାଯିବ ବୋଲି ସେଠାରେ ନିଶା ନିବାରଣ ଲାଗିି ନେତୃତ୍ୱ ନେଉଥିବା ସମାଜସେବୀ ସୁରେଶ ଚୌଧୁରୀ କହିଛନ୍ତି। ଏମିତିକି ଗାଁ ବାହାରେ ଯଦି କେହି ମଦ ପିଇ ଗାଁ ଭିତରକୁ ଆସନ୍ତି ତାଙ୍କୁ ମଧ୍ୟ ଗାଁରେ ପ୍ରବେଶ କରାଇଦିଆଯିବନାହଁି। ଏତିକିରେ ଭୋଦଘାଟ ଅଟକି ଯାଇନି। ଗାଁରେ ଗୁଟ୍‌ଖା ବିକ୍ରି ଉପରେ ମଧ୍ୟ କଟକଣା ଲଗାଯାଇଛି। ଗାଁରେ ଡିଜେ ବି ବାଜିପାରିବନାର୍ହି । ଏହି ସବୁ କଟକଣା କିଭଳି କାର୍ଯ୍ୟକାରୀ ହେବ ତାହା ଉପରେ ନଜର ରଖିତ୍ବା ପାଇଁ ଭୋଦଘାଟରେ ଏକ କମିଟି ଗଢାଯାଇଛି। ଯେଉଁମାନେ ଗାଁର ନିଷ୍ପ୍ବତ୍ତିକୁ ଅମାନ୍ୟ କରିବେ ସେମାନଙ୍କୁ ଦଣ୍ଡଦେବାର ଦାୟିତ୍ୱ ଏହି କମିଟିକୁ ଦିଆଯାଇଛି। ଗାଁରୁ ନିଶା ପୂରା ମୂଳପୋଛ ହେବାରେ ଭୋଦଘାଟ ଯେଉଁ ନିଷ୍ପ୍ବତ୍ତି ନେଇଛି ତାହା କେବଳ ବିହାର ନୁହେଁ ସାରା ଦେଶକୁ ବି ବାଟ ଦେଖାଇବ ବୋଲି କୁହାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ସ୍ଥାନରେ ଜନ୍ମଦିନ ପାଳିଲେ କୁନି ଝିଅ, କାଟିଲେ କେକ୍‌; ଭିଡିଓ ଦେଖିଲେ…

ବାଙ୍ଗାଲୋର: ଅନେକ ଘର ଭାଙ୍ଗିଛି କରୋନା। କରୋନାର ଦ୍ୱିତୀୟ ଲହର ସମୟରେ ଅନେକ ଶିଶୁ ନିଜ ମା’ବାପାଙ୍କୁ ହରାଇଛନ୍ତି। କର୍ନାଟକର କୁପାଲ କୁସ୍ତାଗି ଅଞ୍ଚଳର ୮...

ବାୟୋନିକ ହାତ ଦେଇଛି ନୂଆ ଜୀବନ

ଆଠ ବର୍ଷ ବୟସର ଫ୍ରେଡି ପେନ୍‌। ଜନ୍ମରୁ ତାଙ୍କର ଡାହାଣ ହାତ ନ ଥିଲା। ତେଣୁ ବିଭିନ୍ନ କାମ ପାଇଁ ତାଙ୍କୁ ଅନ୍ୟ ଉପରେ ନିର୍ଭର...

ଏମିତି ଏକ ଘର ଯାହା ଦେଖିବାକୁ କଳା

ଘର ଖାଲି ମୁଣ୍ଡ ଗୁଞ୍ଜିବା ପାଇଁ ଛାତଟିଏ ନୁହେଁ। ତା’ ଭିତରେ ମଣିଷର ଭାବ ଜଡିତ ଥାଏ। ତେଣୁ ଘର ପ୍ରତି ଭଲ ପାଇବା ସମସ୍ତଙ୍କର...

ନ ଛୁଇଁଲେ ବି ବାଜିବ ମନ୍ଦିରର ଘଣ୍ଟି

ମନ୍ଦସୌର,୧୩।୬: କରୋନା ସଂକ୍ରମଣକୁ ନେଇ ଲାଗୁ କରାଯାଇଥିବା ଲକ୍‌ଡାଉନ ହଟିବା ପରେ ଏବେ ଧାର୍ମିକସ୍ଥଳ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି। ହେଲେ ସେଠାରେ ସାମାଜିକ ଦୂରତା...

ଲାଇଭ୍‌ ଭିଡିଓ ମାଧ୍ୟମରେ ହେଲା ଅନ୍ତିମ ସଂସ୍କାର

ହରିୟାଣା,୯।୪: ଲକ୍‌ଡାଉନ୍‌ ଶବ୍ଦ କେହି କେହି ଆଗରୁ ଶୁଣି ନ ଥିବା ବେଳେ ଏବେ କିନ୍ତୁ ଏହା ସମସ୍ତଙ୍କ ପାଇଁ ଏକ ପରିଚିତ ଶବ୍ଦ ପାଲଟି...

ବିକ୍ରି ହେବ ସବୁଠୁ କ୍ଷୀପ୍ର ଗତିରେ ଚାଲୁଥିବା କାର୍‌

ସବୁଠୁ କ୍ଷୀପ୍ର ଗତିରେ ଚାଲୁଥିବା କାର୍‌ ବିକ୍ରି ହେବା ପାଇଁ ପ୍ରସ୍ତୁତି ହୋଇରହିଛି। ଏହି କାର୍‌ର ନାମ ବ୍ଲଡହାଉଣ୍ଡ ସୁପରସୋନିକ୍‌ କାର୍‌। ଏହା ୨୦୧୯ ମସିହାରେ...

ଭାରତୀୟ ନାଗରିକଙ୍କ ସଚ୍ଚୋଟତା; ଫେରାଇଲେ ୧୦ ଲକ୍ଷ ଟଙ୍କା ସହ ସୁନା ଭର୍ତ୍ତି ବ୍ୟାଗ୍‌

ନୂଆଦିଲ୍ଲୀ, ୧୩।୯: ଜଣେ ଭାରତୀୟ ନାଗରିକଙ୍କ ସଚ୍ଚୋଟତାକୁ ନେଇ ଦୁବାଇରେ ବେଶ୍‌ ଚର୍ଚ୍ଚା। ରିତେଶ ଜେମ୍ସ ଗୁପ୍ତା ନାମକ ଏହି ଭାରତୀୟ ନାଗରିକଜଣଙ୍କ ଏକ ବ୍ୟାଗ୍‌...

ମଦ ଛଡ଼ାଇବା ପାଇଁ ଲୋକଙ୍କୁ କ୍ଷୀର ବାଣ୍ଟିଲେ

ମୁମ୍ବାଇ,୧ା୧: ଲୋକମାନେ କିପରି ମଦ ଛାଡ଼ିବେ ସେନେଇ ନୂଆବର୍ଷରେ ଏକ ନିଆରା ପଦକ୍ଷେପ ନେଇଛନ୍ତି ପୁଣେ ସହରର ଅରୁଣ ଓହାର। ମଦ ଛାଡ଼ିବା ପାଇଁ ସେ...

Advertisement
Archives

Model This Week