ମଦମୁକ୍ତି ଅଭିଯାନରେ କାଳିଞ୍ଜି ସମାଜ ସାମିଲ

ବେଗୁନିଆପଡ଼ା,୧୪ା୬(ଡି.ଏନ.ଏ.)-ବେଗୁନିଆପଡ଼ା ବ୍ଲକ ଷଣ୍ଢମୂଳ ପଞ୍ଚାୟତ ଶାଳବଣ ଗ୍ରାମରୁ ଓଡ୍ର ଖଣ୍ଡାୟତ କାଳିଞ୍ଜି ଓଡ଼ିଆ ସମାଜ ପକ୍ଷରୁ ମଦମୁକ୍ତି ଆନ୍ଦୋଳନ ଆରମ୍ଭ ହୋଇଛି। ବ୍ଲକ ଅନ୍ତର୍ଗତ ନୂଆଗଡ଼ କାଳିଞ୍ଜି ସମାଜ ପକ୍ଷରୁ ସଭାପତି ମୁକୁନ୍ଦ ମାଧବ ସ୍ବାଇଁ, ସମ୍ପାଦକ ପ୍ରକାଶ ଚନ୍ଦ୍ର ଭୂୟାଁ, ଉପସଭାପତି ରମେଶ ଚନ୍ଦ୍ର ସ୍ବାଇଁ, ଉପଦେଷ୍ଟା ଦେବରାଜ ଭୂୟାଁ, ଭ୍ରମରବର ଭୂୟାଁ, ବୁଲା ଜେନା, ରଙ୍କନାଥ ସ୍ବାଇଁ, ପଦ୍ମ ଚରଣ ସ୍ବାଇଁଙ୍କ ନେତୃତ୍ୱରେ ଶାଳବଣସ୍ଥିତ ରାଧାକୃଷ୍ଣ ମନ୍ଦିରରେ ଏଥିପାଇଁ ମହାସମାବେଶ ହୋଇଥିଲା । ପୂର୍ବରୁ ଶାଳବଣକୁ ମଦମୁକ୍ତ ଗ୍ରାମ କରାଯାଇଥିବା ବେଳେ ଏବେ କାଳିଞ୍ଜି ପରିବାର ରହୁଥିବା ସମସ୍ତ ଗ୍ରାମରେ ମଦମୁକ୍ତି ଆନ୍ଦୋଳନକୁ ତୀବ୍ର କରିବା ପାଇଁ ନିଷ୍ପତ୍ତି ନିଆଯାଇ ଏହି ଅଭିଯାନ ଆରମ୍ଭ ହୋଇଛି । ଶୁକ୍ରବାର ଶାଳବଣ ଠାରୁ ଏକ ବାଇକ୍‌ ରାଲି ବାହାରି ୪ ପଞ୍ଚାୟତ ଯଥା ଷଣ୍ଢମୂଳ, ତାଳସର, ଅଙ୍ଗାରଗାଁ, କୁମ୍ଭାରଗାଁର ସମସ୍ତ ଗ୍ରାମକୁ ଯାଇଥିଲା। ମଦ କିଭଳି ସମାଜ ଓ ପରିବାର ଉପରେ କୁପ୍ରଭାବ ପକାଉଛି ଲୋକଙ୍କୁ ସଚେତନ କରାଯାଇଥିଲା। ପ୍ରତ୍ୟେକ ଗ୍ରାମରେ ବୈଠକ କରି ମଦ ବର୍ଜନ କରିବାକୁ ଅନୁରୋଧ କରାଯାଇଥିଲା। ସମାବେଶରେ ୫ ୧୦୦୦ରୁ ଅଧିକ ଲୋକ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୋରଡ଼ାର ବିଭିନ୍ନ ମନ୍ଦିରରେ ପ୍ରବଳ ଭିଡ଼

ସୋରଡ଼ା,୧ା୧(ଡି.ଏନ୍‌.ଏ.): ନୂଆବର୍ଷ ଉପଲକ୍ଷେ ଗଞ୍ଜାମ ଜିଲାର ସୋରଡ଼ା ଅଞ୍ଚଳରେ ଥିବା ମନ୍ଦିରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ସ୍ଥାନୀୟ ଜଗନ୍ନାଥ ମନ୍ଦିର, ପଞ୍ଚାନନ ମନ୍ଦିର, ବୃଦ୍ଧ...

ଜେଲ ଫେରନ୍ତାଙ୍କ ଆତଙ୍କରାଜ୍‌, ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ

ଗଞ୍ଜାମ,୨୬ା୫(ଡି.ଏନ.ଏ.)- ରମ୍ଭା ଥାନା ଗଞ୍ଜାମ ବ୍ଲକ କାର୍ତ୍ତିକଢ଼ି ଗ୍ରାମରେ ଜଣେ ଜେଲ ଫେରନ୍ତା ଯୁବକଙ୍କ ଆତଙ୍କରାଜ ନେଇ ଶତାଧିକ ଗ୍ରାମବାସୀ ମଙ୍ଗଳବାର ରାସ୍ତାକୁ ଓହ୍ଲାଇଛନ୍ତି। ସରପଞ୍ଚ...

ପୁଣି ଗଞ୍ଜାମରେ ବଦଳିଲା ନିର୍ଦ୍ଦେଶନାମା: ସକାଳ ୭ରୁ ୧୨ଟା ପର୍ଯ୍ୟନ୍ତ ଖୋଲିବ ଜରୁରୀ ସାମଗ୍ରୀ ଦୋକାନ

ଛତ୍ରପୁର,୨୪।୩(ଡି.ଏନ୍‌.ଏ.): କରୋନା ଭୟାବହତାକୁ ନେଇ ଗଞ୍ଜାମ ଜିଲା ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ କରି ଚାଲିଛି। ନିର୍ଦ୍ଦେଶନାମାକୁ ୧୨ଘଣ୍ଟା ପୂରି ନ ଥିବାବେଳେ ପୁଣି ନୂତନ...

ବୁଗୁଡ଼ାବାସୀଙ୍କୁ ଘାରିଛି ଡେଙ୍ଗୁ ଭୟ

ବୁଗୁଡ଼ା,୩୧ା୭(ଡି.ଏନ୍‌.ଏ.): ଗଞ୍ଜାମର ବୁଗୁଡ଼ା ସହରରେ ଏବେ ମଶାଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି। ଭୁବନେଶ୍ୱର ସମେତ ବିଭିନ୍ନ ସହରାଞ୍ଚଳରେ ଏବେ ଡେଙ୍ଗୁ ଆତଙ୍କ ଦେଖା ଦେଇଥିବାରୁ ବୁଗୁଡ଼ା...

ଏମ୍‌କେସିଜିରେ ଲିଫ୍ଟ ଅଚଳ, ରୋଗୀ ହନ୍ତସନ୍ତ

ବ୍ରହ୍ମପୁର,୨୧।୬(ସୁବାସ ଚନ୍ଦ୍ର ପାଢ଼ୀ): ଏମ୍‌କେସିଜି ମେଡ଼ିକାଲର ଲିଫ୍ଟ ଅଚଳ ପଡ଼ିଛି। ଯାହାଫଳରେ ଡ଼ାକ୍ତର, କର୍ମଚାରୀ, ରୋଗୀ ଓ ତାଙ୍କ ସମ୍ପର୍କୀୟ ଅଧିକାଂଶ ସମୟରେ ମେଡ଼ିକାଲରେ ଥିବା...

ମୁମ୍ବାଇ ଜଗନ୍ନାଥ ମନ୍ଦିର ସଭାପତିଙ୍କ ପରଲୋକ

ହିଞ୍ଜିଳିକାଟୁ,୭।୪(ଡି.ଏନ୍‌.ଏ.): ମୁମ୍ବାଇ ସାକିନାକାସ୍ଥିତ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠାତା ତଥା ହିଞ୍ଜିଳିର ଜଣେ ଜଣାଶୁଣା ବ୍ୟକ୍ତି ରମେଶ ମୁନିଙ୍କ ଶୁକ୍ରବାର ପରଲୋକ ହୋଇଛି। ହିଞ୍ଜିଳି ଦେଉଳ ବନ୍ଧରେ...

ଶ୍ରମ ଆଇନରେ ସଂଶୋଧନକୁ ସିଆଇଟିୟୁ ପକ୍ଷରୁ ବିରୋଧ

ବ୍ରହ୍ମପୁର ଅଫିସ,୨।୮: ଶ୍ରମ ଆଇନରେ ସଂଶୋଧନ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ଶ୍ରମିକ ସଂଗଠନ ସିଆଇଟିୟୁ। ଶୁକ୍ରବାର ବ୍ରହ୍ମପୁରସ୍ଥିତ...

କେରଳରେ ଫସିଛନ୍ତି ଗଞ୍ଜାମର ୫ଶହରୁ ଉର୍ଦ୍ଧ୍ୱ ଶ୍ରମିକ

ଶେରଗଡ଼,୨୬ା୩(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାର ବିଭିନ୍ନ ବ୍ଲକର ୫୦୦ରୁ ଉର୍ଦ୍ଧ୍ୱ ଶ୍ରମିକ କେରଳର ମାଙ୍ଗଅଭିରେ ଫସି ରହିଛନ୍ତି। କରୋନା ଯୋଗୁ ଲକ୍‌ଡାଉନ ପରେ ସେମାନଙ୍କ ଅବସ୍ଥା ଜଟିଳ...

Advertisement
Archives

Model This Week